କୁକୁର ରାସ୍ତାରେ ମଳତ୍ୟାଗ କଲେ ମାଲିକ ଦେବେ ୪୫ ହଜାର ଟଙ୍କା ଜରିମାନା: ସବୁ କୁକୁରଙ୍କର ହେବ ଡିଏନଏ ଟେଷ୍ଟ…

ରୋମ,୨୧।୧ : ଭାରତର ଅନେକ ସ୍ଥାନରେ ବୁଲା କୁକୁରମାନଙ୍କ ଉପଦ୍ରବ ନେଇ ଉତ୍ତେଜନା ଦେଖାଦେଇଛି। କେତେକ କ୍ଷେତ୍ରରେ ପୋଲିସର କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି। ରାସ୍ତାରେ କୁକୁର ମଳତ୍ୟାଗ ଉପରେ ମଧ୍ୟ ବିବାଦ ଲାଗି ରହିଛି। ଅନେକ ଦେଶରେ ଏହି ବିଷୟରେ କଡା ନିୟମ ରହିଛି। ତେକେତ ଦେଶରେ ରାସ୍ତାରେ କୁକୁରମାନେ ମଳତ୍ୟାଗ କଲେ ମାଲିକଙ୍କୁ ଜରିମାନା ଦେବାକୁ ପଡୁଛି। ତେବେ କୁକୁରମାନଙ୍କର ଏହି ଆଚରଣକୁ ମୁକାବିଲା କରିବା ପାଇଁ ଇଟାଲୀର ଏକ ସହର ବର୍ତ୍ତମାନ ଯୋଜନା ପ୍ରସ୍ତୁତ କରିଛି।

ଖବର ଅନୁଯାୟୀ, ଇଟାଲୀର ଇତାଲବି ସହରରେ କୁକୁରମାନେ ରାସ୍ତାରେ ମଳାତ୍ୟାଗ କରିବା ଯୋଗୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକମାନେ ଏ ବିଷୟରେ ବହୁତ ଅଭିଯୋଗ କରିଛନ୍ତି । ଏଭଳି ପରିସ୍ଥିତିରେ କେଉଁ କୁକୁର ରାସ୍ତାରେ ଠିଆ ହୋଇ ଏଭଳୀ କରିଛି ତାହା ଅନୁସନ୍ଧାନ କରିବା କଷ୍ଟକର ହେଉଥିଲା। ଏଭଳି ପରିସ୍ଥିତିରେ ୪୦ ହଜାର କୁକୁରଙ୍କ ପାଇଁ ଡିଏନଏ ଟେଷ୍ଟ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।

୧୦ ହଜାରରୁ ଅଧିକ କୁକୁରଙ୍କର ଡିଏନଏ ପରୀକ୍ଷା କରାଯାଇଛି ବୋଲି କୁହାଯାଉଛି। ଏହି ପ୍ରକ୍ରିୟା କ୍ରମାଗତ ଭାବରେ ଜାରି ରହିଛି। ଯାଞ୍ଚ୍‌  ପ୍ରକ୍ରିୟା ସମାପ୍ତ ହେବା ପରେ, କେଉଁ କୁକୁର ରାସ୍ତାରେ ମଳତ୍ୟାଗ କରିଛି ତାହାକୁ ଚିହ୍ନଟ କରାଯାଇ ଏହାର ମାଲିକଙ୍କ ଉପରେ ଜରିମାନା ଲଗାଯିବା ସହଜ ହେବ ବୋଲି କୁହାଯାଉଛି।

ତଥାପି, ଜରିମାନା ପରିମାଣ କମ ନୁହେଁ । ଯଦି ଗୋଟିଏ କୁକୁର ରାସ୍ତାରେ ମଳତ୍ୟାଗ କରେ ତେବେ ମାଲିକଙ୍କୁ ୫୦ ରୁ ୫୦୦ ୟୁରୋ ( ୪୫ ଶହ ରୁ ୪୫ ହଜାର ଟଙ୍କା) ଜରିମାନା କରାଯାଇପାରେ । ଜଣେ ଅଧିକାରୀ କହିଛନ୍ତି ସହରରେ ସର୍ବସାଧାରଣ ଜମିର ପରିଚାଳନା ପ୍ରତିବର୍ଷ ଶହ ଶହ ଅଭିଯୋଗ ଗ୍ରହଣ କରିଥାଏ, ଯାହା ମଧ୍ୟରୁ ଅଧିକାଂଶ କୁକୁର ସହ ଜଡିତ। ଏଭଳି ପରିସ୍ଥିତିରେ ଅଭିଯୁକ୍ତ ତଥା ଅପରାଧୀଙ୍କୁ ଧରିବା କଷ୍ଟକର ହୋଇପଡିଥିଲା।

କେବଳ ଏତିକି ନୁହେଁ ମାର୍ଚ୍ଚ ସୁଦ୍ଧା ସମସ୍ତ ପୋଷା କୁକୁରମାନଙ୍କର ଡିଏନଏ ପରୀକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି। ନୂତନ ନିୟମ ଅନୁଯାୟୀ, ଯଦି କେହି ନିୟମ ପାଳନ ନ କରନ୍ତି, ତେବେ ତାଙ୍କ ଉପରେ ୨୬,୪୦୦ – ୯୫,୦୪୧ ଟଙ୍କା ଜରିମାନା ଲାଗୁ କରାଯାଇପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?