ଜରୁରୀ ପ୍ରସଙ୍ଗକୁ ଅଣଦେଖା

ସୁପ୍ରିମ୍‌କୋର୍ଟରେ ଇଲେକ୍‌ଟୋରାଲ ବଣ୍ଡ୍‌କୁ ଚ୍ୟାଲେଞ୍ଜ କରାଯିବାର ପାଖାପାଖି ୫ ବର୍ଷ ବିତିଯାଇଥିଲେ ମଧ୍ୟ କୋର୍ଟ ଏହା ଉପରେ କିଛି ନିଷ୍ପତ୍ତି ନେଇନାହାନ୍ତି। ୨୦୧୭ର ବଜେଟରେ ଏହି ସ୍କିମ୍‌ ବା ଯୋଜନା ଏକ ‘ମନି ବିଲ’୍‌ ଭାବେ ଅଣାଯାଇଥିଲା, ଯାହା ଉପରେ ରାଜ୍ୟ ସଭାରେ ବିତର୍କ କିମ୍ବା ଭୋଟ କରାଯାଇପାରିଲା ନାହିଁ। ବିଶେଷ କରି ଏହି ଯୋଜନା ବିଦେଶୀ ସରକାର, ବିଦେଶୀ କମ୍ପାନୀ ଏପରି କି ଅପରାଧିତତ୍ତ୍ୱମାନଙ୍କ ସମେତ ସମସ୍ତଙ୍କୁ ଗୁପ୍ତରେ ରାଜନୈତିକ ପାର୍ଟିଗୁଡ଼ିକୁ ଅସୀମିତ ଅର୍ଥ ଦାନ ଦେବାକୁ ଅନୁମତି ଦେଇଛି। ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ଏହି ଯୋଜନାକୁ ବିରୋଧ କରିଥିଲା। ବିୟରର୍‌ ବଣ୍ଡ୍‌ଟି କ୍ୟାଶ ହେବା ଅନିବାର୍ଯ୍ୟ ବୋଲିି ଆର୍‌ବିଆଇ କହିଥିଲା, କିନ୍ତୁ ସରକାର ଆର୍‌ବିଆଇର ପ୍ରତିବାଦକୁ ଅସ୍ବୀକାର କରି ଏହାକୁ ଲାଗୁ କରିଥିଲେ। ତେବେ ସୁପ୍ରିମ୍‌କୋର୍ଟ ଏହି ବିଷୟକୁ ଗୁରୁତ୍ୱ ଦେଇ ନାହାନ୍ତି କି କିଛି ନିଷ୍ପତ୍ତି ନେଇନାହାନ୍ତି। ସେହିପରି ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)ପାସ୍‌ ହେବା ସମ୍ବିଧାନର ଉଲ୍ଲଂଘନ ବୋଲି ଦର୍ଶାଯାଇ ତା’ ବିରୋଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବାର ଦୁଇ ବର୍ଷରୁ ଊର୍ଦ୍ଧ୍ୱ ହୋଇଗଲାଣି। ସିଏଏ ପାସ୍‌ ହେଲା ପରେ ଏହା ବିରୋଧରେ ଭାରତର ସବୁ ସହରରେ କଡ଼ା ପ୍ରତିବାଦ ହୋଇଥିଲା। ତେବେ କିଛି କାରଣ ପାଇଁ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗ ଉପରେ ଶୁଣାଣି ନ କରିବାକୁ ନିଷ୍ପତ୍ତି ନେଇଥିଲେ। ପାଖାପାଖି ସେହି ସମୟରେ ଜମ୍ମୁ ଓ କଶ୍ମୀର ଷ୍ଟାଟସ ପରିବର୍ତ୍ତନ ହୋଇଗଲା। ୩୭୦ ଅନୁଚ୍ଛେଦ ଉଠାଇଦିଆଯାଇ ତାହାକୁ କେନ୍ଦ୍ରଶାସିତ ଅଞ୍ଚଳ କରିଦିଆଗଲା ଓ ସେଥିରୁ ଲଦାଖ ଅଲଗା ହୋଇଗଲା। କଶ୍ମୀରର ନିର୍ବାଚିତ ପ୍ରତିନିଧିମାନଙ୍କୁ ବରଖାସ୍ତ କରାଯାଇ ଅନେକଙ୍କୁ ଜେଲରେ ରଖାଗଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କ ସମେତ ଅଟକଥିବା ନେତାମାନଙ୍କ ବେଆଇନ ଗିରଫଦାରି ଆବେଦନ ଉପରେ ମଧ୍ୟ ସୁପ୍ରିମକୋର୍ଟ ଶୁଣାଣି କଲେ ନାହିଁ କି କୌଣସି ନିଷ୍ପତ୍ତି ନେଲେ ନାହିଁ। ଏପରି କି ଏହା ସାମ୍ବିଧାନିକ ଥିଲା କି ନାହିଁ ଏଯାବତ୍‌ ସୁପ୍ରିମକୋର୍ଟ କିଛି ନିଷ୍ପତ୍ତି ନେଇପାରି ନାହାନ୍ତି। ଅନେକଙ୍କ ମତରେ କୋର୍ଟ ଏହିସବୁ କେସ୍‌ଗୁଡ଼ିକର ମହତ୍ତ୍ୱକୁ ଅଣଦେଖା କରିଛନ୍ତି।
ସରକାରଙ୍କ ସମର୍ଥିତ ତଥାକଥିତ ବିଭେଦକାରୀ ଲଭ୍‌ ଜିହାଦ ଆଇନଗୁଡ଼ିକ ୨୦୧୮ ପରେ ୭ ଭାଜପା ଶାସିତ ରାଜ୍ୟରେ ପାସ୍‌ ହୋଇଛି। ଏହିସବୁ ଆଇନ ଉପରେ ସୁପ୍ରିମ୍‌କୋର୍ଟ ତ୍ୱରିତ ଶୁଣାଣି କରିବାକୁ ଗୁରୁତ୍ୱ ଦେଇନାହାନ୍ତି। ଏହାବାଦ୍‌ କୃଷି ଆଇନଗୁଡ଼ିକ ସମ୍ପର୍କରେ କୋର୍ଟ ଅନେକ କିଛି କଲେ ଓ କହିଲେ। କିନ୍ତୁ ଏକ କମିଟି ଗଠନ ହେବା ପରେ ସରକାର ନିଜ ତରଫରୁ ଆଇନ ପ୍ରତ୍ୟାହାର କରିବା ପର୍ଯ୍ୟନ୍ତ କୋର୍ଟ ଏହି ପ୍ରସଙ୍ଗକୁ ଭୁଲିଗଲେ। ସ୍ପାଏଓ୍ବେର ପେଗାସସ୍‌ ଘଟଣାରେ କ୍ରିମିନାଲ ହ୍ୟାକ୍‌ର ଶିକାର ହୋଇଥିବା ଲୋକମାନେ କୋର୍ଟକୁ ଯିବାର ୧ ବର୍ଷ ହୋଇଯାଇଥିଲେ ବି ତା’ ଉପରେ କିଛି ଉଲ୍ଲେଖନୀୟ କାର୍ଯ୍ୟ କରାଯାଇନାହିଁ। ଅବଶ୍ୟ ପେଗାସସ୍‌କୁ ମିଡ଼ିଆ, ବିରୋଧୀ, ନିଜ ମନ୍ତ୍ରୀ ଏବଂ ନ୍ୟାୟିକ ପ୍ରକ୍ରିୟା କ୍ଷେତ୍ରରେ ବ୍ୟବହାର କରାଯାଇଥିଲା କି ନାହିଁ ସେ ସମ୍ପର୍କରେ ଏକ ସତ୍ୟପାଠ ଦାଖଲ କରିବା ଲାଗି କୋର୍ଟ କହିଥିଲେ ମଧ୍ୟ ସରକାର ତାହା କରିବାକୁ ମନା କରିଦେଇଥିଲେ। ଦେଶର ଏହିସବୁ ପ୍ରସଙ୍ଗ ସହ ଅନ୍ୟ ଯେଉଁ ବିଷୟଗୁଡ଼ିକ ଉପରେ କୋର୍ଟ ନିଷ୍ପତ୍ତି ନେଇଛନ୍ତି ସେସବୁକୁ ତୁଳନା କରିବାକୁ ପଡ଼ିବ। ୨୦୧୯ ଅଗଷ୍ଟ ୧୬ରେ ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଡାଭେ ସୁପ୍ରିମକୋର୍ଟର ବିଚାରପତିମାନଙ୍କ ନିକଟକୁ ଏକ ପତ୍ର ଲେଖି ପୂର୍ବରୁ ଉଠିଥିବା ଅଭିଯୋଗ ସମ୍ପର୍କରେ ପୁନର୍ବାର ଦର୍ଶାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ପ୍ରିୟ କେସ୍‌ଗୁଡ଼ିକୁ ପାଳି ବାହାରେ ବିଚାରପତି ଅରୁଣ ମିଶ୍ରାଙ୍କୁ ନେଇ ଗଠିତ ବେଞ୍ଚକୁ ଦିଆଯାଉଥିଲା ବୋଲି ସେ ଅଭିଯୋଗ କରିଥିଲେ। ଡାଭେ କହିଥିଲେ ଯେ, ୨୦୧୯ରେ ଖରାଦିନେ ଭ୍ୟାକେସନ ବେଞ୍ଚଗୁଡ଼ିକରେ ବିଚାରପତିମାନଙ୍କ ଗ୍ରୁପରେ ଗୋଗୋଇ ଏବଂ ମିଶ୍ରାଙ୍କୁ ରଖାଯାଇ ଗୁରୁତ୍ୱପୂର୍ଣ୍ଣ କେସ୍‌ଗୁଡ଼ିକର ବିଚାର ଓ ନିଷ୍ପତ୍ତି କିପରି କରାଯାଇଥିଲା, ତାକୁ ନେଇ ସେତେବେଳର ମୁଖ୍ୟ ବିଚାରପତି ଗୋଗୋଇ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଆଦାନୀ ଗ୍ରୁପ୍‌ର କେସ୍‌ଗୁଡ଼ିକର ଶୁଣାଣି ପାଳିରେ ଥିବା ନିୟମିତ ବେଞ୍ଚ ବଦଳରେ ଭ୍ୟାକେସନ ବେଞ୍ଚରେ ଏଗୁଡ଼ିିକର ଶୁଣାଣି କରାଯାଇଥିତ୍ଲା। ଏଭଳି ଏକ କେସ୍‌ର ଶୁଣାଣି କରି ମେ୨୨ରେ ରାୟ ପ୍ରଦାନ କରାଗଲା। ଠିକ୍‌ ତା’ପରଦିନ ୨୦୧୭ ଫେବୃୟାରୀରେ ଶେଷଥର ପାଇଁ ଶୁଣାଣି ହୋଇଥିବା ଆଦାନୀର ଆଉ ଏକ କେସ୍‌କୁ ବିଚାରକୁ ନିଆଗଲା। ତା’ ପରଦିନ ମିଶ୍ରା ଏହାର ଶୁଣାଣି ଶେଷ କରିଥିଲେ। ଡାଭେ କହିଥିଲେ ଯେ, ମିଶ୍ରାଙ୍କୁ ଆବଣ୍ଟିତ ପାଳି ବାହାରେ ୨୦୧୯ ଜାନୁୟାରୀ ୨୯ ଏବଂ ୨୦୧୮ ମେ ୨୯ରେ ଆଦାନୀଙ୍କ ସପକ୍ଷରେ ତ୍ୱରିତ ରାୟ ପ୍ରକାଶ କରାଯାଇଥିଲା। ଡାଭେଙ୍କ ଏଭଳି ଅଭିଯୋଗରେ ମିଶ୍ରା ଏବଂ ଗୋଗୋଇ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନ ଥିଲେ କି କିଛି ପଦକ୍ଷେପ ନେଇ ନ ଥିଲେ। କେବଳ ଏତିକି ନୁହେଁ, ଅନ୍ୟ ବିଚାରପତିମାନେ ମଧ୍ୟ ଏହା ଉପରେ କିଛି କହି ନ ଥିଲେ। ସାମ୍ବାଦିକ ଅବିର ଦାସଗୁପ୍ତା ଏବଂ ପରଞ୍ଜୟ ଗୁହା ଠାକୁର୍‌ତାଙ୍କ ଦ୍ୱାରା ୭ଟି ଆଦାନୀ କେସ୍‌ ଉପରେ ଖୋଳତାଡ଼ କରିବାରୁ ଜଣାପଡ଼ିଲା ଯେ, ମିଶ୍ରା ସବୁ କ୍ଷେତ୍ରରେ ଆଦାନୀ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ମିଶ୍ରା ଅବସର ନେବା ପରେ ତାଙ୍କୁ ଜାତୀୟ ମାନବ ଅଧିକାର କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଗଲା ଏବଂ ସେବେଠାରୁ ମାନବ ଅଧିକାର ପ୍ରସଙ୍ଗରେ ସରକାରଙ୍କୁ ଚ୍ୟାଲେଞ୍ଜ କରିବାରେ ସେ ଆଗ୍ରହ ପ୍ରକାଶ କରି ନାହାନ୍ତି।
ରାଜନୀତିରୁ ଊର୍ଦ୍ଧ୍ୱରେ ରହିବା ଓ ସମ୍ବିଧାନର ସୁରକ୍ଷା କରିବାରେ ସକ୍ଷମ ତଥା ଏକ ସ୍ବାଧୀନ ସଂସ୍ଥା ଭାବେ ସୁପ୍ରିମକୋର୍ଟର ବିଶ୍ୱସନିୟତା ରହିଛି। ଏହି ଖ୍ୟାତି ଆଣିବା ସହଜ କଥା ନୁହେଁ ଓ ଏହା ସମ୍ଭବ ହୋଇଛି କେବଳ ବିଗତ ଦଶନ୍ଧିଗୁଡ଼ିକରେ ସରକାରଙ୍କୁ ଏବଂ ରାଜନେତାମାନଙ୍କୁ ସାହସର ସହ ସାମ୍ନା କରିଥିବା କେତେଜଣ ବିଚାରପତିଙ୍କ ଯୋଗୁ। ନ୍ୟାୟିକ ବ୍ୟବସ୍ଥା ବିଶେଷକରି ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ସ୍ବତନ୍ତ୍ର। କିନ୍ତୁ ଆମ ସମୟର କେତେକ ଅତ୍ୟଧିକ ଜରୁରୀ ପ୍ରସଙ୍ଗଗୁଡ଼ିକର ଶୁଣାଣି ଓ ନିଷ୍ପତ୍ତି ନେବାରେ ଯେଭଳି ଲଗାତର ଅଣଦେଖା କରାଯିବା ଦେଖାଯାଉଛି ତାହାକୁ ଇତିହାସ କେବେ ବି ସ୍ବୀକାର କରିବନି।

  • ଆକାର ପଟେଲ
  • Email:aakar.patel@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?