ଆଶାସାଥୀଙ୍କୁ ଉପେକ୍ଷା: ଜିଲାପାଳଙ୍କୁ ହେଲେ ଫେରାଦ

ବରଗଡ଼ ଅଫିସ,୧୯।୧: ଆଶାସାଥୀଙ୍କ ପ୍ରତି ରାଜ୍ୟ ସରକାର ଅଣଦେଖା ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ବରଗଡ଼ ଜିଲା ଆଶାସାଥୀ ସଂଘ ମଙ୍ଗଳବାର ବରଗଡ଼ ଜିଲାପାଳଙ୍କୁ ଫେରାଦ ହୋଇଛି। ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ର୍ମିଧା ଟପ୍ପୋଙ୍କୁ ଭେଟି ସେମାନେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ମାସିକ ୬ହଜାର ଟଙ୍କା, ୟୁନିଫର୍ମ ପ୍ରଦାନ, ଦକ୍ଷତା ବୃଦ୍ଧି ପାଇଁ ତାଲିମ ପ୍ରଦାନ, ପଦୋନ୍ନତି ବ୍ୟବସ୍ଥା ଏବଂ ସରକାରଙ୍କ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି ହୋଇଛି। ସ୍ମାରକପତ୍ର ପ୍ରଦାନ ସମୟରେ ଭାଜପା ଜିଲା ସଭାପତି ଅଶ୍ବିନୀ ଷଡଙ୍ଗୀ, ସୁରେଶ୍ବର ଶତପଥୀ, ପ୍ରୀତମ ସିଂଙ୍କ ସମେତ ଆଶାସାଥୀ ସଂଘର ସମସ୍ତ କର୍ମକର୍ତ୍ତା, ସଭ୍ୟାବୃନ୍ଦ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ମାରାଥନ୍‌: ସମ୍‌ସଦ୍‌ ଆରା, ମୁକୁନ୍ଦ ଚାମ୍ପିଅନ

ପୁରୀ ଅଫିସ,୨୩।୧: ପ୍ରାକୃତିକ ବିପର୍ଯ୍ୟୟ ସଚେନତନା ସୃଷ୍ଟି ନିମନ୍ତେ ଗୁରୁବାର ସକାଳେ ପୁରୀରେ ମିନି ମାରାଥନ୍‌ ଅନୁଷ୍ଠିତ ହୋଇଯାଇଛି। ମହିଳାବର୍ଗରେ ସମ୍‌ସଦ୍‌ ଆରା ବେଗମ୍‌ ଏବଂ...

ଓଡ଼ିଶାରେ ଓମିକ୍ରନ ସନ୍ଦିଗ୍ଧ

କଟକ ଅଫିସ,୧୮ା୧୨: କଟକରେ ସନ୍ଦିଗ୍ଧ ଓମିକ୍ରନ ରୋଗୀ ସାମ୍ନାକୁ ଆସିବା ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି। ଜଣେ ନାଇଜେରିଆ ଫେରନ୍ତାଙ୍କ ପିଜିଟିଭ୍‌...

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ଜୀବନ ଗଲା

ଟିକିରି,୩୦ା୯(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଶଙ୍କରଅଡ଼ା ପଞ୍ଚାୟତ ଚଣା ପୁକେଲ ଗ୍ରାମରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଟିକିରି ଅଞ୍ଚଳର କୃଷ୍ଣ ମାଝି ସ୍ତ୍ରୀ...

ପୋଲ ନିର୍ମାଣ ଦାବିରେ ଜିଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କୋରାପୁଟ,୧୦।୨(ସ୍ବ.ପ୍ର.) : କୋରାପୁଟ ଜିଲା ଦଶମନ୍ତପୁର ବ୍ଲକର ମାଳିମୁଣ୍ଡାଠାରୁ ଡୁମୁରିଗୁଡା ଗ୍ରାମ ମଧ୍ୟରେ ଏକ ପୋଲ ନିର୍ମାଣ ଦାବିରେ ଡୁମୁରିଗୁଡ଼ା ଗ୍ରାମବାସୀ ବୁଧବାର ଜିଲାପାଳଙ୍କ ଦ୍ୱାରସ୍ଥ...

ବେଆଇନ ଇଟାଭାଟି, ବାଲି ଚାଲାଣ ଉପରେ ଲାଗୁନି ରୋକ

ରତ୍ନଗିରି,୨୧।୧(ଡିଏନଏ): ବରୀ ତହସିଲ ଅଧୀନ ବିଭିନ୍ନ ପଞ୍ଚାୟତରେ ବେଆଇନ ଇଟାଭାଟି ସହିତ ଚୋରାବାଲି ଚାଲାଣ ଉପରେ ପ୍ରଶାସନ ରୋକ ଲଗାଇ ନ ଥିବାରୁ ରାଜସ୍ବ ହାନୀ...

ପିଇଲା ପାଏନ୍‌ ସମସିଆରେ ଯୁଝୁଛନ୍‌ କୁଟ୍ରୁ ଗଁ।ବାସୀ:ଏକା ଝରନ୍‌ ପାଏନ୍‌ ସାହାଭରସା

କୋକସରା,୨୭।୭ (ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଁଚେତ୍‌ ଆଦିବାସୀ ବହୁଲ ହେଇଥିଲାବେଲେ ପଁଚେତ୍‌ର ଅନେକ ଗଁ। ଜଂଗଲ ଭିତରେ ରହିଛେ। ସେନ୍‌ତା ସାହାଜଖୋଳ...

ମିଶନ ଇନ୍ଦ୍ରଧନୁଷ୍‌ ଟାସ୍କ ଫୋର୍ସ ବୈଠକ

ଫୁଲବାଣୀ ଅଫିସ, ୨୫ା୧୨- ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ସଶକ୍ତ ମିଶନ ଇନ୍ଦ୍ରଧନୁଷ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡା. ବୃନ୍ଦା ଡି....

ଅଗ୍ନିପଥକୁ ବିରୋଧ କରି ଜୟପୁରରେ ବିକ୍ଷୋଭ

ଜୟପୁର,୧୮ା୬ (ନି.ପ୍ର.): ଅଗ୍ନିପଥକୁ ବିରୋଧ କରି ଅଖିଳ ଭାରତ ଯୁବ ସଂଘ ପକ୍ଷରୁ ଜୟପୁର ମୁଖ୍ୟ ଟ୍ରାଫିକ ଛକରେ ଶନିବାର ଗଣବିକ୍ଷୋଭ କରାଯାଇଥିଲା। ଏପରିକି ତୁରନ୍ତ...

Advertisement
Archives

Model This Week