Posted inଜାତୀୟ

ଆଇସିଏମ୍‌ଆର୍‌ର ବଡ ଘୋଷଣା: କରୋନା ମୁକାବିଲା କରିବ ବିସିଜି ଟିକା

ନୂଆଦିଲ୍ଲୀ, ୩୦।୧୦: ମହାମାରୀ କରୋନା ରୋକିବାକୁ ଏବେ ବିଶ୍ୱର ଅନେକ ଦେଶ ଟିକା ପ୍ରସ୍ତୁତିରେ ଲାଗିପଡିଛନ୍ତି। ଏହି ସମୟରେ ଆଇସିଏମ୍‌ଆର୍‌ ଏକ ଆଶ୍ୱସ୍ତିକର ଖବର ଦେଇଛି। ଆଇସିଏମ୍‌ଆର୍‌ ବୈଜ୍ଞାନିକଙ୍କ ମୁତାବକ ଟ୍ୟୁବୋରକ୍ଲୋସିସ୍‌ରୁ ରକ୍ଷା ପାଇବା ପାଇଁ ବ୍ୟବହାର କରାଯାଉଥିବା ବିସିଜି ଟିକା ଏବେ କରୋନା ଭୂତାଣୁ ସହ ଲଢିବା ପାଇଁ ବେଶ୍‌ ପ୍ରଭାବଶାଳୀ ସାବ୍ୟସ୍ତ ହେବ। ବୁଦ୍ଧମାନଙ୍କ ଶରୀରରେ ଏହାର ପ୍ରଭାବ ବେଶୀ ରହିବ ବୋଲି ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି। ବୈଜ୍ଞାନିକମାନେ ବିସିଜି ଟିକା ପ୍ରଭାବ ଜାଣିବା ପାଇଁ ଏବେ ଟି କୋଷିକା, ବି କୋଷିକ ଶ୍ୱେତ ରକ୍ତ କଣିକା ଏବଂ ଡେଣ୍ଡ୍ରାଇଟିସ କୋଷ ପ୍ରତିରୋଧକ ପରୀକ୍ଷଣ କରାଯାଇଛି। ସୂଚନାଯୋଗ୍ୟ, କରୋନାରେ ସର୍ବାଧିକ ପ୍ରଭାବିତ ୬୦ ବର୍ଷରୁ ଅଧିକ ବୟସ୍କମାନେ ହେଉଥିବା ଦେଖାଯାଇଛି। ଏକ ପରୀକ୍ଷା ଦ୍ୱାରା ଜଣାପଡିଛି ଯେ କରୋନା ଆକ୍ରାନ୍ତ ବୃଦ୍ଧ ବ୍ୟକ୍ତିମାନଙ୍କଠାରେ କୋମୋରବିଡିଟି ଭଳି ଗୁରୁତର ରୋଗ ଦେଖାଯିବାରୁ ସେମାନଙ୍କ ମୃତ୍ୟୁ ହେବାର ଆଶଙ୍କା ଅଧିକ ଥାଏ। ବିସିଜି ଟିକା ଏହିପରି ବୃଦ୍ଧ ବ୍ୟକ୍ତିଙ୍କ ଚିକିତ୍ସାରେ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି। ବିସିଜି ଟିକା ନବଜାତ ଶିଶୁମାନଙ୍କୁ କେନ୍ଦ୍ର ସରକାରଙ୍କ ୟୁନିଭର୍ସାଲ ଟୀକାକରଣ କାର୍ଯ୍ୟକ୍ରମ (ୟୁଆଇପି) ଅଧୀନରେ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘କଂଗ୍ରେସ ଦେବ ଗରିବଙ୍କୁ ଲାଇଫ୍‌ଲାଇନ୍‌’

ନୂଆଦିଲ୍ଲୀ,୧୪।୫: ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପରସ୍ପରକୁ କଟାକ୍ଷ କରିବା ଜାରି ରହିଛି। ଦଳଗୁଡ଼ିକ ନିଜର ଯୋଜନାଗୁଡ଼ିକର ପ୍ରଚାର ପ୍ରସାର ଲାଗି...

ଜମିବ ନିର୍ବାଚନୀ ପ୍ରଚାର, ଆସନ୍ତକାଲି ଓଡ଼ିଶା ଆସୁଛନ୍ତି ଶାହା-ନଡ୍ଡା-ରାହୁଲ

ଭୁବନେଶ୍ୱର,୧୪।୫: ଓଡ଼ିଶା ଆସୁଛନ୍ତି କେନ୍ଦ୍ରର ହେଭିଓ୍ବେଟ ନେତା। କରିବେ ମାରାଥନ ପ୍ରଚାର ଓ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ। ଓଡ଼ିଶା ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ...

‘କୌଣସି ଦଳକୁ ସମର୍ଥନ ଦେବୁ ନାହିଁ’; ଘୋଷଣା କରି ଭାଜପାକୁ ବଡ଼ ଝଟ୍‌କା ଦେଲେ…

ଲକ୍ଷ୍ନୌ,୧୪।୫: ଉତ୍ତରପ୍ରଦେଶ ଜନସତ୍ତା ଦଳ(ଗଣତାନ୍ତ୍ରିକ) ମୁଖ୍ୟ ରାଜା ଭୈୟା ଲୋକ ସଭା ନିର୍ବାଚନରେ କୌଣସି ଦଳକୁ ସମର୍ଥନ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି। ନିଜର...

୫୨ ସଂସ୍ଥା ବ୍ଲାକଲିଷ୍ଟ, ୧.୮୬ ଲକ୍ଷ ମୋବାଇଲ ବ୍ଲକ; ଟେଲିକମ୍‌ ବିଭାଗ ନେଲା ବଡ଼ ପଦକ୍ଷେପ…

ନୂଆଦିଲ୍ଲୀ,୧୪।୫: ସାଇବର ଅପରାଧକୁ ରୋକିବା ଲାଗି ଟେଲିକମ୍‌ ବିଭାଗ ଅନେକ ପଦକ୍ଷେପ ନେଇଛି। ଲୋକଙ୍କୁ ଠକିବା ଲାଗି ଏସ୍‌ଏମ୍‌ଏସ୍‌ ପଠାଇବା ସହ ଜଡ଼ିତ ୫୨ ପ୍ରମୁଖ...

ନିର୍ବାଚନ ପରେ ଗ୍ରାହକଙ୍କୁ ବଡ଼ ଝଟ୍‌କା, ୫୦ରୁ ୨୫୦ ଯାଏଁ ମହଙ୍ଗା ହେବ ମୋବାଇଲ ରିଚାର୍ଜ!

ନୂଆଦିଲ୍ଲୀ,୧୪।୫: ଲୋକ ସଭା ନିର୍ବାଚନ ପରେ କୋଟି କୋଟି ମୋବାଇଲ ୟୁଜର୍ସଙ୍କୁ ଏକ ବଡ଼ ଝଟକା ଳାଗିବାକୁ ଯାଉଛି। ସୂଚନା ଅନୁଯାୟୀ, ଟେଲିକମ କମ୍ପାନୀଗୁଡିକ ମୋବାଇଲ...

୮ ମାମଲା, ୧୭ କୋଟିର ଋଣ, ୬ କିଲୋ ସୁନା, ୫୦ ଏଲ୍‌ଆଇସି ପଲିସି…ଜାଣନ୍ତୁ ଭାଜପାରୁ ପ୍ରାର୍ଥୀ ସାଜିଥିବା କଙ୍ଗନାଙ୍କ ସମ୍ପତ୍ତିରେ ଅଛି କ’ଣ କ’ଣ?

ନୂଆଦିଲ୍ଲୀ,୧୪।୫: ଚଳିତ ନିର୍ବାଚନରେ ପ୍ରାର୍ଥୀ ସାଜିଥିବା ବଲିଉଡ୍‌ ଅଭିନେତାଙ୍କ ବିରୋଧରେ ଚାଲିଛି ୮ ମାମଲା। ତାଙ୍କ ପାଖରେ ଏକାଧିକ ଫ୍ଲାଟ, ମୁମ୍ବାଇରେ ଘର ଏବଂ ମନାଲିରେ...

ବଢୁଛି ମୋଦିଙ୍କ ସମ୍ପତ୍ତି,ଏବେ ଏତେ କୋଟି ଟଙ୍କାର ମାଲିକ

ନୂଆଦିଲ୍ଲୀ,୧୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବାରାଣସୀ ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ସେ ତାଙ୍କ ସମ୍ପତ୍ତି ବିବରଣୀ ମଧ୍ୟ...

ରାଜ୍ୟପାଳଙ୍କ ଅଡ଼ୁଆ ବଢ଼ିଲା, ଏବେ ନୃତ୍ୟଶିଳ୍ପୀ ଆଣିଲେ ଦିଲ୍ଲୀ ନେଇ ଅସଦାଚରଣ କରିଥିବା ଅଭିଯୋଗ

କୋଲକାତା,୧୪।୫: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦଙ୍କ ଅଡ଼ୁଆରେ ବଢ଼ିବାରେ ଲାଗିଛି। ଏବେ ତାଙ୍କ ଉପରେ ଜଣେ ନୃତ୍ୟଶିଳ୍ପୀ ଅସଦାଚରଣ ଭଳି ବଡ଼ ଅଭିଯୋଗ ଆଣିଛନ୍ତି। ନୃତ୍ୟଶିଳ୍ପୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri