ଉଜୁଡ଼ିବ ହାତୀ କରିଡର ବେଲଡୁଙ୍ଗୁରି

ସମ୍ବଲପୁର,୧୩ା୧୨(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ପଡିଆବାହାଲ ରେଞ୍ଜ ଅଞ୍ଚଳରେ ଇଡ୍‌କୋ ପକ୍ଷରୁ ୫୦୦ ଏକର ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଜମିରେ ଏକ କମ୍ପାନୀ ସୋଲାର ପ୍ରକଳ୍ପ କରିବାକୁ ଯୋଜନା କରିଥିବା ଜଣାପଡିଛି। ଏହା ଦ୍ୱାରା ହାତୀ କରିଡର୍‌ ଭାବେ ଜଣାଶୁଣା ପଡିଆବାହାଲ ରେଞ୍ଜର ବେଲଡୁଙ୍ଗୁରି, ନିଲଡୁଙ୍ଗୁରି ଓ କୁଟୁରାଜୁରୀ ଉଜୁଡିଯିବ। ହାତୀ ସୁରକ୍ଷା ନେଇ ବନ ବିଭାଗ ପକ୍ଷରୁ ଜଙ୍ଗଲ ବୃଦ୍ଧି ଯୋଜନା କରାଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ଶହ ଶହ ବର୍ଷରୁ ହାତୀ ଚଳପ୍ରଚଳ କରୁଥିବା ଜଙ୍ଗଲ ପଦା ହେବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ବନ ବିଭାଗ ସ୍ବୀକୃତି ପ୍ରଦାନ କରି ଗଛ ଗଣତି ପ୍ରକ୍ରିୟା ଆରମ୍ଭ କରିଛି। ବନ ବିଭାଗ ଓ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସ୍ଥାନୀୟ ଲୋକେ ନିନ୍ଦା କରିବା ସହ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ପର୍ଯ୍ୟନ୍ତ ୨୫ ହଜାର ଗଛ ଚିହ୍ନଟ ହୋଇଥିବାବେଳେ ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ୱ ଗଛ ଅଧିଗ୍ରହଣ ପାଇଁ ଚିହ୍ନଟ ହୋଇଥିବା ଜମିରେ ରହୁଥିବା ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି।

ଉକ୍ତ ଜମିରେ ଶାଳ, ପିଆଶାଳ, ଗମ୍ଭାରି, ପଣସ, ଆମ୍ବ, ନିମ୍ବ, ଅଶନ, ଖଇର ଭଳି ମୂଲ୍ୟବାନ ଗଛ ରହିଛି। ଶହ ଶହ ବର୍ଷ ଧରି ଗଛଗୁଡିକ ଏବେ ବିଶାଳକାୟ ହୋଇଛି। ଏପରି କି ଅଧିକାଂଶ ଜମିରେ ବାଉଁଶ ଗଛ ରହିଛି, ଯାହାକି ହାତୀମାନଙ୍କ ପସନ୍ଦଯୋଗ୍ୟ ଖାଦ୍ୟ। ଏହାସହ ସେଠାରେ ଅନେକ ପୋଖରୀ ରହିଛି, ଯେଉଁଥିରେ ଖରା, ବର୍ଷା ସବୁ ସମୟରେ ପାଣି ଗଚ୍ଛିତ ହୋଇ ରହିଥାଏ। ତେଣୁ ହାତୀମାନେ ଏହି ସ୍ଥାନକୁ ତାଙ୍କର ଆଶ୍ରୟସ୍ଥଳ ଭାବେ ବାଛି ନେଇଛନ୍ତି। ହେଲେ ଏବେ ସରକାରୀ ସ୍ତରରେ ଉକ୍ତ ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଡ୍‌କୋ ପକ୍ଷରୁ ୨୦୧୮ରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କିଛିଦିନ ହେବ ବନ ବିଭାଗ, ରାଜସ୍ବ ବିଭାଗ ପକ୍ଷରୁ ନିୟମିତ ସର୍ଭେ କରାଯାଉଛି। ଏହି ଘଟଣାକୁ ନେଇ ସ୍ଥାନୀୟ ପରିବେଶବିତ୍‌ ଓ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି।

ରାଜସ୍ବ ବିଭାଗ ଅଧୀନରେ ଉକ୍ତ ଜମି ରହିଛି। ସ୍ଥାନୀୟ ଲୋକଙ୍କ ସୁରକ୍ଷାରେ ଘଞ୍ଚ ଜଙ୍ଗଲ ସୃଷ୍ଟି ହୋଇଛି। ଜଙ୍ଗଲ ସୁରକ୍ଷାରେ ହାତୀମାନଙ୍କର ମଧ୍ୟ ଭୂମିକା ରହିଛି। ପ୍ରାୟ ସମୟରେ ହାତୀ ରହୁଥିବାରୁ ସେଠାକୁ କାଠ ମାଫିଆ ଯିବାକୁ ଭୟ କରିଥାନ୍ତି। ବନ ବିଭାଗ ପକ୍ଷରୁ ବନୀକରଣ, କାମ୍ପା, ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଭଳି ଯୋଜନାରେ କିଛିବର୍ଷ ହେଲା କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ଏବେ ବନ ବିଭାଗ ପକ୍ଷରୁ କିଭଳି ଗଛ କାଟିବାକୁ ଅନୁମତି ଦିଆଯାଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଏଠାରେ ଇଡ୍‌କୋ ଜମି ଅଧିଗ୍ରହଣ କଲା ପରେ ଏକ ଘରୋଇ କମ୍ପାନୀ ମେଗା ସୋଲାର ପ୍ରକଳ୍ପ କରିବ ବୋଲି କୁହାଯାଉଛି। ଘରୋଇ କମ୍ପାନୀ ପାଇଁ ସରକାରଙ୍କ ପକ୍ଷରୁ ହଜାର ସଂଖ୍ୟାରେ ଗଛ କାଟିବାକୁ ଅନୁମତି ଦେବା ଉଚିତ ନୁହେଁ ବୋଲି ମତପ୍ରକାଶ ପାଉଛି। ଏପରି କି ଗଛ କାଟିବା ପାଇଁ ଅଞ୍ଚଳରେ ବନ ସୁରକ୍ଷା ସମିତି ଓ ଗ୍ରାମସଭା ହୋଇ ନ ଥିବା କେତେକ ବ୍ୟକ୍ତି ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଯୁଯୁମୁରା ତହସିଲଦାର ସୁମନ ମିଞ୍ଜ କହନ୍ତି, ଏହି ପ୍ରକ୍ରିୟା ୨ବର୍ଷ ପୂର୍ବରୁ ହୋଇଥିଲା। ଏବେ ଜମି ଚିହ୍ନଟ ପ୍ରକ୍ରିୟା କରାଯାଉଛି। ଉକ୍ତ ସ୍ଥାନ ଜନବସତି ନୁହେଁ। ହେଲେ ହାତୀମାନେ ରହୁଥିବା ଜଣାପଡିଛି ବୋଲି କହିଥିଲେ। ସେହିପରି ପଡିଆବାହାଲ ରେଞ୍ଜ ଅଫିସର ପ୍ରଭାକର ବେହେରା କହିଛନ୍ତି, ବନ ବିଭାଗ ପକ୍ଷରୁ ଏବେ ଗଛ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଉଛି। ପ୍ରାୟ ୨୫ ହଜାର ଗଛ ଚିହ୍ନଟ ହୋଇସାରିଥିବା ସେ କହିଛନ୍ତି।

-ଶୁଭାଶିଷ ପାଢ଼ୀ


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri