ପାଣି ସମସ୍ୟା ଦୂର ନ ହେଲେ ଭୋଟ ବର୍ଜନ

ଖୋର୍ଦ୍ଧା ଅଫିସ,୩୧ା୧: ରାଜ୍ୟ ସରକାର ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ପ୍ରତ୍ୟେକ ଗ୍ରାମକୁ ପାଇପ୍‌ ମାଧ୍ୟମରେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ପଦକ୍ଷେପ ନେଉଛନ୍ତି। ସବୁ ଗ୍ରାମର ଲୋକଙ୍କୁ ପାନୀୟଜଳ ସୁବିଧା ମିଳିବ ବୋଲି ଘୋଷଣା କରିଛନ୍ତି। ତେବେ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ବାଙ୍କେଇ ପଞ୍ଚାୟତର ଗର୍ଭଣୀପଡ଼ା ଗ୍ରାମବାସୀଙ୍କ ପାଇଁ ଏହା ଉପହାସ ପାଲଟିଛି। ଏହି ଗ୍ରାମର ଲୋକେ ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି। ଗାଁରେ ଥିବା ଏକମାତ୍ର ନଳକୂପ ଦୀର୍ଘଦିନ ହେଲା ଅଚଳ ହୋଇପଡ଼ିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି ଗୁହାରି ଶୁଣୁନାହାନ୍ତି। ପାଣି ସମସ୍ୟା ଦୂର ନ ହେଲେ ଚଳିତ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଗ୍ରାମରେ ୬୦ପରିବାର ରହୁଛନ୍ତି। ଗ୍ରାମରେ ଗୋଟିଏ ନଳକୂପ ରହିଛି। ତେବେ ତାହା ଦୀର୍ଘଦିନ ହେଲା ଅଚଳ ହୋଇପଡ଼ିଛି। ଫଳରେ ଗ୍ରାମବାସୀ ୨ କିମି ଦୂର ଏକ ପୋଖରୀ ଉପରେ ନିର୍ଭର କରୁଛନ୍ତି। ରାତି ପାହିଲେ ମହିଳାମାନେ ଗରା ମାଠିଆ ଧରି ସେଠାକୁ ଧାଉଁଛନ୍ତି। ଦୀର୍ଘଦିନ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ବି ପ୍ରଶାସନ କିମ୍ବା ଲୋକପ୍ରତିନିଧି କେହି ବୁଝୁନାହାନ୍ତି। କେବଳ ନିର୍ବାଚନ ଆସିଲେ ନେତାମାନେ ସମସ୍ୟା ଦୂର ଲାଗି ପ୍ରତିଶ୍ରୁତି ଦିଅନ୍ତି, ମାତ୍ର ନିର୍ବାଚନ ସରିଗଲେ ପ୍ରତିଶ୍ରୁତି ଭୁଲିଯାଆନ୍ତି। ୨୦୧୭ ନିର୍ବାଚନରେ ମଧ୍ୟ ପାଣି ସମସ୍ୟା ଦୂର ଲାଗି ପ୍ରତିଶ୍ରୁତି ମିଳିଥିଲା, ମାତ୍ର ନିର୍ବାଚନ ଶେଷ ପରେ ଆଉ କାହାର ଦେଖା ମିଳିଲା ନାହିଁ ବୋଲି ଗ୍ରାମର ବରିଷ୍ଠ ନାଗରିକ ସୁରଥ ପାଇକରାୟ କହିଛନ୍ତି। ଅଚଳ ନଳକୂପ ମରାମତି ପାଇଁ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରି ନିରାଶ ହୋଇଛୁ ବୋଲି ବରିଷ୍ଠ ନାଗରିକ ମାଣିଆ ମାର୍ଥା କହିଛନ୍ତି। ତେଣୁ ଚଳିତ ବର୍ଷ ଗ୍ରାମରେ ପାଣି ସମସ୍ୟା ଦୂର କରା ଗଲେ ଭୋଟ ଦେବୁନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିବା ସୁରଥ ଓ ମାଣିଆଙ୍କ ସମେତ ବହୁ ଗ୍ରାମବାସୀ କହିଛନ୍ତି। ପାଣି ଏହି ଗ୍ରାମର ଏକ ମୁଖ୍ୟ ସମସ୍ୟା। ଖରାଦିନ ଆସିଲେ ଅବସ୍ଥା ସଙ୍ଗିନ ହୋଇପଡ଼େ। ଗ୍ରାମର ଅଶାନ୍ତି ଜେନା ଓ ରଶ୍ମିତା ମାର୍ଥା କହିଛନ୍ତି, ନଳକୂପ ମରାମତି କରିବାକୁ କେହି ଆସୁନାହାନ୍ତି। ନଳକୂପ ଉପରେ ଗଛଲତା ମାଡ଼ିିଗଲାଣି। ତେଣୁ ବାଧ୍ୟ ହୋଇ ପୋଖରୀରୁ ପାଣି ଆଣି କାମ ଚଳାଉଛୁ। ଏହି ପାଣି ଦୂଷିିତ ଯୋଗୁ ଅନେକ ସମୟରେ ପିଲା, ବୃଦ୍ଧାବୃଦ୍ଧ ଚର୍ମରୋଗ, ଜ୍ୱର ପ୍ରଭୃତି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଆଗକୁ ଖରାଦିନ ଆସୁଛି। ତେଣୁ ପୁଣି ଡହଳବିକଳ ହେବାକୁ ପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଏ ସମ୍ପର୍କରେ ବୋଲଗଡ଼ ବିଡିଓ ଧୋବେଇ ନାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri