Posted inଖେଳ

ପରିସ୍ଥିତି ଅନୁକୂଳ ହେଲେ ଘରୋଇ କ୍ରିକେଟ ଆରମ୍ଭ ହେବ: ଗାଙ୍ଗୁଲି

ନୂଆଦିଲ୍ଲୀ,୨୩।୮(ପି.ଟି.): ଘରୋଇ କ୍ରିକେଟର ଆରମ୍ଭ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ମୁହଁ ଖୋଲିଛନ୍ତି। କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ପରସ୍ଥିତି ସୁଧୁରିବା ଉପରେ ସବୁକିଛି ନିର୍ଭର କରୁଛି। ପରିସ୍ଥିତିରେ ଉନ୍ନତି ଆସିଲେ ଦେଶରେ ଘରୋଇ କ୍ରିକେଟ ଆରମ୍ଭ ହେବ ବୋଲି ଗାଙ୍ଗୁଲି ସବୁ ରାଜ୍ୟ ଆସୋସିଏଶନକୁ ଆଶ୍ୱାସନା ଦେଇଛନ୍ତି। ତେବେ ଘରୋଇ ସେସନ କେବେ ଆରମ୍ଭ ହେବ ସେ କୌଣସି ନିର୍ଦ୍ଦିଷ୍ଟ ତାରିଖ ନେଇ ସ୍ପଷ୍ଟ କରିନାହାନ୍ତି।
ସାଧାରଣତଃ ଘରୋଇ ସେସନ ଅଗଷ୍ଟରେ ଆରମ୍ଭ ହୋଇଥାଏ। ତେକେ କୋଭିଡ୍‌-୧୯ ପାଇଁ ଘରୋଇ କ୍ୟାଲେଣ୍ଡରକୁ ଗୁରୁତର ଭାବେ ପ୍ରଭାବିତ କରିଛି। ତେଣୁ ବିସିସିଆଇ ନିର୍ଦ୍ଦିଷ୍ଟ ତାରିଖ ନେଇ କିଛି ସ୍ପଷ୍ଟ କରିନାହିଁ ଓ ଗାଙ୍ଗୁଲି ଏ ନେଇ ଚିଠି ଲେଖି ସବୁ ଆସୋସିଏଶନକୁ ଅବଗତ କରାଇଛନ୍ତି।
ନଭେମ୍ବର ତୃତୀୟ ସପ୍ତାହରେ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟ ସହ ଘରୋଇ ସେସନ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ତେବେ ଯେବେ ପରିସ୍ଥିତି ଅନୁକୂଳ ହେବ ସେତେବେଳେ ଘରୋଇ ସେସନ ଆରମ୍ଭ କରିବାକୁ ବିସିସିଆଇ ସବୁ ପ୍ରକାର ପ୍ରୟାସ କରିବ। ଖେଳାଳି, ଘରୋଇ କ୍ରିକେଟ ସହ ଜଡିତ ସବୁ ଲୋକଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ବୋର୍ଡ ପ୍ରାଧାନ୍ୟ ଦେଉଛି। କ୍ରମାଗତ ଭାବେ ବୋର୍ଡ ପରସ୍ଥିତି ଉପରେ ନଜର ରଖିଛି ବୋଲି ଗାଙ୍ଗୁଲି ରାଜ୍ୟ ଆସୋସିଏଶନଗୁଡିକର ସଭାପତି ଓ ସମ୍ପାଦକମାନଙ୍କୁ ଚିଠି ଲେଖି ଉଲ୍ଲେଖ କରିଛନ୍ତି। ଭବିଷ୍ୟତରେ କି ନିଷ୍ପତ୍ତି ନିଆଯିବ ସେ ନେଇ ସବୁ ସଦସ୍ୟଙ୍କୁ ସୂଚନା ଦିଆଯିବ। ତେବେ ଘରୋଇ କ୍ରିକେଟ ଆରମ୍ଭ କରିବାକୁ ପୂର୍ବରୁ ସମସ୍ତଙ୍କ ପରାମର୍ଶ ନିଆଯିବ। ଆଗାମୀ କେତେ ମାସରେ କୋଭିଡ୍‌-୧୯ ପରିସ୍ଥିତିରେ ସୁଧାର ଆସିବ ଓ ଘରୋଇ କ୍ରିକେଟ ଏକ ସୁରକ୍ଷିତ ପରିବେଶରେ ଆରମ୍ଭ ହେବ ବୋଲି ବିସିସିଆଇ ଆଶା ପ୍ରକାଶ କରିଛି।
ପୁଣି ଭାରତର ଫ୍ୟୁଚର ଟୁର ପ୍ରୋଗ୍ରାମ୍‌ ନେଇ ମଧ୍ୟ ଗାଙ୍ଗୁଲି ସଦସ୍ୟମାନଙ୍କୁ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଶେଷ ଆଡକୁ ଭାରତ ଅଷ୍ଟ୍ରେଲିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ୨୦୨୧ ପ୍ରାରମ୍ଭରେ ଇଂଲଣ୍ଡ ଭାରତ ଗସ୍ତରେ ଆସିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଭାରତ ମଧ୍ୟ ଆସନ୍ତା ବର୍ଷ ଟି୨୦ ବିଶ୍ୱକପ୍‌ ଆୟୋଜନ କରିବ। ସେହିପରି ୨୦୨୩ରେ ଭାରତ ଦିନିକିଆ ବିଶ୍ୱକପ୍‌ ମଧ୍ୟ ଆୟୋଜନ କରିବ ଓ ଫ୍ୟୁଚର ଟୁର ପ୍ରୋଗ୍ରାମ ପାଇଁ ଭାରତ ପ୍ରତିବଦ୍ଧ ରହିବ ବୋଲି ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି। ଆଗାମୀ ଡିସେମ୍ବରରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରି ସିରିଜ ଖେଳିବ। ଏହାପରେ ଭାରତୀୟ ଦଳ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରି ଫେବୃୟାରୀରେ ଇଂଲଣ୍ଡ ବିପକ୍ଷରେ ସିରିଜ ଖେଳିବା ଆରମ୍ଭ କରିବ ଓ ଏପ୍ରିଲ୍‌ରେ ୨୦୨୧ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆରମ୍ଭ ହେବ। ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଟି୨୦ ବିଶ୍ୱକପ୍‌ ୨୦୨୧ ଓ ୫୦ ଓଭର ବିଶିଷ୍ଟ ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୨୩ରେ ଅୟୋଜନ କରିବାକୁ ଭାରତ ବଦ୍ଧପରିକର ବୋଲି ଗାଙ୍ଗୁଲି କହିଛନ୍ତି। ଅନ୍ୟପକ୍ଷେ ଭାରତୀୟ ମହିଳା ଦଳର ଟୁର ନେଇ ଆଲୋଚନା ଜାରି ରହିଛି। ତେବେ ଏ ସଂକ୍ରାନ୍ତରେ ସେ ବିସ୍ତୃତ ଭାବେ ଅଧିକ କିଛି କହିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri