ଋଷଭ ପନ୍ଥ ନୁହେଁ ତ କାହାପାଇଁ ଆରପି ଲେଖୁଛନ୍ତି ଉର୍ବଶି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶି ରୌତେଲାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଆଜିକାଲି ବହୁତ ଅଧିକ ଚର୍ଚ୍ଚା ହେଉଛି । ୟୁଜର୍ସ ସତେ ଯେମିତି ତାଙ୍କ ପୋଷ୍ଟକୁ ଉତ୍ସାହର ସହ ଅପେକ୍ଷା ରଖୁଛନ୍ତି । ସେ ତାଙ୍କ ପୋଷ୍ଟରେ ସବୁବେଳେ ଆରପି ଲେଖୁଥିବା ଦେଖାଯାଇଛି । ଏହାକୁ ଦେଖିବା ପରେ ୟୁଜର୍ସ ତାଙ୍କର ଓ କ୍ରିକେଟର ଋଷଭ ପନ୍ଥଙ୍କ ଆଫେୟାର୍ସକୁ ନେଇ ଆଲୋଚନା ବି କରୁଛନ୍ତି । ହେଲେ ଉର୍ବଶୀଙ୍କ ଲାଟେଷ୍ଟ ପୋଷ୍ଟ ୟୁଜର୍ସଙ୍କ ଧ୍ୟାନ ଆକର୍ଷିତ କରିଛି ।
ଉର୍ବଶି ରୌତେଲା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଏକ ଫଟୋ ଶେୟାର କରିଛନ୍ତି । ଏଥିରେ ସେ ସାଉଥ୍ ଆକ୍ଟର ରାମ ପୋଥିନେନିଙ୍କ ସହ ନଜର ଆସିଛନ୍ତି । ଏହି ପୋଷ୍ଟ ସହ ଅଭିନେତ୍ରୀ ରାମ ପୋଥିନେନିଙ୍କୁ ଟ୍ୟାଗ କରିବା ସହ ଗୋଲାପ ଓ ହାର୍ଟ ଇମୋଜି ଲଗାଇଛନ୍ତି । ଏହାସହ ହାସଟ୍ୟାଗ ଉର୍ବଶି ରୌତେଲା, ହାସଟାଗ ୟୁଆର୧, ହାସଟ୍ୟାଗ ରାମ ପୋଥିନେନି ଲେଖିଛନ୍ତି । ଉର୍ବଶି ଏହାକୁ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ବି ଶେୟାର କରିଛନ୍ତି ଓ ହାସଟ୍ୟାଗ ସହ ଆରପି ଲେଖିଛନ୍ତି । ଏହାକୁ ଦେଖିବା ପରେ ୟୁଜର୍ସ ଋଷଭ ପନ୍ଥଙ୍କ ନାମ ନେଇ ମଜା ଉଠାଇଛନ୍ତି ।
ଉର୍ବଶିଙ୍କ ପୋଷ୍ଟରେ ଜଣେ ୟୁଜର୍ସ ଲେଖିଛନ୍ତି, ଆଚ୍ଛା ତା’ହେଲେ ଇଏ ହେଉଛନ୍ତି ଆରପି । ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଦେଖୁଛନ୍ତି ଋଷଭ ଭାଇ, ଆଉ ଜଣେ ଲେଖିଛନ୍ତି ଏବେ ଆଉ ଋଷଭ ଭାଇ ମନେ ପଡିବେନି । ଅନ୍ୟ ଜଣେ ଲେଖିଛନ୍ତି ଋଷଭ ଭାଇଙ୍କ ସହ ଧୋକା । ଉର୍ବଶିଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଏଭଳି କେମେଣ୍ଟ ଦେଖିବାକୁ ମିଳିଛି । ଏବେ ତାଙ୍କ ପ୍ରଶଂସକ ଦ୍ୱନ୍ଦ୍ୱରେ ପଡିଗଲେଣି ପ୍ରକୃତରେ ସେ ଆରପି କିଏ ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ପ୍ରସିଦ୍ଧ ଲେଖକ ତଥା ପଦ୍ମଶ୍ରୀ ରସ୍କିନ ବଣ୍ଡ ଗୁରୁତର ଅସୁସ୍ଥ

ନୂଆଦିଲ୍ଲୀ,୧୪।୧୨: ପ୍ରସିଦ୍ଧ ଲେଖକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ୯୧ ବର୍ଷିୟ ରସ୍କିନ ବଣ୍ଡଙ୍କୁ ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଗତ ଚାରି...

ମେସିଙ୍କ ସହ ସେଲ୍‌ଫି ନେବାକୁ ଚାହୁଁଥିଲେ ବିକ୍ରି କରିବାକୁ ପଡ଼ିପାରେ ଆପଣଙ୍କ ଘର! ଟିକେଟର ଦାମ ଶୁଣିଲେ…

ନୂଆଦିଲ୍ଲୀ,୧୪।୧୨: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି ବର୍ତ୍ତମାନ ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ପ୍ରଥମେ କୋଲକାତାରେ ପହଞ୍ଚିଥିଲେ, ତା’ପରେ ହାଇଦ୍ରାବାଦରେ ପହଞ୍ଚିଥିଲେ...

ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ, ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା…

ଭୁବନେଶ୍ୱର,୧୪ା୧୨: ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଶୀତ। ରାଉରକେଲା ସହରରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୮.୯, କେନ୍ଦୁଝରରେ ୧୦.୬ ଡିଗ୍ରୀ...

‘ଗିରଫ ହୁଅନ୍ତୁ ମମତା,’ କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ଗୁଆହାଟି,୧୪।୧୨: ଶନିବାର କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ ଏକ କାର୍ଯ୍ୟକ୍ରମରେ ଘଟିଥିବା ବିଶୃଙ୍ଖଳା ପରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ସମାଲୋଚନାର ଶିକାର...

‘ଜଞ୍ଜିରରେ ହୋଇଛି ବନ୍ଧା…ମାଡ଼ରେ ଶରୀର ରୁଟି ଭଳି ଫୁଲିଯାଇଛି…’, ମାସୁଦ ଆଝାରଙ୍କ ଭାଇରାଲ ଅଡିଓ କ୍ଲିପକୁ ନେଇ ବଢୁଛି ଚର୍ଚ୍ଚା

ଇସଲାମାବାଦ,୧୪।୧୨: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ନେତା ମାସୁଦ ଆଝାରଙ୍କ ଏକ ଚାଞ୍ଚଲ୍ୟକର ଅଡିଓ କ୍ଲିପ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହି...

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri