Posted inଖେଳ

ମ୍ୟାଚ୍‌ ଜିତିବାର ଥିଲେ ଟସ୍‌ ଜିତ

ନୂଆଦିଲ୍ଲୀ,୧।୪: ମାର୍ଚ୍ଚ ୨୬ରୁ ଆରମ୍ଭ ହୋଇଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଟୁର୍ନାମେଣ୍ଟ ଆରମ୍ଭ ହେବା ଦିନରୁ ଟସ୍‌ ଜିତିବା ହିଁ ବିଜୟର ଫର୍ମୁଲା ପାଲଟିଛି। କାରଣ ଏଯାବତ ହୋଇଥିବା ଲିଗ୍‌ରେ ମୋଟ ୭ ମୁକାବିଲା ଖେଳାଯାଇଥିବା ବେଳେ ସେଥିରୁ ୬ ମ୍ୟାଚ୍‌ ଟସ୍‌ ଜିତିଥିବା ଟିମ୍‌ ଜିତିଛି। ଟସ୍‌ ଜିତୁଥିବା ଟିମ୍‌ ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଉଛି। ପରେ ଲକ୍ଷ୍ୟ ଯେତେ ବଡ଼ ହେଉ ନା କାହିଁକି ତାକୁ ଟିମ୍‌ ହାସଲ କରିନେଉଛନ୍ତି।

କରୋନା କଟକଣା ମଧ୍ୟରେ ଆଇପିଏଲ୍‌ଣ ସମସ୍ତ ମୁକାବିଲା ମହାରାଷ୍ଟ୍ରର ୪ ଷ୍ଟାଡିୟମରେ ଖେଳାଯାଉଛି। ଏସବୁ ମଇଦାନରେ ପ୍ରଥମେ ବୋଲିଂ କରୁଥିବା ଟିମ୍‌କୁ ଲାଭ ମିଳୁଛି। ଏହି କାରଣରୁ ଖେଳାଯାଇଥିବା ମ୍ୟାଚ୍‌ଗୁଡ଼ିକରେ ଟସ୍‌ ଜିତିବା ପରେ ଦଳଗୁଡ଼ିକ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଉଛନ୍ତି। ଆଇପିଏଲ୍‌ର ଏହି ସିଜନ୍‌ରେ ଏଯାବତ ସନରାଇଜର୍ସ ହାଇଦ୍ରାବାଦ ଏକମାତ୍ର ଦଳ ଯିଏ ଟସ୍‌ ଜିତିବା ସତ୍ତ୍ୱେ ପରାଜୟର ସମ୍ମୁଖୀନ ହୋଇଛି।

ଟସ ଜିତି ପ୍ରଥମେ ବୋଲିଂ କରି ମ୍ୟାଚ ଜିତିଥିବା ଦଳ:
-ଏହି ସିଜନର ପ୍ରଥମ ମ୍ୟାଚ୍‌ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ଦଳ ମଧ୍ୟରେ ଖେଳାଯାଇଥିଲା। ଚେନ୍ନାଇ ଦଳ ୫ ଉଇକେଟ ହରାଇ ୧୩୧ ରନ ସଂଗ୍ରହ କରିଥିଲା। ଜବାବରେ ୧୮.୩ ଓଭରରେ ୧୩୩ ସ୍କୋର କରି କୋଲକାତା ମ୍ୟାଚ୍‌ ଜିତିଥିଲା।

-ଦ୍ୱିତୀୟ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୫ ଉଇକେଟ ହରାଇ ୧୭୭ ସ୍କୋର କରିଥିଲା। ୧୮.୨ ଓଭରରେ ୬ ଉଇକେଟ ହରାଇ ୧୭୯ ସ୍କୋର କରି ଦିଲ୍ଲୀ ବିଜେତା ହୋଇଛି।

-ତୃତୀୟ ମ୍ୟାଚ୍‌ ପଞ୍ଜାବ ବିପକ୍ଷରେ ଆରସିବି ୨୦୫ ରନ ସଂଗ୍ରହ କରିଥିଲା। ପଞ୍ଜାବ ୧୯ ଓଭରରେ ୫ ଉଇକେଟ ହରାଇ ୨୦୮ ରନ ସଂଗ୍ରହ କରି ଜିତିଥିଲା।

-ଚତୁର୍ଥ ମ୍ୟାଚ୍‌ରେ ଲକ୍ଷ୍ନୌ ଗୁଜୁରାଟ ବିପକ୍ଷରେ ୬ ଉଇକେଟ ହରାଇ ୧୫୮ ରନ ସଂଗ୍ରହ କରିଥିଲା। ୧୯.୪ ଓଭରରେ ୫ ଉଇକେଟ ୧୬୧ ସ୍କୋର କରି ଗୁଜୁରାଟ ମ୍ୟାଚ ଜିତିଥିଲା।

– ଷଷ୍ଠ ମ୍ୟାଚ୍‌ରେ କୋଲକାତା ୧୮.୫ ଓଭରରେ ୧୨୮ ରନ ପାଇଁ ଆରସିବିକୁ ଅଟକାଇଥିଲେ। ଏହାର ଜବାବରେ ଆରସିବି ୧୯.୨ ଓଭରରେ ୭ ଉଇକେଟ ହରାଇ ୧୩୨ ରନ ସଂଗ୍ରହ କରି ମ୍ୟାଚ୍‌ ଜିତିଥିଲା ।
-ସପ୍ତମ ମ୍ୟାଚରେ ଚେନ୍ନାଇ ଗୁଜୁରାଟ ବିପକ୍ଷରେ ୭ ଉଇକେଟ ହରାଇ ୨୧୦ ରନ ସଂଗ୍ରହ କରିଥିଲା। ଜବାବରେ ଲକ୍ଷ୍ନୌ ୧୯.୩ ଓଭରରେ ୪ ଉଇକେଟ ହରାଇ ୨୧୧ ସ୍କୋର କରି ମ୍ୟାଚ୍‌ ଜିତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?