ରୋଷେଇ ଘରେ ରଖିଛନ୍ତି କି ଏସବୁ ବାସନ, ହୋଇପାରେ ଭୟଙ୍କର ରୋଗ: ସୂଚନା ଦେଲେ ଡାକ୍ତର

ଆମେ ଚିନ୍ତା ନ କରି ଆମ ଜୀବନରେ ଅନେକ କାର୍ଯ୍ୟ କରିଥାଉ। ଆମେ ଜାଣୁ ନାହିଁ ଏହା ଠିକ୍‌ କି ଭୁଲ ଏବଂ ବେଳେବେଳେ ଏହାର କ୍ଷତି ଜାଣିବା ପରେ ମଧ୍ୟ ଆମେ ଏହାକୁ ଅଣଦେଖା କରୁ। ତେବେ ଜଣେ ଆମେରିକୀୟ ଡାକ୍ତର କିଛି ଟିପ୍ସ ଦେଇଛନ୍ତି। ଯାହାକୁ ଜାଣିଲେ ଆମେ ବିପଦରୁ ରକ୍ଷା ପାଇପାରିବା। ତେବେ ଜାଣନ୍ତୁ ଏସମ୍ପର୍କରେ…

ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ଡ. ପୁନମ ଦେଶାଇ କହିଛନ୍ତି, ଆମ ରୋଷେଇ ଘରେ ରଖାଯାଇଥିବା କିଛି ବାସନକୁ ବ୍ୟବହାର କରିବା ଉଚିତ ନୁହେଁ, ଏହାକୁ ଅଣଦେଖା କଲେ ଆମେ ବଡ଼ ଅସୁବିଧାର ସମ୍ମୁଖୀନ ହେବା। ଡକ୍ଟର ପୁନମଙ୍କ ଏକ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ କିଛି ବାସନକୁସନ ଦେଖାଇ ରୋଷେଇ ଘରୁ ଏଗୁଡ଼ିକୁ ବାହାର କରିବା ଭଲ ବୋଲି କହିଛନ୍ତି।

ସେ କହିଛନ୍ତି, ରୋଷେଇ ପାଇଁ ସାଧାରଣତଃ ଲୁହା କିମ୍ବା ଷ୍ଟେନ୍‌ଲେସ ଷ୍ଟିଲ୍‌ ବାସନ ବ୍ୟବହାର କରନ୍ତି। ଆଜିକାଲି ସମସ୍ତଙ୍କ ରୋଷେଇ ଘରେ ନନ୍‌ଷ୍ଟିକ୍‌ ଏବଂ ସେରାମିକ ପ୍ୟାନ୍‌ ରହିଛି। କିନ୍ତୁ ଯଦି ଏହି ବାସନଗୁଡିକ ସାମାନ୍ୟ ସ୍କ୍ରାଚ୍‌ ହୋଇ ଚେପା ହୋଇଥିବାର ଦେଖାଯାଏ, ତେବେ ସେଥିରେ ରୋଷେଇ କରିବା ଉଚିତ ନୁହେଁ। କାରଣ ଏଥିରେ ଲକ୍ଷ ଲକ୍ଷ ମାଇକ୍ରୋପ୍ଲାଷ୍ଟିକ କଣିକା ପାତ୍ରରୁ ଖାଦ୍ୟ ଭିତରକୁ ଯାଆନ୍ତି, ଯାହା ଆମ ଶରୀର ପାଇଁ ବହୁତ କ୍ଷତି କରିଥାଏ।

ସେ କହିଛନ୍ତି, ଏହିପରି ପାତ୍ରରେ ରାନ୍ଧିବା ଦ୍ୱାରା ହରମୋନ ଅସନ୍ତୁଳନ, ପ୍ରଜନନ ସମସ୍ୟା ଏବଂ କର୍କଟ ରୋଗ ହେବାର ଆଶଙ୍କା ବଢ଼ିଥାଏ। ତାଙ୍କ କହିବାନୁସାରେ, ସେରାମିକ ପ୍ୟାନ୍‌ର ତଳ ଭାଗରେ ଆଲୁମିନିୟମର ଏକ ସ୍ତର ଅଛି, ଯାହା ଖାଦ୍ୟରେ ଆସିପାରେ। ଅନେକ ଲୋକ ଡାକ୍ତରଙ୍କ ଏହି ପରାମର୍ଶକୁ ଗ୍ରହଣ କରିଛନ୍ତି। କିଛି ୟୁଜର କହିଛନ୍ତି କାଠ ଏବଂ ଲୁହା ବାସନ ଦେହ ପାଇଁ ଭଲ। ଏହା ନିରାପଦ ଏବଂ ଲାଭଦାୟକ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ପ ଦଂଶନରେ ୨ ମାସର ଶିଶୁ ପୁତ୍ର ମୃତ, ବାପା ଅସୁସ୍ଥ: ଚିକିତ୍ସା ନ କରାଇ ଶିଶୁକୁ ପୋତିଦେଲେ…

ଦେବଗଡ,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସର୍ପ ଦଂଶନରେ ୨ ମାସର ଶିଶୁପୁତ୍ର ମୃତ, ବାପା ଅସୁସ୍ଥ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିିଛି ଦେବଗଡ ଜିଲାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

ଶକ୍ତିଶ୍ରୀ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ: ଛାତ୍ରୀମାନଙ୍କୁ ସଚେତନ କରାଇଲେ…

ଦିଗପହଣ୍ଡି, ୧୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ପକ୍ଷରୁ ଗତ ଜୁଲାଇ ୩୦…

ଅଚାନକ ଚଢାଉ କଲା ଅବକାରୀ ବିଭାଗ: ଜବତ ହେଲା ଏତେ ପରିମାଣର ମହୁଲି ଫୁଲ ସହ…

ମୋହନା,୧୦।୮( ମନ୍ମଥ ମିଶ୍ର ): ଗଜପତି ଜିଲାରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ। ଅଡବା ଥାନା ଅନ୍ତର୍ଗତ କଟାମା ଗାଁରୁ ୯୦୦ କିଲୋଗ୍ରାମ ମହୁଲି ଫୁଲ…

ପୈତୃକ ଗାଁରେ ଘର କାମ ଆରମ୍ଭ କଲେ ରିଷଭ ପନ୍ତ

ପିଥୋରାଗଡ଼(ଉତ୍ତରାଖଣ୍ଡ),୧୦ା୮: ରିଷଭ ପନ୍ତଙ୍କ ମା’ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ନିଜ ପୈତୃକ ଗାଁକୁ ଫେରିବା ପରେ ସେମାନଙ୍କ ଘରର ପୁନଃ ନିର୍ମାଣ କାମ ଆରମ୍ଭ ହୋଇଛି। ଏହାକୁ…

ଜିଲାପାଳଙ୍କ ବଡ଼ ଆହ୍ବାନ: ପାଳନ ହେବ ‘ଘରେ ଘରେ ତ୍ରିରଙ୍ଗା’ କାର୍ଯ୍ୟକ୍ରମ

ଛତ୍ରପୁର,୧୦।୮୯(ଦିଲ୍ଲୀପ ସାମଲ/ଦାରିକା ପଟ୍ଟନାୟକ): ପବିତ୍ର ସ୍ବାଧୀନତା ଦିବସ ଏବଂ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ’ର ୧୫୦ତମ ବର୍ଷପୂର୍ତ୍ତି ଅବସରରେ ଦେଶରେ ‘ଘରେ ଘରେ ତ୍ରିରଙ୍ଗା-୨୦୨୬’ କାର୍ଯ୍ୟକ୍ରମ ପାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri