Posted inଖେଳ

‘କୋହଲି-ରୋହିତ ଏକାଠି ନ ଖେଳିଲେ ଭାରତ ପାଇଁ ହେବ ବଡ଼ କ୍ଷତି’

ନୂଆଦିଲ୍ଲୀ,୧୫।୧୨: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଟିମ କ୍ରିକେଟ୍‌ ଦଳରେ ମତଭେଦ ଉପୁଜିଛି। ଆଘାତ ହେତୁ ରୋହିତ ଶର୍ମା ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି। ଏହା ପରେ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଖେଳିବେ ନାହିଁ ବୋଲି ମଧ୍ୟ ଖବର ଆସିଥିଲା। ତେବେ ବିସିସିଆଇ କହିଛି ଯେ, ଦକ୍ଷିଣ ଆଫ୍ରିକା ଗସ୍ତର ଦିନିକିଆ ସିରିଜରୁ ବିରତି ପାଇଁ କୋହଲି କୌଣସି ଆନୁଷ୍ଠାନିକ ଅନୁରୋଧ କରିନାହାଁନ୍ତି। ରୋହିତ-ବିରାଟ ପ୍ରସଙ୍ଗରେ ପୂର୍ବତନ ଭାରତୀୟ କ୍ରିକେଟର କିର୍ତ୍ତୀ ଆଜାଦ କହିଛନ୍ତି ଯେ, ଯଦି ଉଭୟ ଖେଳାଳି ଏକାଠି ଖେଳନ୍ତି ନାହିଁ ତେବେ ଭାରତୀୟ ଦଳ କ୍ଷତି ସହିବ।
ଏକ ସାକ୍ଷାତକାରେ କିର୍ତ୍ତୀ କହିଛନ୍ତି, ଯଦି ରୋହିତ ଏବଂ ବିରାଟ ଏକାଠି ଖେଳୁ ନାହାଁନ୍ତି ତେବେ ଭାରତକୁ ଏହି କ୍ଷତି ସହିବାକୁ ପଡିବ ଏବଂ ଉଭୟେ ନିଜକୁ ପ୍ରଥମେ ଅସୁବିଧାରେ ପଡିବେ। ସୁନୀଲ ଗାଭାସ୍କର, କପିଲ ଦେବ, ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ ଏବଂ ସୌରଭ ଗାଙ୍ଗୁଲିଙ୍କ ପରି ଖେଳାଳି ଆସିଛନ୍ତି ଯାଇଛନ୍ତି। ତେଣୁ ଯଦି ଏହି ଦୁଇଜଣ ପରସ୍ପରର ଅଧିନାୟକତ୍ୱରେ ଖେଳନ୍ତି ନାହିଁ, ତେବେ ସର୍ବପ୍ରଥମେ ସେମାନେ ନିଜକୁ ଅସୁବିଧାରେ ପକାଇବେ। ରୋହିତ ଅସୁସ୍ଥ ଅଛନ୍ତି ଏବଂ ଦିନିକିଆ ସିରିଜ ପାଇଁ କୋହଲି ଉପଲବ୍ଧ ନୁହଁନ୍ତି। ସମାନ ସିରିଜ ପାଇଁ ଦୁଇ ଶ୍ରେଷ୍ଠ ଖେଳାଳି ଯଦି ଉପଲବ୍ଧ ରହିବେ ନାହିଁ ତେବେ ଏହା ଭାରତ ପାଇଁ ଚିନ୍ତାର ବିଷୟ ହେବ। ସେମାନେ ଭାରତୀୟ ବ୍ୟାଟିଂର ମୂଳଦୁଆ ଅଟନ୍ତି ଏବଂ ଯଦି ଏପରି କିଛି ହୁଏ ତେବେ ସମସ୍ୟା କେଉଁଠାରେ ଅଛି ତାହା ବୋର୍ଡ ଜାଣିବା ଉଚିତ୍‌।
ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନଙ୍କ ଟୁଇଟକୁ କିର୍ତ୍ତୀ ଆଜାଦ ମଧ୍ୟ ପ୍ରଶ୍ନ କରିଛନ୍ତି। ଆଜାରୁଦ୍ଦିନ ଟୁଇଟ୍‌ କରି କହିଛନ୍ତି ଯେ, ବିରାଟ କୋହଲି ସୂଚନା ଦେଇଛନ୍ତି ଯେ ସେ ଦିନିକିଆ ସିରିଜ ପାଇଁ ଉପଲବ୍ଧ ନୁହଁନ୍ତି ଏବଂ ଆଗାମୀ ଟେଷ୍ଟ ପାଇଁ ରୋହିତ ଶର୍ମା ଉପଲବ୍ଧ ନୁହଁନ୍ତି। ବିରତି ନେବାରେ କୌଣସି କ୍ଷତି ନାହିଁ, କିନ୍ତୁ ସମୟ ଭଲ ହେବା ଉଚିତ୍‌ ଏହା କେବଳ ଫାଟ କଳ୍ପନାକୁ ନିଶ୍ଚିତ କରେ।
ଆଜାଦ କହିଛନ୍ତି ଯେ ଆଜାରୁଦ୍ଦିନଙ୍କ ଟୁଇଟ୍‌ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ପୂର୍ବତନ ଭାରତ ଅଧିନାୟକ ଆଜାରୁଦ୍ଦିନ ବିସିସିଆଇର ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ସଭାପତି ଅଟନ୍ତି। ଆଜାଦ ପ୍ରଶ୍ନ ଉଠାଇଛନ୍ତି, ସେ (ଆଜାରୁଦ୍ଦିନ) ବିସିସିଆଇ ଯାହା କହୁଛନ୍ତି ସେ ଟୁଇଟ କରୁଛନ୍ତି, କାରଣ ଥରେ ସେ ସୋସିଆଲ ମିଡିଆରେ ଟୁଇଟ୍‌ କରିବା ପରେ ଏହାକୁ ବିସିସିଆଇର ଏକ ଅଂଶ ଭାବରେ ବିବେଚନା କରାଯାଏ। ଏହା ବିସିସିଆଇ ମଧ୍ୟରେ ଅନେକ ସମସ୍ୟା ସୃଷ୍ଟି କରିପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?