Posted inଖେଳ

କୋହଲିଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୧୫।୯: ଆଇସିସି ସର୍ବଶେଷ ଟି -୨୦ ମାନ୍ୟତା ପ୍ରକାଶ କରିଛି। ଦକ୍ଷିଣ ଆଫ୍ରିକା-ଶ୍ରୀଲଙ୍କା ଏବଂ ବାଂଲାଦେଶ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି -୨୦ ସିରିଜ ପରେ ଏହି ର଼୍ୟାଙ୍କିଙ୍ଗରେ ବଡ଼ ପରିବର୍ତ୍ତନ ହୋଇଛି। ଦକ୍ଷିଣ ଆଫ୍ରିକାର ଉଇକେଟ କିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକଙ୍କୁ ବ୍ୟାଟ୍ସମ୍ୟାନ ମାନ୍ୟତାରେ ଜବରଦସ୍ତ ଲାଭ ମିଳିଛି। ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ସର୍ବାଧିକ ରନ ସ୍କୋରର ହୋଇଥିବା ଡି କକ ଚାରିଟି ସ୍ଥାନକୁ ଡେଇଁ ଅଷ୍ଟମ ସ୍ଥାନରେ ରହିଛନ୍ତି।
ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ମଧ୍ୟ ଖୁସି ଖବର ରହିଛି। ସେ ଗୋଟିଏ ସ୍ଥାନର ଲାଭ ସହିତ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ଅନ୍ୟପକ୍ଷରେ କେ.ଏଲ ରାହୁଲ ଷଷ୍ଠ ସ୍ଥାନରେ ରହିଛନ୍ତି। ଶ୍ରେଷ୍ଠ ପାଞ୍ଚଟିରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଡେଭିଡ ମାଲାନ ଏକ ନମ୍ବର ସ୍ଥାନରେ ରହିଛନ୍ତି। ସେମାନଙ୍କ ବ୍ୟତୀତ ବାବର ଆଜାମ ଏବଂ ଆରୋନ ଫିଞ୍ଚ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି।
ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନ ବୋଲର ମାନ୍ୟତାରେ ଉଚ୍ଚକୁ ଉନ୍ନୀତ ହୋଇଛନ୍ତି ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି -୨୦ରେ ୪ ଉଇକେଟ ନେଇଥିବା ମୁସ୍ତାଫିଜୁର ଅଷ୍ଟମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଶ୍ରେଷ୍ଠ ପାଞ୍ଚଟିରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ତବରେଜ ଶାମସି ଶୀର୍ଷରେ ରହିଛନ୍ତି। ସେମାନଙ୍କ ବ୍ୟତୀତ ହସରାଙ୍ଗା, ରସିଦ ଖାନ, ଆଦିଲ ରସିଦ ଏବଂ ମୁଜିବ ଉର ରେହମାନ ଯଥାକ୍ରମେ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ, ଈଶାନ୍ତ ପ୍ରଥମ ଦୁଇ ଟେଷ୍ଟରୁ ବାଦ୍‌: ବାକି ଦୁଇଟି ମ୍ୟାଚ୍‌ ଖେଳିବା ନେଇ ଆଶଙ୍କା

ନୂଆଦିଲ୍ଲୀ,୨୫।୧୧(ପି.ଟି.): ଭାରତୀୟ ତାରକା ଓପନର ରୋହିତ ଶର୍ମା ଓ ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି...

ଧୋନୀ ଆଉ କ୍ରିକେଟ ଖେଳନ୍ତୁ, ଚାହୁଁନାହାନ୍ତି ମାତାପିତା

ରାଞ୍ଚି, ୧୮।୭: ଆଇସିସି ବିଶ୍ୱକପରେ ଭାରତ ସେମିଫାଇନାଲରୁ ବିଦା ହେବା ପରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କ୍ରିକେଟ ଭବିଷ୍ୟତକୁ ନେଇ...

ସଫଳ ଭାରତୀୟ ବୋଲରଙ୍କ ତାଲିକାରେ ଈଶାନ୍ତ

ଓ୍ବେଲିଂଟନ,୨୩।୨- ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଖେଳାଳିମାନେ ସଂଘର୍ଷ କରୁଥିବାବେଳେ ଈଶାନ୍ତ ଶର୍ମା ଫୁଲ ଫର୍ମରେ ଅଛନ୍ତି। ପ୍ରଥମ ଟେଷ୍ଟର ମାତ୍ର...

ଫାଇନାଲରୁ ଓହରିଲେ ଦୀପକ ପୁନିଆ

ନୁର-ସୁଲତାନ(କାଜାଖସ୍ତାନ),୨୨।୯(ପି.ଟି.): ଯୁବ ଭାରତୀୟ କୁସ୍ତିଯୋଦ୍ଧା ଦୀପକ ପୁନିଆ ରବିବାର ବିଶ୍ୱ ଚାମ୍ପିୟନଶିପର ୮୬ କେଜି ବର୍ଗର ଫାଇନାଲରୁ ଓହରି ଯାଇଛନ୍ତି। ଫାଇନାଲରେ ସେ ଇରାନର କିମ୍ବଦନ୍ତୀ...

ଦି ଓଳି ଖାଇବାକୁ ପାଉନାହାନ୍ତି ଏହି ପ୍ରସିଦ୍ଧ କ୍ରିକେଟର

ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଦ୍ରୁତ ବୋଲର ପାଟ୍ରିକ ପାଟରସନ ଆର୍ଥିକ ଅଭାବ ସହ ସଂଘର୍ଷ କରୁଛନ୍ତି। ଏପରିକି ଦୁଇ ଓଳି ଖାଇବାକୁ ମଧ୍ୟ ତାଙ୍କ ପାଖରେ ଟଙ୍କା...

୧୬ ବର୍ଷ ପରେ ପାକିସ୍ତାନ ଗସ୍ତ କରିବ ଇଂଲଣ୍ଡ

କରାଚୀ,୧୯।୧୧(ପି.ଟି.): ଦୀର୍ଘ ୧୬ ବର୍ଷ ପରେ ଇଂଲଣ୍ଡ କ୍ରିକେଟ ଦଳ ପାକିସ୍ତାନ ଗସ୍ତ କରିବ। ଦୁଇ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ ଖେଳିବାକୁ ଉଭୟ ଦେଶର କ୍ରିକେଟ...

ଭାରତ ବିପକ୍ଷ ସିରିଜ୍‌ରୁ ଏତିକି ଲାଭ କରିଛି ଶ୍ରୀଲଙ୍କା

କଲମ୍ବୋ, ୧୨।୮: ଖେଳାଳିମାନେ କୋଭିଡ୍‌-୧୯ରେ ସଂକ୍ରମିତ ହେବା ପରେ ମଧ୍ୟ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ୍‌କୁ ଜାରି ରଖିଥିଲା ଭାରତ। ଉଭୟ ଦଳ ମଧ୍ୟରେ...

ଶ୍ରୀଲଙ୍କା ବିପକ୍ଷରେ ଦକ୍ଷିଣ ଆଫ୍ରିକା ୩୪୦/୬

ସେଞ୍ଚୁରିଅନ୍‌, ୨୭ା୧୨ – ସ୍ଥାନୀୟ ସୁପର ସ୍ପୋଟର୍‌ସ ପାର୍କଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭ୍ରମଣକାରୀ ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ...

Advertisement
Ten Cric Info


Archives

Model This Week