ଆଇଡିଏଫସି ଫାଷ୍ଟ ବ୍ୟାଙ୍କର ବାର୍ଷିକ ଫଳାଫଳ

ନୂଆଦିଲ୍ଲୀ,୩୦।୪: ଆଇଡିଏଫସି ଫାଷ୍ଟ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଉକ୍ତ ବୈଠକରେ ବ୍ୟାଙ୍କର ବାର୍ଷିକ ଫଳାଫଳ ସହ ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ତ୍ରୈ ମାସିକ ଫଳାଫଳା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି।
ଅପରପକ୍ଷରେ ୨୦୨୨-୨୩ ଆର୍ଥକ ବର୍ଷ ପାଇଁ ବ୍ୟାଙ୍କର ଟିକସ ପରବର୍ତ୍ତୀ ଲାଭ ୨୪୩୭ କୋଟି ଟଙ୍କା ରହିଛି। ଏପରିକି ୨୦୨୧-୨୨ ଆର୍ଥିକ ବର୍ଷରେ ବ୍ୟାଙ୍କର ମୋଟ ଲାଭ ୧୪୫ କୋଟି ତୁଳନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ୨୪୩୭ କୋଟି ଅଧିକ ହୋଇଛି। ବିଶେଷ କରି ବ୍ୟାଙ୍କର କ୍ୟୁ୪ ଆର୍ଥିକ ବର୍ଷ ୨୨ ତୁଳନାରେ କ୍ୟୁ୪ ଆର୍ଥିକ ବର୍ଷ ୨୩ ପାଇଁ ଟିକସ ପରବର୍ତ୍ତୀ ଲାଭ ୮୦୩ କୋଟି ଥିଲା। ଯାହା ୧୩୪% ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ସେହିଭଳି ଗ୍ରାହକଙ୍କ ଜମା ୧,୩୬,୮୧୨ ଟଙ୍କା ଯାହା ୪୭% ପର୍ଯ୍ୟନ୍ତ ୱାଇଓଆଇ ବୃଦ୍ଧି ଘଟିଛି। ଏପରିକି ଋଣ ଓ ଅଗ୍ରୀମ ଥିଲା ୧୬୦୫୯୯ କୋଟି ଯାହା ୨୪% ପର୍ଯ୍ୟନ୍ତ ୱାଇଓଆଇ ସହ ଆସେଟ କ୍ଲାଲିଟିରେ ଉନ୍ନତି ହୋଇଛି। ଗ୍ରସ ଏନପିଏ ୨.୫୧% ଓ ନେଟ ୦.୮୬% ରହିଛି। ଆସେଟ କ୍ଲାଲିଟି ରିଟେଲ ଲୋନରେ ଉନ୍ନତି ଆସିଛି, ଗ୍ରସ ଏନପିଏ ୧.୬୫% ଓ ନେଟ ୦.୫୫% ହୋଇଛି। ବ୍ୟାଙ୍କର ଗ୍ରସ ଓ ଏନପିଏ ଇନଫ୍ରାଷ୍ଟ୍ରକଚର ଫାଇନାନସିଂ ବୁକକୁ ଛାଡି ରନଡାଉନ ମୋଡରେ ୧.୮୪% ଓ ୦.୪% ରହିଛି। ସେହିପରି ଆର୍ଥିକ ବର୍ଷ ୨୨ର ୧୪୫ କୋଟି ତୁଳନାରେ ନେଟ ଲାଭ ୨୪୩୭ କୋଟି ଟଙ୍କା ଓ ତ୍ରୈମାସିକ ନେଟ ଲାଭ କ୍ୟୁ୪ ଆର୍ଥିକ ବର୍ଷ ୨୨ ଠାରୁ ୧୩୪% ୱାଇଓୱାଇ ଅଧିକ ରହିଛି। ଏହା କ୍ୟୁ୪ ଆର୍ଥିକ ବର୍ଷ ୨୩ରେ ୮୦୩ କୋଟି ରହିଛି। ଏହା ଦୃଢ ପରିଚାଳନାରୁ ସମ୍ଭବ ହୋଇପାରିଛି। କ୍ୟୁ୪ ଆର୍ଥିକ ବର୍ଷ ୨୩ରେ ବ୍ୟାଙ୍କର ବାଣିଜ୍ୟ ଅଭିବୃଦ୍ଧି ୨୧୬ ଟଙ୍କାର କୋଟି ଓ ବ୍ୟାଙ୍କ ୭୯ କୋଟି ଉପଯୋଗ କରି କଭରେଜ ଅନୁପାତ ବଢାଇଛି। ଏହାକୁ ଏକକାଳୀନ ସମନ୍ବିତ କରି ନେଟ ଲାଭ ୭୦୪ କୋଟି ଅର୍ଜନ କରିଛି। ନେଟ ସୁଧ ଆୟ ୩୦% ୱାଇଓୱାଇ ହୋଇଛି, ଯାହା ପୂର୍ବ ଆର୍ଥିକ ବର୍ଷରେ ୯୭୦୬ କୋଟି ଥିଲା, ଏହା ଆର୍ଥିକ ବର୍ଷ ୨୩ରେ ୧୨,୬୩୫ କୋଟିକୁ ବୃଦ୍ଧି ପାଇଛି। ସେହିପରି ଫି ଓ ଅନ୍ୟାନ୍ୟ ଆୟ ୫୪% ବଢିଛି, ଯାହା ପୂର୍ବ ଆର୍ଥିକ ବର୍ଷରେ ୨୬୯୧ ରହିଥିଲା। ଏହା ଆର୍ଥିକ ବର୍ଷ ୨୩ରେ ୪୧୪୨ କୋଟିକୁ ବୃଦ୍ଧି ପାଇଛି। ସେହିପରି ଫି ଓ ଅନ୍ୟାନ୍ୟ ଆୟ ୫୪% ବଢିଛି। କୋର ପରିଚାଳନାରୁ ଲାଭ ଉକ୍ତ ବର୍ଷ ପାଇଁ ୬୭%ଯାହା ପୂର୍ବର ଆର୍ଥିକ ବର୍ଷରେ ୨୭୫୩ କୋଟି ଥିଲା। ଏହା ଆର୍ଥିକ ବର୍ଷ ୨୩ରେ ୪୬୦୭ କୋଟିକୁ ବୃଦ୍ଧି ପାଇଛି। ତ୍ରୈମାସ ପାଇଁ ସମୁଦାୟ ପରିଚାଳନାରୁ ଲାଭ ବୃଦ୍ଧି ୬୧% ହୋଇଛି ଯାହା କ୍ୟୁ୪ ୨୨ରେ ୮୩୬ କୋଟିରୁ କ୍ୟୁ୪ ୨୩ରେ୧୩୪୨କୁ ବୃଦ୍ଧି ପାଇଛି। ବର୍ଷ ପାଇଁ ବ୍ୟବସ୍ଥା ଲାଗି ଆର୍ଥିକ ବର୍ଷ ୨୨ରେ ଟ.୩୧୦୯ ତୁଳନାରେ ଆର୍ଥିକ ବର୍ଷ ୨୩ ପାଇଁ ଟ.୧୬୬୫ କୋଟି ହୋଇଛି। ସେହିପରି ଆରଓଏ ଆର୍ଥିକ ବର୍ଷ ୨୨ରେ ୦.୦୮% ତୁଳନାରେ ୨୩ ବର୍ଷ ଲାଗି ୧.୧୩% ହୋଇ ପାରିଛି। ଆର୍ଥିକ ବର୍ଷ ୨୩ ପାଇଁ ଆରଓଇ ୧୦.୯୫% ହୋଇଛି। ଆର୍ଥିକ ବର୍ଷ ୨୨ ପାଇଁ ଏହା ଥିଲା ୦.୭୫%। ଏ ସମ୍ପର୍କରେ ଆଇଡିଏଫସି ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଭି. ବୈଦ୍ୟନାଥନ କହିଛନ୍ତି, ଆମର ଏକ ସଦୃଢ ଭିତିଭୂମି ରହିଛି ଓ ଆମେ ଏଥିପାଇଁ ଲୋକମାନଙ୍କର ନିକଟତର ହୋଇ ପାରିଛୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମର ସଂପତିର ଗୁଣବତା ସର୍ବାଧିକ ରହିଛି। ଆମେ ସର୍ବୋଚ୍ଚ ତ୍ରୈମାସିକ ଲାଭ ହାସଲ କରିପାରିଛୁ। ଆମେ ସବୁବେଳେ ହୀତାଧିକାରୀଙ୍କ ସ୍ବାର୍ଥ ପାଇଁ ଯତ୍ନବାନ ରହିଛୁ, ଆମର ଗ୍ରାହକ ଅଭିମୁଖୀ ଯୋଜନା, ସେବା, ନୈତିକତା ଓ ଗ୍ରାହକଙ୍କ ପ୍ରତି ସମ୍ମାନ ବଜାୟ ରହିବ ଓ ଏକ ସଦୃଢ କର୍ମ ସଂସ୍କୃତି ଉପରେ ବ୍ୟାଙ୍କ ଧ୍ୟାନ ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri