ଶ୍ରୀଲଙ୍କାର ବେଖାତିର

ଶେଷରେ ଚାଇନା ଜାହାଜ ‘ୟୁଆନ୍‌ ଓ୍ବାଙ୍ଗ୍‌ ୫’ ଶ୍ରୀଲଙ୍କାର ହମ୍ବନ୍‌ଟୋଟା ବନ୍ଦରରେ ୧୬ ଅଗଷ୍ଟରେ ପହଁଞ୍ଚିଲା। ଏହାକୁ ଶ୍ରୀଲଙ୍କାର ସାଂସଦ ଓ ଚାଇନା ଅଧିକାରୀମାନେ ବନ୍ଦରରେ ସ୍ବାଗତ କରିଥିବା ଦେଖାଯାଇଛି। ଭାରତ ଆଶଙ୍କା ବ୍ୟକ୍ତ କରିଥିଲା ଯେ ଚାଇନାର ଏହି ଗୁପ୍ତଚରୀ ଜାହାଜ ଭାରତ ମହାସାଗରରେ ବୁଲିଲେ ତାହା ଦେଶର ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିବ। ବିଶେଷକରି ଓଡ଼ିଶାର ଅବଦୁଲ କଲାମ ଦ୍ୱୀପ ବା ହ୍ବିଲର ଦ୍ୱୀପରୁ ଭାରତ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଛାଡ଼ିଲେ ଚାଇନାର ୟୁଆନ୍‌ ଓ୍ବାଙ୍ଗ୍‌ ୫ରେ ଥିବା ସେନ୍‌ସର ତାହାକୁ ଠାବ କରିବାରେ ସକ୍ଷମ ହେବ ବୋଲି କୁହାଯାଉଛି। ସେଥିପାଇଁ ଶ୍ରୀଲଙ୍କାକୁ ଭାରତ ସତର୍କ କରାଇ ଦେଇଥିଲା। ଏପରି କି ଆମେରିକା ମଧ୍ୟ ଚାଇନାର ଏଭଳି ପଦକ୍ଷେପକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲା। ହେଲେ ଚାଇନା କହିଛି ଯେ, ଏହି ଜାହାଜ ସାମୁଦ୍ରିକ ବୈଜ୍ଞାନିକ ଗବେଷଣା ଲାଗି ଉଦ୍ଦିଷ୍ଟ। କିନ୍ତୁ ସାଧାରଣରେ ଚାଇନାର ଏହି ଧରଣର ଜାହାଜ ଉପଗ୍ରହ ଠାବ ଓ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ଗତିବିଧି ଲକ୍ଷ୍ୟ କରିବା ଲାଗି ପିପୁଲ୍ସ ଲିବରେଶନ ଆର୍ମି ଷ୍ଟ୍ରାଟେଜିକ୍‌ ସପୋର୍ଟ ଫୋର୍ସ ଦ୍ୱାରା ବ୍ୟବହୃତ ହୋଇଥାଏ। ଏଥିରୁ ସହଜରେ ବୁଝି ହେଉଛି ଯେ, ଶ୍ରୀଲଙ୍କା ସମର୍ଥନରେ ଚାଇନା ଜାଣିଶୁଣି ଏହାକୁ ଭାରତ ମହାସାଗରରେ ବୁଲେଇବାର ଯୋଜନା କରିଛି। ଅନ୍ତର୍ଜାତୀୟ ସମୁଦାୟକୁ ପରୋକ୍ଷରେ କହିଛି ଯେ, ‘ୟୁଆନ୍‌ ଓ୍ବାଙ୍ଗ୍‌ ୫’ ସାମୁଦ୍ରିକ ବୈଜ୍ଞାନିକ ଗବେଷଣା ଲାଗି ମୁତୟନ କରୁଛି।
ଏହି ବିବାଦର ପୃଷ୍ଠଭୂମିକୁ ଦେଖିଲେ ଶ୍ରୀଲଙ୍କାର ହମ୍ବନ୍‌ଟୋଟା ବନ୍ଦରରେ ଚାଇନାର ଏହି ଜାହାଜ ୧୧ ଅଗଷ୍ଟରେ ପହଞ୍ଚତ୍ବାର ଥିଲା। ଏହା ପୂର୍ବରୁ ଭାରତ ତା’ର ଉଦ୍‌ବେଗ ଶ୍ରୀଲଙ୍କା ରାଷ୍ଟ୍ରପତି ରନିଲ୍‌ ବିକ୍ରମସିଂଘେଙ୍କୁ ଜଣାଇ ଦେଇଥିଲା। ଏଥିସହିତ ନିକଟରେ କାମ୍ବୋଡିଆ ରାଜଧାନୀ ଫେନୋମ୍‌ ଫେନ୍‌ଠାରେ ଅନୁଷ୍ଠିତ ଆସିଆନ୍‌ ସମ୍ମିଳନୀ ଅବସରରେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଅଲି ସାବ୍ରିଙ୍କ ମଧ୍ୟରେ ଉପରୋକ୍ତ ବିଷୟ ନେଇ ଆଲୋଚନା ହୋଇଥିଲା। ସେହି ସମୟରେ ଶ୍ରୀଲଙ୍କାର ଆର୍ଥିକ ପୁନରୁଦ୍ଧାର ଲାଗି ଭାରତ ସବୁ ପ୍ରକାର ସାହାଯ୍ୟ କରିବ ବୋଲି ଜୟଶଙ୍କର ପ୍ରତିଶ୍ରୁତି ଦେଇଥିଲେ। କେବଳ ସେତିକି ନୁହେଁ, ଶ୍ରୀଲଙ୍କାରେ ରାଜନୈତିକ ଅରାଜକତା ଓ ଅର୍ଥନୈତିକ ଦୁଃସ୍ଥିତି ଦେଖି ଭାରତ ମଧ୍ୟ ଅନେକ ସହାୟତା ଯୋଗାଇଛି। ଏତେ ସତ୍ତ୍ୱେ ଚାଇନା ଜାହାଜକୁ ଶ୍ରୀଲଙ୍କା ଅନୁମତି ଦେବା ବିଷୟକୁ ଚିନ୍ତା କଲେ ନୂଆଦିଲ୍ଲୀ ଅପେକ୍ଷା ବେଜିଂ ଆଡ଼କୁ କଲମ୍ବୋ ଅଧିକ ଢଳି ରହିଛି। ଏହାର ମୁଖ୍ୟ କାରଣ ହୋଇପାରେ ଯେ, ଭାରତ ତା’ର ପଡ଼ୋଶୀ ଦେଶଗୁଡ଼ିକ ସହ କୂଟନୈତିକ ସମ୍ପର୍କ ସୁଦୃଢ଼ କରିବାରେ ବିଫଳ ହୋଇଛି। ଅନ୍ୟପକ୍ଷରେ ସମ୍ଭବତଃ ଶ୍ରୀଲଙ୍କା ଭାବି ନେଇଛି ଯେ, ଚାଇନାଠାରୁ ଆଣିଥିବା ଋଣ ହ୍ରାସ କରିବା ଦିଗରେ ୟୁଆନ୍‌ ଓ୍ବାଙ୍ଗ୍‌ ୫ ଜାହାଜ ହମ୍ବନ୍‌ଟୋଟାରେ ପହଞ୍ଚତ୍ବା ଅତି ଗୁରୁତ୍ୱପୂର୍ଣ୍ଣ ଥିଲା। ଉଲ୍ଲେଖଯୋଗ୍ୟ ଯେ, ହମ୍ବନ୍‌ଟୋଟା ବନ୍ଦରକୁ ଚାଇନା ୯୯ ବର୍ଷିଆ ଲିଜ୍‌ରେ ନେଇଯାଇଛି।
‘ପଡ଼ୋଶୀ ପ୍ରଥମ’ କହି ଜୟଶଙ୍କର ଯେତେ ପ୍ରକାର କଥା କହୁଥିଲେ ମଧ୍ୟ ଶ୍ରୀଲଙ୍କା ପକ୍ଷରୁ ସହଯୋଗ ନ ମିଳିବା ସୂଚାଇ ଦେଉଛି ଯେ ଭାରତର ବୈଦେଶିକ ନୀତି ବିଫଳ ହୋଇଛି। ବୃହତ୍‌ ବିକଶିତ ରାଷ୍ଟ୍ରଙ୍କ କଥା ଦୂରେ ଥାଉ ଆର୍ଥିକ ଦୁର୍ଗତିର ସମ୍ମୁଖୀନ ହେଉଥିବା ଶ୍ରୀଲଙ୍କା ମଧ୍ୟ ଭାରତକୁ ଖାତିର କଲା ନାହିଁ। ଦେଶ ଭିତରେ ବଡ଼ ପାଟିରେ ଚିଲେଇ ନିଜ ପିଠି ଥାପୁଡ଼େଇବା ଭିତରେ ଆମ କାର୍ଯ୍ୟ ସୀମିତ ରହିଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri