Posted inଖେଳ

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ ହୋଇ ଷଷ୍ଠ ଥର ପାଇଁ ଟାଇଟଲ ଜିତିଛି। ଷଷ୍ଠ ଥର ପାଇଁ ଟୁର୍ନାମେଣ୍ଟ ଜିତି ଭାରତ ଇତିହାସ ରଚିଛି। ଭାରତୀୟ ଦଳ ସମଗ୍ର ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲା।
ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ମାତ୍ର ୨୦ ରନରେ ଓପନର ଆରୋନ ଜର୍ଜ (୯)ଙ୍କ ଉଇକେଟ ହରାଇ ଯଦିଓ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଦ୍ୱିତୀୟ ଉଇକେଟରେ ବୈଭବ ସୂର୍ଯ୍ୟବଂଶୀ ଓ ଅଧିନାୟକ ଆୟୁଷ ମାହାତ୍ରେଙ୍କ ଦ୍ରୁତ ଶତକୀୟ ଭାଗୀଦାରି ବଳରେ ବଡ଼ ସ୍କୋର ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲା। ଭାରତୀୟ ବ୍ୟାଟିଂର ମେରୁଦଣ୍ଡ ସାଜିଥିଲେ ବୈଭବ। ସେ ୧୭୫ ରନ ସ୍କୋର କରି ଏକାଧିକ ରେକର୍ଡର ଅଧିକାରୀ ହୋଇଯାଇଥିଲେ। ଫଳରେ ଭାରତୀୟ ସ୍କୋର ମଧ୍ୟ ସର୍ବୋଚ୍ଚ (୪୧୧) ହୋଇଥିଲା। ୪୧୨ ରନର ଟାର୍ଗେଟ ପାଇଥିବା ଇଂଲଣ୍ଡ କେବେହେଲେ ଭାରତ ସମକକ୍ଷ ପ୍ରଦର୍ଶନ କରିପାରି ନ ଥିଲା। ଟପ୍‌ ଅର୍ଡରରେ ବେନ୍‌ ଡକିନ୍ସ ୬୬, ବେନ୍‌ ମାୟେସ ୪୫ ଓ ଥୋମାସ ରିଉ ୩୧ ରନକରି ଯଦିଓ କିଛିଟା ଚ୍ୟାଲେଞ୍ଜ ଦେଇଥିଲେ ତେବେ ତାହା ପର୍ଯ୍ୟାପ୍ତ ହୋଇ ନ ଥିଲା। ୧୭୭ ରନ ମଧ୍ୟରେ ଦଳ ୭ ଉଇକେଟ ହରାଇ ବଡ଼ ପରାଜୟ ମୁହାଁ ହୋଇଥଲା। ଭାରତ ପକ୍ଷରୁ ଆର.ଏସ. ଆମ୍ବ୍ରିସ ୩ଟି, ଦୀପେଶ ଦେବେନ୍ଦ୍ରନ ଓ କନିଷ୍କ ଚୌହାନ ୨ଟି ଲେଖାଏ ଏବଂ ଖିଲାନ ପଟେଲ ଓ ଆୟୁଷ ମାହାତ୍ରେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଏହି ଐତିହାସିକ ବିଜୟ ସତ୍ତ୍ୱେ, ଟିମ ଇଣ୍ଡିଆ ICC ଠାରୁ କୌଣସି ସରକାରୀ ପୁରସ୍କାର ଟଙ୍କା ପାଇବ ନାହିଁ। କାରଣ ୧୯ ବର୍ଷରୁ କମ ପୁରୁଷ କ୍ରିକେଟ ବିଶ୍ୱକପରେ ICC କୌଣସି ନଗଦ ପୁରସ୍କାର ପ୍ରଦାନ କରେ ନାହିଁ। ଏହି ଟୁର୍ନାମେଣ୍ଟ ଏକ ବିକାଶମୂଳକ ଟୁର୍ଣ୍ଣାମେଣ୍ଟ ଯାହା ଯୁବ କ୍ରିକେଟରଙ୍କ ଦକ୍ଷତା ବିକାଶ, ଅଭିଜ୍ଞତା ଏବଂ ଉନ୍ନତି ପାଇଁ ଡିଜାଇନ କରାଯାଇଛି। ପୂର୍ବ ସଂସ୍କରଣରେ ICC ମଧ୍ୟ କୌଣସି ପୁରସ୍କାର ରାଶି ପ୍ରଦାନ କରିନଥିଲା।

ତଥାପି, ଭାରତୀୟ ଦଳର ଖେଳାଳିମାନଙ୍କୁ ନିରାଶ ହେବା ଆବଶ୍ୟକ ନାହିଁ। BCCI ପ୍ରାୟତଃ ଏପରି ପ୍ରମୁଖ ସଫଳତା ପାଇଁ ଏହାର ଖେଳାଳିମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ନଗଦ ପୁରସ୍କାର ପ୍ରଦାନ କରେ। ଉଦାହରଣ ସ୍ବରୂପ, ୨୦୨୪ U୧୯ ବିଶ୍ୱକପରେ ଭାରତର ବିଜୟ ପାଇଁ, BCCI ପ୍ରତ୍ୟେକ ଖେଳାଳିଙ୍କୁ ୩୦ ଲକ୍ଷ ପୁରସ୍କାର ପ୍ରଦାନ କରିଥିଲା। ସେହିପରି, ୨୦୨୫ ମହିଳା U୧୯ T୨୦ ବିଶ୍ୱକପ ଜିତିବା ପରେ, ସମଗ୍ର ଦଳକୁ ୫ କୋଟି ପୁରସ୍କାର ମିଳିଥିଲା। ଏଣୁ ଏଥର ମଧ୍ୟ, BCCI ଖେଳାଳି, ସହାୟକ କର୍ମଚାରୀ ଏବଂ ପ୍ରଶିକ୍ଷକ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବ ବୋଲି ଆଶା କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?