Posted inଖେଳ

ଆଇସିସି ଚେୟାରମ୍ୟାନ ନିର୍ବାଚନ: ସର୍ବସମ୍ମତ ପ୍ରାର୍ଥୀ ସପକ୍ଷରେ ବୋର୍ଡ

ନୂଆଦିଲ୍ଲୀ, ୧୧ା୮ (ପି.ଟି.)-
ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୋର୍ଡ ଅଫ୍‌ ଡାଇରେକ୍ଟର ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହାର ସଦସ୍ୟମାନେ ଶଶାଙ୍କ ମନୋହରଙ୍କ ସ୍ଥାନରେ ବିଶ୍ୱ କ୍ରିକେଟ ପରିଚାଳନା ସଂସ୍ଥାର ପରବର୍ତ୍ତୀ ଚେୟାରମ୍ୟାନ ବାଛିବା ନେଇ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରି ନାହାନ୍ତି। ସୋମବାର ବୈଠକର ଏକମାତ୍ର ଏଜେଣ୍ଡା ଥିଲା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ପ୍ରକ୍ରିୟା ଚୂଡ଼ାନ୍ତ କରିବା। ମାତ୍ର ସଦସ୍ୟମାନେ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରିଲେ ନାହିଁ। ସର୍ବସମ୍ମତ ପ୍ରାର୍ଥୀ ବାଛିବା ହିଁ ଏକମାତ୍ର ପନ୍ଥା ବୋଲି ମତ ପ୍ରକାଶ ପାଇଥିଲା। ନିର୍ବାଚନ ହେଲେ ସଂଖ୍ୟାଧିକ ସଦସ୍ୟଙ୍କ ସମର୍ଥନ ଅବା ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଭିତ୍ତିରେ ପ୍ରାର୍ଥୀ ବାଛିବା ଠିକ୍‌ ହେବ। ମାତ୍ର ଏହାକୁ ନେଇ ବୈଠକରେ ସଦସ୍ୟମାନେ ଦୁଇଭାଗ ହୋଇଥିବା ଦେଖିବାକୁ ମିଳିଥିଲା ବୋଲି ଆଇସିସି ବୋର୍ଡର ଜଣେ ସଦସ୍ୟ କହିଛନ୍ତି। ସବୁଠାରୁ ବଡ଼ କଥା ହେଲା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ନିର୍ବାଚନରେ ଅବତୀର୍ଣ୍ଣ ହେବେ କି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ଏହେସାନ ମନି ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପରାମର୍ଶ କ୍ରମେ ସେ ଦେଶର କ୍ରିକେଟ ବୋର୍ଡ ଛାଡ଼ି ଯାଇ ପାରିବେ ନାହିଁ। ତେଣୁ ତାଙ୍କର ପ୍ରାର୍ଥୀ ହେବାର ସମ୍ଭାବନା ନାହିଁଁ। କଲିନ ଗ୍ରେଭ୍ସ (ଇଂଲଣ୍ଡ) ଜଣେ ଟାଣୁଆ ପ୍ରାର୍ଥୀ। କିନ୍ତୁ ତାଙ୍କୁ କେତେକ ଦେଶ ସମର୍ଥନ କରିବେ ନାହିଁ। ସେହିପରି ଡେଭ୍‌ କାମେରନ (କ୍ରିକେଟ ଓ୍ବେଷ୍ଟଇଣ୍ଡିଜର ପୂର୍ବତନ ସଭାପତି) ଦୌଡ଼ରେ ସାମିଲ ହୋଇ ପାରନ୍ତି। ତାଙ୍କ ପ୍ରତି ଦୁଇଜଣ ସ୍ବାଧୀନ ନିର୍ଦ୍ଦେଶକଙ୍କ ସମର୍ଥନ ରହିଛି। କିନ୍ତୁ ସେ ଯଥେଷ୍ଟ ସଦସ୍ୟଙ୍କ ସମର୍ଥନ ହାସଲ କରିବା ସମ୍ଭାବନା କମ୍‌। ପୂର୍ବତନ ଆଇସିସି ନିର୍ଦ୍ଦେଶକ ଖ୍ରୀସ୍‌ ନେନ୍‌ଜାନୀ (ଦକ୍ଷିଣ ଆଫ୍ରିକା)ଙ୍କ କ୍ଷେତ୍ରରେ ମଧ୍ୟ ପରିସ୍ଥିତି ସମାନ। ଭେଟେରାନ ପ୍ରଶାସକ ଜଣକ କହିଛନ୍ତି ଯେ, କୌଣସି ସମ୍ଭାବ୍ୟ ପ୍ରାର୍ଥୀ ନିର୍ବାଚନ ଜିତିବା ଲାଗି ଆବଶ୍ୟକ ସଂଖ୍ୟା ହାସଲ କରିପାରିବେ ନାହିଁ ବୋଲି ହୃଦ୍‌ବୋଧ ହେବା ଦ୍ୱାରା ସର୍ବସମ୍ମତି କ୍ରମେ ନିର୍ବାଚନ ପ୍ରକ୍ରିୟା ଚୂଡ଼ାନ୍ତ ହୋଇପାରିଲା ନାହିଁ। ସର୍ବସମ୍ମତି କ୍ରମେ ଜଣେ ଯୋଗ୍ୟପ୍ରାର୍ଥୀ ବାଛିବା ସମାଧାନର ଶ୍ରେଷ୍ଠ ପନ୍ଥା। ଏହାଦ୍ୱାରା ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ବିଦ୍ୱେଷ ଭାବକୁ ଏଡାଇ ଦିଆଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri