Posted inଖେଳ

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ: ଶୀର୍ଷ ସ୍ଥାନକୁ ଫେରିଲେ ଶେଫାଳି

ଦୁବାଇ, ୨୪ା୩ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମହିଳା ଟି୨୦ ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତର ସ୍ବଳ୍ପ ବୟସ୍କା ବିସ୍ଫୋରକ ବ୍ୟାଟ୍ସଓମ୍ୟାନ ଶେଫାଳି ବର୍ମା ଶୀର୍ଷ ସ୍ଥାନକୁ ଫେରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଚଳିତ ଘରୋଇ ସିରିଜରେ ଚମତ୍କାର ପ୍ରଦର୍ଶନ ଯୋଗୁ ଶେଫାଳିଙ୍କ ପଦୋନ୍ନତି ଘଟିଛି। ଏହି ୧୭ ବର୍ଷୀୟା ବ୍ୟାଟର ଗତବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ରେ ଭାରତକୁ ନକ୍‌ଆଉଟ ପର୍ଯ୍ୟାୟରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ପରେ ପ୍ରଥମ ଥର ନମ୍ବର ଓ୍ବାନ ସ୍ଥାନ ଅଧିକାର କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୩ ଓ ୪୭ ରନ ସଂଗ୍ରହ କରିବା ପରେ ସେ ଅଷ୍ଟ୍ରେଲିଆର ବେଥ ମୁନିଙ୍କୁ ହଟାଇ ପୁଣି ନମ୍ବର ଓ୍ବାନକୁ ଫେରିଛନ୍ତି। ର଼୍ୟାଙ୍କିଙ୍ଗ ତାଲିକାରେ ପଦୋନ୍ନତି ପାଇଥିବା ଅନ୍ୟ ଜଣେ ଖେଳାଳି ହେଲେ ଦକ୍ଷିଣ ଆଫ୍ରିକା ଓପନର ଲିଜେଲିି ଲି’। ଏହି ବିସ୍ଫୋରକ ଓପନର ଗତ ସପ୍ତାହରେ ଅନ୍ତର୍ଜାତୀୟ ଦିନିକିଆ ର଼୍ୟାଙ୍କିଙ୍ଗର ପ୍ରଥମ ସ୍ଥାନ ହରାଇଥିଲେ। ଇଂଲଣ୍ଡର ଟାମି ବିମଣ୍ଟ ଏହି ସ୍ଥାନ ଅଧିକାର କରିନେଇଥିଲେ। ଭାରତ ବିପକ୍ଷରେ ମ୍ୟାଚ ବିଜୟୀ ୭୦ ରନ ପାଇଁ ସେ ୩ ସ୍ଥାନ ଉପରକୁ ଉଠିପାରିଛନ୍ତି। ଅର୍ଥାତ ୧୧ତମ ସ୍ଥାନରେ ପହଞ୍ଚତ୍ଛନ୍ତି। ବ୍ୟାଟିଂ ତାଲିକାରେ ଉପରକୁ ଉଠିଥିବା ଦକ୍ଷିଣ ଆଫ୍ରିକାର ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ଅଛନ୍ତି ଲାଉରା ବଲଭାଡର୍ଟ। ସେ ୫ ସ୍ଥାନ ପଦୋନ୍ନତି ପାଇଁ ୨୪ତମ ସ୍ଥାନରେ ପହଞ୍ଚତ୍ଛନ୍ତି। ଭାରତୀୟ ଦଳର ଦୀପ୍ତି ଶର୍ମା ୪ ସ୍ଥାନ ଉପରକୁ ଉଠି ୪୦ତମ ସ୍ଥାନରେ ପହଞ୍ଚତ୍ଛନ୍ତି। ବାମହାତୀ ସ୍ପିନର ରାଜେଶ୍ୱରୀ ଗାଏକ୍ୱାଡ ୩୪ତମ ସ୍ଥାନରୁ ୨୫ତମ ସ୍ଥାନକୁ ପଦୋନ୍ନତି ପାଇଛନ୍ତି। ଅନ୍ତର୍ଜାତୀୟ ଦିନିକିଆ ର଼୍ୟାଙ୍କିଙ୍ଗରେ ମଧ୍ୟ କିଛି ଉଲ୍ଲେଖନୀୟ ପରିବର୍ତ୍ତନ ଦେଖାଯାଇଛି। ଅପରାଜିତ ୭୯ ରନ ପାଇଁ ଭାରତ ଅଧିନାୟିକା ତଥା ପୂର୍ବତନ ନମ୍ବର ଓ୍ବାନ ବ୍ୟାଟର ମିଥାଲି ରାଜ ଗୋଟିଏ ସ୍ଥାନ ଉପରକୁ ଉଠି ୮ମ ସ୍ଥାନ ଅଧିକାର କରିଛନ୍ତି। ପ୍ରିୟା ପୁନିଆ ୫ ସ୍ଥାନ ପଦୋନ୍ନତି ପାଇ ୫୩ତମ ସ୍ଥାନରେ ରହିଛନ୍ତି। ବୋଲରଙ୍କ ମଧ୍ୟରେ ଗାଏକ୍ୱାଡ ୮ ସ୍ଥାନ ପଦୋନ୍ନତି ସହ ୩୮ତମ ସ୍ଥାନରେ ପହଞ୍ଚତ୍ଛନ୍ତି। ୪-୧ରେ ସିରିଜ ବିଜୟ ଦ୍ୱାରା ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ଅତିକ୍ରମ କରି ଅନ୍ତର୍ଜାତୀୟ ଦିନିକିଆ ଟିମ୍‌ ର଼୍ୟାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ଭାରତ ପୂର୍ବଭଳି ଚତୁର୍ଥ ସ୍ଥାନ ବଜାୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri