ଭାଇଙ୍କ ହାତରେ ରାଖୀ ବାନ୍ଧିବା ବେଳେ ପକାନ୍ତୁ ୩ ଗଣ୍ଠି, ଜାଣିରଖନ୍ତୁ ଏସବୁ ନିୟମ..

ଆସୁଛି ରାଖୀ ପୂର୍ଣ୍ଣିମା। ଭାଇଭଉଣୀଙ୍କ ପବିତ୍ର ପ୍ରେମର ପ୍ରତୀକ ହେଉଛି ଏହି ପର୍ବ। ହିନ୍ଦୁ ଧର୍ମରେ ରାଖୀ ପୂର୍ଣ୍ଣିମାର ବିଶେଷ ମହତ୍ୱ ରହିଛି। ଚଳିତ ବର୍ଷ ଏହା ଅଗଷ୍ଟ ୧୧ ଅର୍ଥାତ ଗୁରୁବାର ସାରା ଦେଶରେ ପାଳନ କରାଯିବ।
ରାଖୀ ପୂର୍ଣ୍ଣିମା ଦିନ ଭଉଣୀମାନେ ନିଜ ଭାଇ ହାତରେ ରାଖୀ ବାନ୍ଧି ଦୀର୍ଘ ଜୀବନର କାମନା କରିଥାନ୍ତି। ତେବେ ରାଖୀ ବାନ୍ଧିବା ସମୟରେ କିଛି ନିୟମର ପାଳନ କରିବା ଉଚିତ। ଜାଣି ରଖନ୍ତୁ:

-ରାଖୀ ବାନ୍ଧିବା ସମୟରେ ପ୍ରଥମେ ଭାଇଙ୍କ ମୁଣ୍ଡରେ ଏକ ରୁମାଲ ରଖନ୍ତୁ। କାରଣ ଖାଲି ମୁଣ୍ଡରେ ରାଖୀ ବାନ୍ଧିବା ଅନୁଚିତ।
-ଭଉଣୀ ଭାଇ ମୁଣ୍ଡରେ ଚନ୍ଦନ, କୁଙ୍କୁମ ଏବଂ ଅରୁଆ ଚାଉଳ ସହ ତିଳକ ଲଗାନ୍ତୁ। ଥାଳି ସଜାଇବା ସମୟରେ କେବେହେଲେ ଥାଳିରେ ଭଙ୍ଗା ଅରୁଆ ଚାଉଳ ରଖିବେ ନାହିଁ। କାରଣ ଏପରି କରିବା ଅଶୁଭ। – ସର୍ବଦା ରାଖୀ ବାନ୍ଧିବା ବେଳେ ତିନୋଟି ଗଣ୍ଠି ପକାନ୍ତୁ। ଏପରି କରିବା ଶୁଭ ବୋଲି କୁହାଯାଏ।

ତିନୋଟି ଗଣ୍ଠିର ମହତ୍ୱ:
ଧାର୍ମିକ ମାନ୍ୟତା ଅନୁସାରେ ରାଖୀ ବାନ୍ଧିବା ବେଳେ ତିନୋଟି ଗଣ୍ଠି ପକାଇବା ଶୁଭ। ଏହା ଭଗବାନଙ୍କ ସହ ଜଡ଼ିତ। ଅର୍ଥାତ ଭଗବାନ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର। ପ୍ରତିଟି ଗଣ୍ଠି ଭଗବାନଙ୍କୁ ସମର୍ପିତ ହୋଇଥାଏ। ପ୍ରଥମଟି ଭାଇର ଦୀର୍ଘାୟୁ, ଦ୍ୱିତୀୟଟି ନିଜର ଦୀର୍ଘାୟୁ ଏବଂ ତୃତୀୟଟି ଉଭୟଙ୍କ ସମ୍ପର୍କର ଦୀର୍ଘାୟୁ ପାଇଁ ବନ୍ଧାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri