Posted inଖେଳ

ଯଦି ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ହାରିଯାଏ ତେବେ କ’ଣ ହେବ, ଜାଣନ୍ତୁ…

ଦୁବାଇ,୩୦।୧୦: ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷରେ ହାରି ଭାରତୀୟ କ୍ରିକେଟ ଦଳ ଟି -୨୦ ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିଛି। ୭ ଦିନର ଦୀର୍ଘ ବ୍ୟବଧାନ ପରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ସାମ୍ନା କରିବ। ଏହି ମ୍ୟାଚ ଉଭୟ ଦଳ ପାଇଁ ଏକ ଭର୍ଚୁଆଲ କ୍ୱାର୍ଟର ଫାଇନାଲରେ ପରିଣତ ହୋଇଛି। କାରଣ ପାକିସ୍ତାନ ଏପର୍ଯ୍ୟନ୍ତ ଖେଳିଥିବା ତିନୋଟି ମ୍ୟାଚ ଜିତି ସେମିଫାଇନାଲରେ ସ୍ଥାନ ପ୍ରାୟ ନିଶ୍ଚିତ କରିଛି। ଦଳକୁ ସ୍କଟଲ୍ୟାଣ୍ଡ ଏବଂ ନାମିବିଆ ବିପକ୍ଷରେ ବାକି ଦୁଇଟି ମ୍ୟାଚ ଖେଳିବାକୁ ପଡିବ।

ଏଭଳି ପରିସ୍ଥିତିରେ ଗ୍ରୁପ୍‌ରେ ଅନ୍ତର୍ଭୁକ୍ତ ଭାରତ ଏବଂ ନ୍ୟୁଜିଲାଣ୍ଡକୁ ସେମିଫାଇନାଲ ପାଇଁ ବାକି ଗୋଟିଏ ସ୍ଥାନ ପାଇଁ ଲଢ଼ିବାକୁ ପଡିବ। ଉଭୟ ଦଳ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ ହାରିଛନ୍ତି। ଅବଶିଷ୍ଟ ଚାରିଟି ମ୍ୟାଚ ଜିତି ସେମିଫାଇନାଲରେ ପ୍ରବେଶ କରିବାକୁ ଉଭୟ ଦଳ ପାଖରେ ସୁଯୋଗ ରହିଛି। ଯେଉଁ ଦଳ ଚାରିଟି ମ୍ୟାଚ ଜିତିବ ସେ ୮ ପଏଣ୍ଟ ପାଇବ ଏବଂ ନେଟ୍‌ ରନ୍‌ ହାର ବହୁତ କମ ହୋଇଥିଲେ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିବାରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଏଣୁ ଉଭୟ ଦଳ ସେମିଫାଇନାଲରେ ପରସ୍ପର ପାଇଁ ସବୁଠାରୁ ବଡ ପ୍ରତିବନ୍ଧକ।

ଯଦି ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡେ ଏବଂ ନ୍ୟୁଜିଲାଣ୍ଡ ଦଳ ଅବଶିଷ୍ଟ ସମସ୍ତ ମ୍ୟାଚ ଜିତେ, ତେବେ ଭାରତୀୟ ଦଳର ଯାତ୍ରା ସିଧାସଳଖ ଗ୍ରୁପ୍‌ ରାଉଣ୍ଡରେ ଶେଷ ହେବ।

ସେମିଫାଇନାଲରେ ପ୍ରବେଶ କରିବା ପାଇଁ ଆଫଗାନିସ୍ତାନ ଏବଂ ନାମିବିଆ ଭଳି ଦଳର ପ୍ରଦର୍ଶନ ଉପରେ ମଧ୍ୟ ଭାରତୀୟ ଦଳର ଭାଗ୍ୟ ନିର୍ଭର କରିବ।

ବିଶ୍ୱକପ୍‌ର ଅଙ୍କ ତାଲିକା ଦେଖି ଭାରତକୁ ସେମିଫାଇନାଲରେ ସ୍ଥାନ ପାଇବାକୁ ହେଲେ ଚାମ୍ପିୟନ ଭଳି ଖେଳିବାକୁ ହେବ। ବାକି ସମସ୍ତ ଟିମ୍‌କୁ ହରାଇ ଆଗକୁ ବଢ଼ିବାକୁ ପଡ଼ିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

ଡେଲିଭରି ବୟର ସଙ୍ଗୀନ କାରନାମା! ଅର୍ଡର ଦେବା ପରେ ପଶିଲେ, ମହିଳାଙ୍କୁ ପ୍ରାଇଭେଟ୍ ପାର୍ଟ…

ବେଙ୍ଗାଲୁରୁ,୧୨।୭: ଶନିବାର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଡେଲିଭରି ଏଜେଣ୍ଟ ଘରେ ଜୋରଜବରଦସ୍ତ ପ୍ରବେଶ କରି ମହିଳାଙ୍କ ସମ୍ମୁଖରେ ଅଶ୍ଳୀଳ କାର୍ଯ୍ୟ…

ଜାତୀୟସ୍ତରରେ ସମ୍ମାନିତ ହେଲେ ବ୍ରାହ୍ମଣୀଗାଁର ଝିଅ ଲକ୍ଷ୍ମୀପ୍ରିୟା

ଦାରିଙ୍ଗବାଡ଼ି, ୧୨ା୭ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ବ୍ରାହ୍ମଣୀଗାଁ ଅଞ୍ଚଳରର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ା ପୁଣିଥରେ ଜାତୀୟସ୍ତରରେ ସମ୍ବର୍ଦ୍ଧିତ ହୋଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ, ଚାଲିଗଲା ବାପାଙ୍କ ସହ ୨ ପୁଅଙ୍କ ଜୀବନ

ଉମରକୋଟ,୧୨।୭(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଦେଓଭରଣ୍ଡୀଠାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକ୍‌ ଉପରେ ଚଢ଼ିଯିବ ଫଳରେ ବାପାଙ୍କ…

ପ୍ରଭାତ ଭାଜପାରେ ସାମିଲ ହେବା ପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, ବିଜେଡିରେ ଭୂକମ୍ପ….

ଭୁବନେଶ୍ବର,୧୨ା୭: ଭାଜପାରେ ମିଶିଲେ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ…

ପୂର୍ବତନ ବିଧାୟକଙ୍କ ଜନ୍ମଜୟନ୍ତୀ ସମାରୋହ

ଦିଗପହଣ୍ଡି,୧୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏକ କଲ୍ୟାଣମଣ୍ଡପରେ ପୂର୍ବତନ ବିଧାୟକ ତଥା ପ୍ରବୀଣ କୃଷକ ନେତା ସ୍ବର୍ଗତ ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ…

ରେଳଧାରଣାରୁ ମିଳିଲା ଯୁବତୀଙ୍କ ମୃତଦେହ, ବଢ଼ିଲା ସନ୍ଦେହ…

ଛତ୍ରପୁର,୧୨।୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ନିକଟ ହୁମ୍ବର ଗ୍ରାମ ଦେଇ ଯାଉଥିବା ଚେନ୍ନାଇ-ହାୱଡ଼ା ରେଳଧାରଣା କଡ଼ରୁ ରବିବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri