Posted inଜାତୀୟ

ଖୋଲା ବିତର୍କ ପାଇଁ ମୁଁ ପ୍ରସ୍ତୁତ, ମୋଦି ରାଜି ତ: ରାହୁଲ

ନୂଆଦିଲ୍ଲୀ,୧୧ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଖୋଲା ବିତର୍କ ଆହ୍ବାନକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଗ୍ରହଣ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ବିତର୍କରେ ସାମିଲ ହେବାକୁ ପ୍ରସ୍ତୁତ କି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ପୂର୍ବତନ ବିଚାରପତି ମଦନ ବି ଲୋକୁର, ଅଜିତ ପି. ଶାହ ଏବଂ ବରିଷ୍ଠ ସାମ୍ବାଦିକ ଏନ୍‌ ରାମ ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାହୁଲ ଗାନ୍ଧୀଙ୍କୁ ପତ୍ର ଲେଖି ଲୋକ ସଭା ନିର୍ବାଚନ ବେଳେ ଖୋଲା ବିତର୍କରେ ସାମିଲ ହେବାକୁ ଆମନ୍ତ୍ରଣ କରିଥିଲେ। ଏହାଦ୍ୱାରା ଉଭୟ ପକ୍ଷ ପରସ୍ପର ବିରୋଧରେ ଆଣୁଥିବା ଅଭିଯୋଗ ଓ ଚ୍ୟାଲେଞ୍ଜର ଉପଯୁକ୍ତ ଜବାବ ମିଳିପାରିବ ବୋଲି ପୂର୍ବତନ ବିଚାରପତି ଓ ସାମ୍ବାଦିକ ସେମାନଙ୍କ ପତ୍ରରେ ଉଲ୍ଲେଖ କରିଥିଲେ।

ଜନସାଧାରଣ କେବଳ ଉଭୟଙ୍କ ଅଭିଯୋଗ ଓ ଚ୍ୟାଲେଞ୍ଜକୁ ଶୁଣି ଅତିଷ୍ଟ ହୋଇପଡ଼ିଥିବାବେଳେ ପରସ୍ପର ମୁହଁରୁ ଅର୍ଥପୂର୍ଣ୍ଣ ପ୍ରତିଜବାବ ଶୁଣିପାରୁ ନାହାନ୍ତି। ରାହୁଲ ସେମାନଙ୍କୁ ଆମନ୍ତ୍ରଣକୁ ଗ୍ରହଣ କରି ଏକ୍ସ’ରେ ଲେଖିଛନ୍ତି, ଗୋଟିଏ ମଞ୍ଚରେ ବୃହତ୍‌ ଦଳର ନେତା ଖୋଲା ବିତର୍କରେ ଭାଗ ନେବା ସୁସ୍ଥ ଗଣତନ୍ତ୍ର ପାଇଁ ସକାରାତ୍ମକ ଆମନ୍ତ୍ରଣ। କଂଗ୍ରସ ଏହାକୁ ସ୍ବାଗତ କରୁଛି। ପ୍ରଧାନମନ୍ତ୍ରୀ ବିତର୍କରେ ଭାଗନେବା ଦେଶ ଆଶା କରେ ବୋଲି ରାହୁଲ କହିଛନ୍ତି। ବିତର୍କରେ ଭାଗ ନେବାକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଖୁସି ହେବେ। ତେବେ ପ୍ରଧାନମନ୍ତ୍ରୀ ବିତର୍କରେ ସାମିଲ ହେବାକୁ ରାଜି କି ବୋଲି ଜଣାଇବାକୁ ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀ ୧୬ରୁ CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା; ୧୦୧ ଦିନ ପୂର୍ବରୁ ପ୍ରକାଶ ପାଇଲା…

ନୂଆଦିଲ୍ଲୀ,୬।୧୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (CBSE) ପକ୍ଷରୁ ଆଗାମୀ ୨୦୨୭ ମସିହାର ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଆନୁଷ୍ଠାନିକ ତାରିଖ ଘୋଷଣା…

ବକ୍ସ ଅଫିସରେ ଧମାଲ କଲା ‘ରାମାୟଣ’, ରିଲିଜର ପ୍ରଥମ ଦିନରେ କଲା ୭ ବଡ଼ ରେକର୍ଡ

ମୁମ୍ବାଇ,୬।୧୧: ରଣବୀର କପୁର, ସାଇ ପଲ୍ଲବୀ ଏବଂ ୟଶଙ୍କ ଅଭିନୀତ ‘ରାମାୟଣ’ ମୁଭି ବକ୍ସ ଅଫିସରେ ଏକ ଚମତ୍କାର ଆରମ୍ଭ କରିଛି ଏବଂ ପ୍ରଥମ ଦିନରେ ହିଁ…

କଂଗ୍ରେସର ବଡ଼ ଘୋଷଣା: ନଭେମ୍ବର ୨୬ରେ…ସରକାରଙ୍କ ବଢିଲା ମୁଣ୍ଡବିନ୍ଧା

ନୂଆଦିଲ୍ଲୀ,୬।୧୧: ସମ୍ବିଧାନ ଦିବସ ଅବସରରେ କଂଗ୍ରେସ ପକ୍ଷରୁ ଏକ ପଦଯାତ୍ରା ଆୟୋଜନ କରାଯିବ। ନଭେମ୍ବର ୨୬ ତାରିଖରେ ହେବାକୁ ଥିବା ଏହି ପଦଯାତ୍ରାର ନାମ ‘ସମ୍ବିଧାନ ବଞ୍ଚାଅ…

ବସ ଭଡ଼ା ବୃଦ୍ଧି ପରେ ଶିବକୁମାରଙ୍କୁ ଶିଶୁ ଭାବରେ ଚିତ୍ରଣ କଲା ଭାଜପା, ଶେୟାର କଲା AI-ନିର୍ମିତ ଭିଡିଓ, ଦେଖନ୍ତୁ…

ବେଙ୍ଗାଲୁରୁ,୬।୧୧: ସାଧାରଣ ପରିବହନ ଭଡ଼ା ଏବଂ କ୍ଷୀର ଦର ବୃଦ୍ଧିକୁ ନେଇ କର୍ନାଟକ ଭାଜପା କଂଗ୍ରେସ ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛି। ଭାଜପା ମୁଖ୍ୟମନ୍ତ୍ରୀ ଡିକେ…

ବଡ଼ ଟ୍ରେନ ଦୁର୍ଘଟଣା: ‘କର୍ମଭୂମି ଏକ୍ସପ୍ରେସ’ର ୪ ବଗିରେ ଭୟଙ୍କର ନିଆଁ, ଅନେକ ଯାତ୍ରୀ ଆହତ ହୋଇଥିବା ଆଶଙ୍କା

ଚଣ୍ଡିଗଡ଼,୬।୧୧: ପଞ୍ଜାବରେ ଏକ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ଘଟିଛି। ପଞ୍ଜାବର ରାଜପୁରା ଠାରେ ‘କର୍ମଭୂମି ଏକ୍ସପ୍ରେସ’ରେ ନିଆଁ ଲାଗିଯାଇଥିଲା, ଯାହା ଟ୍ରେନର ଚାରୋଟି ବଗିକୁ ବ୍ୟାପି…

Video: ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପରିବାରକୁ ଭେଟିଲେ ପ୍ରଧାନମନ୍ତ୍ରୀ; କୁନି ଝିଅ କଣ୍ଠରୁ ଶୁଣିଲେ ଭଜନ

ନୂଆଦିଲ୍ଲୀ,୬।୧୧: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଜ ପରିବାର ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ସୂର୍ଯ୍ୟକୁମାରଙ୍କ ପତ୍ନୀ ଦେବିଷା…

ସ୍ବାମୀ ଅସୁସ୍ଥ ହେବାରୁ ଜ୍ୱାଇଁଙ୍କ ସହ ପଳାଇ ଗଲେ ଶାଶୁ, ସାଙ୍ଗରେ ନେଇଗଲେ ସମସ୍ତ ପୈତୃକ ଅଳଙ୍କାର

ଉନ୍ନାଓ,୬।୧୧: ଉନ୍ନାଓରେ ଏକ ଜଟିଳ ପାରିବାରିକ ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, ଜଣେ ମହିଳା ନିଜର ଅସୁସ୍ଥ ସ୍ବାମୀଙ୍କୁ ଘରେ ଛାଡ଼ି ନିଜ ଜ୍ୱାଇଁଙ୍କ ସହ…

କେନ୍ଦ୍ର ସରକାରଙ୍କୁ କଡ଼ା ଟାର୍ଗେଟ କଲେ ସୁପ୍ରିମକୋର୍ଟ! CJI ପଚାରିଲେ…

ନୂଆଦିଲ୍ଲୀ,୬।୧୧: ଦିଲ୍ଲୀ-ଏନସିଆର (Delhi-NCR) ରେ ବାୟୁ ପ୍ରଦୂଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଏହି ଅଞ୍ଚଳରେ ବୃଦ୍ଧି ପାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?