ନ କହିଲେ କୁଳ ଭାସି ଯାଏ

ଶ୍ରୁତକୀର୍ତ୍ତି ତ୍ରିପାଠୀ

 

ଆମ ଭାରତୀୟ ସଂସ୍କୃତିରେ ଗୁରୁ ଶିଷ୍ୟ ପରମ୍ପରାକୁ ସବୁବେଳେ ବିଶେଷ ମର୍ଯ୍ୟାଦା ଦିଆଯାଇଛି। ଏପରି କି ଗୁରୁଙ୍କୁ ‘ସାକ୍ଷାତ ଈଶ୍ୱର’ ରୂପ ବୋଲି କୁହାଯାଇଛି। ଶିଷ୍ୟ ଜୀବନକୁ ଅନୁଶାସନ, ସଂଯମ ଏବଂ ଶିକ୍ଷାର ପୁଟ ଦେଇ, ଉତ୍ତମ ମଣିଷଟିଏରେ ପରିଣତ କରିବାର ଗୁରୁଦାୟିତ୍ୱ ଶିକ୍ଷକଙ୍କ କାନ୍ଧରେ ରହିଥାଏ। ଗୁରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସୁନାଗରିକ ହେବାର କାମନା ପ୍ରତି ମାତା ପିତାଙ୍କ ଅନ୍ତରର ଇଚ୍ଛା। ହେଲେ ଏସବୁ କିଛି ଦଶନ୍ଧି ପୂର୍ବେ ସମ୍ଭବ ହେଉଥିଲା। ବର୍ତ୍ତମାନ ପରିସ୍ଥିତି ଅନ୍ୟ ପ୍ରକାରର। ଶିକ୍ଷକମାନେ ପିଲାଙ୍କ ଭୁଲ୍‌ ପାଇଁ ସେମାନଙ୍କୁ ଦଣ୍ଡିତ କରିବା ତ ଦୂରର କଥା, ପଦେ ଅଧେ ଗାଳି କରିବା ପାଇଁ ବି ନିରାପଦ ମଣୁ ନାହାନ୍ତି। ଲାଗୁଛି ବିଦ୍ୟାଳୟ ରୂପକ ‘ଦଣ୍ଡମୁକ୍ତ ଅଞ୍ଚଳ’ରେ ପିଲାଙ୍କୁ ଆକଟ କରିବାର ଅଧିକାର ଟିକକ ବି ଶିକ୍ଷକମାନଙ୍କଠାରୁ ଛଡ଼େଇ ନିଆଯାଇଛି। ଶିକ୍ଷକମାନେ ମଧ୍ୟ ଭୟ ପାଇବା ସ୍ବାଭାବିକ; କାରଣ ପିଲାଙ୍କୁ ସୁଧାରିବାକୁ ଯାଇ ସେମାନଙ୍କୁ ଅନୁଶାସନରେ ରଖିବାର ପରିଣାମ ସ୍ବରୂପ ଅଭିଭାବକଙ୍କ ଅଭିଯୋଗ ଓ ଅସନ୍ତୋଷ ଜନକ ଶବ୍ଦଦ୍ୱାରା ଶିକ୍ଷକମାନେ ଅପଦସ୍ଥ ହେଉଛନ୍ତି।
ସରକାରୀ ବିଦ୍ୟାଳୟର ଶିକ୍ଷକଙ୍କ କଥା ଧରାଯାଉ। ଜଣେ ଶିକ୍ଷକ ପିଲାଙ୍କୁ ପାଠ ପଢ଼େଇବା ସହିତ ଆହୁରି ଅନେକ କାମରେ ଜଡ଼ିତ ଥାଆନ୍ତି। ପିଲାଙ୍କ ଆଡ୍‌ମିଶନ, ମଧ୍ୟାହ୍ନଭୋଜନ ବ୍ୟବସ୍ଥାର ତତ୍ତ୍ୱାବଧାନ, ବହି ବିତରଣ, ପରୀକ୍ଷା ଖାତା ମୂଲ୍ୟାୟନ ଭଳି କାମରେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସହଯୋଗ ଶିକ୍ଷାଦାନ ଓ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ; ମାତ୍ର ଜନଗଣନା ପାଇଁ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବା, ଟିକାକରଣରେ ଯୋଗଦାନ, କୋଭିଡ୍‌ ସମୟରେ ଘର ଘର ଯାଇ ସଂକ୍ରମିତଙ୍କ ଯାଞ୍ଚ ଓ ଗଣନା, ରାଜ୍ୟ ବାହାରୁ ଆସିଥିବା କୋଭିଡ୍‌ ସଂକ୍ରମିତଙ୍କ ନିୟମିତ ଫୋନ ଯୋଗେ ସୁସ୍ଥତା ପରୀକ୍ଷା, ବିଦ୍ୟାଳୟ ବନ୍ଦ ଥିବା ଯୋଗୁ ପିଲାଙ୍କ ଘରକୁ ଯାଇ ପଢ଼ାବହି ବଣ୍ଟନ ଭଳି ଆହୁରି ଅନେକ କାର୍ଯ୍ୟଭାର ସେମାନଙ୍କ ଉପରେ ନ୍ୟସ୍ତ କରାଯାଏ। ମନରେ ପ୍ରଶ୍ନ ଉଠେ ଏସବୁ କାମ ଶିକ୍ଷକମାନଙ୍କୁ କେଉଁ ଆଧାରରେ କରିବାକୁ କୁହାଯାଉଛି ! ନିଶ୍ଚିତ ଭାବରେ ଏମାନେ ଜନସାଧାରଣଙ୍କ ସହ ଦୃଢ଼ ଭାବରେ ସମ୍ପୃକ୍ତ ବୋଲି। ପିଲାଙ୍କ ଜରିଆରେ ଶିକ୍ଷକ/ ଶିକ୍ଷୟିତ୍ରୀ ପୂରା ସମାଜକୁ ଅନୁପ୍ରାଣିତ, ଉତ୍ସାହିତ ଏବଂ ପ୍ରେରିତ କରିବେ ବୋଲି ସରକାରଙ୍କ ଧାରଣା।
ଏତେ ସବୁ କାମର ଚାପ ଭିତରେ ଶିକ୍ଷକ ପିଲାମାନଙ୍କୁ ଠିକ୍‌ ରୂପେ ପାଠ ପଢ଼େଇବା କେତେଦୂର ସମ୍ଭବ ହେଉଥିବ! ଶିକ୍ଷାଗ୍ରହଣ ଏକ ସାଧନା ହେଲେ ଶିକ୍ଷାଦାନ ମଧ୍ୟ କମ୍‌ ଗୁରୁ ଦାୟିତ୍ୱର କାର୍ଯ୍ୟ ନୁହେଁ!
ଯଦି ବିଦ୍ୟାଦାନ ସମୟରେ ଶିକ୍ଷକ/ଶିକ୍ଷୟିତ୍ରୀ ବିଦ୍ୟାଳୟର ଅନ୍ୟ କାର୍ଯ୍ୟଭାରରେ କ୍ଲାନ୍ତ, ଅବସନ୍ନ ହେବେ; ଅନିଚ୍ଛା ସତ୍ତ୍ୱେ ବାଧ୍ୟତାମୂଳକ ଭାବରେ ପାଠ ପଢ଼େଇବେ ତେବେ ସେ ଅଧ୍ୟାପନାର ମୂଲ୍ୟ କେତେ ଏବଂ ସେଥିରୁ ପିଲାମାନେ କ’ଣ ଆହରଣ କରିବେ ତାହା ଏକ ବଡ଼ ପ୍ରଶ୍ନବାଚୀ!
ଦୁଇ ବର୍ଷ ତଳେ ଆମେ ଦେଖିଛେ, କୋଭିଡ୍‌ କଟକଣା ସତ୍ତ୍ୱେ ଶିକ୍ଷକମାନେ ପ୍ରତିଦିନ ଘରେ ରହି କିମ୍ବା ବିଦ୍ୟାଳୟକୁ ଯାଇ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିଲେ। ପିଲାମାନେ ବିଦ୍ୟାଳୟକୁ ନ ଆସି ମଧ୍ୟ ପାଠପଢ଼ାରେ ଅସୁବିଧା ନ ହେବ ବୋଲି ୟୁ- ଟ୍ୟୁବ୍‌ରେ ପାଠ ପ୍ରସ୍ତୁତ କରୁଥିଲେ; ଯାହା ପାଇଁ ସେମାନଙ୍କୁ ଅଧିକ ଶ୍ରମଦାନ ଓ ପ୍ରଚେଷ୍ଟା କରିବାକୁ ହୋଇଥିଲା। ଭିଡିଓ ପ୍ରସ୍ତୁତି ପାଇଁ ଲାଗୁଥିବା ଅଧିକ ସମୟ ତାଙ୍କୁ ବିଦ୍ୟାଳୟ ଓ ଘରର ନିତିଦିନିଆ କାମ ସହିତ କରିବାକୁ ପଡୁଥିଲା। ସତ କହିବାକୁ ଗଲେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ କର୍ମବ୍ୟସ୍ତତା ଓ କାର୍ଯ୍ୟଭାର କ୍ରମେ ବଢ଼ିଯାଇଛି। ଏବେ ସବୁ ସ୍ବାଭାବିକତା ଫେରିଆସିବା ପରେ ସେମାନେ ବିଦ୍ୟାଦାନ ଛଡ଼ା ବିଦ୍ୟାଳୟର ଅନ୍ୟ କାମରେ ମଧ୍ୟ ଜଡ଼ିତ ରହୁଛନ୍ତି। ମାତ୍ର ଦୁଃଖର ବିଷୟ, ଏତେ ସବୁ କରିବା ସତ୍ତ୍ୱେ ସେମାନଙ୍କର ଦରମା ବୃଦ୍ଧି କିମ୍ବା ଛୁଟି ମିଳିବାର ସମ୍ଭାବନା ନାହିଁ।
ଜଣେ ଶିକ୍ଷକ/ଶିକ୍ଷୟିତ୍ରୀ ତା’ ଜୀବନ କାଳରେ ପଦୋନ୍ନତି ପାଇବାର ବେଶି ସମ୍ଭାବନା ନ ଥାଏ। ବେଶିରୁ ବେଶି ହେଲେ ଜଣେ କନିଷ୍ଠରୁ ବରିଷ୍ଠ ଶିକ୍ଷକ ଏବଂ ଅତି ବେଶିରେ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ହୋଇ ଅବସର ଗ୍ରହଣ କରନ୍ତି। ଅନ୍ୟାନ୍ୟ ସଂସ୍ଥା ଭଳି ଯଦି କିଛି ପରୀକ୍ଷା ଦେବାର ସୁଯୋଗ ସୃଷ୍ଟି କରାଯାଇ ସେମାନଙ୍କ ପଦୋନ୍ନତି ସମ୍ଭବ ହେଉଥାନ୍ତା, ତା’ ହେଲେ ଶିକ୍ଷକମାନେ ଆହୁରି ଉତ୍ସାହିତ ହେଉଥାନ୍ତେ। ଅଧ୍ୟାପନା କ୍ଷେତ୍ରରେ ଏପରି ଏକ ପରିବର୍ତ୍ତନ ସଭିଙ୍କ ପାଇଁ ନୂଆ ଆଶା ସୃଷ୍ଟି କରିପାରନ୍ତା।
ଥରେ ଭାବି ଦେଖନ୍ତୁ ତ ଶିକ୍ଷକଙ୍କ ବିନା ଶିକ୍ଷାଦାନରେ ସମାଜରେ କୌଣସି ବୃତ୍ତି ସମ୍ଭବପର କି ? ବିଚାରଯୋଗ୍ୟ ଯେ ସମାଜରେ ବହୁ ପ୍ରତିଷ୍ଠିତ ଡାକ୍ତର, ଇଞ୍ଜିନିୟର, ଅଫିସର, ବୈଜ୍ଞାନିକ, ବ୍ୟବସାୟୀ, ମହାକାଶଚାରୀ ଆହୁରି ଅନେକ ପଦବୀଧାରୀଙ୍କୁ ସୃଷ୍ଟି କରୁଥିବା ଶିକ୍ଷକଗୋଷ୍ଠୀ ଆଜି ନିଜେ କେତେ ସୁବିଧା ଓ ସୁଯୋଗ ପାଉଛନ୍ତି ?
ସେମାନଙ୍କ ଶିକ୍ଷା, ସଂସ୍କାର, ଆଦର୍ଶରେ ଅନୁପ୍ରାଣିତ ହୋଇ ପିଲାମାନେ ଜୀବନରେ ସଫଳତା ଲାଭ କରୁଛନ୍ତି ସତ; କିନ୍ତୁ ବାସ୍ତବରେ ଏହା ବଦଳରେ ମଣିଷ ସମାଜ ଓ ସରକାରଠାରୁ ସେମାନେ ପାଉଛନ୍ତି କ’ଣ ? ଅବଶ୍ୟ ଗୁରୁ ଶବ୍ଦର ମହନୀୟତା ତ ବିନା କୌଣସି ସ୍ବାର୍ଥ ଓ ଲାଭ ଆଶାରେ ଶିକ୍ଷାଦାନ କରିବା।
ସରକାରୀ କିମ୍ବା ବେସରକାରୀ ପ୍ରତି ସ୍ତରରେ ଶିକ୍ଷକ / ଶିକ୍ଷୟିତ୍ରୀମାନେ ନିଜର ପରିଶ୍ରମ, ଶିକ୍ଷାଦାନ ପ୍ରତି ସମର୍ପଣ ମନୋଭାବ ଏବଂ ପିଲାଙ୍କ ପ୍ରତି ଭଲ ପାଇବାରେ ସମ୍ପୂର୍ଣ୍ଣ ଯୋଗଦାନ କରିଆସୁଛନ୍ତି। ଗୁରୁ ବିନା ଶିଷ୍ୟ ଜୀବନରେ ସଫଳତା ହାସଲ କରିବା ଅସମ୍ଭବ। ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ଜୀବନର ପ୍ରତି କ୍ଷେତ୍ରରେ କେହି ନା କେହି ଗୁରୁ ସାଜି ମାର୍ଗଦର୍ଶନ ଦେଲେ ହିଁ ବ୍ୟକ୍ତି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ସହଜ ହୋଇଥାଏ। ଏଣୁ, ଏବେ ସମୟ ଆସିଛି ଏହାର ପ୍ରତି ବଦଳରେ ସେମାନଙ୍କୁ କିଛି ଦେବା। ଆଉ କିଛି ନ ହେଲା ନାହିଁ, ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଯଥୋଚିତ ସମ୍ମାନ, ଆଦର ସହିତ ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ଉତ୍ତମ ବ୍ୟବହାର ଦେଖାଇଲେ, ଏହା ହିଁ ହେବ ସେମାନଙ୍କ ପ୍ରତି ଉତ୍କୃଷ୍ଟ ଗୁରୁଦକ୍ଷିଣା। ଉପରୋକ୍ତ ସବୁ ତଥ୍ୟ ବିଷୟରେ ସମସ୍ତେ ଅଳ୍ପବହୁତ ଅବଗତ, ମାତ୍ର ଏହାକୁ ମାନି କାର୍ଯ୍ୟରେ ପରିଣତ କରିବାରେ ହେଳା ବା ସଂକୋଚ ସେଇଟା ପାଠକେ କହିବେ। ଏ ଅକିଞ୍ଚନ ଲେଖିକା ସ୍ବତନ୍ତ୍ର ଭାବରେ ଏହି ବିଷୟ ଉପରେ ଲେଖିବାର ଆବଶ୍ୟକତା ଅନୁଭବ କରିଛି କାରଣ କଥାଟି ଏଭଳି ହେବାକୁ ଯାଉଛି….. ‘କହିଲେ ତ କୁଳ କୁଟୁମ୍ବକୁ ଲାଜ….., ନ କହିଲେ କୁଳ ଭାସି ଯାଏ…..’।
ଭୁବନେଶ୍ୱର
ମୋ:୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri