Posted inଖେଳ

ଡବ୍ଲ୍ୟୁଟିସି ପାଇଁ ଆଇସିସିର ନୂଆ ପଏଣ୍ଟ ବ୍ୟବସ୍ଥା

ଦୁବାଇ, ୧୪।୭- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ର ଦ୍ୱିତୀୟ ସଂସ୍କରଣ ପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନୂଆ ପଏଣ୍ଟ ବ୍ୟବସ୍ଥା ପ୍ରଚଳନ କରିବାକୁ ଯାଉଛି। ଏଥର ବିଜେତା ଦଳକୁ ୧୨, ଡ୍ର ପାଇଁ ୪ ଏବଂ ମ୍ୟାଚ ଟାଇ ରହିଲେ ୬ ପଏଣ୍ଟ ଲେଖାଏ ମିଳିବ। ଆସନ୍ତା ଅଗଷ୍ଟରେ ଭାରତ-ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ସିରିଜରୁ ଡବ୍ଲ୍ୟୁଟିସିର ଦ୍ୱିତୀୟ ସଂସ୍କରଣ ଆରମ୍ଭ ହେବ।

ପୂର୍ବରୁ ପ୍ରତି ଟେଷ୍ଟ ସିରିଜ ପାଇଁ ୧୨୦ ପଏଣ୍ଟ ପ୍ରଦାନ କରାଯାଉଥିଲା। ୨ ମ୍ୟାଚ ବିଶିଷ୍ଟ ସିରିଜରେ ପ୍ରତ୍ୟେକ ମ୍ୟାଚ୍‌ ବିଜେତାକୁ ଦିଆଯାଉଥିଲା ୬୦ ପଏଣ୍ଟ। ଆଉ ୫ ମ୍ୟାଚ ବିଶିଷ୍ଟ ସିରିଜ୍‌ରେ ମ୍ୟାଚ୍‌ ପିଛା ୨୪ ପଏଣ୍ଟ ପ୍ରଦାନ କରାଯାଉଥିଲା।

ଗତଥରର ପଏଣ୍ଟ ବ୍ୟବସ୍ଥାକୁ ନାପସନ୍ଦ କରିଥିଲେ ବହୁ ପ୍ରାକ୍ତନ ଖେଳାଳି। ଏଥର ଏହାକୁ ସରଳୀକରଣ କରାଯାଇଛି ବୋଲି ଆଇସିସି କାର୍ଯ୍ୟକାରୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଜେଫ୍‌ ଆଲାର୍ଡିସ ପ୍ରକାଶ କରିଛନ୍ତି। ପୂର୍ବ ପଏଣ୍ଟ ବ୍ୟବସ୍ଥାକୁ ସରଳୀକରଣ କରିବା ପାଇଁ ଆମକୁ ଫିଡ୍‌ବ୍ୟାକ୍‌ ମିଳିଥିଲା। କ୍ରିକେଟ କମିଟି ପ୍ରତି ମ୍ୟାଚ ପାଇଁ ପଏଣ୍ଟ ବ୍ୟବସ୍ଥାକୁ ସ୍ଥିରୀକୃତ କରିବାକୁ ବିଚାର କରିଥିଲା ବୋଲି ସେ କହିଛନ୍ତି। ଗତଥର କରୋନା ମହାମାରୀ ପାଇଁ ସମସ୍ତ ସିରିଜ ସମ୍ଭବ ହୋଇ ନ ଥିବାରୁ ଆମେ ର଼୍ୟାଙ୍କିଙ୍ଗ ବ୍ୟବସ୍ଥାରେ ପରିବର୍ତ୍ତନ କରି ଉପଲବ୍ଧ ପଏଣ୍ଟର ପ୍ରତିଶତକୁ ବିଚାରକୁ ନେଇଥିଲୁ। ଏହାଦ୍ୱାରା ଫାଇନାଲିଷ୍ଟ ନିର୍ଣ୍ଣୟ କରାଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି।

ଡବ୍ଲ୍ୟୁଟିସିର ଦ୍ୱିତୀୟ ସଂସ୍କରଣ ୨୦୨୩ ଜୁନ୍‌ରେ ଶେଷ ହେବ। ଏଥିରେ ଆଉ ଏକ ୫ ମ୍ୟାଚ ବିଶିଷ୍ଟ ସିରିଜ(ଇଂଲଣ୍ଡ-ଅଷ୍ଟ୍ରେଲିଆ ଆଶେସ ସିରିଜ) ସାମିଲ ରହିବ। ଭାରତ ଆସନ୍ତା ବର୍ଷ ଅଷ୍ଟ୍ରେଲିଆ ଗସ୍ତ କରି ୪ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ। ୯ଟି ଟେଷ୍ଟ ଦଳ ମୋଟ ୬ଟି ଲେଖାଏ (୩ ଘରୋଇ ପରିବେଶରେ ଏବଂ ୩ ବାହାରେ) ଟେଷ୍ଟ ସିରିଜ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri