ସେବାୟତଙ୍କ ଆବାସ ପାଇଁ ଜମି ଚିହ୍ନଟ

ପୁରୀ ଅଫିସ, ୩୦ା୭: ବହୁ ବର୍ଷ ଧରି ଆବାସ ପାଇଁ ପ୍ରତୀକ୍ଷାରତ ଶ୍ରୀମନ୍ଦିରର ଗରିବ ଓ ବାସହୀନ ସେବାୟତଙ୍କ ମନରେ ଆଶା ସଞ୍ଚାର ହୋଇଛି। ସେବାୟତ ଆବାସ ଯୋଜନାରେ ଗୃହ ନିର୍ମାଣ ଲାଗି ଶୁକ୍ରବାରଠାରୁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ହରଚଣ୍ଡୀ ସାହି ମୌଜାରେ ପ୍ରାୟ ୩ ଏକର ଜାଗା ଚିହ୍ନଟ କରାଯାଇ ପାଚେରି ନିର୍ମାଣ କାମ ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ହେବା ଦ୍ୱାରା ପ୍ରାୟ ୫ଶହ ସେବାୟତ ଉପକୃତ ହେବେ। ସାମାଜିକ, ଅର୍ଥନୈତିକ ସର୍ବେକ୍ଷଣ ଶେଷ ପରେ ସେବାୟତ ଆବାସ ଯୋଜନା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
୨୦୧୩ରେ ନବକୃଷ୍ଣ ସେଣ୍ଟର ଫର୍‌ ଡେଭ୍‌ଲପ୍‌ମେଣ୍ଟ ଷ୍ଟଡିଜ ପକ୍ଷରୁ ସେବାୟତଙ୍କ ସାମାଜିକ ଓ ଅର୍ଥନୈତିକ ସର୍ଭେ କରାଯାଇଥିଲା। ପ୍ରାୟ ୨୨୩୬ ସେବାୟତ ପରିବାର ଥିବା ବେଳେ ୯୫୫୮ଜଣ ସେବାୟତ ରହିଥିବା ଜଣାପଡ଼ିିଥିଲା। ସେବାୟତଙ୍କ ସଂଖ୍ୟା, ଶିକ୍ଷାଗତ ଯୋଗ୍ୟତା, ଅନ୍ୟ ବୃତ୍ତି ଓ ଆର୍ଥତ୍କ ମାନଦଣ୍ଡକୁ ନେଇ ଭବିଷ୍ୟତରେ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରାଯିବାକୁ ସ୍ଥିର ହୋଇଥିଲା। ସେବାୟତଙ୍କ ଲାଗି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହଯୋଗରେ ଗୃହ ନିର୍ମାଣ ନିମନ୍ତେ ଲକ୍ଷ୍ୟ ରଖାଯାଇଥିଲା। ସୂଚନାଯୋଗ୍ୟ, ଅନେକ ସେବାୟତ ସାହିରେ ଗୋଟିଏ ଗୋଟିଏ ଘରେ ୧୦-୧୫ ପରିବାର ବହୁକଷ୍ଟରେ ରହୁଛନ୍ତି। ଅନେକ ସେବାୟତ ପରିବାର ବାସହୀନ ଅଛନ୍ତି। ଦୀର୍ଘବର୍ଷ ହେବ ବାସହୀନ ସେବାୟତ ପରିବାରକୁ ଘର ଯୋଗାଇବା ଲାଗି ଦାବି ହୋଇଆସୁଥିଲା। ଏହାପରେ ସେମାନଙ୍କୁ ଆର୍ଥତ୍କ ସହାୟତା ଓ ଗୃହ ଯୋଗାଇବାକୁ ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ହରଚଣ୍ଡୀ ସାହି ମୌଜାରେ ଥିବା ମହିପ୍ରକାଶ ମଠର ୩ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଶୁକ୍ରବାର ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ସହ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ମାଟିମଣ୍ଡପ ସାହି ମୌଜାରେ ଥିବା ଏମାର ମଠର ଜମି ଅଧିଗ୍ରହଣ ହେବ ବୋଲି ସୂଚନା ମିଳିଛି। ଏହି ଦୁଇଟି ମୌଜା ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆସିଛି। ସେହି ସ୍ଥାନ ସଫା କରାଯାଇ ପାଚେରି ନିର୍ମାଣ ପରେ ଆପାର୍ଟମେଣ୍ଟ ନିର୍ମାଣ କରାଯିବ। ୨୦୧୪ ଓ ୨୦୧୫ରେ ସେବାୟତ ଜଣଗଣନା କରାଯାଇଥିଲା। ପରେ ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର୍‌ ଡେଭ୍‌ଲପମେଣ୍ଟ ଷ୍ଟଡିଜ୍‌ ପକ୍ଷରୁ ସେବାୟତଙ୍କ ସାମାଜିକ, ଅର୍ଥନୈତିକ ନେଇ ପୁନଃ ଗଣନା କରାଯାଇଥିଲା। ସେବାୟତ ବାସଗୃହ ଯୋଜନା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ବଜେଟ ପାରିତ ହୋଇଥିଲା। ଏ ସମ୍ପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା କହିଛନ୍ତି, ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ହରଚଣ୍ଡୀ ସାହି ମୌଜାରେ ଗରିବ ସେବାୟତଙ୍କ ପାଇଁ ବାସଗୃହ ନିର୍ମାଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ପ୍ରଥମେ ମାଟିତୋଟା ଅଞ୍ଚଳରେ ପ୍ରକଳ୍ପ କରାଯିବାକୁ ଥିଲା। ମାତ୍ର ଉକ୍ତ ସ୍ଥାନ ଶ୍ରୀମନ୍ଦିରଠାରୁ କିଛି ଦୂରରେ ଥିବାରୁ ସେବାୟତମାନେ ଦାରୁଦିଅଁଙ୍କ ସେବା ପୂଜାରେ ହଇରାଣ ହେବା ଆଶଙ୍କା କରି ହରଚଣ୍ଡୀ ସାହି ମାୈଜାକୁ ସ୍ଥାନାନ୍ତର କରାଯାଇଥିଲା। ହରଚଣ୍ଡୀ ସାହି ମୌଜାର ୯୧, ୯୨ ଏବଂ ୯୩ ନମ୍ବର ପ୍ଲଟର ୩ ଏକରରୁ ଅତ୍ଧକ ସ୍ଥାନରେ ଏହି ପ୍ରକଳ୍ପ କରାଯିବ। ମୁଖ୍ୟତଃ ୯୩ ନମ୍ବର ପ୍ଲଟରେ ପାଖାପାଖି ୨ ଏକର ୮ ଶହ ଜାଗା ରହିଛି। ୬ଶହ ବର୍ଗଫୁଟର ୪ ମହଲା କୋଠା ହେବ। ଜି + ୩ ଆପାର୍ଟମେଣ୍ଟ କରାଯିବ। ସେଠାରେ ସମସ୍ତ ସୁବିଧା ରହିବ। ଦୁଇବର୍ଷ ମଧ୍ୟରେ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଯୋଗ୍ୟ ସେବାୟତଙ୍କୁ ଚିହ୍ନଟ କରାଯାଇ ଗୃହ ଦିଆଯିବ। ଯେଉଁମାନେ ବାସଗୃହ ପାଇଁ ପ୍ରଶାସନ ପାଖକୁ ଆବେଦନପତ୍ର ପଠାଇବେ, ସେମାନଙ୍କ ନିକଟକୁ ଏକ କମିଟି ଯାଇ ଅନୁଧ୍ୟାନ କରିବ। ଏବେ ପ୍ରଶାସନ ପକ୍ଷରୁ ଚିହ୍ନଟ ଜାଗାରେ ଏବେ ପାଚେରି ନିର୍ମାଣ ଚାଲିଛି। ଡିଜାଇନ ଚୂଡ଼ାନ୍ତ ହେବା ପରେ କେତେ ଖର୍ଚ୍ଚ ହେବ ତାହା ଜଣାପଡ଼ିବ। ତେବେ ଚିହ୍ନଟ ଜାଗା ଉପରେ ଜଣେ ବ୍ୟକ୍ତି ଘର କରି ରହିଛନ୍ତି। ସେ ପୁରୀ ସିଭିଲ କୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି। ଉକ୍ତ ଜମି ଶ୍ରୀମନ୍ଦିର ନାମରେ ଥିବାରୁ ସେପରି କିଛି ସମସ୍ୟା ହେବ ନାହିଁ ବୋଲି ଜେନା ଆଶା ବ୍ୟକ୍ତ କରିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, ପ୍ରକଳ୍ପ ହେବା ଦ୍ୱାରା ଗରିବ ସେବାୟତ ଉପକୃତ ହେବେ। ସେହିପରି ସେବାୟତମାନେ ଶ୍ରୀମନ୍ଦିର ପାଖରେ ରହିଲେ ଠିକ ସମୟରେ ନୀତି ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri