ଯୁଦ୍ଧ ହେଲେ ପୃଥିବୀରେ ବଢ଼ିବ ଦରଦାମ୍‌,ତେଲରେ ଲାଗିବ ନିଆଁ….

ମସ୍କୋ, ୧୫।୨ : ୟୁକ୍ରେନ୍‌ ଉପରେ ରୁଷିଆର ସମ୍ଭାବ୍ୟ ଆକ୍ରମଣ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଆତଙ୍କ ସୃଷ୍ଟି ହୋଇଛି। ଯୁଦ୍ଧ ହେଲେ ପୃଥିବୀରେ ଦରଦାମ୍‌ ବଢ଼ିବାର ଆଶଙ୍କା ଦେଖାଦେଇଛି। ରୁଷିଆ ପ୍ରାକୃତିକ ଗ୍ୟାସ୍‌ର ସର୍ବବୃହତ୍‌ ସପ୍ଲାୟର।

ଏହା ସହିତ ଅଶୋଧିତ ତୈଳ ଉତ୍ପାଦନ କ୍ଷେତ୍ରରେ ରୁଷିଆର ଅନ୍ତର୍ଜାତୀୟ ବଜାରରେ ଅଂଶଧନ ମଧ୍ୟ ଅଧିକ ରହିଛି। ଏକ ରିପୋର୍ଟ ଅନୁସାରେ ରୁଷିଆ ପୃଥିବୀର ଆବଶ୍ୟକତାର ୧୦ ପ୍ରତିଶତ ଅଶୋଧିତ ତୈଳ ଉତ୍ପାଦନ କରିଥାଏ।

ତେଣୁ ଯଦି ଯୁଦ୍ଧ ହୁଏ ତେବେ ପ୍ରାକୃତିକ ଗ୍ୟାସ୍‌ ଏବଂ ଅଶୋଧିତ ତୈଳ ଯୋଗାଣରେ ବାଧା ଉପୁଜିବାର ଆଶଙ୍କା ରହିଛି। ଏନେଇ ରୁଷିଆ ଉପରେ ୟୁରୋପ ଅଧିକ ନିର୍ଭର କରିଥାଏ। ୟୁରୋପକୁ ୪୦ ପ୍ରତିଶତରୁ ଅଧିକ ପ୍ରାକୃତିକ ଗ୍ୟାସ୍‌ ଏବଂ ଅଶୋଧିତ ତୈଳ ରୁଷିଆରୁ ହିଁ ଆସିଥାଏ।

ତେଣୁ ଯୁଦ୍ଧ ହେଲେ ଅଶୋଧିତ ତୈଳ ଦାମ୍‌ରେ ନିଆଁ ଲାଗିବ। ଏହାର ଦାମ୍‌ ବୃଦ୍ଧି ହେବାରୁ ଦରଦାମ୍‌ ଆପଣା ଛାଏଁ ବଢ଼ିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

ଯୁଦ୍ଧ ହେଲେ ଏହାର ପ୍ରଭାବ ଶେୟାର ବଜାର ଉପରେ ପଡ଼ିବାର ଯଥେଷ୍ଟ ଆଶଙ୍କା ଅଛି। ଗତ କିଛି ଦିନ ଧରି ଏହାର ପ୍ରଭାବ ଯୋଗୁ ଭାରତୀୟ ଶେୟାର ବଜାରରେ ହ୍ରାସ ଦୃଷ୍ଟି ଗୋଚର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦୦ ଲୋକଙ୍କ ମୃତ୍ୟୁ ପରେ ମୁଣ୍ଡ ନୋଇଲେ ଇରାନ ସରକାର, ୪୦ ବର୍ଷ ପୁରୁଣା ହିଜାବ ଆଇନ ବଦଳାଇବାକୁ ପ୍ରସ୍ତୁତି ଆରମ୍ଭ…

ତେହେରାନ,୪।୧୨ : ଦୁଇ ମାସରୁ ଇରାନରେ ହିଜାବ ବିରୋଧୀ ଆନ୍ଦୋଳନରେ ଏପର୍ଯ୍ୟନ୍ତ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ଇରାନର ଇସଲାମ ସରକାର ଲୋକଙ୍କ...

ଚାଇନାରେ କରୋନା ଉତ୍ପତ୍ତି

ଲଣ୍ଡନ,୩୧ା୫: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀ ପାଇଁ ସବୁଠୁ ଘାତକ ସାବ୍ୟସ୍ତ ହୋଇଥିବା କୋଭିଡ୍‌-୧୯ ଭୂତାଣୁର ଉତ୍ପତ୍ତିକୁ ନେଇ ଖୋଳତାଡ଼ ଜାରି ରହିଥିବାବେଳେ ବ୍ରିଟେନର ଗବେଷକମାନେ...

ଫ୍ରାନ୍ସରେ ଚତୁର୍ଥ ଲହର

ପ୍ୟାରିସ୍‌, ୨୧ା୭: ଫ୍ରାନ୍ସରେ କରୋନା ମହାମାରୀର ଚତୁର୍ଥ ଲହର ଦେଖାଦେଇଛି। ଫଳରେ ସେଠାରେ କୋଭିଡ୍‌ ନିୟମ ପାଳନ କଠୋର କରାଯାଇଥିବା ସରକାରଙ୍କ ମୁଖପାତ୍ର ଗାବ୍ରିଏଲ ଅଟ୍ଟଲ...

ଚାଇନା ଆପ୍‌ ଉପରୁ ପ୍ରତିବନ୍ଧକ ହଟାଇଲେ ବାଇଡେନ୍‌

ଓ୍ବାଶିଂଟନ,୧୦ା୬: ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ୍‌ ତାଙ୍କର ପ୍ରଥମ ବିଦେଶ ଗସ୍ତ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଚାଇନିଜ ଆପ ଉପରେ ଥିବା ପ୍ରତିବନ୍ଧକକୁ...

୭୩ ବର୍ଷ ପରେ ପାକିସ୍ତାନରେ ଧୁମ୍‌ଧାମ୍‌ରେ ପାଳନ କରାଯିବ ଶିବରାତ୍ରି: ଖୋଲାଯିବ ୨୦୦ ବର୍ଷ ପୁରୁଣା ମନ୍ଦିର

ଇସଲାମାବାଦ୍‌,୮।୨: ପାକିସ୍ତାନରେ ଥିବା ଏକ ୨୦୦ ବର୍ଷ ପୁରୁଣା ଶିବ ମନ୍ଦିରରେ ଚଳିତ ଥର ଶିବରାତ୍ରି ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯିବା ଲାଗି ପ୍ରସ୍ତୁତି ଆରମ୍ଭ...

ଖୁସି ଖବର: ଚଳିତ ମାସରେ ଭାରତରେ ଟ୍ରାଏଲ କରାଯିବ ରୁଷିଆ ଟିକା !

ମସ୍କୋ,୮।୯: ରୁଷିଆର କରୋନା ଭାଇରସ ଟିକା ସ୍ପୁଟନିକ-୫ର ଅନ୍ତିମ ପର୍ଯ୍ୟାୟର କ୍ଲିନିକାଲ ଟ୍ରାଏଲ ଚଳିତ ମାସରେ ଭାରତରେ ଆରମ୍ଭ କରାଯିବ ବୋଲି ଜଣାପଡିଛି। ତେବେ ଭ୍ୟାକ୍ସିନ...

ଗାବନର ବୈଦେଶିକ ମନ୍ତ୍ରୀ ମିସେଲ ମୋସା ଆଡାମୋଙ୍କ ପରଲୋକ, ଶୋକ ପ୍ରକାଶ କଲେ ଜୟଶଙ୍କର…

ଲିବ୍ରେଭିଲେ,୨୧।୧ : ଗାବନର ବୈଦେଶିକ ମନ୍ତ୍ରୀ ମିସେଲ ମୋସା ଆଡାମୋଙ୍କ ଦେହାନ୍ତ ହୋଇଛି। ଗାବନର ରାଷ୍ଟ୍ରପତି ଅଲି ବଙ୍ଗୋ ଓଡିମ୍ବା ଏକ ଟୁଇଟରେ ତାଙ୍କୁ ଗାବନଙ୍କ...

ନାଟୋ ସଦସ୍ୟତା ପାଇଁ ଆବେଦନ କରିବ ୟୁକ୍ରେନ

କିଭ୍‌,୩୦।୯: ୟୁକ୍ରେନର ୪ଟି ଅଞ୍ଚଳ ରୁଷିଆରେ ବିଲୟ ହେବା ପରେ ଶୁକ୍ରବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ସେ...

Advertisement
Archives

Model This Week