Posted inଖେଳ

ଆଇସିସି ବୋର୍ଡ ବୈଠକ: ଭାରତରେ ୨୦୨୧ ଟି୨୦ ବିଶ୍ୱକପ୍‌

ଦୁବାଇ, ୮ା୮(ପି.ଟି.)-ଭାରତ ଟି୨୦ ବିଶ୍ୱକପ୍‌ ୨୦୨୧ ଆୟୋଜନ ଅଧିକାର ବଜାୟ ରଖିଛି। ଅନ୍ୟପକ୍ଷରେ କୋଭିଡ୍‌-୧୯ ଯୋଗୁ ଚଳିତବର୍ଷ ସ୍ଥଗିତ ରହିଥିବା ସଂସ୍କରଣ ୨୦୨୨ରେ ଅଷ୍ଟ୍ରେଲିଆ ଆୟୋଜନ କରିବ। ଶୁକ୍ରବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବୋର୍ଡ ବୈଠକରେ ଏ ସମ୍ପର୍କରେ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି। ମହାମାରୀ ଯୋଗୁ ବିଶ୍ୱବ୍ୟାପୀ କ୍ରିକେଟ ଖେଳ ପ୍ରଭାବିତ ହୋଇଥିବାରୁ ଆସନ୍ତା ବର୍ଷ ନ୍ୟୁଜିଲାଣ୍ଡରେ ହେବାକୁଥିବା ଅନ୍ତର୍ଜାତୀୟ ଦିନିକିିଆ ମହିଳା ବିଶ୍ୱକପ୍‌ ୨୦୨୨ ଫେବୃୟାରୀ-ମାର୍ଚ୍ଚକୁ ଘୁଞ୍ଚାଇ ଦିଆଯାଇଥିବା ଆଇସିସି କହିଛି। ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ସାହନେ କହିଛନ୍ତି, ଆଇସିସିର ଭବିଷ୍ୟତ ଇଭେଣ୍ଟଗୁଡ଼ିକ ସମ୍ପର୍କରେ ସ୍ପଷ୍ଟ କରିଦିଆଯାଇଛି। ଏହାଦ୍ୱାରା ଆମର ସମସ୍ତ ସଦସ୍ୟମାନେ ସେମାନଙ୍କ ଅନ୍ତର୍ଜାତୀୟ ଏବଂ ଘରୋଇ କ୍ରିକେଟ କାର୍ଯ୍ୟସୂଚୀ ପୁନଃନିର୍ଦ୍ଧାରଣ କରିପାରିବେ। ୨୦୨୦ ସଂସ୍କରଣ ଲାଗି ଯେଉଁ ଫର୍ମାଟ ଥିଲା ୨୦୨୧ରେ ତାହା ଅପରିବର୍ତ୍ତିତ ରହିବ। ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ସମସ୍ତ ଦଳ ଭାରତରେ ହେବାକୁଥିବା ୨୦୨୧ ସଂସ୍କରଣରେ ଭାଗ ନେଇ ପାରିବେ। ଅଷ୍ଟ୍ରେଲିଆରେ ହେବାକୁଥିବା ୨୦୨୨ ସଂସ୍କରଣ ପାଇଁ କିନ୍ତୁ ଏକ ନୂଆ କ୍ୱାଲିଫିକେଶନ ପ୍ରକ୍ରିୟା ଆରମ୍ଭ ହେବ। ଆଇସିସି ବୋର୍ଡର ଜଣେ ସଦସ୍ୟ କହିଥିଲେ ଯେ, କୋଭିଡ୍‌-୧୯ ମହାମାରୀ ଯୋଗୁ ବିଭିନ୍ନ ଦେଶ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏହି ସମୟରେ କ୍ୱାଲିଫାୟର୍ସ ଆୟୋଜନ କରିବା କଷ୍ଟସାଧ୍ୟ। ଖବର ଅନୁସାରେ ଭାରତ ୨୦୨୩ରେ ୫୦ ଓଭର ବିଶ୍ୱକପ୍‌ ଆୟୋଜନ କରିବାକୁ ଥିବାରୁ ପଛକୁ ପଛ ଦୁଇଟା ଇଭେଣ୍ଟ କରିବାକୁ ରାଜି ହୋଇ ନ ଥିଲା। ତେଣୁ ୨୦୨୨ରେ ଟି୨୦ ବିଶ୍ୱକପ୍‌ ଆୟୋଜନ ପ୍ରସ୍ତାବକୁ ଏଡାଇ ଦେଇଥିଲା। ଅନ୍ୟପକ୍ଷରେ ମହିଳା ବିଶ୍ୱକପ୍‌ ସ୍ଥଗିତ ରଖାଯିବା ଦ୍ୱାରା ମିଥାଲି ରାଜ ଓ ଝୁଲଣ ଗୋସ୍ବାମୀଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେମାନେ ସମ୍ଭବତଃ ୨୦୨୧ରେ ସେମାନଙ୍କର ଅନ୍ତିମ ଆଇସିସି ଟୁର୍ନାମେଣ୍ଟ ଖେଳିଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri