ରୁଷିଆ ଅସ୍ତିତ୍ୱ ବିପଦରେ ପଡ଼ିଲେ ଆଣବିକ ଯୁଦ୍ଧ

ମସ୍କୋ, ୨୪ା୩: ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ବୁଧବାର ୪ ସପ୍ତାହ ପୂରିଥିବାବେଳେ ରୁଷୀୟ ସୈନ୍ୟ ଘାତକ ଆକ୍ରମଣ ଜାରି ରଖିଛନ୍ତି। ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଏଯାଏ ସଫଳ ହୋଇପାରି ନ ଥିବାରୁ କେବେ ଯୁଦ୍ଧବିରତି ହେବ ତାହା ସନ୍ଦେହରେ। ସେପଟେ ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ରୁଷିଆକୁ ଏକଘରକିଆ କରିବା ନିମନ୍ତେ ଆମେରିକା ସମେତ ୟୁରୋପୀୟ ଦେଶଗୁଡ଼ିତ ବିଭିନ୍ନ କଟକଣା ଲଗାଇଥିବାରୁ ଏହି ଶକ୍ତିଶାଳୀ ରାଷ୍ଟ୍ରର ଅର୍ଥନୀତି ବ୍ୟାପକ ପ୍ରଭାବିତ ହୋଇଛି। ଆକ୍ରମଣାତ୍ମକ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କେତେବେଳେ ନ୍ୟୁକ୍ଲିୟର ଅସ୍ତ୍ର ବ୍ୟବହାର ନିମନ୍ତେ ନିର୍ଦ୍ଦେଶ ଦେବାର ଆଶଙ୍କା ମଧ୍ୟ ଉପୁଜିଛି। ଏପରିକି ୟୁକ୍ରେନ୍‌ରେ ନ୍ୟୁକ୍ଲିୟର ଅସ୍ତ୍ର ବ୍ୟବହାର ନିମନ୍ତେ ପୁଟିନ୍‌ ଆଣବିକ ଫୋର୍ସକୁ ଆଲର୍ଟରେ ରଖିଥିବା ରିପୋର୍ଟ ପ୍ରକାଶ ପାଉଛି। ତେବେ ମସ୍କୋ କେତେବେଳେ ନ୍ୟୁକ୍ଲିୟର ଅସ୍ତ୍ର ବ୍ୟବହାର କରିବ, ସେ ନେଇ ୟୁକ୍ରେନ୍‌ ଆକ୍ରମଣର ୪ ସପ୍ତାହ ପରେ କ୍ରେମଲିନ୍‌ ପ୍ରତିକ୍ରିୟା ରଖିଛି। ନିଜ ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି ହେଲେ ରୁଷିଆ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ବୋଲି କ୍ରେମଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍‌କୋଭ୍‌ ଏକ ନ୍ୟୁଜ୍‌ ଚ୍ୟାନେଲ୍‌କୁ ସାକ୍ଷାତକାର ଦେଇ କହିଛନ୍ତି।
ଯୁଦ୍ଧରେ ନ୍ୟୁକ୍ଲିୟର ଅସ୍ତ୍ର ବ୍ୟବହାର କରିବା ସଂକ୍ରାନ୍ତୀୟ ପ୍ରଶ୍ନରେ ପେସ୍‌କୋଭ୍‌ କହିଥିଲେ, ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସମ୍ବନ୍ଧରେ ଆମର ଏକ ନୀତି ରହିଛି ଏବଂ ତାହା ସାର୍ବଜନୀନ। କେତେବେଳେ ନ୍ୟୁକ୍ଲିୟର ଅସ୍ତ୍ର ବ୍ୟବହାର କରାଯିବ ସେ ବାବଦରେ ଏଥିରୁ ସମସ୍ତେ ପଢ଼ିପାରିବେ। ଯଦି ଆମ ଦେଶର ଅସ୍ତିତ୍ୱ ବିପଦରେ ପଡ଼େ ତେବେ ନୀତି ଅନୁଯାୟୀ ଆଣବିକ ଅସ୍ତ୍ର ପ୍ରୟୋଗ କରାଯାଇପାରିବ। ସେହିପରି ପଡ଼ୋଶୀ ୟୁକ୍ରେନ୍‌କୁ ଅକ୍ତିଆର କରିବାକୁ କୌଣସି ଯୋଜନା ନ ଥିବା ଏବଂ କେବଳ ଏହି ଦେଶକୁ ନିରସ୍ତ୍ର କରିବା ରୁଷିଆର ଉଦ୍ଦେଶ୍ୟ ବୋଲି ପେସ୍‌କୋଭ୍‌ ଦୋହରାଇଛନ୍ତି। ପେସ୍‌କୋଭ୍‌ଙ୍କ ଏହି ବିବୃତି ଉପରେ ପେଣ୍ଟାଗନ୍‌ ମୁଖପାତ୍ର ଜନ୍‌ କିର୍‌ବି କହିଛନ୍ତି, ନ୍ୟୁକ୍ଲିୟର ଅସ୍ତ୍ର ସମ୍ଭାବ୍ୟ ବ୍ୟବହାର ଉପରେ କ୍ରେମ୍‌ଲିନ୍‌ର ଏଭଳି ମନ୍ତବ୍ୟ ବିପଜ୍ଜନକ। ଏକ ଦାୟିତ୍ୱପୂର୍ଣ୍ଣ ନ୍ୟୁକ୍ଲିୟର ଶକ୍ତିସମ୍ପନ୍ନ ରାଷ୍ଟ୍ର ଏପରି କାର୍ଯ୍ୟ କରିବା ଉଚିତ ନୁହେଁ। ୟୁକ୍ରେନ୍‌ ଆକ୍ରମଣରେ ହସ୍ତକ୍ଷେପ ନ କରିବା ପାଇଁ ପୁଟିନ୍‌ ବିଶ୍ୱ ସମୁଦାୟକୁ ନ୍ୟୁକ୍ଲିୟର ‘ବ୍ଲାକମେଲ୍‌’ କରୁଥିବା ନେଇ ଆଣବିକ ଅସ୍ତ୍ରଶସ୍ତ୍ର ଧ୍ୱଂସ କରିବା ପାଇଁ ଅନ୍ତର୍ଜାତୀୟ ଅଭିଯାନର ନେତୃତ୍ୱ ନେଉଥିବା ବିଟ୍ରିସ୍‌ ଫିହ୍ନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶରେ ଦେଖାଯାଉଥିବା ତାରା ଜିଅନ୍ତା ଅଟନ୍ତି? ସତ ଜାଣିଲେ ଚମକି ପଡିବେ…

ଆକାଶରେ ଚମକୁଥିବା ପ୍ରତ୍ୟେକ ତାରା ପଛରେ ଆଶ୍ଚର୍ଯ୍ୟଜନକ ରହସ୍ୟ ଲୁଚି ରହିଛି। ରାତିରେ ଆପଣ ଯେଉଁ ତାରାସବୁ ଦେଖନ୍ତି, ତାହା ହୁଏତ ସେଗୁଡ଼ିକର ବର୍ତ୍ତମାନ ନୁହେଁ ବରଂ…

ଆନ୍ଦୋଳନକୁ ଓହ୍ଲାଇଲେ Gen-Z କୃଷକ, କଲେ ଏହି ୨ ଦାବି; ବଢିଲା ସରକାରଙ୍କ ମୁଣ୍ଡବିନ୍ଧା

ନୂଆଦିଲ୍ଲୀ, ୨୯।୭: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବୁଧବାରକୃଷକମାନଙ୍କର ପ୍ରଦର୍ଶନ ଜାରି ରହିଛି। ‘କିଷାନ କ୍ରାନ୍ତି ପଦଯାତ୍ରା’ ଭୋପାଳରେ ପହଞ୍ଚିସାରିଛି ଏବଂ ବର୍ତ୍ତମାନ ଆନ୍ଦୋଳନରତ କୃଷକମାନେ ଭୋପାଳରେ ମୁଖ୍ୟମନ୍ତ୍ରୀ…

ଚାଇନାକୁ ବଡ଼ ଝଟକା ଦେଲେ ଟ୍ରମ୍ପ; କାହିଁକି ଏହି ନିଷ୍ପତ୍ତି ନେଲା ଟ୍ରମ୍ପ ପ୍ରଶାସନ? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ଆମେରିକା ଏପରି ଏକ ନିଷ୍ପତ୍ତି ନେଇଛି ଯାହା ଚାଇନା ପାଇଁ ଏକ ଆଘାତ ସୃଷ୍ଟି କରୁଛି। ଟ୍ରମ୍ପ ପ୍ରଶାସନ ଚାଇନାରୁ ଆମଦାନି ହେଉଥିବା କିଛି ପ୍ରଯୁକ୍ତିବିଦ୍ୟା…

‘ରାହୁଲ ଗାନ୍ଧୀଙ୍କୁ ବିବାହ ପାଇଁ ମନାନ୍ତୁ’, କାହାକୁ ଏମିତି ଅନୁରୋଧ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ, ୨୯।୭: କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନରୁ ଚର୍ଚ୍ଚାକୁ ଆସିଥିବା ମହମ୍ମଦ ଇରଫାନ ସୋସିଆଲ ମିଡ଼ିଆରେ ବେଶ ଛାଇ ହୋଇ ରହିଛନ୍ତି। ଜନ୍ତର-ମନ୍ତରରେ ପ୍ରଦର୍ଶନ ସମୟର ତାଙ୍କର…

ଜାପାନରେ ଭୟଙ୍କର ଭୂମିକମ୍ପ: ୧୩ ମୃତ ଅନେକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଟୋକିଓ,୨୯।୭: ମଙ୍ଗଳବାର, ଜୁଲାଇ ୨୮ରେ ଜାପାନର ଦକ୍ଷିଣ-ପଶ୍ଚିମ ଭାଗରେ ବଡ଼ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା। ରଏଟର୍ସ ଅନୁଯାୟୀ, ଶକ୍ତିଶାଳୀ ଭୂମିକମ୍ପ ପରେ ପ୍ରଥମେ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ…

ଜିଲାପାଳଙ୍କ ବଡ଼ ସୂଚନା: ଗଞ୍ଜାମ ଲକ୍ଷ୍ୟ ନିକେତନ ଭଳି ପ୍ରଶିକ୍ଷଣ ଏବେ ପଞ୍ଚାୟତସ୍ତରରେ, ଛାତ୍ରୀଛାତ୍ରଙ୍କୁ…

ଛତ୍ରପୁର, ୨୯।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ) : ଭାରତବର୍ଷରେ ପ୍ରଶାସନିକ ସେବା ଗୌରବମୟ ଏବଂ ଉଚ୍ଚକୋଟୀ ଚାକିରି ଭାବେ ପରିଚିତ ଅଟେ। ଏହାକୁ ପାଇବାକୁ ହେଲେ ଆଶାୟୀ…

ମୋଦି ସରକାରଙ୍କୁ ଚେତାବନୀ: ସାବଧାନ ହୋଇଯାଅ ନଚେତ୍‌…

ନୂଆଦିଲ୍ଲୀ,୨୯।୭: ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମିନ (AIMIM) ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ପେପର ଲିକ ବିରୋଧୀ ବିଲ ସମ୍ପର୍କରେ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କରିଛନ୍ତି। ସେ ସରକାରଙ୍କୁ…

ଏତେ ଟଙ୍କା ବକେୟା ପଡିଛି ବିଦ୍ୟୁତ୍‌ ବିଲ: ବନ୍ଦ ହେଲା ପାଣି ପମ୍ପ, ସମସ୍ୟାର ସମାଧାନ ନ ହେଲେ…

ମୋହନା, ୨୯।୭( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ପାନୀୟ ଜଳ ସଙ୍କଟ ଆଶଙ୍କା। ବକେୟା ବିଦ୍ୟୁତ୍‌ ବିଲ ପୈଠ ନହେବାରୁ ପଞ୍ଚାୟତର ପାନୀୟ ଜଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri