Posted inଖେଳ

ଆଇସିସି ଘୋଷଣା କଲା ରେକର୍ଡ ପୁରସ୍କାର ରାଶି: ଜାଣନ୍ତୁ କିଏ ପାଇବେ କେତେ…

ନ୍ୟୁୟର୍କ, ୩ା୬: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସୋମବାର ଚଳିତ ଟି୨୦ ବିଶ୍ୱକପ୍‌ ପାଇଁ ରେକର୍ଡ ପୁରସ୍କାର ରାଶି ୧୧. ୨୫ ନିୟୁତ ଆମେରିକୀୟ ଡଲାର ଘୋଷଣା କରିଛି। ବିଜେତା ଦଳ ଅତି କମ୍‌ରେ ୨.୪୫ ନିୟୁତ ଡଲାର ପୁରସ୍କାର ରାଶି ପାଇବ।

ରନରଅପ୍‌ ଦଳ ଅତିକମ୍‌ରେ ୧.୨୮ ନିୟୁତ ଆମେରିକୀୟ ଡଲାର ପାଇବାକୁ ଥିବା ବେଳେ ପ୍ରତ୍ୟେକ ପରାଜିତ ସେମିଫାଇନାଲିଷ୍ଟ ପାଇଁ ୭୮୭,୫୦୦ ଡଲାର ବ୍ୟବସ୍ଥା ରହିଛି।

୨୦୨୨ରେ ପୂର୍ବ ସଂସ୍କରଣରେ ମୋଟ ପୁରସ୍କାର ରାଶି ୫.୬ ନିୟୁତ ଆମେରିକୀୟ ଡଲାର ରହିଥିଲା। ଟାଇଟଲ ବିଜେତା ଇଂଲଣ୍ଡ ୧.୬ ନିୟୁତ ଡଲାର ନେଇଥିଲା। ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ର ୯ମ ସଂସ୍କରଣ ୨୦ଟି ଦଳ ଅଂଶଗ୍ରହଣ କରୁଛନ୍ତି। ବିଜେତା ଦଳ ଟ୍ରଫି ସହ ଅତିକମ୍‌ରେ ୨.୪୫ ନିୟୁତ ଡଲାର ପାଇବେ, ଯାହାକି ଟୁର୍ନାମେଣ୍ଟ ଇତିହାସରେ ସର୍ବାଧିକ ବୋଲି ଆଇସିସି କହିଛି।

ଫାଇନାଲ ମ୍ୟାଚ ଜୁନ୍‌ ୨୯ରେ ବାର୍ବାଡୋସର କେନସିଙ୍ଗଟନ ଓଭାଲଠାରେ ହେବ। ସୁପର-୮ରୁ ବାଦ୍‌ ପଡ଼ିଥିବା ୪ଦଳ ପ୍ରତ୍ୟେକ ୩୮୨,୫୦୦ ଆମେରିକୀୟ ଡଲାର ଲେଖାଏଁ ପାଇବାକୁଥିବା ବେଳେ ୯ମ, ୧୦ମ, ୧୧ଶ, ୧୨ତମ ସ୍ଥାନ ଅଧିକାର କରିଥିବା ପ୍ରତ୍ୟେକ ଦଳ ୨୪୭, ୫୦୦ ଆମେରିକୀୟ ଡଲାର ଲେଖାଏଁ ପାଇବେ। ଅଂଶଗ୍ରହଣକାରୀ ଦଳଗୁଡ଼ିକ ମଧ୍ୟରୁ ୧୩ରୁ ୨୦ତମ ସ୍ଥାନ ଅଧିକାର କରିଥିବା ପ୍ରତ୍ୟେକ ଦଳ ୨୨୫,୦୦୦ ଡଲାର ଲେଖାଏଁ ପାଇବେ।

ଏହାଛଡ଼ା ସେମିଫାଇନାଲ ଓ ଫାଇନାଲକୁ ଛାଡ଼ି ପ୍ରତିଟି ମ୍ୟାଚରେ ବିଜୟ ପାଇଁ ଦଳକୁ ଅତିରିକ୍ତ ୩୧.୧୫୪ ଆମେରିକୀୟ ଡଲାର ପୁରସ୍କାର ବ୍ୟବସ୍ଥା ରହିଥିବା ଖେଳର ପରିଚାଳନା ପରିଷଦ କହିଛି। ୫୫ ମ୍ୟାଚ ବିଶିଷ୍ଟ ଇଭେଣ୍ଟ ୨୮ ଦିନ ଧରି ଓ୍ବେଷ୍ଟଇଣ୍ଡିଜ ଓ ୟୁଏସ୍‌ର ୯ଟି ଭେନ୍ୟୁରେ ଖେଳାଯିବ। ଏହା ହେଉଛି ସର୍ବ ବୃହତ୍‌ ଟି୨୦ ବିଶ୍ୱକପ୍‌। ଏଥରେ ରେକର୍ଡ ୨୦ଟି ଦଳ ଭାଗ ନେଉଛନ୍ତି। ୟୁଏସ୍‌ଏ, କାନାଡା ଓ ଉଗାଣ୍ଡା ଏଥିରେ ପ୍ରଥମ ଥର ଭାଗନେଉନ୍ତି। ଏହି ବର୍ଷର ଟୁର୍ନାମେଣ୍ଟରେ ୪୦ଟି ପ୍ରଥମ ରାଉଣ୍ଡ ମ୍ୟାଚ ଖେଳାଯିବ। ଶ୍ରେଷ୍ଠ ୮ ଦଳ ସୁପର ୮କୁ ଉନ୍ନୀତ ହେବେ। ତନ୍ମଧ୍ୟରୁ ଚାରୋଟି ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ। ବାର୍ବାଡୋସରେ ଫାଇନାଲ ପୂର୍ବରୁ ତ୍ରିନିଦାନ ଓ ଟବାଗୋ ଏବଂ ଗୁୟାନାରେ ସେମିଫାଇନାଲ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

କ୍ୟୁବାରେ ଘୋଟିଗଲା ଘନ ଅନ୍ଧାର, ଦେଶବ୍ୟାପୀ ବ୍ଲାକ ଆଉଟ, ଏଥିପାଇଁ ଟ୍ରମ୍ପ ଦାୟୀ?

ହାଭାନା,୨୨।୩: ଶନିବାର ଦିନ, କ୍ୟୁବାର ସମ୍ପୂର୍ଣ୍ଣ ବିଦ୍ୟୁତ ଗ୍ରୀଡ ପୁଣି ଥରେ ଭାଙ୍ଗି ପଡ଼ିଲା, ଯାହା ଫଳରେ ସାରା ଦେଶରେ ପ୍ରାୟ ୧୧ ନିୟୁତ ଲୋକ ଅନ୍ଧାରରେ…

ଏଣିକି ୨ମିନିଟ୍‌ରେ ମିଳିବ ସିଲିଣ୍ଡର, ବୁକିଂ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ସାରା ଭାରତର ପରିବାରର ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି। ଯେହେତୁ ଭାରତ ଏହାର ପ୍ରାୟ 60 ପ୍ରତିଶତ…

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ରାତିରେ ଲାଗିଲା ନିଆଁ: ଜୀବନ୍ତ ଜଳିଲେ ଗୋରୁ

ବନ୍ତ,୨୨।୩(କିଶୋର କୁମାର ସେଠି):ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ ଓଡ଼ଙ୍ଗ ପଞ୍ଚାୟତର ଏରଝାଟିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ବିଦ୍ୟୁତ୍‌ ସର୍ଟଶର୍କିଟ…

ନନ୍ଦପୁର ପରେ ପାଡୁଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ: ଶନିବାର ରାତିରେ ୧ ବୋଲେରୋ ୨ଟି ବାଇକ ଚୋରି

ନନ୍ଦପୁର/ପାଡୁଆ, ୨୨।୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଥାନା ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଚୋରି ସଂଖ୍ୟା ବଢିବାରେ ଲାଗିଛି।…

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri