କୁକୁର ରାସ୍ତାରେ ମଳତ୍ୟାଗ କଲେ ମାଲିକ ଦେବେ ୪୫ ହଜାର ଟଙ୍କା ଜରିମାନା: ସବୁ କୁକୁରଙ୍କର ହେବ ଡିଏନଏ ଟେଷ୍ଟ…

ରୋମ,୨୧।୧ : ଭାରତର ଅନେକ ସ୍ଥାନରେ ବୁଲା କୁକୁରମାନଙ୍କ ଉପଦ୍ରବ ନେଇ ଉତ୍ତେଜନା ଦେଖାଦେଇଛି। କେତେକ କ୍ଷେତ୍ରରେ ପୋଲିସର କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି। ରାସ୍ତାରେ କୁକୁର ମଳତ୍ୟାଗ ଉପରେ ମଧ୍ୟ ବିବାଦ ଲାଗି ରହିଛି। ଅନେକ ଦେଶରେ ଏହି ବିଷୟରେ କଡା ନିୟମ ରହିଛି। ତେକେତ ଦେଶରେ ରାସ୍ତାରେ କୁକୁରମାନେ ମଳତ୍ୟାଗ କଲେ ମାଲିକଙ୍କୁ ଜରିମାନା ଦେବାକୁ ପଡୁଛି। ତେବେ କୁକୁରମାନଙ୍କର ଏହି ଆଚରଣକୁ ମୁକାବିଲା କରିବା ପାଇଁ ଇଟାଲୀର ଏକ ସହର ବର୍ତ୍ତମାନ ଯୋଜନା ପ୍ରସ୍ତୁତ କରିଛି।

ଖବର ଅନୁଯାୟୀ, ଇଟାଲୀର ଇତାଲବି ସହରରେ କୁକୁରମାନେ ରାସ୍ତାରେ ମଳାତ୍ୟାଗ କରିବା ଯୋଗୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକମାନେ ଏ ବିଷୟରେ ବହୁତ ଅଭିଯୋଗ କରିଛନ୍ତି । ଏଭଳି ପରିସ୍ଥିତିରେ କେଉଁ କୁକୁର ରାସ୍ତାରେ ଠିଆ ହୋଇ ଏଭଳୀ କରିଛି ତାହା ଅନୁସନ୍ଧାନ କରିବା କଷ୍ଟକର ହେଉଥିଲା। ଏଭଳି ପରିସ୍ଥିତିରେ ୪୦ ହଜାର କୁକୁରଙ୍କ ପାଇଁ ଡିଏନଏ ଟେଷ୍ଟ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।

୧୦ ହଜାରରୁ ଅଧିକ କୁକୁରଙ୍କର ଡିଏନଏ ପରୀକ୍ଷା କରାଯାଇଛି ବୋଲି କୁହାଯାଉଛି। ଏହି ପ୍ରକ୍ରିୟା କ୍ରମାଗତ ଭାବରେ ଜାରି ରହିଛି। ଯାଞ୍ଚ୍‌  ପ୍ରକ୍ରିୟା ସମାପ୍ତ ହେବା ପରେ, କେଉଁ କୁକୁର ରାସ୍ତାରେ ମଳତ୍ୟାଗ କରିଛି ତାହାକୁ ଚିହ୍ନଟ କରାଯାଇ ଏହାର ମାଲିକଙ୍କ ଉପରେ ଜରିମାନା ଲଗାଯିବା ସହଜ ହେବ ବୋଲି କୁହାଯାଉଛି।

ତଥାପି, ଜରିମାନା ପରିମାଣ କମ ନୁହେଁ । ଯଦି ଗୋଟିଏ କୁକୁର ରାସ୍ତାରେ ମଳତ୍ୟାଗ କରେ ତେବେ ମାଲିକଙ୍କୁ ୫୦ ରୁ ୫୦୦ ୟୁରୋ ( ୪୫ ଶହ ରୁ ୪୫ ହଜାର ଟଙ୍କା) ଜରିମାନା କରାଯାଇପାରେ । ଜଣେ ଅଧିକାରୀ କହିଛନ୍ତି ସହରରେ ସର୍ବସାଧାରଣ ଜମିର ପରିଚାଳନା ପ୍ରତିବର୍ଷ ଶହ ଶହ ଅଭିଯୋଗ ଗ୍ରହଣ କରିଥାଏ, ଯାହା ମଧ୍ୟରୁ ଅଧିକାଂଶ କୁକୁର ସହ ଜଡିତ। ଏଭଳି ପରିସ୍ଥିତିରେ ଅଭିଯୁକ୍ତ ତଥା ଅପରାଧୀଙ୍କୁ ଧରିବା କଷ୍ଟକର ହୋଇପଡିଥିଲା।

କେବଳ ଏତିକି ନୁହେଁ ମାର୍ଚ୍ଚ ସୁଦ୍ଧା ସମସ୍ତ ପୋଷା କୁକୁରମାନଙ୍କର ଡିଏନଏ ପରୀକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି। ନୂତନ ନିୟମ ଅନୁଯାୟୀ, ଯଦି କେହି ନିୟମ ପାଳନ ନ କରନ୍ତି, ତେବେ ତାଙ୍କ ଉପରେ ୨୬,୪୦୦ – ୯୫,୦୪୧ ଟଙ୍କା ଜରିମାନା ଲାଗୁ କରାଯାଇପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri