Posted inଜାତୀୟ

ତଦନ୍ତ ନ ସରିଲେ ଅଭିଯୁକ୍ତଙ୍କୁ ଜାମିନ

ନୂଆଦିଲ୍ଲୀ,୧୮ା୧୧: କୌଣସି ମାମଲାର ତଦନ୍ତ ନିର୍ଦ୍ଧାରିତ ସମୟରେ ଶେଷ ନ ହେଲେ ଅଭିଯୁକ୍ତଙ୍କୁ ‘ଡିଫଲ୍ଟ ବେଲ୍‌’ ମିଳିବ। ସମ୍ବିଧାନର ଅନୁଚ୍ଛେଦ ୨୧ ବେଆଇନ ଅଟକ ବିରୋଧରେ ଜୀବନ ଓ ବ୍ୟକ୍ତିଗତ ସ୍ବାଧୀନତାର ସୁରକ୍ଷାକୁ ସୁନିଶ୍ଚିତ କରିଥାଏ। ଏହି ଧାରା ଅନୁସାରେ ଅଭିଯୁକ୍ତଙ୍କ ଡିଫଲ୍ଟ ବେଲ୍‌ ପାଇବା ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟର ୩ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।
ଜଷ୍ଟିସ୍‌ ୟୁ.ୟୁ. ଲଲିତ, ଏମ୍‌.ଏମ୍‌. ଶାନ୍ତାନାଗୌଡ଼ାର ଓ ବୀନିତ ଶରଣଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଯଦି ତଦନ୍ତକାରୀ ସଂସ୍ଥା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତଦନ୍ତ ଶେଷ ନ କରେ ତେବେ ମାମଲାର ମେରିଟ୍‌
ଥାଉ କି ନ ଥାଉ, ଅଭିଯୁକ୍ତଙ୍କୁ ଡିଫଲ୍ଟ ଜାମିନ ମିଳିବା ଉଚିତ। ଅପରାଧ ଦଣ୍ଡ ସଂହିତା (ସିଆର୍‌ପିସି) ଧାରା୧୬୭(୨) ଅନୁଯାୟୀ ତଦନ୍ତକାରୀ ସଂସ୍ଥା ନିର୍ଦ୍ଧାରିତ ସମୟ ମଧ୍ୟରେ ନିଶ୍ଚିତ ଭାବେ ଆବଶ୍ୟକ ପ୍ରମାଣ ସଂଗ୍ରହ କରିବ।
ଏଥିରେ ବିଚ୍ୟୁତି ଘଟିଲେ ଅଭିଯୁକ୍ତଙ୍କୁ ଆଉ ଅଧିକ ସମୟ ଅଟକ ରଖାଯାଇ ପାରିବ ନାହିଁ। ଉପରୋକ୍ତ ଧାରା ଅନୁସାରେ ମୃତ୍ୟୁ ଦଣ୍ଡ, ଆଜୀବନ କିମ୍ବା ୧୦ ବର୍ଷରୁ ଅଧିକ ଅବଧିର ଜେଲ୍‌ ଦଣ୍ଡାଦେଶ ହେଉଥିବା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ସର୍ବାଧିକ ୯୦ ଦିନ ହାଜତରେ ରଖାଯାଇ ପାରିବ। ଅନ୍ୟ ଅପରାଧ ସହିତ ତଦନ୍ତ ସମ୍ପର୍କିତ ଥିଲେ ଅଭିଯୁକ୍ତଙ୍କୁ ୬୦ ଦିନ ହାଜତରେ ରଖାଯାଇ ପାରିବ। ତେବେ ନାର୍କୋଟିକ୍‌ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍‌ ସବ୍‌ଷ୍ଟାନ୍ସେସ୍‌ (ଏନ୍‌ଡିପିଏସ୍‌) ଆଇନ ଭଳି କେତେକ ବିଧି ବଳରେ ଅଭିଯୁକ୍ତଙ୍କ ଅଟକ ମିଆଦକୁ ୧୮୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ। ଏହି ସମୟ ସୀମା ଭିତରେ ତଦନ୍ତ ଶେଷ ହୋଇ ନ ପାରିଲେ ଗିରଫ ବ୍ୟକ୍ତି ଡିଫଲ୍ଟ ବେଲ୍‌ ପାଇବାକୁ ହକ୍‌ଦାର ବୋଲି ଅକ୍ଟୋବର ୨୬ରେ ଖଣ୍ଡପୀଠ ରାୟ ଦେଇଥିଲେ।
୨୦୧୮ ଅଗଷ୍ଟରେ ଏନ୍‌ଡିପିଏସ୍‌ ଆଇନ, ୧୯୮୫ ବଳରେ ଏମ୍‌. ରବୀନ୍ଦ୍ରନଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ତାଙ୍କୁ ରିମାଣ୍ଡରେ ନ୍ୟାୟିକ ହାଜତକୁ ନିଆଯାଇଥିଲା। ରବୀନ୍ଦ୍ରନ ଜାମିନ ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ୧୮୦ ଦିନ ମଧ୍ୟରେ ତଦନ୍ତ ଶେଷ ହୋଇ ନ ଥିବାବେଳେ ଚାର୍ଜଶିଟ୍‌ ମଧ୍ୟ ଦାଖଲ କରାଯାଇ ନ ଥିବା ଦର୍ଶାଇ ସେ ଡିଫଲ୍ଟ ବେଲ୍‌ ଆବେଦନ କରିଥିଲେ। ତଳ କୋର୍ଟ ତାଙ୍କୁ ଜାମିନ ଦେଇଥିଲେ। କିନ୍ତୁ ଅଭିଯୋଜନକାରୀ ପକ୍ଷ ଅଭିଯୁକ୍ତଙ୍କ ବିରୋଧରେ ଅତିରିକ୍ତ ଅଭିଯୋଗ ଦାଖଲ କରିଥବା ଦର୍ଶାଇ ୨୦୧୯ ନଭେମ୍ବରରେ ମାଡ୍ରାସ୍‌ ହାଇକୋର୍ଟ ଉକ୍ତ ଜାମିନକୁ ଖାରଜ କରିଦେଇଥିଲେ। ଫଳରେ ରବୀନ୍ଦ୍ରନ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।
ସର୍ବୋଚ୍ଚ ଅଦାଲତ ୫୬ ପୃଷ୍ଠା ସମ୍ବଳିତ ରାୟରେ ଆହୁରି କହିଥିଲେ, ଏହି ଡିଫଲ୍ଟ ବେଲ୍‌ ଯୋଗୁ ତଦନ୍ତକାରୀ ଅଧିକାରୀମାନେ ସୁରୁଖୁରୁରେ ଓ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିବେ, ଯଦ୍ଦ୍ବାରା ଅଧିକ ସମୟ ରିମାଣ୍ଡକୁ ଦୁରୁପଯୋଗ କରାଯାଇ ପାରିବ ନାହିଁ। ସେହିପରି କୋର୍ଟ ମଧ୍ୟ ଅପରାଧ ସମ୍ପର୍କିତ ତଥ୍ୟ ପ୍ରଦାନ ତାରିଖଠାରୁ ଅଧିକ ବିଳମ୍ବ ନ କରି ମାମଲାକୁ ସଜ୍ଞାନକୁ ନେବେ। ଏପରି କରାଗଲେ ଆପରାଧିକ ନ୍ୟାୟ ବ୍ୟବସ୍ଥା ପ୍ରତି ସମାଜ ଆସ୍ଥା ହରାଇବ ନାହିଁ ଓ ନୈରାଶ୍ୟଭାବ ସୃଷ୍ଟି ହେବ ନାହିଁ। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଅନେକ ପୂର୍ବ ମାମଲାର ରାୟ ଓ ଭାରତର ଆଇନ କମିଶନଙ୍କ ରିପୋର୍ଟକୁ ଅନୁଧ୍ୟାନ କରି ଉପରୋକ୍ତ ରାୟ ଦେଇଥିଲେ। ୨୦୦୧ରେ ମଧ୍ୟ ସୁପ୍ରିମକୋର୍ଟ ଅନ୍ୟ ଏକ ମାମଲାରେ ଡିଫଲ୍ଟ ବେଲ୍‌କୁ ‘ଅପରିହାର୍ଯ୍ୟ ଅଧିକାର’ ବୋଲି ଅଭିହିତ କରିଥିଲେ, ଯାହାର ଅବତାରଣା ସଦ୍ୟ ମାମଲାରେ ଖଣ୍ଡପୀଠ କରିଛନ୍ତି। ଅଦାଲତ କହିଛନ୍ତି, ଅଭିଯୁକ୍ତ ଏହି ଅଧିକାର ପାଇବାକୁ ଯୋଗ୍ୟ ହୋଇଥିଲେ ତାଙ୍କ ଓକିଲ ଓ ମାଜିଷ୍ଟ୍ରେଟ୍‌ ତାଙ୍କୁ ଏନେଇ ଅବଗତ କରାଇବେ। ବିଶେଷକରି ଅଭିଯୁକ୍ତ ଜଣକ ସମାଜର ବଞ୍ଚତ୍ତ ବର୍ଗର ହୋଇଥିଲେ ଏବଂ ନିଜ ଆଇନଗତ ଅଧିକାରଗୁଡ଼ିକ ସମ୍ପର୍କରେ ସୂଚନା ପାଉ ନ ଥିଲେ ତାଙ୍କୁ ଏ ସମ୍ପର୍କରେ ଜଣାଇବା ଜରୁରୀ। ଡିଫଲ୍ଟ ବେଲ୍‌ ପାଇଁ ଅଭିଯୁକ୍ତ ଆବେଦନ କରିବା ପରେ ସେ ଏହି ଧରଣର ଜାମିନ ପାଇ ମୁକୁଳିବା ଲାଗି ଅଧିକାର ପ୍ରାପ୍ତ ବୋଲି ବିଚାର କରିବାକୁ ପଡ଼ିବ। ଏପରି କି ଜାମିନ ଆବେଦନ ବିଚାରାଧୀନ ଥିଲେ, ଚାର୍ଜଶିଟ୍‌ କିମ୍ବା କୌଣସି ଆପ୍ଲିକେଶନ ଦାଖଲ ପାଇଁ ସମୟ ସୀମା ବୃଦ୍ଧି ସକଶେ ପିଟିଶନ ଦାଏର ହୋଇଥିଲେ ମଧ୍ୟ ଅଭିଯୁକ୍ତ ଏହି ଅଧିକାର ପାଇପାରିବେ। କିନ୍ତୁ ହାଜତରୁ ଅଭିଯୁକ୍ତଙ୍କ ମୁକ୍ତି ଜାମିନ ପ୍ରଦାନ ବେଳେ କୋର୍ଟଙ୍କ ରାୟ ଉପରେ ନିର୍ଭର କରେ। ଅଭିଯୁକ୍ତ ଜାମିନଦାରଙ୍କୁ ଉପସ୍ଥିତ କିମ୍ବା ଜାମିନର ସର୍ତ୍ତ ପୂରଣ କରାଇ ନ ପାରିଲେ ତାଙ୍କୁ ଅଟକ ରଖାଯାଇ ପାରିବ। ଯଦି ଅଭିଯୁକ୍ତ ଉପଯୁକ୍ତ ସମୟରେ ଜାମିନ ଆବେଦନ ନ କରନ୍ତି ଏବଂ ଏହା ପରେ ଏକ ଚାର୍ଜଶିଟ୍‌ କିମ୍ବା ଆକ୍ସଟେନ୍‌ଶନ ରିପୋର୍ଟ ଦାଖଲ କରାଯାଏ ତେବେ ଡିଫଲ୍ଟ ବେଲ୍‌ ପାଇଁ ଅଧିକାର ଶେଷ ହୋଇଯିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।
ଅନୁଚ୍ଛେଦ ୩୨
ନାଗରିକଙ୍କୁ ବିଧି ପ୍ରଦତ୍ତ ଅନେକ ଅଧିକାର ପ୍ରାପ୍ତ ହୋଇଥାଏ। ଏହି କ୍ରମରେ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୨ ନାଗରିକ ଅଧିକାରଗୁଡ଼ିକର ପ୍ରବର୍ତ୍ତନ ପାଇଁ ଏକ ବଳିଷ୍ଠ ଉପଚାର। ଉକ୍ତ ଧାରାର ଉପଧାରା ୨ ସୁପ୍ରିମକୋର୍ଟଙ୍କୁ ନାଗରିକ ଅଧିକାରଗୁଡ଼ିକର ପ୍ରବର୍ତ୍ତନ ପାଇଁ ବନ୍ଦୀ ପ୍ରତ୍ୟକ୍ଷୀକରଣ(ରିଟ୍‌ ଅଫ୍‌ ହେବିଅସ୍‌ କର୍ପସ୍‌), ପରମାଦେଶ(ମାଣ୍ଡାମସ୍‌), ନିଷେଧାଦେଶ(ପ୍ରୋହିବିଶନ), ଅଧିକାର ପ୍ରଶ୍ନ (କ୍ୱୋ ଓ୍ବାରେଣ୍ଟୋ) ଓ ଉତ୍‌ପ୍ରେଷଣ (ସାର୍ଟିଓରାରି)ର କ୍ଷମତା ପ୍ରଦାନ କରିଥାଏ। ଏହି ଉପଚାରର ଉଦ୍ଦେଶ୍ୟ ହେଉଛି ନାଗରିକଙ୍କୁ

ବୈଶ୍ୱିକ ଅଧିକାରଗୁଡ଼ିକର ପ୍ରବର୍ତ୍ତନ ପାଇଁ ତ୍ୱରିତ ଉପାୟ ପ୍ରଦାନ କରିବା, ଯଦ୍ଦ୍ବାରା ଉକ୍ତ ଅଧିକାର ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାର ହସ୍ତକ୍ଷେପରୁ ମୁକ୍ତ ହୋଇପାରିବ।
୧. ଏହି ଭାଗ ଦ୍ୱାରା ପ୍ରଦତ୍ତ ଅଧିକାରଗୁଡ଼ିକୁ ପ୍ରବର୍ତ୍ତନ କରିବା ପାଇଁ ସୁପ୍ରିମକୋର୍ଟରେ ସମାବେଦନ କରିବା ଅଧିକାର ମିଳିଥାଏ।
୨. ଏହି ଭାଗ ଦ୍ୱାରା ପ୍ରଦତ୍ତ ଅଧିକାରଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ବନ୍ଦୀ ପ୍ରତ୍ୟକ୍ଷୀକରଣ, ପରମାଦେଶ, ନିଷେଧାଦେଶ, ଅଧିକାର ପ୍ରଶ୍ନ ଓ ଉତ୍‌ପ୍ରେଷଣ ମଧ୍ୟରୁ ଯେଉଁଟା ଉପଯୁକ୍ତ ହୋଇଥିବ ସେନେଇ ନିର୍ଦ୍ଦେଶନାମା ଜାରି କରିବାକୁ ସୁପ୍ରିମକୋର୍ଟ କ୍ଷମତାପ୍ରାପ୍ତ।
୩. ଭାଗ (୧) ଓ (୨) ଦ୍ୱାରା ସୁପ୍ରିମକୋର୍ଟଙ୍କୁ ପ୍ରଦତ୍ତ କ୍ଷମତା ଉପରେ ପ୍ରତିକୂଳ ପ୍ରଭାବ ନ ପକାଇ ପାର୍ଲାମେଣ୍ଟ ଅନ୍ୟ କୋର୍ଟକୁ ନିଜ ଅଧିକାରର ସ୍ଥାନୀୟ ସୀମା ଭିତରେ ପ୍ରୟୋଗ କରିବା ଲାଗି ଆଇନାନୁସାରେ ସଶକ୍ତ କରି ପାରିବ।
୪.ଏହି ସମ୍ବିଧାନ ଦ୍ୱାରା ପ୍ରଦତ୍ତ ଅନ୍ୟ ବ୍ୟତିକ୍ରମକୁ ଛାଡ଼ିଦେଲେ ଧାରା ୩୨ ଅଧୀନରେ ଉକ୍ତ ଅଧିକାରକୁ ଉଚ୍ଛେଦ କରାଯାଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri