ଅଣଦେଖା କାହିଁକି

ଏଗରଟନ୍‌ ନେଟୋ

ଆପଣଙ୍କର ଲିଙ୍ଗଗତ ସ୍ଥିତି କ’ଣ ରହିଛି? ବ୍ରାଜିଲରେ ଏହିି ପ୍ରଶ୍ନ ଏଲ୍‌ଜିବିଟିକ୍ୟୁ ସମୁଦାୟଙ୍କ ପାଇଁ ବିଶେଷ ଗୁରୁତ୍ୱ ବହନ କରେ। କାରଣ ସେଠାରେ ସମଲିଙ୍ଗୀମାନଙ୍କୁ ସରକାରୀ ପରିସଂଖ୍ୟାନରୁ ବାଦ୍‌ ଦିଆଯିବା ସହ ଅଣଦେଖା କରାଯାଇଛି। ଏବେ କିନ୍ତୁ ବ୍ରାଜିଲ ସକାରାମତ୍କ ପରିବର୍ତ୍ତନ ଲାଗି ଏକ କ୍ଷୁଦ୍ର ପଦକ୍ଷେପ ନେଇଛି। ଦେଶର ଜାତୀୟ ପରିସଂଖ୍ୟାନ ସଂସ୍ଥା ଆଇବିଜିଇ ଏହାର ସଦ୍ୟତମ ନ୍ୟାଶନାଲ ହେଲ୍‌ଥ ସର୍ଭେ ପ୍ରକାଶ କରିଛି, ଯେଉଁଥିରେ ପ୍ରଥମ ଥର ଲାଗି ଲିଙ୍ଗଗତ ସ୍ଥିତି ସମ୍ପର୍କରେ ପ୍ରଶ୍ନଗୁଡ଼ିକ ସମାବିଷ୍ଟ କରିଥିଲା। ସର୍ଭେ ଅନୁଯାୟୀ, ୨୦୧୯ରେ ସଂଗୃହୀତ ତଥ୍ୟ ଆଧାରରେ ପାଖାପାଖି ୨.୯ ମିଲିୟନ ବ୍ରାଜିଲୀୟ ହୋମୋସେକ୍ସୁଆଲ ବା ସମଲିଙ୍ଗୀ ଭାବେ ଚିହ୍ନଟ ହୋଇଛନ୍ତି। ଏଭଳି ଉତ୍ସାହପ୍ରଦ ଅଗ୍ରଗତି ସତ୍ତ୍ୱେ ଆଇବିଜିଇ ଲିଙ୍ଗଗତ ସ୍ଥିତି ଓ ପରିଚୟ ସମ୍ପର୍କିତ ପ୍ରଶ୍ନଗୁଡ଼ିକୁ ବ୍ରାଜିଲର ଜାତୀୟ ଜନଗଣନାରେ ସାମିଲ କରିବାକୁ ବି ମନାକରୁଛି। ଜୁନ୍‌ରେ ପବ୍ଲିକ ପ୍ରୋସେକ୍ୟୁଟର୍ସ ଅଫିସ୍‌ ଏଭଳି ପ୍ରଶ୍ନଗୁଡ଼ିକୁ ସାମିଲ କରିବା ସକାଶେ ଆଇଜିବିଇକୁ ବାଧ୍ୟ କରିବା ଲାଗି ଫେଡେରାଲ କୋର୍ଟର ଆଶ୍ରୟ ନେଇଥିଲା। କିନ୍ତୁ ଏହି ପଦକ୍ଷେପକୁ କୋର୍ଟ ରଦ୍ଦ କରିଦେଲେ। ଅନେକ ବିକଶିତ ଦେଶ ଏହା କରି ସାରିଲେଣି। ଜନ୍ମରୁ କେଉଁ ଲିଙ୍ଗ ନିର୍ଦ୍ଦିଷ୍ଟ ହୋଇଛି ଓ ସେମାନଙ୍କ ଲିଙ୍ଗଗତ ପରିଚୟ କ’ଣ ରହିଛି; ଏଭଳି ପ୍ରଶ୍ନ କାନାଡାର ୨୦୨୧ ଜନଗଣନାରେ କରାଯାଇଥିଲା। ବ୍ରିଟେନ୍‌ର ସଦ୍ୟତମ ଜନଗଣନାରେ ଲିଙ୍ଗଗତ ସ୍ଥିତି ସମ୍ପର୍କରେ ଏକ ସ୍ବେଚ୍ଛାକୃତ ପ୍ରଶ୍ନ ସାମିଲ କରାଗଲା। ଅଷ୍ଟ୍ରେଲିଆରେ ଏବକାର ଜନଗଣନା ପୁରୁଷ, ମହିଳା କିମ୍ବା ନନ୍‌ବାଇନାରି ଭାବେ ଚିହ୍ନଟ କରିବାର ବିକଳ୍ପ ରଖିଛି। ତେବେ ସେମାନଙ୍କୁ କେଉଁ ପ୍ରଶ୍ନ କିଭଳି ପଚରାଯିବ ସେ ସମ୍ପର୍କରେ ଆମେରିକାର ସେନସସ୍‌ ବ୍ୟୁରୋ ଏ ପର୍ଯ୍ୟନ୍ତ ଅନୁଧ୍ୟାନ ଜାରି ରଖିଛି। କିନ୍ତୁ ଅନେକ ବିକାଶଶୀଳ ଦେଶରେ ଏଲ୍‌ଜିବିଟିକ୍ୟୁ ସମୁଦାୟଙ୍କୁ ଅଣଦେଖା କିମ୍ବା ସାମିଲ କରିବା ପ୍ରସଙ୍ଗ ଏକ ଏକ ମାନଦଣ୍ଡ ଭାବେ ରହିଛି। କେନିଆର ଡାକ୍ତର ଓ ମାନବ ଅଧିକାର କର୍ମୀ ଷ୍ଟିଲା ଓ୍ବିରିମୁ ବୋଜିରଙ୍କ ମତରେ ବିଭିନ୍ନ ଦେଶର ଜନଗଣନା ସରକାରଙ୍କ ଯୋଜନାଗୁଡ଼ିକରେ ଏକ ଗୁରୁତ୍ୱପୂର୍ଣ୍ଣ ସାଧନ। ଏଲ୍‌ଜିବିଟିକ୍ୟୁ ଗୋଷ୍ଠୀଙ୍କୁ ବାଦ୍‌ ଦେବାରୁ ବୁଝାପଡ଼େ ଯେ ରୋଜଗାର, ସ୍ବାସ୍ଥ୍ୟ ଓ ଗୃହହୀନତାକୁ ଲକ୍ଷ୍ୟ କରି ଗ୍ରହଣ କରାଯାଉଥିବା ନୀତିଗୁଡ଼ିକରେ ଉକ୍ତ ସମୁଦାୟଙ୍କ ଆବଶ୍ୟକତାକୁ ବିଚାରକୁ ନିଆଯାଉନାହିଁ। ପାଞ୍ଚଟି ଆଫ୍ରିକୀୟ ଦେଶରେ ଏଲ୍‌ଜିବିଟିିମାନଙ୍କ ବିରୋଧରେ ହିଂସା ଉପରେ ଅର୍‌କୁସ ଫାଉଣ୍ଡେଶନ ୨୦୧୯ରେ ଏକ ରିପୋର୍ଟ ପ୍ରକାଶ କରିଥିଲା। ଏଥିରୁ ଜଣାପଡ଼ିଲା ଯେ, ଠିକ୍‌ ତଥ୍ୟ ଏଲ୍‌ଜିବିଟି କୈନ୍ଦ୍ରିକ ଏନ୍‌ଜିଓଗୁଡ଼ିକୁ ସେମାନଙ୍କ କ୍ଷେତ୍ରରେ ସୃଷ୍ଟି ହେଉଥିବା ବାଧାକୁ ଠାବ କରିବା ସହ ସେଗୁଡ଼ିକର ପ୍ରଭାବକୁ ମୂଲ୍ୟାୟନ କରି ଅଧିକ ଆଇନଗତ ତଥା ଜନସାଧାରଣ ସହଯୋଗଭିତ୍ତିକ ପଦକ୍ଷେପ ନେବାରେ ସାହାଯ୍ୟ କରିପାରିବ।
ସରକାରୀ ପରିସଂଖ୍ୟାନ ଅଭାବରେ କେତେକ ସିଭିଲ୍‌ ସୋସାଇଟି ସଂଗଠନ ସେମାନଙ୍କ ନିଜସ୍ବ ଡାଟାସେଟ୍‌ ଗଢ଼ିଛନ୍ତି। ଉଦାହରଣ ସ୍ବରୂପ, ବିଶ୍ୱରେ ଏଲ୍‌ଜିବିଟିକ୍ୟୁମାନଙ୍କ ହତ୍ୟାରେ ବ୍ରାଜିଲ୍‌ ସର୍ବାଗ୍ରେ ରହିଛି। ବ୍ରାଜିଲର ଟ୍ରାନ୍ସ ରାଇଟ୍‌ ଗ୍ରୁପ୍‌(ଟ୍ରାନ୍ସଜେଣ୍ଡରଙ୍କ ପ୍ରତି ହେଉଥିବା ହିଂସା ଓ ବାଛବିଚାର ରୋକିବା ଏବଂ ସେମାନଙ୍କ ଅତ୍ୟାବଶ୍ୟକତା, ଅଧିକାର ଲାଗି ସଂଗ୍ରାମ ଚଳାଉଥିବା ଗ୍ରୁପ୍‌) ଏଏନ୍‌ଟିଆର୍‌ଏ ଦେଶରେ ୨୦୨୧ରେ ହତ୍ୟା କରାଯାଇଥିବା ୧୪୦ ଟ୍ରାନ୍ସଜେଣ୍ଡରଙ୍କ ନାମକୁ ତାଲିକାଭୁକ୍ତ କରିବା ପରେ ଏହା ଜଣାପଡ଼ିଲା। ମେକ୍ସିକୋରେ ଲେଟ୍ରା ଏସା, ଲେବାନନ୍‌ରେ ହିଲେମ୍‌ ଏବଂ ୟୁରୋପରେ ଟିଜିଇୟୁ ଭଳି ଅନେକ ଟ୍ରାନ୍ସ ରାଇଟ୍‌ଗ୍ରୁପ ବିଶ୍ୱରେ ଏଭଳି କାର୍ଯ୍ୟ କରୁଛନ୍ତି। ପ୍ରାୟ ପ୍ରତ୍ୟେକ ଦିନ ସମଲିଙ୍ଗୀ ଗବେଷକମାନେ ସର୍ଭେ ଶେଷ କରିବା,ସାକ୍ଷାତକାରରେ ଭାଗ ନେବା ଓ ଫର୍ମ ପୂରଣ କରିବା ଲାଗି ମୋତେ ଅନୁରୋଧ କରୁଛନ୍ତି। ଏଭଳି ଅନୁଧ୍ୟାନରେ ଆମ ଅନୁଭୂତିକୁ ଅନ୍ୟମାନେ ଜାଣି ଓ ବୁଝିପାରୁଥିଲେ ବି ଖୁବ୍‌ କମ୍‌ ଦେଶର ଲୋକଙ୍କ ନିକଟରେ ଏହା ପହଞ୍ଚେ ଏବଂ ପ୍ରାୟ କୌଣସି ସରକାର ଏହାକୁ ପ୍ରକାଶ କରନ୍ତି ନାହିଁ। ଏଣୁ ସରକାରୀ ତଥ୍ୟ ଅଭାବ ମୋତେ ଏବଂ ମୋ କମ୍ୟୁନିଟ ପାଇଁ ଯେଉଁ ସ୍ଥିତି ଉପୁଯାଉଛି ତାହା ପ୍ରକାଶ ପାଉନାହିଁ। ଆମ ସ୍ବାର୍ଥଗୁଡ଼ିକୁ ପ୍ରୋତ୍ସାହିତ କରିବା ଏବଂ ଆମର ସବୁ ଅଧିକାରର ସୁରକ୍ଷା କରିବାରେ ଅତ୍ୟନ୍ତ କଠିନ ସ୍ଥିତିି ସୃଷ୍ଟି କରୁଛି। ଏହି କାରଣରୁ ଏହା ଆମ ନାଗରିକତ୍ୱର ମୌଳିକ ଅଧିକାର ପ୍ରଦାନ କରିବାକୁ ମନାକରୁଛି।
କେଭିନ୍‌ ଗୁୟାନ ତାଙ୍କ ବହି ‘କ୍ୱିଇର ଡାଟା’ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ,ସରକାରୀ ସର୍ଭେରେ କେଉଁ ପ୍ରଶ୍ନ୍ନ ପଚରାଯିବ ସେ ସମ୍ପର୍କିତ ନିଷ୍ପତ୍ତି ସର୍ଭେକାରୀଙ୍କ ଦୃଷ୍ଟିକୋଣକୁ ପ୍ରକାଶ କରେ। ଯଦି ଷ୍ଟାଟିଷ୍ଟିସିଆନ ଏବଂ ରାଜନେତାମାନେ ଏଲ୍‌ଜିବିଟିକ୍ୟୁ ଭୟ ବା ଘୃଣାକୁ ଏକ ସମସ୍ୟା ଭାବେ ଦେଖିବେ ନାହିଁ କିମ୍ବା ଆମ ଗୋଷ୍ଠୀର ଦାବିକୁ ଚାପି ଦେବା ଲାଗି ଚାହିଁବେ, ତେବେ ସେମାନେ କାହିଁକି ଉଚିତ୍‌ ପ୍ରଶ୍ନସବୁ ଜନଗଣନାରେ ସାମିଲ କରିବେ? ଏଣୁ ଟ୍ରାନ୍ସଜେଣ୍ଡରମାନେ ଏଭଳି ଅଣଦେଖା ହୋଇ ରହିବେ। ସମଲିଙ୍ଗୀମାନଙ୍କ ପ୍ରତି ହିଂସା, ସେମାନଙ୍କୁ ବାଦ୍‌ ଦେବା ଏବଂ ସେମାନଙ୍କ ଦାରିଦ୍ର୍ୟ ସେମିତି ଲାଗି ରହିବ। ଆମେରିକାରେ କରାଯାଉଥିବା ଅନୁଧ୍ୟାନଗୁଡ଼ିକରୁ ଲଗାତର ଜାଣିବାକୁ ମିଳିଛି ଯେ, ଲିଙ୍ଗଗତ ସଂଖ୍ୟାଲଘୁମାନେ ଅତ୍ୟଧିକ ହିଂସାର ଶିକାର ହେଉଛନ୍ତି।
ଏଲ୍‌ଜିବିଟିଙ୍କ ପ୍ରତି ହେଉଥିବା ଏଭଳି ହିଂସା ବହୁସମୟରେ ଫାସିବାଦର ଏକ ଦାସତ୍ୱକୁ ସୂଚାଉଛି। ନାଜି ଜର୍ମାନୀରେ ଅଧିକାରୀମାନେ ସେତେବେଳେ ସମଲିଙ୍ଗିକ ଅପରାଧରେ ଅଭିଯୁକ୍ତ ବ୍ୟକ୍ତିଙ୍କର ‘ପିଙ୍କ ଲିଷ୍ଟ’ କରିଥିଲେ। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ନଜରବନ୍ଦୀ ଶିବିରକୁ ପଠାଇ ଦିଆଯାଉଥିଲା। ୧୯୯୪ ଯାଏ ସମଲିଙ୍ଗିକତା ଉପରେ କଟକଣା ଲଗାଇବା ଆଇନ ପଶ୍ଚିମ ଜର୍ମାନୀରେ ରହିଥିଲା ଏବଂ ତାହାକୁ ପ୍ରୟୋଗ କରି ପ୍ରାୟ ୧୦,୦୦୦ ଲୋକଙ୍କ ବିରୋଧରେ ମକଦ୍ଦମା କରାଯାଇଥିଲା। ଖୁବ୍‌ ନିକଟରେ ରୁଷିଆର ସୈନ୍ୟମାନେ ୟୁକ୍ରେନରେ ଏଲଜିବିଟି ଗୋଷ୍ଠୀର ସକ୍ରିୟ କର୍ମକର୍ତ୍ତାଙ୍କ ଏକ ତାଲିକା ବାଣ୍ଟିଥିବା ଜଣାପଡ଼ିଛି। ଯୌନ ଓ ଲିଙ୍ଗଗତ ସ୍ଥିତି ସମ୍ପର୍କିତ ପ୍ରଶ୍ନଗୁଡ଼ିକୁ ଲୋକେ କିଭଳି ଗ୍ରହଣ କରୁଛନ୍ତି ତା’ଉପରେ ଧ୍ୟାନ ନ ଦେଇ କେବଳ ସେମାନଙ୍କୁ ପଚାରିବା ଏକ ଆଶ୍ୱାସନା। ପ୍ରଶ୍ନ କରିବା ଦ୍ୱାରା ତାହା ଲୋକଙ୍କୁ ନିଜ ପରିଚୟର ଅନୁଭବ କରିବାକୁ ଦିଏ ଏବଂ ଲିଙ୍ଗଗତ ପ୍ରଭେଦକୁ କମାଏ ଏବଂ ଆମକୁ ସମ୍ପୂର୍ଣ୍ଣ ନାଗରିକତ୍ୱ ଅଧିକାରଗୁଡ଼ିକର ନିକଟତର କରେ।
ବ୍ରାଜିଲରେ ୨୦୨୨ ଜନଗଣନାରେ ଏଲ୍‌ଜିବିଟିକ୍ୟୁ ସମ୍ବନ୍ଧିତ ପ୍ରଶ୍ନଗୁଡ଼ିକୁ ସାମିଲ କରିବା ଲାଗି ଆଇବିଜିଇ ମନା କରିବା ପଛରେ ଏହାର ବଜେଟ୍‌ ହ୍ରାସକୁ ଦାୟୀ କରିଥିଲା ଏବଂ ଦାବି କରିଥିଲା ଯେ, ସେମାନଙ୍କୁ ସାମିଲ କଲେ ବିଳମ୍ବ ହେବ। ନ୍ୟାୟପାଳିକା ମଧ୍ୟ ସମଲିଙ୍ଗୀ ସମୁଦାୟଙ୍କ ସଂଗ୍ରାମ, ଯନ୍ତ୍ରଣା ଏବଂ ଅନୁଭବ ସବୁକୁ ଅଣଦେଖା କରି ଏହିସବୁ ପ୍ରଶାସନିକ ଯୁକ୍ତିକୁ ଗ୍ରହଣ କରିଛି। ଜନଗଣନାରେ ଏମାନଙ୍କୁ ସାମିଲ କରିବା ବୈଶ୍ୱିକ ଲଢ଼େଇରେ କେବଳ ବ୍ରାଜିଲ ଏକ ଆଗୁଆ ଦେଶ ନୁହେଁ। ନିକଟରେ ବିଶ୍ୱ ବ୍ୟାଙ୍କ ଏହିି ସମୁଦାୟଙ୍କୁ ପ୍ରଭାବିତ କରୁଥିବା ୧୬ଟି ଦେଶର ଆଇନଗୁଡ଼ିକର ବିଶ୍ଳେଷଣଭିତ୍ତିିକ ରିପୋର୍ଟ ପ୍ରକାଶ କରିଥିଲା। ଏଭଳି ଅନୁଧ୍ୟାନ ଏକ ବିରାଟ ସଫଳତା, କିନ୍ତୁ ତଥ୍ୟ ଅଭାବରୁ ବୁଝାପଡ଼ୁଛି ଯେ, ଏଲ୍‌ଜିବିଟିକ୍ୟୁ ସମୁଦାୟଙ୍କ ଅଧିକାରଗୁଡ଼ିକର ଅନ୍ତର୍ଜାତୀୟ କିମ୍ବା ତୁଳନାମତ୍କ ଭାବେ ସେହି ପ୍ରକାର ବିଶ୍ଳେଷଣ କରିବା ଏକ ବଡ଼ ନିରାଶଜନକ ଅନୁଭବ ହୋଇ ରହିଛି।
ଜନଗଣନା ପରେ ଆଇବିଜିଇ ୨୦୨୩ ଓ ୨୦୨୪ରେ ଏହା ଠାରୁ ଅପେକ୍ଷାକୃତ ଛୋଟ ଛୋଟ ସର୍ଭେରେ ଏଲ୍‌ଜିବିଟିକ୍ୟୁ ଗୋଷ୍ଠୀ ସମ୍ପର୍କିିତ ପ୍ରଶ୍ନଗୁଡ଼ିକୁ ସାମିଲ କରିବା ଯୋଜନା ବିଷୟରେ ଘୋଷଣା କରିଛି। ଏହା ସ୍ବାଗତଯୋଗ୍ୟ, କିନ୍ତୁ ଏଥିପାଇଁ ଆହୁରି ଅନେକ କରିବାକୁ ବାକି ରହିଛି। ରାଜନୈତିକ ନେତାମାନେ ବୁଝିବା ଉଚିତ ଯେ, ଏହି ସମୁଦାୟକୁ ସାମିଲ କରୁ ନ ଥିବା ଯେକୌଣସି ଜାତୀୟ ଜନଗଣନା କିମ୍ବା ସର୍ଭେ ବାସ୍ତବରେ ସେମାନଙ୍କ ନାଗରିକବର୍ଗକୁ ପ୍ରତିପାଦିତ କରିବ ନାହିଁ। ବିନା ତଥ୍ୟରେ ଆଉ ଏକ ଦଶନ୍ଧି ରହିଲେ ନିଶ୍ଚିତ ଭାବେ ବିନା ପର୍ଯ୍ୟାପ୍ତ ନୀତିରେ ଆଉ ଏକ ଦଶନ୍ଧି ବି ରହିବାକୁ ବାଧ୍ୟ ହେବା। ଲମ୍ବା ସମୟ ଧରି ଲାଗି ରହିଥିବା ଐତିହାସିକ ଅନ୍ୟାୟଗୁଡ଼ିକ ଆମ ସମୁଦାୟକୁ ଗରିବ ଓ ଅସୁରକ୍ଷିତ କରି ରଖିଛି। ଏହାସହ ଆମ ପାଇଁ କିଛି କରିବାକୁ ବି ପୂରା ଭୁଲିଯାଇଛି।
ଏଲ୍‌ଜିବିଟି ଆକ୍ଟିଭିଷ୍ଟ (ବ୍ରାଜିଲ)


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri