Posted inଖେଳ

ମ୍ୟାଚ୍‌ ଜିତିବାର ଥିଲେ ଟସ୍‌ ଜିତ

ନୂଆଦିଲ୍ଲୀ,୧।୪: ମାର୍ଚ୍ଚ ୨୬ରୁ ଆରମ୍ଭ ହୋଇଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଟୁର୍ନାମେଣ୍ଟ ଆରମ୍ଭ ହେବା ଦିନରୁ ଟସ୍‌ ଜିତିବା ହିଁ ବିଜୟର ଫର୍ମୁଲା ପାଲଟିଛି। କାରଣ ଏଯାବତ ହୋଇଥିବା ଲିଗ୍‌ରେ ମୋଟ ୭ ମୁକାବିଲା ଖେଳାଯାଇଥିବା ବେଳେ ସେଥିରୁ ୬ ମ୍ୟାଚ୍‌ ଟସ୍‌ ଜିତିଥିବା ଟିମ୍‌ ଜିତିଛି। ଟସ୍‌ ଜିତୁଥିବା ଟିମ୍‌ ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଉଛି। ପରେ ଲକ୍ଷ୍ୟ ଯେତେ ବଡ଼ ହେଉ ନା କାହିଁକି ତାକୁ ଟିମ୍‌ ହାସଲ କରିନେଉଛନ୍ତି।

କରୋନା କଟକଣା ମଧ୍ୟରେ ଆଇପିଏଲ୍‌ଣ ସମସ୍ତ ମୁକାବିଲା ମହାରାଷ୍ଟ୍ରର ୪ ଷ୍ଟାଡିୟମରେ ଖେଳାଯାଉଛି। ଏସବୁ ମଇଦାନରେ ପ୍ରଥମେ ବୋଲିଂ କରୁଥିବା ଟିମ୍‌କୁ ଲାଭ ମିଳୁଛି। ଏହି କାରଣରୁ ଖେଳାଯାଇଥିବା ମ୍ୟାଚ୍‌ଗୁଡ଼ିକରେ ଟସ୍‌ ଜିତିବା ପରେ ଦଳଗୁଡ଼ିକ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଉଛନ୍ତି। ଆଇପିଏଲ୍‌ର ଏହି ସିଜନ୍‌ରେ ଏଯାବତ ସନରାଇଜର୍ସ ହାଇଦ୍ରାବାଦ ଏକମାତ୍ର ଦଳ ଯିଏ ଟସ୍‌ ଜିତିବା ସତ୍ତ୍ୱେ ପରାଜୟର ସମ୍ମୁଖୀନ ହୋଇଛି।

ଟସ ଜିତି ପ୍ରଥମେ ବୋଲିଂ କରି ମ୍ୟାଚ ଜିତିଥିବା ଦଳ:
-ଏହି ସିଜନର ପ୍ରଥମ ମ୍ୟାଚ୍‌ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ଦଳ ମଧ୍ୟରେ ଖେଳାଯାଇଥିଲା। ଚେନ୍ନାଇ ଦଳ ୫ ଉଇକେଟ ହରାଇ ୧୩୧ ରନ ସଂଗ୍ରହ କରିଥିଲା। ଜବାବରେ ୧୮.୩ ଓଭରରେ ୧୩୩ ସ୍କୋର କରି କୋଲକାତା ମ୍ୟାଚ୍‌ ଜିତିଥିଲା।

-ଦ୍ୱିତୀୟ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୫ ଉଇକେଟ ହରାଇ ୧୭୭ ସ୍କୋର କରିଥିଲା। ୧୮.୨ ଓଭରରେ ୬ ଉଇକେଟ ହରାଇ ୧୭୯ ସ୍କୋର କରି ଦିଲ୍ଲୀ ବିଜେତା ହୋଇଛି।

-ତୃତୀୟ ମ୍ୟାଚ୍‌ ପଞ୍ଜାବ ବିପକ୍ଷରେ ଆରସିବି ୨୦୫ ରନ ସଂଗ୍ରହ କରିଥିଲା। ପଞ୍ଜାବ ୧୯ ଓଭରରେ ୫ ଉଇକେଟ ହରାଇ ୨୦୮ ରନ ସଂଗ୍ରହ କରି ଜିତିଥିଲା।

-ଚତୁର୍ଥ ମ୍ୟାଚ୍‌ରେ ଲକ୍ଷ୍ନୌ ଗୁଜୁରାଟ ବିପକ୍ଷରେ ୬ ଉଇକେଟ ହରାଇ ୧୫୮ ରନ ସଂଗ୍ରହ କରିଥିଲା। ୧୯.୪ ଓଭରରେ ୫ ଉଇକେଟ ୧୬୧ ସ୍କୋର କରି ଗୁଜୁରାଟ ମ୍ୟାଚ ଜିତିଥିଲା।

– ଷଷ୍ଠ ମ୍ୟାଚ୍‌ରେ କୋଲକାତା ୧୮.୫ ଓଭରରେ ୧୨୮ ରନ ପାଇଁ ଆରସିବିକୁ ଅଟକାଇଥିଲେ। ଏହାର ଜବାବରେ ଆରସିବି ୧୯.୨ ଓଭରରେ ୭ ଉଇକେଟ ହରାଇ ୧୩୨ ରନ ସଂଗ୍ରହ କରି ମ୍ୟାଚ୍‌ ଜିତିଥିଲା ।
-ସପ୍ତମ ମ୍ୟାଚରେ ଚେନ୍ନାଇ ଗୁଜୁରାଟ ବିପକ୍ଷରେ ୭ ଉଇକେଟ ହରାଇ ୨୧୦ ରନ ସଂଗ୍ରହ କରିଥିଲା। ଜବାବରେ ଲକ୍ଷ୍ନୌ ୧୯.୩ ଓଭରରେ ୪ ଉଇକେଟ ହରାଇ ୨୧୧ ସ୍କୋର କରି ମ୍ୟାଚ୍‌ ଜିତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପରି ପାକିସ୍ତାନରେ ବି ମିଳେ ମାଗଣା ରାସନ; ନଗଦ ଟଙ୍କାକୁ ଚାଉଳ,ଅଟା-ଚିନି…

ନୂଆଦିଲ୍ଲୀ,୨୯।୮: ଭାରତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଥାଏ, ଯାହା ଉପରେ ସରକାର ବାର୍ଷିକ…

ନିଟ୍‌ରେ ୧୫,୨୭୨ ରାଙ୍କ: ଆଦିତ୍ୟଙ୍କୁ ସମ୍ବର୍ଦ୍ଧନା

ରାଇକିଆ, ୨୯।୮ (ପ୍ରଦୀପ ବେହେରା): ଚଳିତ ବର୍ଷ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିଥିବା ରାଇକିଆର ଛାତ୍ର ଆଦିତ୍ୟ ପାତ୍ରଙ୍କୁ ରାଇକିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର…

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

କୂଅ ଭିତରେ ପଡ଼ିଛି ଦୁଇ ହେଟାବାଘ, ଉଦ୍ଧାର ପାଇଁ ବନ ବିଭାଗର ପ୍ରୟାସ

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ବୋବେଇ ପଞ୍ଚାୟତ ଅନ୍ତର୍ଗତ ବୋବେଇ ଗ୍ରାମରେ ଏକ ଜମି ଭିତରେ ଥିବା କୂଅରେ ଦୁଇଟି ହେଟାବାଘ ପଡ଼ିଛି। ଗ୍ରାମବାସୀ ହେଟାବାଘ…

ସେପ୍ଟେମ୍ୱରରେ ୩,୬ ଓ ୨୬ ତାରିଖ ଭାରି ଖାସ୍‌: ୩ ରାଶିଙ୍କ କ୍ୟାରିୟରରେ ହେବ ଉନ୍ନତି, ଅଚାନକ ଟଙ୍କା…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ସୁଖ, ବୈଭବ, ଭୋଗବିଳାସ, ବିବାହ, ପ୍ରେମ ଏବଂ ସୌନ୍ଦର୍ଯ୍ୟ ଆଦିର କାରକ ଗ୍ରହ ବୋଲି ଧରାଯାଏ। ଶୁକ୍ର ଯେତେବେଳେ ବି ରାଶି ପରିବର୍ତ୍ତନ…

ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ହତ୍ୟା: ପାଇଖାନା ଟାଙ୍କିରେ ପୋତିଦେଲେ….

ଢେଙ୍କାନାଳ,୨୯।୮(ରତନ ନାୟାର): ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗରେ ଜଣେ ମଦ୍ୟପ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି। ଢେଙ୍କାନାଳ ସଦର…

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

ସୂର୍ଯ୍ୟଙ୍କ ଗୋଚରରେ ଚମକିବ ୫ ରାଶିଙ୍କ ଭାଗ୍ୟ; ମୋଟା ଅଙ୍କର ହେବ ରୋଜଗାର, ବଢିବ ସମ୍ପତ୍ତି…

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ମାନ-ସମ୍ମାନ, ନେତୃତ୍ୱ ଏବଂ ପିତାଙ୍କ କାରକ ବୋଲି ଧରାଯାଏ। ତେଣୁ ସୂର୍ଯ୍ୟଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସେ ପ୍ରତିମାସରେ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri