ଦୁର୍ବଳଙ୍କୁ ଅଣଦେଖା

ଆସନ୍ତୁ, ମେରିଟ୍‌ ବା ଯୋଗ୍ୟତା ବିଷୟରେ ଆଲୋଚନା କରିବା। ସେଥିପାଇଁ ମଧ୍ୟବିତ୍ତବର୍ଗଙ୍କ କଥା ବିଚାରକୁ ନେବା। ଭାରତରେ ଯାହାଙ୍କୁ ମଧ୍ୟବିତ୍ତବର୍ଗ କୁହାଯାଉଛି ସେମାନଙ୍କ ସଂଖ୍ୟା ବହୁତ କମ୍‌। ପରିସଂଖ୍ୟାନ ବିଶେଷଜ୍ଞମାନେ ବେଳେବେଳେ ଏହି ସଂଖ୍ୟାରେ ୨ ପ୍ରତିଶତ କମ୍‌ ବେଶିର ତ୍ରୁଟିଥିବା ଦର୍ଶାଇଥାନ୍ତି। ତେବେ ମଧ୍ୟବିତ୍ତବର୍ଗ ହେଉଛି ଜନସଂଖ୍ୟାର ସବୁଠାରୁ ପ୍ରାଧାନ୍ୟ ବିସ୍ତାରକାରୀ ବର୍ଗ। ଏହି ହେଉଛି ସେହି ବର୍ଗ ଯିଏ କି ମିଡିଆକୁ ନିୟନ୍ତ୍ରଣକରେ। ଗଣମାଧ୍ୟମର ବିଷୟବସ୍ତୁ ୩ ପ୍ରତିଶତଙ୍କ ଉପରେ ଗୁରୁତ୍ୱ ଦିଏ, ଅନ୍ୟମାନଙ୍କୁ ନୁହେଁ। ଭାରତରେ ଦଳିତ (୨୩ କୋଟି), ଆଦିବାସୀ (୧୧ କୋଟି) ଏବଂ ମୁସଲମାନ (୨୦ କୋଟି) ପ୍ରାୟ ଜନସଂଖ୍ୟାର ୪୦ ପ୍ରତିଶତ। ଆମ ଅର୍ଥ ବ୍ୟବସ୍ଥା, ଆମର ରାଜନୈତିକ କ୍ଷମତା ଢାଞ୍ଚା ଏବଂ ଆମ ଗଣମାଧ୍ୟମରେ ସେମାନଙ୍କର ପ୍ରତିନିଧିତ୍ୱ କେତେ? ଅକ୍ଟୋବର ୨୦୧୮ରୁ ମାର୍ଚ୍ଚ ୨୦୧୯ ମଧ୍ୟରେ ଭାରତରେ ହୋଇଥିବା ଏକ ଅକ୍ସଫାମ୍‌ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୧୨୧ଟି ନ୍ୟୁଜ୍‌ ରୁମ୍‌ ନେତୃତ୍ୱ ପଦବୀରେ ୧୦୬ ଜଣ ଉଚ୍ଚ ବର୍ଗର ଲୋକ ଥିଲେ। ଡିବେଟ୍‌ରେ ପ୍ରତି ୪ ଜଣ ଆଙ୍କରଙ୍କ ମଧ୍ୟରୁ ୩ ଜଣ (ହିନ୍ଦୀ ଚ୍ୟାନେଲରେ ସମୁଦାୟ ୪୦ ଜଣ ଆଙ୍କର ଏବଂ ଇଂଲିଶ ଚ୍ୟାନେଲରେ ୪୦ଜଣ) ହେଉଛନ୍ତି ଉଚ୍ଚ ଜାତିର। ଏମାନଙ୍କ ମଧ୍ୟରେ ଜଣେ ହେଲେ ଦଳିତ କିମ୍ବା ଆଦିବାସୀ ନ ଥିଲେ। ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକ ସେମାନଙ୍କ ୭୦ ପ୍ରତିଶତରୁ ଅଧିକ ପ୍ରାଇମ୍‌ଟାଇମ ଡିବେଟ୍‌ ଶୋ’କୁ ଅଧିକାଂଶ ଉଚ୍ଚଜାତିର ଲୋକଙ୍କୁ ଡାକିଥିଲେ। ଏହା ବ୍ୟତୀତ ଇଂଲିଶ୍‌ ଖବରକାଗଜରେ ୫%ରୁ ଅଧିକ ପ୍ରବନ୍ଧ ଦଳିତ ଏବଂ ଆଦିବାସୀଙ୍କ ଦ୍ୱାରା ଲେଖାଯାଉନାହିଁ। ହେଲେ ଧାରଣା ରହିଛି ଯେ, ଉଚ୍ଚବର୍ଗର ନ୍ୟାୟୋଚିତ ସ୍ଥାନକୁ ଦଳିତ ଏବଂ ଆଦିବାସୀମାନେ ଦଖଲ କରୁଛନ୍ତି ଏବଂ ସଂରକ୍ଷଣ ବ୍ୟବସ୍ଥା ‘ମେରିଟ୍‌’କୁ ବ୍ୟର୍ଥ କରୁଛି।

ସର୍ବଭାରତୀୟ ସ୍ତରରେ ସବୁ ଆଭିଜାତ୍ୟ ବର୍ଗ ଏଭଳି ମାନସିକତାକୁ ଗ୍ରହଣ କରନ୍ତି। ହେଲେ ପ୍ରକାଶିତ ଏକ ରିପୋର୍ଟର ଶୀର୍ଷକ ‘୬୦ ପ୍ରତିଶତରୁ ଅଧିକ ଓବିସି, ଏସ୍‌ସି ପଦବୀ ଆଇଆଇଏମ୍‌ଗୁଡ଼ିକରେ ଖାଲି ରହିଛି’ ଏଭଳି ବିଶ୍ୱାସକୁ ତ୍ରୁଟିପୂର୍ଣ୍ଣ ଦର୍ଶାଏ। ଅନୁଧ୍ୟାନରୁ ଜଣାପଡ଼ିଥିଲା ଯେ, ବିଶ୍ୱବିଦ୍ୟାଳୟରେ ଆଦିବାସୀଙ୍କ ପାଇଁ ସଂରକ୍ଷିତ ପ୍ରଫେସରଙ୍କ ୯୦%ରୁ ଅଧିକ ପଦବୀ ପୂରଣ ହୋଇ ନ ଥିଲା। ୪୨ଟି ବିଶ୍ୱବିଦ୍ୟାଳୟରେ ୬,୦୦୦ରୁ ଅଧିକ ପଦବୀ ମଧ୍ୟରୁ ୭୫ ପ୍ରତିଶତ ସଂରକ୍ଷିତ ବର୍ଗ ପାଇଁ ରହିଥିଲା। ଏପରିକି ଆମ ଶିକ୍ଷାନୁଷ୍ଠାନଗୁଡ଼ିକ ଯେଉଁଠାରେ ସଂରକ୍ଷଣ ଆଇନଗତ ଭାବରେ ବାଧ୍ୟତାମୂଳକ କରାଯାଇଥିଲା, ସେଠାରେ ସେସବୁ ଦଳିତ ଏବଂ ଆଦିବାସୀ ଅଧ୍ୟାପିକା/ଅଧ୍ୟାପକଙ୍କ ପାଇଁ ପାଇବା କଠିନ ଥିଲା। ଥରେ ଏହି ପ୍ରସଙ୍ଗରେ ମୁଁ ବେଙ୍ଗାଲୁରୁର ଏକ ପ୍ରତିଷ୍ଠିତ ବିଦ୍ୟାଳୟରେ ମୋ ବକ୍ତବ୍ୟରେ ଉପସ୍ଥାପନ କରିଥିଲି। ଆମେ ହେଉଛୁ ବିଶେଷାଧିକାର ପ୍ରାପ୍ତ ଓ ତାହାକୁ ସ୍ବୀକାର କରି ସେହି ଦିଗରେ କାମ କରିବା ଆମ ଦାୟିତ୍ୱ। ଯଦି ଆମେ ଭଲ ଭାରତୀୟ ଏବଂ ଭଲ ଦେଶପ୍ରେମୀ ହେବାକୁ ଚାହୁଁ, ତେବେ ଏହାର ବିକାଶରେ ଅଂଶଗ୍ରହଣ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ହୋଇପାରିବ। ଆମେ ଆମର ବିଶେଷ ଅଧିକାରକୁ ଅଲଗାକରି ରଖି ଏହାକୁ ପାଉ ନ ଥିବା ଲୋକଙ୍କୁ ଦେଇପାରିବା। ଆମ ସମ୍ବିଧାନ ଆମକୁ କହିଛି, ଭାରତ ହେଉଛି ସମାନତା, ସ୍ବାଧୀନତା ଏବଂ ଭାଇଚାରାର ଏକ ସମାଜ। କିନ୍ତୁ ଏହି ମୂଲ୍ୟବୋଧଗୁଡ଼ିକୁ ବଜାୟ ରଖିବା ଆମ ନାଗରିକଙ୍କ ଦାୟିତ୍ୱ। ଯେଉଁମାନେ ଆମଠାରୁ କମ୍‌ ସୁଯୋଗ ପାଉଛନ୍ତି ସେମାନଙ୍କୁ ଆମେ ପାଉଥିବା ସୁବିଧାରୁ କିଛି ଏବଂ ସ୍ବେଚ୍ଛାକୃତ ଭାବରେ ସଂରକ୍ଷଣ ଦେଇପାରିବା। ହେଲେ ଏଭଳି ବକ୍ତବ୍ୟ ସେହି ବିଦ୍ୟାଳୟରେ ଗ୍ରହଣୀୟ ହୋଇ ନ ଥିଲା। ଛାତ୍ରମାନେ ଏହି ଧାରଣାକୁ ଘୃଣା କରୁଥିଲେ। ସେମାନେ ଅନୁଭବ କରୁଥିଲେ ଯେ, ଯୋଗ୍ୟତା ବା ମେରିଟ୍‌ ମାଧ୍ୟମରେ ବିଦ୍ୟାଳୟରେ ସ୍ଥାନ ହାସଲ କରିଛନ୍ତି। ଅନ୍ୟମାନଙ୍କ ପାଇଁ ସ୍ଥାନ ନ ଥିଲେ ବି ସେଥିରେ ସେମାନେ ଚିନ୍ତିତ ନ ଥିଲେ। ଏପରିକି ସଂରକ୍ଷଣ ଧାରଣାକୁ ନେଇ ମାତାପିତା କ୍ରୋଧିତ ହୋଇଥିଲେ। ଅବଶ୍ୟ ଏଥିରେ ମୁଁ ନିରାଶ ହୋଇଥିଲି, କିନ୍ତୁ ଆଶ୍ଚର୍ଯ୍ୟ ହୋଇ ନ ଥିଲି। ଏହା ହେଉଛି ଆମ ସମାଜର ଚିନ୍ତାଧାରା। ଏଭଳି ଏକ ସମାଜ ସୃଷ୍ଟି କରିଥିବା ବିଦ୍ୟାଳୟଟି ସମାଜଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ଆଶା କରିବା ବୃଥା। ଦର୍ଶକମାନେ ଏବଂ ଏଥିରେ ଥିବା ପିଲାମାନେ ଯଦି ଭାରତର ବାସ୍ତବତା ଏବଂ ତଥ୍ୟକୁ ଭଲ ଭାବରେ ଜାଣିଥାଆନ୍ତେ, ତେବେ ସେମାନେ ଏଭଳି ଦୃଷ୍ଟିକୋଣ ଜାରି ରଖି ନ ଥାଆନ୍ତେ।

ଆମେ ସମସ୍ତେ ମଣିଷ ଏବଂ ମାନବିକତାର ମୂଳରେ ଅଛି ଭ୍ରାତୃତ୍ୱ। ଯଦି ସେମାନେ ବାସ୍ତବତା ଉପଲବ୍ଧି କରିଥାଆନ୍ତେ, ତେବେ ଅନ୍ୟ ଭାରତୀୟଙ୍କ ଉପରେ ସେମାନଙ୍କର ମତ ଭିନ୍ନ ରହିଥାନ୍ତା ଓ ସହାନୁଭୂତି ସୃଷ୍ଟି ହୋଇଥାଆନ୍ତା। କିନ୍ତୁ ଏକ ସଂକ୍ଷିପ୍ତ ସମୟର କଥା ଏକ ପୁସ୍ତକ ନୁହେଁ। ୩୦ ମିନିଟ୍‌ର ବକ୍ତବ୍ୟରେ ଏକ ଗମ୍ଭୀର ବିଷୟରେ ସମ୍ପୂର୍ଣ୍ଣ ଜଣାଇବା ସମ୍ଭବ ନ ଥିଲା। ମୋ ହସ୍ତକ୍ଷେପର କୌଣସି ଅର୍ଥ ନ ଥିଲା। ପିଲା ଏବଂ ସେମାନଙ୍କ ମାତାପିତାଙ୍କଠାରୁ ବିଦାୟ ନେଲି। ସେମାନେ ଯାହା ଜାଣିଥିଲେ ତା’ଠାରୁ ଅଧିକ କିଛି ସେମାନଙ୍କୁ ଜ୍ଞାତ ନ ଥିଲା। କାରଣ ହେଉଛି ଭାରତ ଏକ ବୃହତ୍‌ ଶକ୍ତିରେ ପରିଣତ ହେବ ବୋଲି ଆକଳନ କରୁଥିବାବେଳେ ଆମେ ଦରିଦ୍ର, ବଞ୍ଚତ୍ତ ଏବଂ ଦୁର୍ବଳ ଶ୍ରେଣୀଙ୍କୁ ଅଣଦେଖା କରିଚାଲିଛୁ। ବାସ୍ତବତା ହେଉଛି, ବର୍ତ୍ତମାନ ଦେଶର ମୋଟ ଜନସଂଖ୍ୟାର ଅଧିକାଂଶ ଦାରିଦ୍ର୍ୟ କିମ୍ବା ଅଭାବରେ ମରିବେ। ଏହା ନିଶ୍ଚିତ ଯେ, ଭାରତରେ ପରିବର୍ତ୍ତନ ଆସିବ, ଯାହା ସବୁ ସମାଜକୁ ଠିକ୍‌ ସମୟରେ ଆସେ। କିନ୍ତୁ ଆମେ ଚାହଁିଲେ ଏହାକୁ ଶୀଘ୍ର ଆଣିପାରିବା। କଥା ହେଉଛି ଯେଉଁ ଦେଶରେ ପ୍ରତିରକ୍ଷା ଖର୍ଚ୍ଚ ସ୍ବାସ୍ଥ୍ୟର ୪ ଗୁଣ ଅଧିକ, ଯାହାର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଖର୍ଚ୍ଚ ଶିକ୍ଷାର ୫ ଗୁଣ, ସେହି ଦେଶରେ ଅନେକ କୋଟି ଲୋକ ଯନ୍ତ୍ରଣା ଭୋଗିଚାଲିବେ। ଗରିବର ଅଧିକାରକୁ ଦଖଲକରି ବୁଲେଟ ଟ୍ରେନ୍‌ ଚଳାଇବା ଭଳି କାର୍ଯ୍ୟକୁ ପ୍ରାଥମିକତା ଦେବାର ଅର୍ଥ ଭାରତରେ କୌଣସି ବ୍ୟବସ୍ଥିତ ସମାଜ ନାହିଁ ବୋଲି ବୁଝିବାକୁ ହେବ। ତେଣୁ ଏହାକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିବା ଆମର ଦାୟିତ୍ୱ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?