ହାତରେ ଏଭଳି ରେଖା ଅଛି କି? ବିବାହରେ ବିଳମ୍ବ ନଚେତ ଥାଇପାରେ ଦୁଇଟି ବିବାହ ଯୋଗ; ଜାଣନ୍ତୁ…

ହସ୍ତରେଖା ଶାସ୍ତ୍ର ଅନୁରେ ହାତର ରେଖା ଆମର ଭବିଷ୍ୟତରେ ହେବାକୁ ଥିବା ଘଟଣା ବିଷୟରେ ପ୍ରାକ୍‌ ସୂଚନା ଦେଇଥାଏ। ହାତରେ ଭାଗ୍ୟ ରେଖା, ଜୀବନ ରେଖା, ହୃଦୟ ରେଖା ସହ ଆଉ ଏକ ବିବାହ ରେଖା ମଧ୍ୟ ଥାଏ। ଏହା କୌଣସି ବ୍ୟକ୍ତିର ବିବାହ କେବେ ହେବ ତାହା କହିଥାଏ। ବିବାହ ରେଖା ହାତର ବୁଧ ପର୍ବତ ପାଖରେ ସବୁଠାରୁ ସାନ ଆଙ୍ଗୁଠିର ତଳ ଭାଗରେ ଥାଏ। କାହା ହାତରେ ଗୋଟିଏ ତ ଆଉ କାହା ହାତରେ ଏକାଧିକ ବିବାହ ରେଖା ରହିଥାଏ। ଜାଣନ୍ତୁ ବିବାହ ରେଖାର ଅର୍ଥ କ’ଣ?

ବିବାହରେ ହୋଇପାରେ ବିଳମ୍ବ: ଯେଉଁ ବ୍ୟକ୍ତିର ହାତରେ ବିବାହ ରେଖା ହୃଦୟ ରେଖା ନିକଟରେ ଥାଏ, ତାକୁ ୨୫ ବର୍ଷ ହେବା ବେଳକୁ ବିବାହ ହୋଇଯାଏ। ସେହିଭଳି ବିବାହ ରେଖା କାଣି ଆଙ୍ଗୁଠିର ଯେତେ ପାଖରେ ଥାଏ ତାର ବିବାହରେ ସେତିକି ବିଳମ୍ବ ହୋଇଥାଏ। ଯାହାର ହାତରେ ବୃହସ୍ପତି ନିଜ ସ୍ଥାନରୁ ଶନିଙ୍କ ଆଡ଼କୁ ଢ଼ଳି ରହିଥାଏ ତାଙ୍କର ବିବାହ ପ୍ରାୟତଃ ୩୦ ବର୍ଷ ହେବାର ସମ୍ଭାବନା ଥାଏ। ଯଦି ବିବାହ ରେଖା ଉପରକୁ ଆସି ହୃଦୟ ରେଖା ସହ ମିଶିଥାଏ, ନଚେତ ବିବାହ ରେଖା ଉପରେ କଳାଜାଇ ଅଥବା ଯୁକ୍ତ ଚିହ୍ନ ଥାଏ ତାଙ୍କର ବିବାହରେ ବିଳମ୍ବ ହେବାର ସମ୍ଭାବନା ଥାଏ।

ଦୁଇଟି ବିବାହ ଯୋଗ: ହାତରେ ଅନେକ ବିବାହ ରେଖା ରହିବା ଅର୍ଥ ଛାଡ଼ପତ୍ର ନଚେତ ବିବାହ ପରେ ଅନ୍ୟ କାହା ସହ ସମ୍ପର୍କରେ ରହିବାର ସଙ୍କେତ ଦେଇଥାଏ। ଯାହା ହାତରେ ଦୁଇଟି ବିବାହ ରେଖା ରହିଛି ସେଥିରୁ ଗୋଟିଏ ସ୍ପଷ୍ଟ ଥିବା ବେଳେ ଆଉ ଗୋଟିଏ ଝାପ୍ସା ରହିଛି, ହେଲେ ବୁଧ ପର୍ବତ ଯାଏ ଏହା ମାଡ଼ିଛି ତେବେ ଏହି ରେଖଶ ଜୀବନରେ ଦୁଇଟି ବିବାହ ହେବାର ସଙ୍କେତ ଦେଇଥାଏ। ଏହା ଗମ୍ଭୀର ପ୍ରେମ ସମ୍ପର୍କ ହେବାର ସଙ୍କେତ ଦେଇଥାଏ।

ବିବାହ ପରେ ଅନ୍ୟ କାହା ପ୍ରେମରେ ପଡ଼ିପାରନ୍ତି: ହସ୍ତରେଖା ଶାସ୍ତ୍ର ଅନୁସାରେ ଯାହାରେ ହାତରେ ବିବାହ ରେଖା ଅଧାରୁ କଟିଥାଏ ତାର ବୈବାହିକ ଜୀବନ ଦୀର୍ଘ ସମୟ ଯାଏ ଚାଲିପାରି ନ ଥାଏ। ଏଣୁ କୌଣସି ନା କୌଣସି କାରଣରୁ ସ୍ତ୍ରୀସ୍ବାମୀ ଅଲଗା ହେବାର ସମ୍ଭାବନା ଥାଏ। ଯଦି ବିବାହ ରେଖା ସହ ଅନ୍ୟ କୌଣସି ରେଖା ସମାନ୍ତରାଳ ଭାବେ ଥାଏ ତେବେ ବ୍ୟକ୍ତି ଜୀବନସାଥୀଙ୍କ ସହ ଅନ୍ୟ କାହା ସହ ସମ୍ପର୍କରେ ରହିବାର ସଙ୍କେତ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri