Posted inଖେଳ

ଲଡର୍‌ସରେ ନୁହେଁ, ଏହି ଭେନ୍ୟୁରେ ଖେଳାଯାଇପାରେ ଡବ୍ଲ୍ୟୁଟିସି ଫାଇନାଲ

ସାଉଥାମ୍ପଟନ,୭।୩ : ଆସନ୍ତା ଜୁନ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍‌ ଖେଳାଯିବ। ତେବେ ଏହି ମ୍ୟାଚ୍‌ ଐତିହାସିକ ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାର ସମ୍ଭାବନା ଖୁବ୍‌ କମ୍‌। ଉଦ୍‌ଘାଟନୀ ଡବ୍ଲ୍ୟୁଟିସି ସଂସ୍କରଣର ଫାଇନାଲ ମ୍ୟାଚ୍‌ ପାଇଁ ବିକଳ୍ପ ଭେନ୍ୟୁ ଖୋଜୁଛି ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି)। ତେବେ ଇଂଲଣ୍ଡର ଅନ୍ୟ ଭେନ୍ୟୁ ତୁଳନାରେ ଖୁବ ଆଗରେ ଅଛି ସାଉଥାମ୍ପଟନ। କିନ୍ତୁ ଏ ସମ୍ପର୍କରେ ଆଇସିସି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

ଭେନ୍ୟୁ ସମ୍ପର୍କରେ ଶୀଘ୍ର ଘୋଷଣା କରାଯିବ। ଆଇସିସି ଯୋଜନାରେ ଲଡର୍‌ସକୁ ସ୍ଥାନ ଦିଆଯାଇନାହିଁ। ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଏବଂ ନିଜସ୍ବ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ କ୍ରାମ ଆଇସିସି ଭେନ୍ୟୁ ଚୂଡ଼ାନ୍ତ କରିବ। ତେବେ ମ୍ୟାଚ୍‌ ଯେଉଁଠାରେ ଖେଳାଗଲେ ମଧ୍ୟ ଖେଳାଳିଙ୍କୁ ବାୟୋ ବବଲରେ ରହିବାକୁ ପଡ଼ିବ ବୋଲି ଆଇସିସି ସୂତ୍ରରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯାହାଙ୍କ ପ୍ରେମରେ ବୋଲ୍ଡ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନୂଆବର୍ଷରେ ନୂଆ ଖବର ଦେଇଛନ୍ତି। ସେ ସର୍ବିୟାନ ମଡେଲ ତଥା ଅଭିନେତ୍ରୀ ନତାଶା ଷ୍ଟାନକୋଭିକଙ୍କ ସହ ନିର୍ବନ୍ଧ...

ଇତିହାସ ରଚିଲା ଭାରତ, ପ୍ରଥମ ଥର ପାଇଁ ଜିତିଲା ଥୋମାସ୍‌ କପ୍‌…

ନୂଆଦିଲ୍ଲୀ, ୧୫।୫ : ଥୋମାସ କପ୍‌ର ଅନ୍ତିମ ମ୍ୟାଚରେ ଇଣ୍ଡୋନେସିଆକୁ ପରାସ୍ତ କରି ଭାରତ ଇତିହାସ ସୃଷ୍ଟି କରିଛି। ଏହି ଟୁର୍ନାମେଣ୍ଟରେ ୧୪ ଥର ଜିତିଥିବା...

ନୁର୍‌ ଖାନ୍‌ ହକି ବିଶ୍ୱକପ୍‌ର ଜନକ

ଚଳିତ ବର୍ଷ ହକି ବିଶ୍ୱକପ୍‌ର ୧୫ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଚଳିତମାସ ୧୩-୨୯ ତାରିଖ ଯାଏ ଭୁବନେଶ୍ୱର-ରାଉରକେଲାରେ ଏହି ଟୁର୍ନାମେଣ୍ଟ ଖେଳାଯିବ। ୧୯୭୧ରେ ପ୍ରଥମ...

ରାଇନାଙ୍କୁ ଧୋନୀ ସମର୍ଥନ କରୁଥିଲେ: ଯୁବରାଜ

ନୂଆଦିଲ୍ଲୀ, ୧୯।୪ (ପିଟି): ସବୁ ଅଧିନାୟକଙ୍କର ଦଳରେ ଜଣେ ପ୍ରିୟ ଖେଳାଳି ରହିଥାନ୍ତି। ଏହି ଖେଳାଳିଙ୍କୁ ଅଧିନାୟକମାନେ ସମର୍ଥନ କରିବା ସହ ବିଭିନ୍ନ ପ୍ରକାର ସହାୟତା...

କ୍ରିକେଟ୍‌ରେ କେମିତି ମିଳିବ ପରିଚୟ,ସଚିନ କଲେ ଖୁଲାସା

ମୁମ୍ବାଇ,୨୪।୨: କ୍ରିକେଟର୍‌ ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ବିଶ୍ୱାସ କରନ୍ତି ଯେ, ଜଣେ ଖେଳାଳି ତାଙ୍କ ପୃଷ୍ଠଭୂମି ଦ୍ୱାରା ନୁହେଁ ବରଂ ପଡ଼ିଆରେ ପ୍ରଦର୍ଶନ ଦ୍ୱାରା...

ହାର୍ଦ୍ଦିକ ପାଣ୍ଡ୍ୟା ଟି୨୦ ଅଧିନାୟକ

ନୂଆଦିଲ୍ଲୀ, ୨୮ା୧୨ (ପି.ଟି.): ଆଗାମୀ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜ ପାଇଁ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭାରତୀୟ ଦଳର ଅଧିନାୟକ...

‘ୟେ ବନ୍ଧନ ତୋ ପ୍ୟାର୍‌ କା…’; ସିଏସ୍‌କେ-ଏମ୍‌ଆଇ ମ୍ୟାଚ୍‌କୁ ନେଇ…

ମୁମ୍ବାଇ,୨୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ର ୩୩ତମ ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଅଙ୍କ ତାଲିକାର ନିମ୍ନ...

ରୋନାଲ୍ଡୋଙ୍କ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଚର୍ଚ୍ଚା

ଜୁଭେଣ୍ଟସ, ୨୫।୫ : ବିଶ୍ୱର ଅନ୍ୟତମ ଲୋକପ୍ରିୟ ଫୁଟ୍‌ବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଇଟାଲିର ସିରି ଏ’ କ୍ଲବ ଜୁଭେଣ୍ଟସ ଛାଡ଼ିପାରନ୍ତି। ୩୬ ବର୍ଷୀୟ ରୋନାଲ୍ଡୋଙ୍କ...

Advertisement
Archives

Model This Week