କଟକଣା ମାନିଲେ କମିବ କରୋନା

ଢେଙ୍କାନାଳ ଅଫିସ, ୨୧।୪

ରାଜ୍ୟରେ ରେକର୍ଡ ଭାଙ୍ଗୁଛି କରୋନା। ସହରାଞ୍ଚଳରେ ସଂକ୍ରମଣ ବଢିବାରେ ଲାଗିଛି। ଅଧିକ ଶକ୍ତିଶାଳୀ ହୋଇ ବାହୁଡ଼ିଥିବା ଭୂତାଣୁକୁ ପ୍ରତିହତ କରିବା ଏବେ ସରକାରଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ପାଲଟିଥିବାବେଳେ ନୂଆ କରି ଜାରି କରାଯାଇଛି କୋଭିଡ୍‌ ଗାଇଡ୍‌ଲାଇନ। ତଦନୁଯାୟୀ ଆସନ୍ତା ୨୪ ତାରିଖଠାରୁ ସମସ୍ତ ସହରାଞ୍ଚଳରେ ଶନିବାର, ରବିବାର ସପ୍ତାହାନ୍ତ ଶଟ୍‌ଡାଉନ୍‌ ଆରମ୍ଭ ହେବ। ଜରୁରିକାଳୀନ ସେବା ବ୍ୟତୀତ ଆଉ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବ। ସଂକ୍ରମଣ ଚେନ୍‌ ଭାଙ୍ଗିବା, ଜିଲାକୁ ଆସୁଥିବା ପ୍ରବାସୀଙ୍କୁ ଥଇଥାନ କରିବା ଏବଂ ଟେଷ୍ଟ ସଂଖ୍ୟା ବଢ଼ାଇବାକୁ ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ହେଲେ ଅମାନିଆଙ୍କ ମନମାନିରେ ପ୍ରଶାସନର ସବୁ ଉଦ୍ୟମ ଫସର ଫାଟିବା ଆଶଙ୍କା ସୃଷ୍ଟି ହୋଇଛି। ତେଣୁ କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି କଠୋର ହେବାକୁ ପୋଲିସ, ପ୍ରଶାସନ ଏବଂ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା।
ଢେଙ୍କାନାଳ ପୌରାଞ୍ଚଳର ପ୍ରମୁଖ ବଜାର, ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ଜନଗହଳି ଏଡ଼ାଇବା ଲାଗି ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର କରାଯାଉଛି। ସେହିପରି ବିନା କାରଣରେ ଘରୁ ବାହାରକୁ ବାହାରି ନିଜର ଏବଂ ଅନ୍ୟମାନଙ୍କ ଜୀବନ ବିପଦରେ ନ ପକାଇବାକୁ ସତର୍କ କରାଯାଉଛି। କଟକଣା ସମୟରେ ବାହାରକୁ ବାହାରିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜରିମାନା ଆଦାୟ କରାଯିବ ବୋଲି ଜିଲାପାଳ କହିଛନ୍ତି।
ଅନ୍ୟପଟେ କଟକଣା ଯୋଗୁ ହୋଟେଲ ବ୍ୟବସାୟୀଙ୍କ ଚିନ୍ତା ବଢ଼ିଛି। ଦିନବେଳା କୋଭିଡ୍‌ ଗାଇଡ୍‌ଲାଇନ ଅନୁପାଳନ ପୂର୍ବକ ଗ୍ରାହକଙ୍କୁ ସେବା ଯୋଗାଇବା କଷ୍ଟକର ହୋଇପଡୁଥିବାବେଳେ ଏବେ ସପ୍ତାହାନ୍ତ ଶଟ୍‌ଡାଉନ୍‌ ସେମାନଙ୍କ ମୁଣ୍ଡବ୍ୟଥା ବଢ଼ାଇଛି। ଗତବର୍ଷ କରୋନା ମହାମାରୀରେ ଜିଲାର ହୋଟେଲ ଶିଳ୍ପ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ବ୍ୟବସାୟ ଟ୍ରାକ୍‌କୁ ଫେରୁଥିବାବେଳେ କଟକଣା ସେମାନଙ୍କ ଆର୍ଥିକସ୍ଥିତିକୁ ଦୋହଲାଇ ଦେବ ବୋଲି ହୋଟେଲ ମାଲିକ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେବେ ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ସରକାରୀ କଟକଣା ପାଳନପୂର୍ବକ ବ୍ୟବସାୟ କରିବାକୁ ସେମାନେ ମାନସିକସ୍ତରରେ ପ୍ରସ୍ତୁତ ହେଉଛନ୍ତି।

ଅମାନିଆଙ୍କ ପାଇଁ ବିପଦ ବଢୁଛି
କରୋନା ଲଢ଼େଇରେ ସପ୍ତାହାନ୍ତ ଶଟ୍‌ଡାଉନ ଫଳପ୍ରଦ ହୋଇପାରେ। ସରକାରଙ୍କ ଏହି ନିଷ୍ପତ୍ତି ସ୍ବାଗତଯୋଗ୍ୟ। ୨୦ ପ୍ରତିଶତ ଅମାନିଆଙ୍କ ପାଇଁ ୮୦ ପ୍ରତିଶତ ଲୋକ ସମସ୍ୟା ଭୋଗୁଛନ୍ତି। ଦ୍ୱିତୀୟ ଲହରରେ ଜୀବନ ପ୍ରତି ଅଧିକ ବିପଦ ଥିବା ବିଶେଷଜ୍ଞମାନେ ଚେତାବନୀ ଦେଉଛନ୍ତି। କଟକଣା ଜଗିବାକୁ ନିୟୋଜିତ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ଅଧିକ ସତର୍କ ହେବା ଦରକାର। ଏସବୁ ଭିତରେ ଜୀବନ ଜୀବିକା ପ୍ରତି ଧ୍ୟାନ ଦେବା ମଧ୍ୟ ଜରୁରୀ।
-ରାଜକିଶୋର ବେହେରା, ମାନବାଧିକାର କର୍ମୀ
କ୍ଷତି ସହିବେ ହୋଟେଲ ବ୍ୟବସାୟୀ
ଗତବର୍ଷ କରୋନା କାରଣରୁ ହୋଟେଲ ବ୍ୟବସାୟୀ ବ୍ୟାପକ କ୍ଷତି ସହିଛନ୍ତି। କଟକଣା କୋହଳ ପରେ ବ୍ୟବସାୟ ସ୍ବାଭାବିକ ହୋଇ ଆସୁଥିଲା। ଏବେ ସଂକ୍ରମଣ ବଢ଼ିବା ପରେ ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ସପ୍ତାହାନ୍ତ ଶଟ୍‌ଡାଉନ୍‌ରେ ମାସକୁ ୮ଦିନ ହୋଟେଲ ବନ୍ଦ ରହିବ। ଏଥିପୂର୍ବରୁ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଥିଲା। ରାତି ୯ଟା ପୂର୍ବରୁ ଦୋକାନ ବନ୍ଦ କରିବାକୁ ପଡୁଥିବାରୁ ବ୍ୟବସାୟ ପ୍ରଭାବିତ ହେଉଛି।
-ଜ୍ଞାନେନ୍ଦ୍ର ବେହେରା, ହୋଟେଲ ବ୍ୟବସାୟୀ
ଦାୟିତ୍ୱବାନ ହେଉ ପ୍ରଶାସନ
କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ଧାରଣ କଲାଣି। ରୋଗର ଲକ୍ଷଣ ଜଣାପଡୁନାହିଁ। ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ପ୍ରତି ଶନିବାର ଏବଂ ରବିବାର ସହରାଞ୍ଚଳରେ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ସଂକ୍ରମଣ ଚେନ୍‌ ଭାଙ୍ଗିବା ଲାଗି ଏହା ସ୍ବାଗତଯୋଗ୍ୟ ପଦକ୍ଷେପ। କୋଭିଡ୍‌ କଟକଣା ପାଳନରେ ଜନତାଙ୍କ ସହଯୋଗ ଲୋଡ଼ା। ପ୍ରଶାସନ ଦାୟିତ୍ୱବାନ ହୋଇ ସମସ୍ତ କାର୍ଯ୍ୟ ଠିକ୍‌ ଭାବେ ପରିଚାଳନା କରିବା ଜରୁରୀ।
-ସୁଧାଂଶୁ କୁମାର ଦଳେଇ, ପୂର୍ବତନ ନଗରପାଳ


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?