Posted inଖେଳ

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ: ଶୀର୍ଷ ସ୍ଥାନକୁ ଫେରିଲେ ଶେଫାଳି

ଦୁବାଇ, ୨୪ା୩ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମହିଳା ଟି୨୦ ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତର ସ୍ବଳ୍ପ ବୟସ୍କା ବିସ୍ଫୋରକ ବ୍ୟାଟ୍ସଓମ୍ୟାନ ଶେଫାଳି ବର୍ମା ଶୀର୍ଷ ସ୍ଥାନକୁ ଫେରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଚଳିତ ଘରୋଇ ସିରିଜରେ ଚମତ୍କାର ପ୍ରଦର୍ଶନ ଯୋଗୁ ଶେଫାଳିଙ୍କ ପଦୋନ୍ନତି ଘଟିଛି। ଏହି ୧୭ ବର୍ଷୀୟା ବ୍ୟାଟର ଗତବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ରେ ଭାରତକୁ ନକ୍‌ଆଉଟ ପର୍ଯ୍ୟାୟରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ପରେ ପ୍ରଥମ ଥର ନମ୍ବର ଓ୍ବାନ ସ୍ଥାନ ଅଧିକାର କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୩ ଓ ୪୭ ରନ ସଂଗ୍ରହ କରିବା ପରେ ସେ ଅଷ୍ଟ୍ରେଲିଆର ବେଥ ମୁନିଙ୍କୁ ହଟାଇ ପୁଣି ନମ୍ବର ଓ୍ବାନକୁ ଫେରିଛନ୍ତି। ର଼୍ୟାଙ୍କିଙ୍ଗ ତାଲିକାରେ ପଦୋନ୍ନତି ପାଇଥିବା ଅନ୍ୟ ଜଣେ ଖେଳାଳି ହେଲେ ଦକ୍ଷିଣ ଆଫ୍ରିକା ଓପନର ଲିଜେଲିି ଲି’। ଏହି ବିସ୍ଫୋରକ ଓପନର ଗତ ସପ୍ତାହରେ ଅନ୍ତର୍ଜାତୀୟ ଦିନିକିଆ ର଼୍ୟାଙ୍କିଙ୍ଗର ପ୍ରଥମ ସ୍ଥାନ ହରାଇଥିଲେ। ଇଂଲଣ୍ଡର ଟାମି ବିମଣ୍ଟ ଏହି ସ୍ଥାନ ଅଧିକାର କରିନେଇଥିଲେ। ଭାରତ ବିପକ୍ଷରେ ମ୍ୟାଚ ବିଜୟୀ ୭୦ ରନ ପାଇଁ ସେ ୩ ସ୍ଥାନ ଉପରକୁ ଉଠିପାରିଛନ୍ତି। ଅର୍ଥାତ ୧୧ତମ ସ୍ଥାନରେ ପହଞ୍ଚତ୍ଛନ୍ତି। ବ୍ୟାଟିଂ ତାଲିକାରେ ଉପରକୁ ଉଠିଥିବା ଦକ୍ଷିଣ ଆଫ୍ରିକାର ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ଅଛନ୍ତି ଲାଉରା ବଲଭାଡର୍ଟ। ସେ ୫ ସ୍ଥାନ ପଦୋନ୍ନତି ପାଇଁ ୨୪ତମ ସ୍ଥାନରେ ପହଞ୍ଚତ୍ଛନ୍ତି। ଭାରତୀୟ ଦଳର ଦୀପ୍ତି ଶର୍ମା ୪ ସ୍ଥାନ ଉପରକୁ ଉଠି ୪୦ତମ ସ୍ଥାନରେ ପହଞ୍ଚତ୍ଛନ୍ତି। ବାମହାତୀ ସ୍ପିନର ରାଜେଶ୍ୱରୀ ଗାଏକ୍ୱାଡ ୩୪ତମ ସ୍ଥାନରୁ ୨୫ତମ ସ୍ଥାନକୁ ପଦୋନ୍ନତି ପାଇଛନ୍ତି। ଅନ୍ତର୍ଜାତୀୟ ଦିନିକିଆ ର଼୍ୟାଙ୍କିଙ୍ଗରେ ମଧ୍ୟ କିଛି ଉଲ୍ଲେଖନୀୟ ପରିବର୍ତ୍ତନ ଦେଖାଯାଇଛି। ଅପରାଜିତ ୭୯ ରନ ପାଇଁ ଭାରତ ଅଧିନାୟିକା ତଥା ପୂର୍ବତନ ନମ୍ବର ଓ୍ବାନ ବ୍ୟାଟର ମିଥାଲି ରାଜ ଗୋଟିଏ ସ୍ଥାନ ଉପରକୁ ଉଠି ୮ମ ସ୍ଥାନ ଅଧିକାର କରିଛନ୍ତି। ପ୍ରିୟା ପୁନିଆ ୫ ସ୍ଥାନ ପଦୋନ୍ନତି ପାଇ ୫୩ତମ ସ୍ଥାନରେ ରହିଛନ୍ତି। ବୋଲରଙ୍କ ମଧ୍ୟରେ ଗାଏକ୍ୱାଡ ୮ ସ୍ଥାନ ପଦୋନ୍ନତି ସହ ୩୮ତମ ସ୍ଥାନରେ ପହଞ୍ଚତ୍ଛନ୍ତି। ୪-୧ରେ ସିରିଜ ବିଜୟ ଦ୍ୱାରା ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ଅତିକ୍ରମ କରି ଅନ୍ତର୍ଜାତୀୟ ଦିନିକିଆ ଟିମ୍‌ ର଼୍ୟାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ଭାରତ ପୂର୍ବଭଳି ଚତୁର୍ଥ ସ୍ଥାନ ବଜାୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri