ବିଲରେ ନିଆଁ ଲଗାଇଲେ ଅମଳ କମିବ

ସମ୍ବଲପୁର,୧୦ା୬(ବ୍ୟୁରୋ): କୃଷକଙ୍କ ସୁବିଧା ପାଇଁ ସମ୍ପ୍ରତି ଚାଷ ପ୍ରଣାଳୀରେ ଅନେକ ପରିବର୍ତ୍ତନ କରାଯାଇଛି। ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରାଯାଇ ଶୀଘ୍ର ବୁଣିବା, ରୋଇବା ଓ ଅମଳ ଆଦି କାମ ହୋଇପାରୁଛି। ହେଲେ ଯନ୍ତ୍ରପାତି ବ୍ୟବହାର ଦ୍ୱାରା କ୍ଷତିକାରକ ମଧ୍ୟ ହେଉଛି। ହାର୍‌ଭେଷ୍ଟର ଓ ମେଶିନରେ ଧାନ ଅମଳ କରିବା ପରେ ବିଲରେ ଥିବା ନଡାକୁ ଚାଷୀ ନିଅଁା ଲଗାଇ ଦେଉଛନ୍ତି। ଏହା ଦ୍ୱାରା ପରିବେଶ ପ୍ରଦୂଷଣ ହେବା ସହ ମୃତ୍ତିକା ଚାଷ ଅନୁପଯୋଗୀ ହୋଇଯାଉଛି। ଏହା ଏକ ଦଣ୍ଡନୀୟ ଅପରାଧ ହୋଇଥିବାରୁ ଅଗ୍ନିଶମ ବିଭାଗ, ପୋଲିସ, ରାଜସ୍ବ ବିଭାଗ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। କାରଣ ବିଲରେ ନିଅଁା ଲଗାଇବା ପରେ ତାହା ନିକଟସ୍ଥ ଗ୍ରାମ, ପନିପରିବା ଚାଷ ଏପରି କି ଘରକୁ ବ୍ୟାପିଥାଏ। ଏହାକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗକୁ ନାକେଦମ ହେବାକୁ ପଡିଥାଏ। ଏହା ବିଶେଷକରି ଜଳସେଚନ ହେଉଥିବା ରବି ଫସଲ ଅମଳ ସମୟରେ ହୋଇଥାଏ। ଅନ୍ୟପଟେ ଅଣଜଳସେଚିତ ଅଞ୍ଚଳରେ ମଧ୍ୟ ବିଲକୁ ସଫା କରିବା ପାଇଁ ଚାଷୀମାନେ ନିଅଁା ଲଗାଇ ଦେଇଥାନ୍ତି। ସେହିପରି କେନ୍ଦୁପତ୍ର ସଂଗ୍ରହ କରିବା ପାଇଁ ମଧ୍ୟ ଜଙ୍ଗଲରେ ନିଅଁା ଲଗାଯାଇଥାଏ। ନିଅଁାର ଉତ୍ତାପ ଯୋଗୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ସମ୍ବଲପୁର ଜିଲାରେ ଚଳିତ ଗ୍ରୀଷ୍ମରେ ତାପମାତ୍ରା ରାଜ୍ୟରେ ସର୍ବାଧିକ ରହିଛି। ଜମିରେ ନିଆଁ ଲଗାଇବା ଏହାର ଏକ ମୁଖ୍ୟ କାରଣ ହୋଇପାରେ। ଚାଷ ପାଇଁ ଉପଯୁକ୍ତ ମାଟିର ଆବଶ୍ୟକତା ରହିଛି। ନିଅଁା ଲଗାଇବା ଫଳରେ ମାଟିର ଉର୍ବରତା, ଆଦର୍‌ରତା କମିଯାଉଛି। ଏହା ଦ୍ୱାରା ଫସଲ ଅମଳ କମିବ ବୋଲି ସମ୍ବଲପୁର ଚିପିଲିମାସ୍ଥିତ ଓୟୁଓଟି କୃଷି ବୈଜ୍ଞାନିକ (ମୃତ୍ତିକା) ଆସିଷ୍ଟାଣ୍ଟ ପ୍ରଫେସର ଈପ୍‌ସିତା ଦାସ କହିଛନ୍ତି।
ସେ ଆହୁରି କହିଛନ୍ତି, ବିଲରେ ନିଅଁା ଲଗାଇଲେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଆର୍ଦ୍ରତା କମିଥାଏ। ଫଳରେ ପରବର୍ତ୍ତୀ ଚାଷ ସମୟରେ ସମସ୍ୟା ହୋଇଥାଏ। କୌଣସି ଫସଲ ପାଇଁ ମାଟିର ଆଦର୍‌ରତା ରହିବା ଆବଶ୍ୟକ। ନିଆଁରେ ମୃତ୍ତିକା ପାଇଁ ଉପକାର କରୁଥିବା ଜୀବାଣୁ, ଜୀବଗୁଡିକ ମରିଯାନ୍ତି। ମାଟିରୁ ପ୍ରାକୃତିକ ଭାବେ ମିଳୁଥିବା ଅମ୍ଳଜାନ, ଜିଙ୍କ୍‌ ଓ ଅନ୍ୟ ଭିଟାମିନ ମଧ୍ୟ ନଷ୍ଟ ହୋଇଯାଉଛି। ଏଥିପାଇଁ ଫସଲରେ ଅଧିକ ରାସାୟନିକ ସାର ଦେବାକୁ ପଡିଥାଏ। ଜୈବିକ ପ୍ରଣାଳୀରେ ଚାଷ କରିବାକୁ ହେଲେ ନଡାକୁ ବିଲରେ ପ୍ରାକୃତିକ ଉପାୟରେ ନଷ୍ଟ କରିବାକୁ ହେବ। ବର୍ଷା ହେଲେ ଆପେ ଆପେ ନଡା ନଷ୍ଟ ହୋଇଯାଇଥାଏ। ମାଟିକୁ ଯତ୍ନ କରି ନ ରଖିଲେ ଆଗାମୀ ଦିନରେ ଚାଷୀ ସମାଜ ପାଇଁ ବିପତ୍ତି ହୋଇପାରେ। ଯନ୍ତ୍ରପାତି ବ୍ୟବହାର କରି ଚାଷ କରିବାରେ ସମସ୍ୟା ନାହିଁ। ହେଲେ ମାଟିକୁ ମଧ୍ୟ ଦୃଷ୍ଟିଦେବାକୁ ପଡିବ ବୋଲି ସେ କହିଥିଲେ। ଅନ୍ୟପଟେ ନିଅଁା ଲଗାଇବା ଏକ ଅପରାଧ। ଯେଉଁମାନେ ବିଲରେ ନିଅଁା ଲଗାଉଥିବେ ତଥ୍ୟ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପରିବେଶବିତ୍‌ ଦାବି କରିଛନ୍ତି। ଚାଷୀ ଅଶୋକ ପ୍ରଧାନ କହିଛନ୍ତି, ପୂର୍ବରୁ ଓଡ଼ିଶାରେ ଏଭଳି ହେଉ ନ ଥିଲା। ବାହାର ରାଜ୍ୟର ଚାଷୀମାନେ ଆସି ଏଭଳି କରୁଛନ୍ତି। ଏହା ପରିବେଶ, ଧନ, ଜୀବନ, ଚାଷ ପାଇଁ ବିପତ୍ତି। ତେଣୁ ଚାଷୀମାନେ ନିଅଁା ନ ଲଗାଇବାକୁ ସେ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

୧୭ରେ ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ନିର୍ବାଚନ: ନାମାଙ୍କନ କଲେ ୩୬ ପ୍ରାର୍ଥୀ…

ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri