Posted inଫୁରସତ

କଳିଯୁଗରେ ମଧ୍ୟ ଜୀବିତ ଅଛନ୍ତି ପବନପୁତ୍ର ହନୁମାନ…ଜାଣନ୍ତୁ କେଉଁଠି ତାଙ୍କର ନିବାସ?

ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମଙ୍କ ସେବାରେ ରହିଥିବା ପବନପୁତ୍ର ହନୁମାନ କଳିଯୁଗରେ ମଧ୍ୟ ଜୀବିତ ଅଛନ୍ତି ବୋଲି ହିନ୍ଦୁ ଧର୍ମର ମାନ୍ୟତା ରହିଛି। ଧାର୍ମିକ ଗ୍ରନ୍ଥ ଓ ପୁରାଣ ଅନୁସାରେ, ହନୁମାନଙ୍କୁ ଅମର ଦେବତା ଭାବେ ଗଣାଯାଇଛି। ମାନ୍ୟତା ଅଛି ଯେ ଭଗବାନ ଶ୍ରୀରାମ ତାଙ୍କୁ ଏକ ବରଦାନ ଦେଇଥିଲେ ଯେ, ସେ କଳିଯୁଗରେ ମଧ୍ୟ ଭକ୍ତମାନଙ୍କ କଲ୍ୟାଣ ପାଇଁ ପୃଥିବୀରେ ନିବାସ କରିବେ ଏବଂ ରାମ ନାମର କୀର୍ତ୍ତନ କରୁଥିବା ଭକ୍ତମାନଙ୍କୁ ଦର୍ଶନ ଦେବେ। ଯଦି ଆପଣଙ୍କ ମନରେ ହନୁମାନଙ୍କ ଦର୍ଶନର ଇଚ୍ଛା ଅଛି, ତେବେ ପ୍ରଥମେ ତାଙ୍କର ନିବାସ ସ୍ଥାନ ବିଷୟରେ ଜାଣିନେବା ଜରୁରୀ। ଆଜି ଆମେ ଆପଣଙ୍କୁ କଳିଯୁଗରେ ହନୁମାନଙ୍କ ନିବାସ ସ୍ଥାନ ବିଷୟରେ କହିବୁ।

କେଉଁଠି ଅଛି ହନୁମାନଙ୍କ ନିବାସ?

ଧାର୍ମିକ ମାନ୍ୟତା ଅନୁସାରେ, କଳିଯୁଗରେ ହନୁମାନଙ୍କ ନିବାସ ସ୍ଥାନ ହେଉଛି ଗନ୍ଧମାର୍ଦ୍ଦନ ପର୍ବତ। ମହାଭାରତର କାହାଣୀ ଅନୁଯାୟୀ, ଭୀମଙ୍କୁ ମଧ୍ୟ ଏହି ପର୍ବତରେ ହନୁମାନଙ୍କର ଦର୍ଶନ ମିଳିଥିଲା। ଯଦିଓ ତ୍ରେତୟା ଓ ଦ୍ୱାପର ଯୁଗ ସହ ଜଡ଼ିତ ଧାର୍ମିକ ଇତିହାସରେ ହନୁମାନଙ୍କ ଦର୍ଶନର ଉଲ୍ଲେଖ ରହିଛି, କିନ୍ତୁ କଳିଯୁଗରେ ଏପର୍ଯ୍ୟନ୍ତ ଏହାର କୌଣସି ପ୍ରମାଣ ସାମ୍ନାକୁ ଆସିନାହିଁ।

ଗନ୍ଧମାର୍ଦ୍ଦନ ପର୍ବତ କେଉଁଠି ଓ ଏହାର ମାନ୍ୟତା କ’ଣ?

ପୌରାଣିକ ମାନ୍ୟତା ଅନୁସାରେ, ଗନ୍ଧମାର୍ଦ୍ଦନ ପର୍ବତ ହିମାଳୟର କୈଳାସ ଶିଖରର ଉତ୍ତର ଦିଗରେ ଅବସ୍ଥିତ। କୈଳାସ, ଯାହାକୁ ହିମାଳୟର ଏକ ଦୁର୍ଗମ ଶିଖର ଭାବେ ଗଣାଯାଏ, ତାହାକୁ ଭଗବାନ ଶଙ୍କରଙ୍କ ନିବାସ ସ୍ଥାନ ବୋଲି ମାନାଯାଇଛି। ମହାଭାରତ ଓ ସ୍କନ୍ଦ ପୁରାଣରେ ଉଲ୍ଲେଖ ଅଛି ଯେ, ଗନ୍ଧମାର୍ଦ୍ଦନ ପର୍ବତ ଉତ୍ତରାଖଣ୍ଡ ଓ ତିବ୍ବତ ମଧ୍ୟରେ ଥିବା ଅଞ୍ଚଳରେ ବିସ୍ତୃତ। କେତେକ ଧାର୍ମିକ ବିଦ୍ୱାନଙ୍କ ମତ ଅନୁସାରେ, ଏହି ପର୍ବତ ଏବେ ମଧ୍ୟ ଗୁପ୍ତ ରହିଛି ଏବଂ ସାଧାରଣ ଲୋକଙ୍କ ପହଞ୍ଚିବାଠାରୁ ବହୁତ ଦୂରରେ ଅଛି। ଧାର୍ମିକ ମାନ୍ୟତା ଅନୁସାରେ, ହନୁମାନ ଏବେ ମଧ୍ୟ ଗନ୍ଧମାର୍ଦ୍ଦନ ପର୍ବତରେ ତପସ୍ୟାରତ ଅଛନ୍ତି ଏବଂ ଏହାକୁ କଳିଯୁଗରେ ତାଙ୍କର ନିବାସ ସ୍ଥାନ ବୋଲି କୁହାଯାଏ।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମୁହାଁ ବାତ୍ୟା; ଜୁନିୟର ଆସିଷ୍ଟାଣ୍ଟ-କ୍ଲର୍କ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୧୮।୧୧: ଓଡ଼ିଶା ମୁହାଁ ହେଉଛି ବାତ୍ୟା ‘ଅକ୍ୱାନ’ । ୯ କିମି ବେଗରେ ବଢୁଛି ଭୀଷଣ ବାତ୍ୟା । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୧ ଓ…

ଡାକ୍ତରଙ୍କ ଅବହେଳାରୁ ଛାତ୍ରୀ ମୃତ୍ୟୁ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ, କ୍ଷତିପୂରଣ ଦାବିରେ ଧାରଣା

ନୂଆପଡ଼ା,୧୮।୧୧(ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡେନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ…

ସରକାରଙ୍କ ବଡ଼ ନିଷ୍ପତ୍ତି; ଘୁଞ୍ଚିଲା ପଞ୍ଚାୟତ ନିର୍ବାଚନ, ବିଧାନସଭା ପରେ….

ଲକ୍ଷ୍ନୌ,୧୮।୧୧: ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର । ପଞ୍ଚାୟତ ନିର୍ବାଚନ କରାଇବାର ସମୟସୀମାକୁ ଆଉ ୬ ମାସ ବୃଦ୍ଧି କରାଯାଇଛି…

ରେଡ୍ ଜୋନ୍‌ରେ ଗଞ୍ଜାମ: ଅଫିସରଙ୍କ ହଜିଗଲାଣି ନିଦ, ଚିନ୍ତାରେ ଲୋକେ; ନିୟୋଜିତ ହେଲେ ୪୦ ଉଦ୍ଧାରକାରୀ ଦଳ…

ଭଞ୍ଜନଗର, ୧୮।୧୧ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାକୁ ନେଇ ଗଞ୍ଜାମ ଜିଲାରେ ଆଶଙ୍କା ବଢ଼ିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି।…

ପ୍ଲେଇଂ ଇଲେଭେନ୍‌ରେ ସୁଯୋଗ ନମିଳିବାକୁ ରାଗିଗଲେ ଖେଳାଳି, କହିଲେ ମୋର ଆତ୍ମସମ୍ମାନ….

ନୂଆଦିଲ୍ଲୀ, ୧୮।୧୧: ଦୋହାରେ ନଭେମ୍ବର ୧୯ରୁ ଆରମ୍ଭ ହେବ ୨୦୨୬ ପୁରୁଷ ଇମର୍ଜିଂ ଏସିଆ କପ୍‌ । ଏହି ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ-ଏ ପକ୍ଷରୁ ଖେଳିବେ ଭାରତୀୟ ଅଲରାଉଣ୍ଡର…

Litton Das: ପ୍ରଥମେ ଶତକ, ଏବେ ଉଇକେଟକିପିଂରେ ରଚିଲେ ଇତିହାସ, ଭାଙ୍ଗିଲେ ୪୭ ବର୍ଷ ପୁରୁଣା ବିଶ୍ୱ ରେକର୍ଡ

ଢାକା/ଜୋହାନ୍ସବର୍ଗ,୧୮।୧୧: ଟେଷ୍ଟ କ୍ରିକେଟରେ ବାଂଲାଦେଶର ଖେଳାଳିମାନେ କ୍ରମାଗତ ଭାବେ ନିଜର ଦକ୍ଷତା ପ୍ରମାଣିତ କରୁଛନ୍ତି । ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଭୂମିରେ ଚମତ୍କାର ପ୍ରଦର୍ଶନ ଜାରି…

ବାତ୍ୟା ଅକ୍ବାନ; ଉପକୂଳ ଅଞ୍ଚଳରେ ଆଲର୍ଟ ପ୍ରଶାସନ, ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ଜାରି

ମହାକାଳପଡ଼ା,୧୮ା୧୧(ପ୍ରତାପ ଚନ୍ଦ୍ର ସ୍ୱାଇଁ): ବଙ୍ଗୋସାଗର ସୃଷ୍ଟି ବାତ୍ୟା ଅକ୍ବାନ ଓଡିଶା ମୁହାଁ ହେଉଛି । ଏହା ପ୍ରଭାବରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର କେତେକ…

ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ପ୍ରଥମ ମ୍ୟାଚ୍‌ରେ ମାଲେସିଆକୁ ଭେଟିବ ଭାରତ

ଭୋପାଳ,୧୮।୧୧: ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ସିଜନରେ ଚମତ୍କାର ଫର୍ମରେ ଥିବା ଭାରତୀୟ ଦଳ ଟୁର୍ନାମେଣ୍ଟ ଜିତିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?