Posted inଖେଳ

ଭାରତ-ପାକିସ୍ତାନ ମ୍ୟାଚ୍‌ ନ ହେଲେ ଏତିକି କୋଟି ଟଙ୍କା କ୍ଷତି ହେବ, ଜାଣନ୍ତୁ

ନୂଆଦିଲ୍ଲୀ,୩ା୨- ଆଇସିସି ଇଭେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରୁ ଆନୁମାନିକ ୨୫୦ ମିଲିଅନ ଆମେରିକୀୟ ଡଲାର ବା ୨୨୦୦ କୋଟି ଟଙ୍କାର ରାଜସ୍ୱ ସୃଷ୍ଟି ହୋଇଥାଏ। ଯଦି ଟି୨୦ ବିଶ୍ୱକପ୍‌ରୁ ଭାରତ-ପାକ୍‌ ମ୍ୟାଚ୍‌କୁ ବାଦ୍‌ ଦିଆଯାଏ, ତେବେ ଆଇସିସି ସମେତ ପ୍ରତ୍ୟେକ ଅଂଶୀଦାରଙ୍କୁ ପ୍ରବଳ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିବ। ଏଣୁ ୨୨୦୦ କୋଟି କ୍ଷତି ହେବ ବୋଲି ଆକଳନ କରାଯାଉଛି। ଭାରତ ବିପକ୍ଷରେ ଆସନ୍ତା ୧୫ ତାରିଖରେ କଲମ୍ୱୋରେ ହେବାକୁ ଥିବା ବହୁପ୍ରତୀକ୍ଷିତ ମ୍ୟାଚ୍‌କୁ ପାକିସ୍ତାନ ଦଳ ବର୍ଜନ କରିବ ବୋଲି ପାକିସ୍ତାନ ସରକାର ଘୋଷଣା କରିଛନ୍ତି।

ଯଦି ପାକିସ୍ତାନ ନିଜ ଜିଦ୍‌ରେ ଅଟଳ ରୁହେ, ତେବେ ସେମାନଙ୍କୁ ଶହ ଶହ କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡ଼ିବ। ପ୍ରସାରଣକାରୀ ସଂସ୍ଥା ଜିଓଷ୍ଟାର ବିଜ୍ଞାପନ ବାବଦକୁ ୨୦୦ରୁ ୨୫୦ କୋଟି ଟଙ୍କାର ରାଜସ୍ୱ ହରାଇବ।

ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରାଯିବ ବୋଲି ପାକିସ୍ତାନ ସରକାର ଘୋଷଣା ପରେ ଆଇସିସି ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଥିଲା, ଚୟନମୂଳକ ଅଂଶଗ୍ରହଣ କରିବା ନିଷ୍ପତ୍ତି ବିଶ୍ୱସ୍ତରୀୟ ଇଭେଣ୍ଟର ମୂଳଗତ ନିୟମକୁ ଉଲ୍ଲଂଘନ କରୁଛି।

ବିଶ୍ୱ ସ୍ତରୀୟ ପ୍ରତିଯୋଗିତାରେ ସମସ୍ତ ଯୋଗ୍ୟତାପ୍ରାପ୍ତ ଦଳ କାର୍ଯ୍ୟସୂଚୀ ଆଧାରରେ ସମାନ ସର୍ତ୍ତରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଆଶା କରାଯାଏ। ଆଇସିସି ଟୁର୍ନାମେଣ୍ଟ ଖେଳର ଅଖଣ୍ଡତା, ପ୍ରତିଦ୍ୱନ୍ଦ୍ୱିତାଭାବ, ସ୍ଥିରତା ଓ ନ୍ୟାୟ ଉପରେ ଆଧାରିତ। ଚୟନମୂଳକ ଅଂଶଗ୍ରହଣତା ପ୍ରତିଯୋଗିତାର ପବିତ୍ରତାକୁ କ୍ଷୁଣ୍ଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ କୋହଲି ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ଶାମି,ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୫।୮: ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବିରାଟ କୋହଲି ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ଦେଖାଇଛନ୍ତି। ତାଙ୍କୁ ତାଙ୍କ ଆଙ୍ଗୁଠିରେ ପ୍ରାର୍ଥନା ମାଳି ଏବଂ ଏକ ଟାଲି କାଉଣ୍ଟର ସହିତ ଦେଖାଯାଇଛି,…

୨୦୨୭ ବିଶ୍ୱକପ ପାଇଁ ସୁନୀଲ ଗାଭାସ୍କର ବାଛିଲେ ଭାରତୀୟ ଦଳ; ବାଦ ପଡ଼ିଲେ ବଡ଼ ବଡ଼ ନାମ

ନୂଆଦିଲ୍ଲୀ,୫।୮: ଆସନ୍ତା ବର୍ଷ (୨୦୨୭) ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ଭାରତୀୟ ଦଳରେ କିଏ ସ୍ଥାନ ପାଇବ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ…

ବିଶ୍ୱକପ ପୂର୍ବରୁ ଅଜିତ ଅଗରକରଙ୍କୁ ଯଦି ବାଦ ଦିଆଯାଏ, ତେବେ ଟିମ ଇଣ୍ଡିଆର ନୂଆ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ୩ ନାମକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୫।୮: ଭାରତୀୟ କ୍ରିକେଟରେ ପରିବର୍ତ୍ତନର ସମୟ ଆସିଯାଇଛି ବୋଲି ମନେ ହେଉଛି। ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ତାଙ୍କ ପଦବୀରୁ ହଟାଯାଇପାରେ। ବିସିସିଆଇ ତାଙ୍କ…

ପୁଣି ଚର୍ଚ୍ଚାକୁ ଆସିଲେ ବୈଭବ ସୂର୍ଯ୍ୟବଂଶୀ, ପୂର୍ବତନ କ୍ରିକେଟରଙ୍କ ମନ୍ତବ୍ୟରେ ଉଠିଲା ଝଡ଼, ଏଥର…

ନୂଆଦିଲ୍ଲୀ,୫।୮: ଭାରତୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି। ଏଥର ତାଙ୍କ ପ୍ରଦର୍ଶନ ଅପେକ୍ଷା ଅନ୍ତର୍ଜାତିକ କ୍ରିକେଟରେ ଡେବ୍ୟୁକୁ ନେଇ ଅଧିକ ଚର୍ଚ୍ଚା…

ବିଶ୍ୱର ଟପ୍‌-୩ ଧନୀ କ୍ରିକେଟର, ନେଟ୍‌ୱର୍ଥ ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୫।୮: କ୍ରିକେଟ ବିଶ୍ୱର ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ ଖେଳ। କିନ୍ତୁ ବର୍ତ୍ତମାନ ଏହା କେବଳ ଏକ ଖେଳ ନୁହେଁ, ବରଂ କୋଟି କୋଟି ଟଙ୍କାର ଏକ ବିଶାଳ…

ଅଗରକରଙ୍କ ହେବ ଛୁଟି! ତାଙ୍କୁ ସ୍ଥାନ ନେଇପାରନ୍ତି ଏହି ମହାନ ଖେଳାଳି

ନୂଆଦିଲ୍ଲୀ,୫।୮: ଅଜିତ ଅଗରକରଙ୍କୁ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ପଦରୁ ହଟାଯାଇପାରେ। ବିସିସିଆଇ ଏହି ଦାୟିତ୍ୱ ସେଣ୍ଟର ଅଫ ଏକ୍ସଲେନ୍ସ (ସିଓଇ)ର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଦେଇପାରେ।…

ଭାରତକୁ ବଡ଼ ଝଟ୍‌କା: ଏସିଆନ୍‌ ଗେମ୍ସରେ ଖେଳିବେନି ହର୍ଡଲ୍ସ ଷ୍ଟାର ଶୀର୍ସେ, ଜାଣନ୍ତୁ…

ନୂଆଦିଲ୍ଲୀ,୪ା୮: ଆସନ୍ତା ମାସରେ ଜାପାନରେ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତର ୧୧୦ ମି. ହର୍ଡଲ୍ସ ଷ୍ଟାର ତେଜସ ଶୀର୍ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏ ନେଇ…

ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହେଲା ପାକିସ୍ତାନ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

କରାଚି,୪ା୮: ପୁଣି ଥରେ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହୋଇଛି ପାକିସ୍ତାନ। ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିବା ପାକିସ୍ତାନୀ ବକ୍ସର କୁଦ୍ରାତୁଲା ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri