ଏହି କୋର୍ସ କଲେ ଗୁଗୁଲରେ ମିଳିବ ଚାକିରି, ଲକ୍ଷାଧିକ ଟଙ୍କା ପ୍ୟାକେଜ

ନୂଆଦିଲ୍ଲୀ,୨।୧୧: ଗୁଗୁଲରେ କାମ କରିବାକୁ ହେଉଛି ଲକ୍ଷ ଲକ୍ଷ ଯୁବକଙ୍କର ସ୍ବପ୍ନ ଥାଏ। ଏହା କେବଳ ଏକ ପ୍ରତିଷ୍ଠିତ କମ୍ପାନୀ ନୁହେଁ ବରଂ ଭଲ ବେତନ, ଓ୍ବାର୍କ କଲଚର ଏବଂ କ୍ୟାରିୟର ଗ୍ରୋଥ ସୁଯୋଗ ପାଇଁ ମଧ୍ୟ ଜଣାଶୁଣା । ଯଦି ଆପଣ ମଧ୍ୟ ଗୁଗୁଲରେ କାମ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ସଠିକ ସୂଚନା ଏବଂ ପ୍ରସ୍ତୁତି ଆବଶ୍ୟକ। ତେବେ ଗୁଗୁଲରେ ଚାକିରି ପାଇବା ପାଇଁ କେଉଁ ପାଠ୍ୟକ୍ରମ ଲାଭଦାୟକ ହେବ ତାହା ବି ଜାଣି ରଖିବା ଦରକାର।
ଅନେକ ପାଠ୍ୟକ୍ରମ ଅଛି ଯାହା ଗୁଗୁଲ ପରି ଏକ ପ୍ରତିଷ୍ଠିତ କମ୍ପାନୀରେ କାମ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ବିଶେଷ ଲାଭଦାୟକ ଅଟେ । ଏଥିରେ ଡିଜିଟାଲ ମାର୍କେଟିଂ, ଡାଟା ଆନାଲିଟିକ୍ସ, ବିଜନେସ ଆନାଲିଟିକ୍ସ ଭଳି କ୍ଷେତ୍ର ସହିତ ଜଡିତ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ। ଗୁଗୁଲ, ସ୍କିଲ ଶେୟାର, ୟୁଟ୍ୟୁବ ପରି ପ୍ଲାଟଫର୍ମରୁ ଆପଣ ଏହି ପାଠ୍ୟକ୍ରମଗୁଡିକ କରିପାରିବେ, ଯାହା ଗୁଗୁଲ ଦ୍ୱାରା ପ୍ରମାଣିତ ହୋଇଛି ।

ଡିଜିଟାଲ ମାର୍କେଟିଂ
ଏହି ପାଠ୍ୟକ୍ରମରେ, ସର୍ଚ୍ଚ ଇଞ୍ଜିନ ଅପ୍ଟିମାଇଜେସନ, ପେଡ ଆଡଭଟାଇଜିଂ ଏବଂ ସୋସିଆଲ ମିଡିଆ ମାର୍କେଟିଂ ଭଳି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦିଆଯାଏ। ଗୁଗୁଲର ବିଭିନ୍ନ ଉତ୍ପାଦ ଏବଂ ସେବାକୁ ପ୍ରୋତ୍ସାହିତ କରିବା ପାଇଁ ଏଗୁଡ଼ିକ ଆବଶ୍ୟକ।
ଡାଟା ଆନାଲିଟିକ୍ସ
ଏହି ପାଠ୍ୟକ୍ରମ ତଥ୍ୟ ସଂଗ୍ରହ, ବିଶ୍ଳେଷଣ ଏବଂ ଭିଜୁଆଲାଇଜେସନର ବେସିକ୍ସ ଉପରେ ଧ୍ୟାନ ଦେଇଥାଏ। ଗୁଗୁଲ ପରି କମ୍ପାନୀଗୁଡିକରେ ଡାଟା ସାଇଣ୍ଟିଷ୍ଟମାନଙ୍କର ଚାହିଦା କ୍ରମାଗତ ଭାବରେ ବୃଦ୍ଧି ପାଉଛି, ତେଣୁ ଏହି କ୍ଷେତ୍ରରେ ପାରଦର୍ଶୀତା ଲାଭଦାୟକ ହୋଇପାରେ ।
ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ
ଏହି ପାଠ୍ୟକ୍ରମ ପ୍ରୋଜେକ୍ଟ ପ୍ଲାନିଂ, କାର୍ଯ୍ୟାନ୍ବୟନ ଏବଂ ମନିଟରିଂର ଟେକନିକ ଉପରେ ଧ୍ୟାନ ଦେଇଥାଏ । ଗୁଗୁଲରେ ବିଭିନ୍ନ ପ୍ରୋଜେକ୍ଟକୁ ସଫଳତାର ସହିତ ସଂପୂର୍ଣ୍ଣ କରିବା ପାଇଁ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଜରୁରୀ ।
UX ଡିଜାଇନିଂ
ୟୁଜର ରିସର୍ଚ, ୱାୟାରଫ୍ରେମିଂ ଏବଂ ପ୍ରୋଟୋଟାଇପିଂ ଭଳି କୌଶଳ ଶିଖିବା ପାଇଁ ଏହି ପାଠ୍ୟକ୍ରମ ଅତ୍ୟନ୍ତ ଉପଯୋଗୀ। ଗୁଗୁଲର ଉତ୍ପାଦଗୁଡିକର ଉପଯୋଗିତା ଏବଂ ଅଭିଜ୍ଞତାକୁ ଉନ୍ନତ କରିବାରେ UX ଡିଜାଇନରମାନେ ସାହାଯ୍ୟ କରନ୍ତି ।
IT ସପୋର୍ଟ
ଏହି ପାଠ୍ୟକ୍ରମରେ, କମ୍ପ୍ୟୁଟର ହାର୍ଡୱେର୍‌, ସଫ୍ଟୱେର୍‌ ଏବଂ ନେଟୱାର୍କିଂ ସହିତ ଜଡିତ ମୌଳିକ ଏବଂ ଉନ୍ନତ ଜ୍ଞାନକୌଶଳ ବିଷୟରେ ଜ୍ଞାନ ଦିଆଯାଏ। ଆଇଟି ସପୋର୍ଟ ପ୍ରଫେସନାଲମାନେ ଗୁଗୁଲର ବୈଷୟିକ ଭିତ୍ତିଭୂମିକୁ ସମର୍ଥନ କରନ୍ତି ।

ଆପଣ ଜାଣିପାରିବେ ଯେ ଯଦି ଆପଣ ଗୁଗୁଲ ପରି ଏକ ବଡ ତଥା ପ୍ରତିଷ୍ଠିତ କମ୍ପାନୀରେ କାମ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ସଠିକ ସ୍କିଲ୍ସ ଏବଂ ନେଟୱାର୍କିଂ ଆବଶ୍ୟକ ହେବ। ଡିଜିଟାଲ ମାର୍କେଟିଂ, ଡାଟା ଆନାଲିଟିକ୍ସ, ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ପରି ପାଠ୍ୟକ୍ରମ କରିବା ପରେ ଗୁଗୁଲରେ ଚାକିରି ପାଇବା ସମ୍ଭାବନା ବଢିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳରେ କଳା ବାଘୁଣୀର ମୃତଦେହ ଉଦ୍ଧାର

ବାରିପଦା,୮।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ବନଖଣ୍ଡ ଅଧୀନ ଉପରବାରାହାକାମୁଡା (ୟୁବିକେ) ରେଞ୍ଜ ଅନ୍ତର୍ଗତ ଜଟିଆନୀ କ୍ୟାମ୍ପ ନିକଟରେ (କୋର କ୍ଷେତ୍ର) ପ୍ରାୟ…

ଉଚ୍ଚଶିକ୍ଷାର ଆଲୋକବର୍ତ୍ତିକା ବାୟାବାବା କଲେଜ, ୧୯ ଛାତ୍ରୀଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ଆଜି…

ମହାକାଳପଡ଼ା, ୮ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦର ମହକୁମାସ୍ଥିତ ବାୟା ବାବା କଲେଜରେ ୪୯ତମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ…

‘ହେଲୋ ଅଙ୍କଲ ଅମରିନ୍ଦର…’: ରାହୁଲଙ୍କ ବୟାନ ପଞ୍ଜାବ ରାଜନୀତିକୁ କରିଛି ଉଷ୍ମ; ଜବାବ ଦେଲେ କ୍ୟାପଟେନ

ଚଣ୍ଡିଗଡ଼,୮।୮: ଦିଲ୍ଲୀରେ ଆୟୋଜିତ ‘ଜେନ-ଜେଡ ସମ୍ବାଦ’ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ତାଙ୍କ ପସନ୍ଦର ଭାଜପା ନେତାମାନଙ୍କ ମଧ୍ୟରେ କ୍ୟାପଟେନ ଅମରିନ୍ଦର ସିଂହଙ୍କ ନାମ ନେଇ ଏକ ନୂଆ…

ସନ୍ତାନ ପାଇଁ ସ୍ବାମୀ-ସ୍ତ୍ରୀ ମୁହାଁମୁହିଁ: ଛତିଶଗଡ଼ରୁ ଧାଇଁ ଆସିଥିଲେ ମା’

ଭୁବନେଶ୍ୱର,୮।୮(ତ୍ରିନାଥ ମହାନ୍ତି):ନିଜ ଛୁଆକୁ ଖୋଜି ଖୋଜି ଛତିଶଗଡ଼ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଧାଇଁଆସିଲେ ମା’। ତେବେ ଛୁଆକୁ ଫେରାଇନେବାକୁ ଉଦ୍ୟମ କଲାବେଳେ ବିରୋଧ କଲେ ସ୍ବାମୀ। ଉଭୟ ସ୍ବାମୀ-…

ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ‘ମେଟଲ ମିଟ’: ଅଦ୍ୟାଶା ସତପଥୀ

ଭୁବନେଶ୍ୱର, ୮।୮: ‘ମେଟଲ ମିଟ’ର ଦଶମ ସଂସ୍କରଣ ଶନିବାର ଆରମ୍ଭ ହୋଇଯାଇଛି। ଏହି ଅବସରରେ ଓଡ଼ିଶାପୋଷ୍ଟ ଓ ଧରିତ୍ରୀର ସିଇଓ ଅଦ୍ୟାଶା ସତପଥୀ ପିଲାଙ୍କୁ ଉତ୍ସାହିତ କରି…

କୁଇଜିଂରେ ପୁରସ୍କାର ଅପେକ୍ଷା ଜ୍ଞାନ ଆହରଣ ସହ ନିଜକୁ ଚିହ୍ନିବା ଅଧିକ ଗୁରୁତ୍ୱପୂର୍ଣ୍ଣ: ତଥାଗତ ସତପଥୀ

ଭୁବନେଶ୍ୱର, ୮।୮: ‘ମେଟଲ ମିଟ’ର ଦଶମ ସଂସ୍କରଣ ଶନିବାର ଆରମ୍ଭ ହୋଇଯାଇଛି। ଓଡ଼ିଶା ପୋଷ୍ଟ ‘ମେଟଲ ମିଟ’ର ଜୁନିୟର ବର୍ଗ ଏକତ୍ରିତ ହେଉଥିବାବେଳେ ପ୍ରଥମ ଲଢ଼େଇ ନିକଟବର୍ତ୍ତୀ…

ଗାଁରେ ଚାଞ୍ଚଲ୍ୟ: ଶୌଚ ପାଇଁ ଯାଇଥିବା ଯୁବକଙ୍କୁ ଜବରଦସ୍ତି ପିଆଇଲେ ପେଟ୍ରୋଲ, ଦେହରେ ଲଗାଇଦେଲେ ନିଆଁ

ବଣାଇ, ୮।୮(ପ୍ରଦୀପ ତ୍ରିପାଠୀ ): ସୁନ୍ଦରଗଡ ଜିଲା ଲହୁଣୀପଡ଼ା ଥାନାର ଗଣିଘଷା ଗ୍ରାମରେ ଶନିବାର ସକାଳୁ କାହ୍ନୁଚରଣ ମାହାନ୍ତ ଶୌଚ ହେବାକୁ ନିକଟସ୍ଥ ନାଳକୁ ଯାଉଥିବା ବେଳେ…

ଯେକୌଣସି ସମୟରେ ଆସିପାରେ ଖାମେନେଇଙ୍କ ମୃତ୍ୟୁ ଖବର! ଇସ୍ରାଏଲୀ ମିଡିଆର ବଡ଼ ଦାବି

ତେହରାନ,୮।୮: ୨୮ ଫେବୃଆରୀ ୨୦୨୬ରେ ଆରମ୍ଭ ହୋଇଥିବା ଯୁଦ୍ଧର ପ୍ରଥମ ଦିନରେ ହିଁ ଇରାନର ସୁପ୍ରିମ ଲିଡର ଆୟତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri