Posted inଜାତୀୟ

“କେହି ହାତୀ ପାଳିବାକୁ ଚାହୁଁଛି ସେଥିରେ ଭୁଲ୍‌ କ’ଣ ?” ବନତାରା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ

ନୂଆଦିଲ୍ଲୀ,୧୫/୯: ଗୁଜରାଟର ଜାମନଗରସ୍ଥିତ ବନତାରା ବନ୍ୟଜନ୍ତୁ କେନ୍ଦ୍ର ମାମଲାରେ ସୁପ୍ରୀମ୍‌ କୋର୍ଟ କହିଛନ୍ତି, ଯଦି କେହି ନିୟମ ମାନି ହାତୀ ପାଳିବାକୁ ଚାହୁଁଛି, ସେଥିରେ କ’ଣ ଭୁଲ୍‌? ସୋମବାର (୧୫ ସେପ୍ଟେମ୍ବର ୨୦୨୫) ମାମଲାର ଶୁଣାଣି ସମୟରେ କୋର୍ଟ ଏହା କହିଛନ୍ତି। ତେବେ କୋର୍ଟ ଏପର୍ଯ୍ୟନ୍ତ କୌଣସି ଆଦେଶ ଜାରି କରିନାହାନ୍ତି।

ଶୁଣାଣି ସମୟରେ ସ୍ୱତନ୍ତ୍ର ତଦନ୍ତ ଦଳ (ଏସ୍‌ଆଇଟି)ର ରିପୋର୍ଟ ମଧ୍ୟ ଦାଖଲ କରାଯାଇଥିଲା। ବନତାରାରେ ବେଆଇନ ବନ୍ୟଜନ୍ତୁ ହସ୍ତାନ୍ତର ଓ ହାତୀଙ୍କୁ ଅବୈଧ ବନ୍ଦୀ ରଖିବା ଅଭିଯୋଗରେ ଏକ ଜନହିତ ମାମଲା ଦାୟର ହୋଇଥିଲା। ଗତ ୨୫ ଅଗଷ୍ଟରେ କୋର୍ଟ ଏହି ଅଭିଯୋଗର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏସ୍‌ଆଇଟିରେ ସୁପ୍ରୀମ୍‌ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଜେ. ଚେଲାମେଶ୍ୱର, ଉତ୍ତରାଖଣ୍ଡ ଓ ତେଲଙ୍ଗାନା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ରାଘବେନ୍ଦ୍ର ଚୌହାନ, ମୁମ୍ବାଇର ପୂର୍ବତନ ପୋଲିସ କମିଶନର ହେମନ୍ତ ନାଗରାଲେ ଓ ବରିଷ୍ଠ ଆଇଆର୍‌ଏସ୍‌ ଅଧିକାରୀ ଅନୀଶ ଗୁପ୍ତା ସାମିଲ ଅଛନ୍ତି।

ଜଷ୍ଟିସ୍‌ ପଙ୍କଜ ମିଥଲ ଓ ଜଷ୍ଟିସ୍‌ ପ୍ରସନ୍ନ ବରାଲେଙ୍କ ବେଞ୍ଚ ଅଳ୍ପ ସମୟରେ ରିପୋର୍ଟ ଦାଖଲ କରିଥିବାରୁ ଏସ୍‌ଆଇଟିର ପ୍ରଶଂସା କରିଛନ୍ତି। ବନତାରା ତରଫରୁ ଉପସ୍ଥିତ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ କହିଛନ୍ତି, ରିପୋର୍ଟକୁ ସମ୍ପୂର୍ଣ୍ଣ ସାର୍ବଜନୀନ କରାଯାଉ ନାହିଁ, କାରଣ ଏହାର ଅପବ୍ୟବହାର ହୋଇପାରେ। ଏହା ଉପରେ ଜଷ୍ଟିସ୍‌ ମିଥଲ କହିଛନ୍ତି, କୋର୍ଟ ଏପରି ହେବାକୁ ଦେବ ନାହିଁ। ରିପୋର୍ଟ ବନତାରାକୁ ଦିଆଯିବ ଯାହା ଦ୍ୱାରା ସେମାନେ ଆବଶ୍ୟକ ସୁଧାର କରିପାରିବେ।

ଯାଚିକାକାରୀ ମନ୍ଦିରରେ ରଖାଯାଉଥିବା ହାତୀଙ୍କ ପ୍ରସଙ୍ଗ ଉଠାଇଥିଲେ। କୋର୍ଟ ପ୍ରଶ୍ନ କରିଥିଲେ, “ମନ୍ଦିରରେ ହାତୀଙ୍କୁ ଭଲ ଭାବେ ରଖାଯାଉ ନାହିଁ ବୋଲି ଆପଣ କିପରି ଜାଣିଲେ?” କୋର୍ଟ ଆହୁରି କହିଛନ୍ତି, ଦେଶରେ ଅନେକ ଜିନିଷ ଅଛି, ଯାହା ଉପରେ ଆମେ ଗର୍ବ କରିପାରୁ। ଏଗୁଡ଼ିକୁ ଅନାବଶ୍ୟକ ବିବାଦକୁ ଟାଣିବା ଉଚିତ୍‌ ନୁହେଁ। ଯଦି କେହି ନିୟମ ମାନି ହାତୀ ପାଳୁଛି, ସେଥିରେ କ’ଣ ଭୁଲ୍‌?


Enter your email to get our daily news in your inbox.

All Right Reserved By Dharitri.Com

ଢୋଲମହୁଲ ଗୋଚର ଜମିରେ ବେଆଇନ ଆଡ଼ିବନ୍ଧ ନିର୍ମାଣ: ଖରିଫ ଚାଷ ପ୍ରଭାବିତ ଆଶଙ୍କା

ଲୋଇସିଂହା,୧୬।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ବୁର୍ଡା ମୌଜାର ଢୋଲମହୁଲ ଗୋଚର ଜମି ଉପରେ ଏବେ ଜମି ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡିଛି। ବର୍ଷ ବର୍ଷ ଧରି…

ରାସ୍ତା ମରାମତି ନାଁରେ ପ୍ରହସନ: ରଙ୍ଗ ମାରି ଦୋଷ ଲୁଚାଇବାକୁ ଚେଷ୍ଟା

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି):ରାସ୍ତା ମରାମତି ପରିବର୍ତ୍ତେ କେବଳ ସୂଚନା ଫଳକରେ ରଙ୍ଗ ମାରି ଦୋଷ ଲୁଚାଇବାକୁ ଚେଷ୍ଟା କରାଯାଇଛି। ଏଭଳି ଘଟଣା ଥୁଆମୂଳ ରାମପୁର…

ସରକାରୀ ସୁବିଧାରୁ ବଞ୍ଚିତ ଦିବ୍ୟାଙ୍ଗ ଧନସିଂ: ପରିବାର ଚଳାଇବା…

ନୂଆପଡ଼ା,୧୬ା୫ (ମକାରୁ ବେମାଲ):କେନ୍ଦ୍ର ଓ ରାଜ୍ୟ ସରକାର ଗରିବ, ଅସହାୟ, ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ପ୍ରଶାସନିକ ଅଧିକାରୀ, ନିର୍ବାଚିତ ପ୍ରତିନିଧିଙ୍କ ଆନ୍ତରିକତା…

ସରପଞ୍ଚଙ୍କ ନିଆରା ପ୍ରୟାସ: ଚାରିଆଡ଼ୁ ସାଉଁଟୁଛନ୍ତି ପ୍ରଶଂସା

ନୂଆପଡ଼ା,୧୬ା୫(ମକାରୁ ବେମାଲ):ନୂଆପଡ଼ା ଜିଲାରେ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ନିମନ୍ତେ ଚାଲିଥିବା ଏସ୍‌ୟୁପି ଫ୍ରି ନୂଆପଡ଼ା ଅଭିଯାନ ବର୍ତ୍ତମାନ ଏକ ଜନ ଆନ୍ଦୋଳନରେ…

କଳାହାଣ୍ଡିରେ ବାହାର ରାଜ୍ୟ କମ୍ପାନୀର କାୟାବିସ୍ତାର: ଚିନ୍ତିତ ନାହାନ୍ତି ଅଧିକାରୀ, କର୍ମଚାରୀ

ଭବାନୀପାଟଣା, ୧୬ା୫(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ କେନ୍ଦୁପତ୍ରକୁ ନେଇ ବହୁ କୋଟି ଟଙ୍କାର କାରବାର ଏବେ ସଙ୍କଟମୟ ସ୍ଥିତିରେ ଗତି କରୁଛି। ସରକାର ବିପୁଳ ପରିମାଣର ରାଜସ୍ବ…

ତୈଳ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ପେଟ୍ରୋଲ ଉପରେ ପ୍ରଥମ ଥର ପାଇଁ ଲାଗିବ…

ନୂଆଦିଲ୍ଲୀ,୧୬।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ (ATF) ରପ୍ତାନି ଉପରେ ଲାଗୁ ହେଉଥିବା ସ୍ପେଶାଲ ଆଡିସନାଲ ଏକ୍ସାଇଜ ଡ୍ୟୁଟି (SAED) ର ଦରରେ…

ବିବାହିତ ମହିଳାଙ୍କୁ ପ୍ରେମ କରୁଥିଲେ ୨ ଯୁବକ, ଜଣାପଡିବା ପରେ ଖଣ୍ଡାଯୁଦ୍ଧ, ପୂରା ଘଟଣା ଜାଣିଲେ…

ଦିଗପହଣ୍ଡି,୧୬।୫(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ଶୁକ୍ରବାର ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିବା ଅଭିଯୋଗ…

ଭୋଜଶାଳାରେ ସରସ୍ବତୀ ମନ୍ଦିର ଥିଲା: ହାଇକୋର୍ଟ

ଇନ୍ଦୋର,୧୬ା୫: ମଧ୍ୟପ୍ରଦେଶ ଧାର ଜିଲାରେ ଥିବା ବିବାଦୀୟ ଭୋଜଶାଳା କମ୍ପ୍ଲେକ୍ସ ଦେବୀ ସରସ୍ବତୀଙ୍କୁ ସମର୍ଥତ୍ତ ଏକ ମନ୍ଦିର ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ଶୁକ୍ରବାର ଘୋଷଣା କରିଛନ୍ତି। ମସ୍‌ଜିଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri