ଜରୁରୀ ପ୍ରସଙ୍ଗକୁ ଅଣଦେଖା

ସୁପ୍ରିମ୍‌କୋର୍ଟରେ ଇଲେକ୍‌ଟୋରାଲ ବଣ୍ଡ୍‌କୁ ଚ୍ୟାଲେଞ୍ଜ କରାଯିବାର ପାଖାପାଖି ୫ ବର୍ଷ ବିତିଯାଇଥିଲେ ମଧ୍ୟ କୋର୍ଟ ଏହା ଉପରେ କିଛି ନିଷ୍ପତ୍ତି ନେଇନାହାନ୍ତି। ୨୦୧୭ର ବଜେଟରେ ଏହି ସ୍କିମ୍‌ ବା ଯୋଜନା ଏକ ‘ମନି ବିଲ’୍‌ ଭାବେ ଅଣାଯାଇଥିଲା, ଯାହା ଉପରେ ରାଜ୍ୟ ସଭାରେ ବିତର୍କ କିମ୍ବା ଭୋଟ କରାଯାଇପାରିଲା ନାହିଁ। ବିଶେଷ କରି ଏହି ଯୋଜନା ବିଦେଶୀ ସରକାର, ବିଦେଶୀ କମ୍ପାନୀ ଏପରି କି ଅପରାଧିତତ୍ତ୍ୱମାନଙ୍କ ସମେତ ସମସ୍ତଙ୍କୁ ଗୁପ୍ତରେ ରାଜନୈତିକ ପାର୍ଟିଗୁଡ଼ିକୁ ଅସୀମିତ ଅର୍ଥ ଦାନ ଦେବାକୁ ଅନୁମତି ଦେଇଛି। ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ଏହି ଯୋଜନାକୁ ବିରୋଧ କରିଥିଲା। ବିୟରର୍‌ ବଣ୍ଡ୍‌ଟି କ୍ୟାଶ ହେବା ଅନିବାର୍ଯ୍ୟ ବୋଲିି ଆର୍‌ବିଆଇ କହିଥିଲା, କିନ୍ତୁ ସରକାର ଆର୍‌ବିଆଇର ପ୍ରତିବାଦକୁ ଅସ୍ବୀକାର କରି ଏହାକୁ ଲାଗୁ କରିଥିଲେ। ତେବେ ସୁପ୍ରିମ୍‌କୋର୍ଟ ଏହି ବିଷୟକୁ ଗୁରୁତ୍ୱ ଦେଇ ନାହାନ୍ତି କି କିଛି ନିଷ୍ପତ୍ତି ନେଇନାହାନ୍ତି। ସେହିପରି ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)ପାସ୍‌ ହେବା ସମ୍ବିଧାନର ଉଲ୍ଲଂଘନ ବୋଲି ଦର୍ଶାଯାଇ ତା’ ବିରୋଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବାର ଦୁଇ ବର୍ଷରୁ ଊର୍ଦ୍ଧ୍ୱ ହୋଇଗଲାଣି। ସିଏଏ ପାସ୍‌ ହେଲା ପରେ ଏହା ବିରୋଧରେ ଭାରତର ସବୁ ସହରରେ କଡ଼ା ପ୍ରତିବାଦ ହୋଇଥିଲା। ତେବେ କିଛି କାରଣ ପାଇଁ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗ ଉପରେ ଶୁଣାଣି ନ କରିବାକୁ ନିଷ୍ପତ୍ତି ନେଇଥିଲେ। ପାଖାପାଖି ସେହି ସମୟରେ ଜମ୍ମୁ ଓ କଶ୍ମୀର ଷ୍ଟାଟସ ପରିବର୍ତ୍ତନ ହୋଇଗଲା। ୩୭୦ ଅନୁଚ୍ଛେଦ ଉଠାଇଦିଆଯାଇ ତାହାକୁ କେନ୍ଦ୍ରଶାସିତ ଅଞ୍ଚଳ କରିଦିଆଗଲା ଓ ସେଥିରୁ ଲଦାଖ ଅଲଗା ହୋଇଗଲା। କଶ୍ମୀରର ନିର୍ବାଚିତ ପ୍ରତିନିଧିମାନଙ୍କୁ ବରଖାସ୍ତ କରାଯାଇ ଅନେକଙ୍କୁ ଜେଲରେ ରଖାଗଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କ ସମେତ ଅଟକଥିବା ନେତାମାନଙ୍କ ବେଆଇନ ଗିରଫଦାରି ଆବେଦନ ଉପରେ ମଧ୍ୟ ସୁପ୍ରିମକୋର୍ଟ ଶୁଣାଣି କଲେ ନାହିଁ କି କୌଣସି ନିଷ୍ପତ୍ତି ନେଲେ ନାହିଁ। ଏପରି କି ଏହା ସାମ୍ବିଧାନିକ ଥିଲା କି ନାହିଁ ଏଯାବତ୍‌ ସୁପ୍ରିମକୋର୍ଟ କିଛି ନିଷ୍ପତ୍ତି ନେଇପାରି ନାହାନ୍ତି। ଅନେକଙ୍କ ମତରେ କୋର୍ଟ ଏହିସବୁ କେସ୍‌ଗୁଡ଼ିକର ମହତ୍ତ୍ୱକୁ ଅଣଦେଖା କରିଛନ୍ତି।
ସରକାରଙ୍କ ସମର୍ଥିତ ତଥାକଥିତ ବିଭେଦକାରୀ ଲଭ୍‌ ଜିହାଦ ଆଇନଗୁଡ଼ିକ ୨୦୧୮ ପରେ ୭ ଭାଜପା ଶାସିତ ରାଜ୍ୟରେ ପାସ୍‌ ହୋଇଛି। ଏହିସବୁ ଆଇନ ଉପରେ ସୁପ୍ରିମ୍‌କୋର୍ଟ ତ୍ୱରିତ ଶୁଣାଣି କରିବାକୁ ଗୁରୁତ୍ୱ ଦେଇନାହାନ୍ତି। ଏହାବାଦ୍‌ କୃଷି ଆଇନଗୁଡ଼ିକ ସମ୍ପର୍କରେ କୋର୍ଟ ଅନେକ କିଛି କଲେ ଓ କହିଲେ। କିନ୍ତୁ ଏକ କମିଟି ଗଠନ ହେବା ପରେ ସରକାର ନିଜ ତରଫରୁ ଆଇନ ପ୍ରତ୍ୟାହାର କରିବା ପର୍ଯ୍ୟନ୍ତ କୋର୍ଟ ଏହି ପ୍ରସଙ୍ଗକୁ ଭୁଲିଗଲେ। ସ୍ପାଏଓ୍ବେର ପେଗାସସ୍‌ ଘଟଣାରେ କ୍ରିମିନାଲ ହ୍ୟାକ୍‌ର ଶିକାର ହୋଇଥିବା ଲୋକମାନେ କୋର୍ଟକୁ ଯିବାର ୧ ବର୍ଷ ହୋଇଯାଇଥିଲେ ବି ତା’ ଉପରେ କିଛି ଉଲ୍ଲେଖନୀୟ କାର୍ଯ୍ୟ କରାଯାଇନାହିଁ। ଅବଶ୍ୟ ପେଗାସସ୍‌କୁ ମିଡ଼ିଆ, ବିରୋଧୀ, ନିଜ ମନ୍ତ୍ରୀ ଏବଂ ନ୍ୟାୟିକ ପ୍ରକ୍ରିୟା କ୍ଷେତ୍ରରେ ବ୍ୟବହାର କରାଯାଇଥିଲା କି ନାହିଁ ସେ ସମ୍ପର୍କରେ ଏକ ସତ୍ୟପାଠ ଦାଖଲ କରିବା ଲାଗି କୋର୍ଟ କହିଥିଲେ ମଧ୍ୟ ସରକାର ତାହା କରିବାକୁ ମନା କରିଦେଇଥିଲେ। ଦେଶର ଏହିସବୁ ପ୍ରସଙ୍ଗ ସହ ଅନ୍ୟ ଯେଉଁ ବିଷୟଗୁଡ଼ିକ ଉପରେ କୋର୍ଟ ନିଷ୍ପତ୍ତି ନେଇଛନ୍ତି ସେସବୁକୁ ତୁଳନା କରିବାକୁ ପଡ଼ିବ। ୨୦୧୯ ଅଗଷ୍ଟ ୧୬ରେ ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଡାଭେ ସୁପ୍ରିମକୋର୍ଟର ବିଚାରପତିମାନଙ୍କ ନିକଟକୁ ଏକ ପତ୍ର ଲେଖି ପୂର୍ବରୁ ଉଠିଥିବା ଅଭିଯୋଗ ସମ୍ପର୍କରେ ପୁନର୍ବାର ଦର୍ଶାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ପ୍ରିୟ କେସ୍‌ଗୁଡ଼ିକୁ ପାଳି ବାହାରେ ବିଚାରପତି ଅରୁଣ ମିଶ୍ରାଙ୍କୁ ନେଇ ଗଠିତ ବେଞ୍ଚକୁ ଦିଆଯାଉଥିଲା ବୋଲି ସେ ଅଭିଯୋଗ କରିଥିଲେ। ଡାଭେ କହିଥିଲେ ଯେ, ୨୦୧୯ରେ ଖରାଦିନେ ଭ୍ୟାକେସନ ବେଞ୍ଚଗୁଡ଼ିକରେ ବିଚାରପତିମାନଙ୍କ ଗ୍ରୁପରେ ଗୋଗୋଇ ଏବଂ ମିଶ୍ରାଙ୍କୁ ରଖାଯାଇ ଗୁରୁତ୍ୱପୂର୍ଣ୍ଣ କେସ୍‌ଗୁଡ଼ିକର ବିଚାର ଓ ନିଷ୍ପତ୍ତି କିପରି କରାଯାଇଥିଲା, ତାକୁ ନେଇ ସେତେବେଳର ମୁଖ୍ୟ ବିଚାରପତି ଗୋଗୋଇ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଆଦାନୀ ଗ୍ରୁପ୍‌ର କେସ୍‌ଗୁଡ଼ିକର ଶୁଣାଣି ପାଳିରେ ଥିବା ନିୟମିତ ବେଞ୍ଚ ବଦଳରେ ଭ୍ୟାକେସନ ବେଞ୍ଚରେ ଏଗୁଡ଼ିିକର ଶୁଣାଣି କରାଯାଇଥିତ୍ଲା। ଏଭଳି ଏକ କେସ୍‌ର ଶୁଣାଣି କରି ମେ୨୨ରେ ରାୟ ପ୍ରଦାନ କରାଗଲା। ଠିକ୍‌ ତା’ପରଦିନ ୨୦୧୭ ଫେବୃୟାରୀରେ ଶେଷଥର ପାଇଁ ଶୁଣାଣି ହୋଇଥିବା ଆଦାନୀର ଆଉ ଏକ କେସ୍‌କୁ ବିଚାରକୁ ନିଆଗଲା। ତା’ ପରଦିନ ମିଶ୍ରା ଏହାର ଶୁଣାଣି ଶେଷ କରିଥିଲେ। ଡାଭେ କହିଥିଲେ ଯେ, ମିଶ୍ରାଙ୍କୁ ଆବଣ୍ଟିତ ପାଳି ବାହାରେ ୨୦୧୯ ଜାନୁୟାରୀ ୨୯ ଏବଂ ୨୦୧୮ ମେ ୨୯ରେ ଆଦାନୀଙ୍କ ସପକ୍ଷରେ ତ୍ୱରିତ ରାୟ ପ୍ରକାଶ କରାଯାଇଥିଲା। ଡାଭେଙ୍କ ଏଭଳି ଅଭିଯୋଗରେ ମିଶ୍ରା ଏବଂ ଗୋଗୋଇ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନ ଥିଲେ କି କିଛି ପଦକ୍ଷେପ ନେଇ ନ ଥିଲେ। କେବଳ ଏତିକି ନୁହେଁ, ଅନ୍ୟ ବିଚାରପତିମାନେ ମଧ୍ୟ ଏହା ଉପରେ କିଛି କହି ନ ଥିଲେ। ସାମ୍ବାଦିକ ଅବିର ଦାସଗୁପ୍ତା ଏବଂ ପରଞ୍ଜୟ ଗୁହା ଠାକୁର୍‌ତାଙ୍କ ଦ୍ୱାରା ୭ଟି ଆଦାନୀ କେସ୍‌ ଉପରେ ଖୋଳତାଡ଼ କରିବାରୁ ଜଣାପଡ଼ିଲା ଯେ, ମିଶ୍ରା ସବୁ କ୍ଷେତ୍ରରେ ଆଦାନୀ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ମିଶ୍ରା ଅବସର ନେବା ପରେ ତାଙ୍କୁ ଜାତୀୟ ମାନବ ଅଧିକାର କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଗଲା ଏବଂ ସେବେଠାରୁ ମାନବ ଅଧିକାର ପ୍ରସଙ୍ଗରେ ସରକାରଙ୍କୁ ଚ୍ୟାଲେଞ୍ଜ କରିବାରେ ସେ ଆଗ୍ରହ ପ୍ରକାଶ କରି ନାହାନ୍ତି।
ରାଜନୀତିରୁ ଊର୍ଦ୍ଧ୍ୱରେ ରହିବା ଓ ସମ୍ବିଧାନର ସୁରକ୍ଷା କରିବାରେ ସକ୍ଷମ ତଥା ଏକ ସ୍ବାଧୀନ ସଂସ୍ଥା ଭାବେ ସୁପ୍ରିମକୋର୍ଟର ବିଶ୍ୱସନିୟତା ରହିଛି। ଏହି ଖ୍ୟାତି ଆଣିବା ସହଜ କଥା ନୁହେଁ ଓ ଏହା ସମ୍ଭବ ହୋଇଛି କେବଳ ବିଗତ ଦଶନ୍ଧିଗୁଡ଼ିକରେ ସରକାରଙ୍କୁ ଏବଂ ରାଜନେତାମାନଙ୍କୁ ସାହସର ସହ ସାମ୍ନା କରିଥିବା କେତେଜଣ ବିଚାରପତିଙ୍କ ଯୋଗୁ। ନ୍ୟାୟିକ ବ୍ୟବସ୍ଥା ବିଶେଷକରି ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ସ୍ବତନ୍ତ୍ର। କିନ୍ତୁ ଆମ ସମୟର କେତେକ ଅତ୍ୟଧିକ ଜରୁରୀ ପ୍ରସଙ୍ଗଗୁଡ଼ିକର ଶୁଣାଣି ଓ ନିଷ୍ପତ୍ତି ନେବାରେ ଯେଭଳି ଲଗାତର ଅଣଦେଖା କରାଯିବା ଦେଖାଯାଉଛି ତାହାକୁ ଇତିହାସ କେବେ ବି ସ୍ବୀକାର କରିବନି।

  • ଆକାର ପଟେଲ
  • Email:aakar.patel@gmail.com

Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri