‘ଚାଷରେ ଏ ସବୁକୁ ବ୍ୟବହାର କଲେ ଭଲ ହେବ ଫସଲ’, ଉତ୍ତମ ବିହନ ଉତ୍ପାଦନ ଉପରେ ତାଲିମ ଶିବିର

ଭଞ୍ଜନଗର,୧୭।୧୦(ବାବୁଲା ପ୍ରଧାନ): ରାଜ୍ୟ ସରକାର ଏବଂ ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରର ମିଳିତ ସହଯୋଗରେ କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ-୧ ଭଞ୍ଜନଗର ସମ୍ମିଳନୀ କକ୍ଷଠାରେ ସୁସ୍ଥ ଓ ଉତ୍ତମ ବିହନ ଉତ୍ପାଦନ ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଜିଲା କୃଷି ଅଧିକାରୀ ଡ. ଅଜୟ କୁମାର କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିହନ ପ୍ରମାଣନ ଅଧିକାରୀ ରଘୁନାଥ ମହାପାତ୍ର ଗଞ୍ଜାମ, କୃଷି ଜିଲା ଅଧିକାରୀ ବୌମ୍ୟକେଶ ମିଶ୍ର, ଭଞ୍ଜନଗର ଏବଂ ସତ୍ୟବ୍ରତ ଦାସ ଆସ୍କା, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ଭଞ୍ଜନଗର ଡ. ସୁତନୁ କୁମାର ଶତପଥୀ, ଗୋଷ୍ଠୀ କୃଷି ଅଧିକାରୀ ଭଂଜନଗର, ଆସ୍କା, ବୁଗୁଡା, ଜଗନ୍ନାଥ ପ୍ରସାଦ ଓ ବେଲଗୁଣ୍ଠା, ଆୟୋଜକ ସଂସ୍ଥା ଇରୀର ବିଶେଷଜ୍ଞ-ବିହନ ପ୍ରଣାଳୀ ଏବଂ ଉତ୍ପାଦ ପରିଚାଳନା ଗିରିଜା ପ୍ରସାଦ ସ୍ବାଇଁ, କୃଷି ପରିଦର୍ଶକ, ଗ୍ରାମ୍ୟ କୃଷି କର୍ମଚାରୀ, କୃଷକ ଉତ୍ପାଦକ ସଂଘ ଓ ଅଗ୍ରଣୀ ଚାଷୀ ଯୋଗ ଦେଇଥିଲେ। ପ୍ରଥମେ ସହଯୋଗୀ ଅନୁଷ୍ଠାନ ନିର୍ଦ୍ଦେଶର ନିର୍ଦ୍ଦେଶକ ଗିରିଧାରୀ ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଆୟୋଜକ ସଂସ୍ଥା ଇରୀର ବିଶେଷଜ୍ଞ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ପୋଷଣ ଯୁକ୍ତ ଧାନ ଚାଷ, ଗୁଣାତ୍ମକ ବିହନ କିପରି ସଂଗ୍ରହ କରାଯାଇପାରିବ ଓ ଏହାକୁ ଚାଷ କ୍ଷେତ୍ରରେ ବ୍ୟବହାର କଲେ ଫସଲ ନିରୋଗ ହେବା ସହିତ ଅଧିକ ଅମଳ ହୋଇପାରିବ ବୁଝାଇଥିଲେ । ବିହନ ପ୍ରମାଣନ ଅଧିକାରୀ ବିହନ ସଂଗ୍ରହ ପ୍ରଣାଳୀ, ସଂରକ୍ଷଣ ଓ ପ୍ରୟୋଗ ବିଷୟରେ ଆଲୋଚନା କରିଥିଲେ। ବ୍ଲକ କୃଷି ଅଧିକାରୀ ଭଞ୍ଜନଗର ସରକାରଙ୍କ ଦ୍ୱାରା ମିଳୁଥିବା କୃଷି ଯନ୍ତ୍ରପାତି, ଜଳସେଚନ ବ୍ୟବସ୍ଥା ଉପରେ ବୁଝାଇବା ସହିତ ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର ଜୈବିକ ସାର ପ୍ରୟୋଗ, ବିହନ ପରିଚାଳନା ଦ୍ୱାରା ଉତ୍ପାଦିତ ଶସ୍ୟରୁ କ’ଣ ପୃଷ୍ଟିସାର ମିଳିଥାଏ ତାହା ପିପିଟି ମାଧ୍ୟମରେ ବୁଝାଇଥିଲେ। ଜିଲା କୃଷି ଅଧିକାରୀ ସମସ୍ତ ଆଲୋଚନା ବିଷୟ କିଭଳି ସଫଳ କାର୍ଯ୍ୟକ୍ଷମ ହେବା ସହିତ ଗୁଣାତ୍ମକ ଓ ସୁସ୍ଥ ବିହନ ଉତ୍ପାଦନ କରିବା ଓ ଏହାର ସଂରକ୍ଷଣ ନିମନ୍ତେ ପରାମର୍ଶ ଦେଇଥିଲେ । ଡ. ସାତୀ ସଙ୍ଗପ୍ରଭା କୃଷି ବିଜ୍ଞାନ କେନ୍ଦ୍ର, ଭଞ୍ଜନଗର, ଗଞ୍ଜାମ-୧ ବିଷୟ ବସ୍ତୁ ବିଶେଷଜ୍ଞ ଧନ୍ୟବାଦ ପ୍ରଦାନ କରିଥିଲେ ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଛାତ୍ର ନିକଟରୁ ମିଳିଲା ବନ୍ଧୁକ: ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ

ବାହାନଗା, ୩୧। ୧(ଅରୂପ କୁମାର ଦାସ ): ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗସ୍ଥିତ ଦାସମହାପାତ୍ର ହାଇସ୍କୁଲର ଜଣେ ଛାତ୍ରଙ୍କ ବ୍ୟାଗରୁ ଏକ ବନ୍ଧୁକ ବାହାରିଥିଲା। ଏହି…

ପଶ୍ଚିମବଙ୍ଗର ୨୧ ଚୋରଙ୍କୁ ବାନ୍ଧିଲା ଭଞ୍ଜନଗର ପୋଲିସ, ବିଦେଶୀ ଲିଙ୍କ୍‌ର ହେବ ଖୋଳତାଡ଼, ପାଖରୁ ମିଳିଲା…

ଭଞ୍ଜନଗର,୩୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର ୨୧ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହ ସେମାନଙ୍କଠାରୁ ୧୦୬୬ଟି…

ଚାଲାଣ କଟା ପରେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣାଗାଡ଼ି : ଆଜି ରାସ୍ତାରେ ମୃତଦେହ ରଖି …

ସମ୍ବଲପୁର,୩୧।୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭତରା ପେଟ୍ରୋଲ ପମ୍ପ ନିକଟରେ ଜାତୀୟ ରାଜପଥ-୫୫ରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡ଼ି ଧକ୍କାରେ…

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଏମିତି କହିଦେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୩୧।୧: ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଶେଷ ସୁପର ୬ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ରବିବାର ଅନୁଷ୍ଠିତ ହେବ। ଏହି ମ୍ୟାଚ ଅତ୍ୟନ୍ତ…

ଡାଏଲଗ ନାହିଁ, ଦର୍ଶକଙ୍କୁ ଦୁଇ ଘଣ୍ଟା ବାନ୍ଧି ରଖୁଛି ଏହି ଫିଲ୍ମ

ମୁମ୍ବାଇ: ଡାଏଲଗ୍‌ ବିନା ଫିଲ୍ମ। ଆଜିର ଯୁଗରେ ଏମିତି ଫିଲ୍ମ ନିର୍ମାଣ କରିବା ବୋଧହୁଏ କାଠିକର ପାଠ। କିନ୍ତୁ ନିର୍ଦ୍ଦେଶକ କିଶୋର ପାଣ୍ଡୁରଙ୍ଗ ବେଲେକର ଟିକେ ନିଆରା।…

ଭୟଙ୍କର ଦୁର୍ଘଟଣା: ହଳଦିଆପଦର ଓଭରବ୍ରିଜରେ ଟ୍ରକ ଧକ୍କାରେ ୫ମୃତ, ଜଣେ ଗୁରୁତର 

ବ୍ରହ୍ମପୁର,୩୧।୧(ସୁବାସ ଚନ୍ଦ୍ର ପାଢ଼ୀ): ସଡ଼କ ଦୁର୍ଘଟଣା ହ୍ରାସ  ପାଇଁ ଅନେକ ଯୋଜନା କରାଯାଉଛି। ତାହାସତ୍ତ୍ବେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିବାରେ ଲାଗିଛି। ଶନିବାର ମଧ୍ୟାହ୍ନରେ ହଳଦିଆପଦର ଓଭରବ୍ରିଜରେ…

ଦାଦନ ଶ୍ରମିକଙ୍କ ପାଇଁ ଖୁସିଖବର: ଜିଲା ଭିତରେ ଯୋଗାଇ ଦିଆଯିବ କାମ, ମନ୍ତ୍ରୀ କହିଲେ…

ବଲାଙ୍ଗୀର, ୩୧/୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଏକ ଦାଦନ ପ୍ରବଣ ଜିଲା। ତଥ୍ୟ ଅନୁସାରେ ଜିଲାରୁ ୧୯ ହଜାର ଦାଦନ ଶ୍ରମିକ ନିଜ ଘରେ…

ଗଞ୍ଜାମବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ପଲ୍ଲୀଶ୍ରୀ ମେଳାକୁ ବୃଦ୍ଧି କରି କହିଲେ…

ଛତ୍ରପୁର,୩୧ା୧(ଦିଲ୍ଲୀପ ସାମଲ): ଗଞ୍ଜାମବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶତାଧିକ କୋଟିର ପ୍ରକଳ୍ପ ସହିତ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଗୋପାଳପୁର ବେଳାଭୂମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri