ପୁଅ ଯଦି ଯୋଗ୍ୟ…

ଆମ ଭାରତୀୟ ସମାଜ ଜୀବନରେ ବହୁ ଅଜବ ଜୀବନଶୈଳୀ ଦୃଷ୍ଟିଗୋଚରକୁ ଆସେ। ଏଇ ଯେମିତି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ବରିଷ୍ଠ ନାଗରିକମାନେ ତାଙ୍କ ଜୀବନ ପ୍ରବାହରେ ଭବିଷ୍ୟତ ପାଇଁ ଅର୍ଥ ସଞ୍ଚୟ କରି ଜମାରାଶିକୁ ବୃଦ୍ଧି କରି ବହୁତ ଖୁସି ଅନୁଭବ କରନ୍ତି। ବର୍ତ୍ତମାନର ଜୀବନକୁ ଉପଭୋଗ କରିବା ପାଇଁ ଆଦୌ ଗୁରୁତ୍ୱ ଦେଇ ନ ଥାନ୍ତି। ନିଜର ସକଳ ସୁଖ ସ୍ବାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇ ନୂ୍ୟନ ଭାବରେ ଜୀବନ ନିର୍ବାହ କରିବାର କୃପଣ ମାନସିକତାକୁ ଆପଣେଇଥାନ୍ତି। ସମଗ୍ର ଜୀବନ କାଳରେ କଠିନ ପରିଶ୍ରମ କରି ଧନ ଅର୍ଜନ କରିଥାନ୍ତି ଓ ସଞ୍ଚୟ କରିବାରେ ଦିନ ବିତାଇ ଦିଅନ୍ତି ।
ନିଜର ମନୋରଞ୍ଜନ ଓ ଖୁସି ପାଇଁ ଅର୍ଥ ବ୍ୟୟ କରିବା ପରିବର୍ତ୍ତେ ପିଲାମାନଙ୍କ ପାଇଁ ବିଭିନ୍ନ ସଞ୍ଚୟ ଯୋଜନାରେ ଅର୍ଥ ଜମା କରି ଚାଲନ୍ତି। ଫଳତଃ ଜୀବନ ବ୍ୟାପୀ ଗରିବ ଭଳି ବଞ୍ଚନ୍ତି ଏବଂ ମୃତ୍ୟୁ ବେଳକୁ ବୃହତ୍‌ ଜମାରାଶିର ଅଧିକାରୀ ହୋଇଥାନ୍ତି।
ଏହି ଶ୍ରେଣୀର ନାଗରିକଗଣ ରିଅଲଇଷ୍ଟେଟ, ସ୍ଥାବର ଅସ୍ଥାବର, ସୁନା ରୁପା ଇତ୍ୟାଦି ସମ୍ପତ୍ତି କିଣିବାରେ ଅର୍ଥ ନିବେଶ କରୁଥିବା ବେଳେ ସେମାନଙ୍କର ଯୁବବର୍ଗର ପିଲାମାନେ ଏହି ପାରମ୍ପରିକ ଅର୍ଥନିବେଶରୁ ମୁହଁ ଫେରାଇ ନେଉଛନ୍ତି। ବୟସ୍କମାନଙ୍କର ଏ ସମ୍ପତ୍ତିରେ ସମଗ୍ର ଜୀବନର ପରିଶ୍ରମ ଓ ସଞ୍ଚୟ ରହିଥିବାରୁ ସେମାନଙ୍କର ଗଭୀର ଭାବପ୍ରବଣତା ତଥା ଅହେତୁକ ଦୁର୍ବଳତା ଯୋଡ଼ି ହୋଇ ରହିଥାଏ। ଏବର ଯୁଗ ଅନୁସାରେ ଯୁବବର୍ଗର ପସନ୍ଦରେ ପରିବର୍ତ୍ତନ ଆସିଛି। ସେମାନେ ବୟସ୍କଙ୍କ ପରି ଏ ସବୁ ସମ୍ପତ୍ତି ପ୍ରତି ଗୁରୁତ୍ୱ ଦେଇ ନ ଥାନ୍ତି। ମାତାପିତାଙ୍କ କଷ୍ଟ ଅର୍ଜିତ ସମ୍ପତ୍ତି ପ୍ରତି ସେମାନଙ୍କ ଭାବପ୍ରବଣତା କ୍ରମଶଃ ହ୍ରାସ ପାଇବାର ଲକ୍ଷ୍ୟ କରାଯାଉଛି। ବରିଷ୍ଠମାନେ କେବଳ ନିଜ ପାଇଁ ଘରଦ୍ବାର ନିର୍ମାଣ କରି ନ ଥାନ୍ତି। ଭବିଷ୍ୟତକୁ ଆଖି ଆଗରେ ରଖି ପିଲାମାନଙ୍କ ପାଇଁ ନିର୍ମାଣ କରିଥାନ୍ତି। କିନ୍ତୁ କୌତୂହଳର କଥା ଯେ ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ବିଦେଶରେ ବା ରାଜ୍ୟ ବାହାରେ ବସବାସ କରନ୍ତି। ଆହୁରି ମଧ୍ୟ ଦେଖାଯାଏ ଏହି ବର୍ଗର ପିଲାମାନଙ୍କର କର୍ମକ୍ଷେତ୍ରରେ ବାରମ୍ବାର ସ୍ଥାନ ପରିବର୍ତ୍ତନ ହେତୁ ପୈତୃକ ସମ୍ପତ୍ତି ଯେତେ ଅଧିକ ଥିଲେ ମଧ୍ୟ ଏଥିପ୍ରତି ଉଦାସୀନ ରହି ଗୁରୁତ୍ୱ ଦେଇ ନ ଥାନ୍ତି। ପରୋକ୍ଷରେ ସମୟ ସହିତ ତାଳଦେଇ ନିରନ୍ତର ଅତ୍ୟାଧୁନିକ ଜୀବନଶୈଳୀକୁ ପ୍ରାଧାନ୍ୟ ଦେଇ ଜୀବନ ଜିଅନ୍ତି। ପରିଣାମ ସ୍ବରୂପ ବରିଷ୍ଠମାନଙ୍କର ଜୀବନ ବ୍ୟାପୀ କଷ୍ଟଲବ୍ଧ ନିବେଶ ବୃଥା ହୋଇଯାଏ।
ସମାଜର ଏହି ବରିଷ୍ଠ ବର୍ଗ ସରଳ ଜୀବନ ଯାପନ ସହିତ ନୂ୍ୟନତମ ଚଳଣିରେ ଚଳୁଥିବା ବେଳେ ଯୁବପିଢ଼ି ଖର୍ଚ୍ଚବହୁଳ ବର୍ଣ୍ଣାଢ଼୍ୟ ଜୀବନଶୈଳୀକୁ ଆପଣେଇବା ସହିତ ନିଜର ବଳକା ଅର୍ଥକୁ ପାରମ୍ପରିକ ଢଙ୍ଗରେ ବିନିଯୋଗ ନ କରି ସ୍ବଳ୍ପ ସମୟରେ ଅଧିକ ଅର୍ଥ ଫେରିବାର ମାନସିକତା ରଖିଥାନ୍ତି। ଉଦାହରଣ ସ୍ବରୂପ ଷ୍ଟକ ମାର୍କେଟ, ମ୍ୟୁଚୁଆଲ ଫଣ୍ଡ, ଇନକମ ପ୍ଲାନ୍ସ ଏବଂ କ୍ରିପ୍ଟୋ କରେନ୍ସି ଭଳି ସଂସ୍ଥାରେ ଅର୍ଥ ବିନିଯୋଗ କରିଥାନ୍ତି। ସେମାନେ ବରିଷ୍ଠମାନଙ୍କ ଭଳି ପାରମ୍ପରିକ ଭାବପ୍ରବଣତା ବା ସ୍ମୃତି ବିଜଡ଼ିତ ନ’ହୋଇ ତ୍ୱରିତ୍‌ ଲାଭର ଆଶା ରଖିଥାନ୍ତି। ବରିଷ୍ଠମାନଙ୍କର ଚିତ୍ତବିନୋଦନ କ୍ଷେତ୍ରରେ ସର୍ବଦା ଖର୍ଚ୍ଚକାଟ ମନୋବୃତ୍ତିର ଭାବନା ଆଦର୍ଶ ଲାଗୁଥାଇପାରେ, କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ମାନସିକତା ଯୋଗୁ ଜୀବନର ସୁବର୍ଣ୍ଣ ସମୟ ହାତଛଡ଼ା ହୋଇଯାଇଛି ବୋଲି ପସ୍ତେଇବାକୁ ମଧ୍ୟ ପଡ଼ିପାରେ। ତେଣୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ବଦଳୁଥିବା ଯୁବପିଢ଼ିଙ୍କ ପସନ୍ଦକୁ ପ୍ରାଥମିକତା ଦେଇ ବରିଷ୍ଠମାନେ ଜୀବନକାଳକୁ ଭରପୂର ଖୁସିରେ ବିତେଇବା କଥା। ଅବଶ୍ୟ ଏବେ ବରିଷ୍ଠମାନଙ୍କ ମାନସିକତାରେ ପରିବର୍ତ୍ତନ ଆସିବାର ଲକ୍ଷଣ ଅନୁଭବ ହୁଏ। କଷ୍ଟମୟ ଜୀବନଚକ୍ରର ବୂହ୍ୟ ମଧ୍ୟରୁ ମୁକ୍ତହୋଇ ସୁନ୍ଦର ସୁରକ୍ଷିତ ଚାପମୁକ୍ତ ଜୀବନଶୈଳୀକୁ ପ୍ରାଥମିକତା ଦେବାର ଘଟଣା ନଜରରେ ପଡ଼େ। କଥାରେ ଅଛି-”ପୁଅ ଯଦି ଯୋଗ୍ୟ ଧନ କାହିଁ ପାଇଁ ସଞ୍ଚୁ, ପୁଅ ଯଦି ଅଯୋଗ୍ୟ ଧନ କାହିଁ ପାଇଁ ସଞ୍ଚୁ“। ତେଣୁ ହେ ମାନନୀୟ ବରିଷ୍ଠ ସମୂହ! ବର୍ତ୍ତମାନକୁ ଉପଭୋଗ କରନ୍ତୁ। ଏଇ ଦୁର୍ଲଭ ଜୀବନଟିର ଶେଷ ଠିକଣା ହେଉଛି ମଶାଣି ଭୂଇଁ।
ଖୋଲା ହାତରେ ଜୀବନ ନିର୍ବାହ କରନ୍ତୁ। ଅଧିକ ଅର୍ଥ ସଞ୍ଚୟ କରିବାର ଲାଳସାରୁ ନିବୃତ୍ତ ରହି ସରି ଆସୁଥିବା ଜୀବନକୁ ଭରପୂର ଉପଭୋଗ କରନ୍ତୁ।

  • ଡ. ପ୍ରଫୁଲ୍ଲ କୁମାର ପାଣି
    କାମାକ୍ଷାନଗର
    ମୋ: ୬୩୭୨୪୫୯୯୬୦

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri