ପୁରୁଣାକୁ ଅଣଦେଖା, ନୂଆ ପାଇଁ ଯୋଜନା

ବ୍ରହ୍ମପୁର ଅଫିସ,୧୯ା୧୦: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) କାର୍ଯ୍ୟାଳୟ ପରିସରରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଏବେ ଅଚଳ ହୋଇ ଖତ ଖାଉଛି। ଏହାକୁ ମରାମତି ଦିଗରେ କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଅନ୍ୟପଟେ ବର୍ଷାଋତୁରେ ସହରକୁ ଜଳବନ୍ଦୀରୁ ମୁକ୍ତ ପାଇଁ ନୂତନ ଯନ୍ତ୍ରପାତି କିଣିବାକୁ ନିକଟରେ ଏକ ବୈଠକରେ ବିଏମ୍‌ସି ଯୋଜନା କରିଛି। କିନ୍ତୁ ବିଏମ୍‌ସିରେ ପୂର୍ବରୁ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି କିଣାଯାଇ ରକ୍ଷଣାବେକ୍ଷଣ କରାଯାଉ ନ ଥିବା ବେଳେ ପୁଣି ଥରେ ନୂତନ ଜିନିଷ କିଣିବା ନିମନ୍ତେ ଯୋଜନା କରାଯିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟପଟେ ଲକ୍ଷାଧିକ ଟଙ୍କାର ମେଶିନ ମରାମତି ହେଉ ନ ଥିବା ବେଳେ ବିଏମ୍‌ସି ପକ୍ଷରୁ ୭ କୋଟି ୪୧ ଲକ୍ଷ ଟଙ୍କାର ଯନ୍ତ୍ରପାତି କିଣିବା ପାଇଁ ଯୋଜନା କରାଯାଇଛି, ଯାହାକୁ ନେଇ ଗତ ୮ ତାରିଖରେ ବିଏମ୍‌ସି ମେୟରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ନୂତନ ଯନ୍ତ୍ରପାତି କିଣିବା ବିଷୟରେ ଆଲୋଚନା ହୋଇଥିଲା। ଏଗୁଡ଼ିକ ମଧ୍ୟରେ ୧ କୋଟି ଟଙ୍କା ବ୍ୟୟରେ ୨ଟି ଗାଡି, ଡ୍ରେନ୍‌ ସଫା ନିମନ୍ତେ ୮୧ ଲକ୍ଷ ଟଙ୍କାର ମେଶିନ, ୬୬ ଲକ୍ଷ ଟଙ୍କାର ୨ଟି ଲ୍ୟାଡର, ୩୦ ଲକ୍ଷ ଟଙ୍କାର ୨ ଛୋଟ ଡ୍ରୋଜର, ୨୩ ଲକ୍ଷ ଟଙ୍କାରେ ହାଇଡ୍ରୋଲିକ ପ୍ଲାଟଫର୍ମ, ଗଛକଟା ମେଶିନ, ଘାସକଟା ମେଶିନ, ଫଗିଂ ମେଶିନ ଭଳି ୧୬ ମେଶିନ କ୍ରୟ ପାଇଁ ନିଗମ ପକ୍ଷରୁ ଯୋଜନା ହୋଇଥିଲା, ଯାହାର ମଞ୍ଜୁରୀ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି।
ନିଗମ ପକ୍ଷରୁ ପୂର୍ବରୁ କିଣାଯାଇଥିବା ଯନ୍ତ୍ରପାତିଗୁଡିକର ମରାମତି କିମ୍ବା ଉଚିତ ରକ୍ଷଣାବେକ୍ଷଣ କରାଯାଉ ନ ଥିବା ବେଳେ ବର୍ତ୍ତମାନ ପୁଣି ଥରେ ନୂତନ ଯନ୍ତ୍ରପାତି କିଣାଯିବା ପରେ ରକ୍ଷଣାବେକ୍ଷଣକୁ ନେଇ ନାନା ଆଶଙ୍କା ଦେଖାଦେଇଛି। ଏ ନେଇ ବିଏମ୍‌ସି ସାନିଟେଶନ ବିଭାଗର ସାଗରିକା ଖଣ୍ଡୁଆଳଙ୍କ ସହ ଯୋଗାଯୋଗ କରିବାରୁ ଭାକ୍ୟୁମ ମେଶିନ ମରାମତି ନିମନ୍ତେ ଚିଠି ହୋଇଛି। ଖୁବ୍‌ ଶୀଘ୍ର ଏହାର ମରାମତି କରାଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ବିଏମ୍‌ସି ପକ୍ଷରୁ ଗତ ୨ ବର୍ଷ ତଳେ ସହରାଞ୍ଚଳ ରାସ୍ତା ଓ ବାଣିଜି୍ୟକ ପ୍ରତିଷ୍ଠାନ ସ୍ଥାନରେ ସଫେଇ ନିମନ୍ତେ ୨ଟି ଆଣ୍ଟି ଲିଟେରିଂ ଭାକ୍ୟୁମ କ୍ଲିନର ୨୩ ଲକ୍ଷ ଟଙ୍କା ମୂଲ୍ୟରେ କିଣାଯାଇଥିଲା। ଏହାକୁ ପଲିଥିନ, ଗୁଟ୍‌ଖା ଜରି, ଶୁଖିଲା ପତ୍ର ଓ ଆବର୍ଜନାଗୁଡିକୁ ସଂଗ୍ରହ ନିମନ୍ତେ ବ୍ୟବହାର କରାଯିବ। ମେଶିନ ଚଲାଇବା ପାଇଁ ୩ ଜଣ କର୍ମଚାରୀଙ୍କ ଆବଶ୍ୟକ ପଡିଥାଏ। ଏହି ମର୍ମରେ ମେଶିନ ବ୍ୟବହାର ନିମନ୍ତେ ବିଏମ୍‌ସି ସାନିଟେଶନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ତଦନୁଯାୟୀ, ସାନିଟେଶନ ବିଭାଗ ପକ୍ଷରୁ ଗୋଟିଏ ମେଶିନ ପିଛା ୩ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇ ସହରର ମୁଖ୍ୟ ରାସ୍ତାରେ ପଡିଥିବା ପଲିଥିନଠାରୁ ଆରମ୍ଭ କରି ଶୁଖିଲା ଆବର୍ଜନା ସଂଗ୍ରହ ନିମନ୍ତେ ବ୍ୟବହାର କରାଗଲା। ଏଥିସହ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିିଡିଏ)କୁ ମଧ୍ୟ ଏକ ମେଶିନ ପ୍ରଦାନ କରାଯାଇଥିଲା। ବିଡିଏ ପକ୍ଷରୁ ମଧ୍ୟ ସଫେଇ କ୍ଷେତ୍ରରେ ମେଶିନ ବ୍ୟବହାର କରାଯାଇଥିଲା। କିନ୍ତୁ ବ୍ୟବହାରର କିଛି ଦିନ ପରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। କର୍ମଚାରୀଙ୍କ ଅସାବଧାନତା ଓ ପ୍ରଶିକ୍ଷଣ ଅଭାବରୁ ତ୍ରୁଟି ଦେଖାଦେଇଥିବା ନେଇ ସାନିଟେଶନ ବିଭାଗ ପକ୍ଷରୁ କୁହାଯାଇଥିଲା। ଏହାର କିଛି ଦିନ ପରେ ମରାମତି କରାଯାଇ ପୁଣି ବ୍ୟବହାର ହୋଇଥିଲା। କିନ୍ତୁ ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ୨ଟି ମେଶିନ ସଂପୂର୍ଣ୍ଣ ଅଚଳ ହୋଇ ବିଏମ୍‌ସି ଓ ବିଡିଏ କାର୍ଯ୍ୟାଳୟ ପରିସରରେ ଦୀର୍ଘ ଦିନ ଧରି ପଡିରହିଛି। ଏହାକୁ ମରାମତି କରିବା ଦିଗରେ ବିଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଫଳରେ ଲକ୍ଷାଧିକ ଟଙ୍କାର ମେଶିନ ଖରା ବର୍ଷାରେ ଖତ ଖାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri