ଘରେ ସୁଖ ସମୃଦ୍ଧି ବଢ଼ିବାକୁ ସମସ୍ତେ ଚାହାନ୍ତି। ନିଜ ଘରେ ଏକ ଶାନ୍ତିର ପରିବେଶ ପାଇଁ କେତେକ ବାସ୍ତୁ ଶାସ୍ତ୍ରରେ ଉଲ୍ଳେଖ କରାଯାଇଥିବା ନିୟମ ପାଳନ କରିପାରନ୍ତି। ଜାଣନ୍ତୁ କେତୋଟି ଟିପ୍ସ…
ମୁଖ୍ୟ ଦ୍ୱାର ଉପରେ ଧ୍ୟାନ ଦିଅନ୍ତୁ
ଘରର ମୁଖ୍ୟ ଦ୍ୱାର ସବୁବେଳେ ସଫାସୁତୁରା ରଖନ୍ତୁ। ମୁଖ୍ୟ ଦ୍ୱାରରେ ଓମ୍ କିମ୍ବା ସ୍ବସ୍ତିକ ଚିତ୍ର ବନାନ୍ତୁ। ଏହାଦ୍ୱାରା ଘରେ ସକାରାତ୍ମକ ଭାବନା ପ୍ରବେଶ କରିଥାଏ। ସନ୍ଧ୍ୟା ସମୟରେ ମୁଖ୍ୟ ଦ୍ୱାରରେ ଦୀପ ଜଳାନ୍ତୁ। ଏହାଦ୍ୱାରା ଲକ୍ଷ୍ମୀ ମା’ ପ୍ରସନ୍ନ ହୁଅନ୍ତି।
ପୂଜାଘରର ଠିକ୍ ଦିଗ
ପୂଜାଘରକୁ ସବୁବେଳେ ଉତ୍ତର-ପୂର୍ବ ଦିଗରେ କରନ୍ତୁ। ଏହି ଦିଗରେ ପୂଜାଘର ରଖିବା ଦ୍ୱାରା ଦେବତାମାନେ ପ୍ରସନ୍ନ ହୋଇଥାନ୍ତି।
ଝାଡୁକୁ ଲୁଚାଇ ରଖନ୍ତୁ
ଝାଡୁକୁ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ବୁଝାଯାଏ। ଏହାକୁ ସବୁବେଳେ ଏପରି ସ୍ଥାନରେ ରଖନ୍ତୁ ଏହା ଯେପରି ବାହାର ଲୋକଙ୍କ ନଜରରେ ନ ଆସେ। ଝାଡୁ କେବେ ବି ଠିଆକରି ରଖନ୍ତୁ ନାହିଁ କି କେବେ ଏଥିରେ ଗୋଡ଼ ଲଗାନ୍ତୁ ନାହିଁ।
ପାଣି ଟ୍ୟାପ୍ ଠିକ୍ ରଖନ୍ତୁ
ଘରେ ପାଣିର ଲିକେଜ୍ କେଉଁଠାରେ ହେବାକୁ ଦିଅନ୍ତୁ ନାହିଁ। ଏହାଦ୍ୱାରା ଧନହାନି ହୁଏ ବୋଲି କୁହାଯାଏ। ସୁନିଶ୍ଚିତ କରନ୍ତୁ ଯେ ଘରେ ଯେପରି କୌଣସି ବି ନଳ ଲିକ୍ ନ ରହୁ।
ଲୁଣପାଣିରେ ଘର ପୋଛନ୍ତୁ
ସପ୍ତାହରେ ଥରେ ଘରେ ଲୁଣପାଣିରେ ପୋଛା ଲଗାନ୍ତୁ। ଏହାଦ୍ୱାରା ଘରେ ନକାରାତ୍ମକ ଊର୍ଜା ଦୂରହୋଇଥାଏ ଏବଂ ସକାରାତ୍ମକ ଭାବନା ପ୍ରବେଶ କରିଥାଏ।
ତୁଳସୀ ବୃକ୍ଷ
ଘର ଦୁଆରମୁହଁରେ କିମ୍ବା ବାଲ୍କୋନିରେ ତୁଳସୀ ବୃକ୍ଷ ଲଗାନ୍ତୁ। ଏହାକୁ ନିୟମିତ ଜଳ ଦେବା ସହ ଦୀପ ଦେଇ ପୂଜାକରନ୍ତୁ।
ବାସିଖାଦ୍ୟ ରଖନ୍ତୁ ନାହିଁ
ରାତିରେ ବଳିପଡ଼ିଥିବା ଖାଦ୍ୟକୁ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରେ ନକାରାତ୍ମକ ଭାବନା ବଢ଼ିଥାଏ।
ଧନ ବାକ୍ସକୁ ଠିକ୍ ସ୍ଥାନରେ ରଖନ୍ତୁ
ଧନ ରଖାଯାଉଥିବା ତିଜୋରିକୁ ସବୁବେଳେ ଘରର ଉତ୍ତର ଦିଗରେ ରଖନ୍ତୁ। କାରଣ ଏହି ଦିଗ କୁବେରଙ୍କ ସ୍ଥାନ ହୋଇଥାଏ।
କାନ୍ଥରେ ଲଗାନ୍ତୁ ପରିବାରର ଫଟୋ
କାନ୍ଥରେ ପରିବାରର ହସୁଥିବାର ଫଟୋ ଲଗାନ୍ତୁ। ଏହାକୁ ଲଗାଇବା ସମୟରେ ପୂର୍ବ ଏବଂ ଉତ୍ତର ଦିଗରେ ଲଗାନ୍ତୁ। ଏହାଦ୍ୱାରା ପରସ୍ପର ମଧ୍ୟରେ ସ୍ନେହ ପ୍ରେମ ବଢ଼ିଥାଏ।


