ଋଷଭ ପନ୍ଥ ନୁହେଁ ତ କାହାପାଇଁ ଆରପି ଲେଖୁଛନ୍ତି ଉର୍ବଶି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶି ରୌତେଲାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଆଜିକାଲି ବହୁତ ଅଧିକ ଚର୍ଚ୍ଚା ହେଉଛି । ୟୁଜର୍ସ ସତେ ଯେମିତି ତାଙ୍କ ପୋଷ୍ଟକୁ ଉତ୍ସାହର ସହ ଅପେକ୍ଷା ରଖୁଛନ୍ତି । ସେ ତାଙ୍କ ପୋଷ୍ଟରେ ସବୁବେଳେ ଆରପି ଲେଖୁଥିବା ଦେଖାଯାଇଛି । ଏହାକୁ ଦେଖିବା ପରେ ୟୁଜର୍ସ ତାଙ୍କର ଓ କ୍ରିକେଟର ଋଷଭ ପନ୍ଥଙ୍କ ଆଫେୟାର୍ସକୁ ନେଇ ଆଲୋଚନା ବି କରୁଛନ୍ତି । ହେଲେ ଉର୍ବଶୀଙ୍କ ଲାଟେଷ୍ଟ ପୋଷ୍ଟ ୟୁଜର୍ସଙ୍କ ଧ୍ୟାନ ଆକର୍ଷିତ କରିଛି ।
ଉର୍ବଶି ରୌତେଲା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଏକ ଫଟୋ ଶେୟାର କରିଛନ୍ତି । ଏଥିରେ ସେ ସାଉଥ୍ ଆକ୍ଟର ରାମ ପୋଥିନେନିଙ୍କ ସହ ନଜର ଆସିଛନ୍ତି । ଏହି ପୋଷ୍ଟ ସହ ଅଭିନେତ୍ରୀ ରାମ ପୋଥିନେନିଙ୍କୁ ଟ୍ୟାଗ କରିବା ସହ ଗୋଲାପ ଓ ହାର୍ଟ ଇମୋଜି ଲଗାଇଛନ୍ତି । ଏହାସହ ହାସଟ୍ୟାଗ ଉର୍ବଶି ରୌତେଲା, ହାସଟାଗ ୟୁଆର୧, ହାସଟ୍ୟାଗ ରାମ ପୋଥିନେନି ଲେଖିଛନ୍ତି । ଉର୍ବଶି ଏହାକୁ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ବି ଶେୟାର କରିଛନ୍ତି ଓ ହାସଟ୍ୟାଗ ସହ ଆରପି ଲେଖିଛନ୍ତି । ଏହାକୁ ଦେଖିବା ପରେ ୟୁଜର୍ସ ଋଷଭ ପନ୍ଥଙ୍କ ନାମ ନେଇ ମଜା ଉଠାଇଛନ୍ତି ।
ଉର୍ବଶିଙ୍କ ପୋଷ୍ଟରେ ଜଣେ ୟୁଜର୍ସ ଲେଖିଛନ୍ତି, ଆଚ୍ଛା ତା’ହେଲେ ଇଏ ହେଉଛନ୍ତି ଆରପି । ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଦେଖୁଛନ୍ତି ଋଷଭ ଭାଇ, ଆଉ ଜଣେ ଲେଖିଛନ୍ତି ଏବେ ଆଉ ଋଷଭ ଭାଇ ମନେ ପଡିବେନି । ଅନ୍ୟ ଜଣେ ଲେଖିଛନ୍ତି ଋଷଭ ଭାଇଙ୍କ ସହ ଧୋକା । ଉର୍ବଶିଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଏଭଳି କେମେଣ୍ଟ ଦେଖିବାକୁ ମିଳିଛି । ଏବେ ତାଙ୍କ ପ୍ରଶଂସକ ଦ୍ୱନ୍ଦ୍ୱରେ ପଡିଗଲେଣି ପ୍ରକୃତରେ ସେ ଆରପି କିଏ ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?