Categories: ଖେଳ

ଏସି ମିଲାନ୍‌ ତରଫରୁ ଖେଳିବେ ଇବ୍ରାହିମୋଭିଚ୍‌

ମିଲାନ, ୨୪ା୪(ଏପି)-ଜ୍ଲାଟାନ ଇବ୍ରାହିମୋଭିଚ୍‌ ୪୦ ବର୍ଷ ବୟସରେ ପଦାର୍ପଣ କରିସାରିବା ପରେ ମଧ୍ୟ ଏସି ମିଲାନ ତରଫରୁ ତାଙ୍କ ଖେଳ ଜାରି ରଖିବେ। ଚାମ୍ପିୟନ୍ସ ଲିଗ୍‌କୁ ମଧ୍ୟ ତାଙ୍କର ପ୍ରତ୍ୟାବର୍ତ୍ତନ ସମ୍ଭାବନା ରହିଛି। ଅକ୍ଟୋବରରେ ୪୦ ବର୍ଷ ବୟସରେ ପଦାର୍ପଣ କରିବାକୁ ଥିବା ଇବ୍ରାହିମୋଭିଚ୍‌ଙ୍କ ସହ ଚୁକ୍ତି ମିଆଦକୁ ଆହୁରି ଏକ ବର୍ଷ ସମ୍ପ୍ରସାରଣ କରାଯାଇଥିବା ଏସି ମିଲାନ ପକ୍ଷରୁ ଘୋଷଣା କରାଯାଇଛି। ହେଲେ ଏ ବାବଦରେ ଇବ୍ରାହିମୋଭିଚ୍‌ଙ୍କୁ ଫି’ ବାବଦରେ କେତେ ଦିଆଯିବ ତାହା ସ୍ପଷ୍ଟ କରାଯାଇ ନାହିଁ। ଖବର ଅନୁସାରେ ଏହି ଷ୍ଟାର ଫୁଟ୍‌ବଲର ସିଜନ ପିଛା ଯେତେ ନେଉଥିଲେ ସେଥିରେ କୌଣସି ପରିବର୍ତ୍ତନ ହେବ ନାହିଁ। ଇବ୍ରାହିମୋଭିଚ୍‌ଙ୍କ ବର୍ତ୍ତମାନ ପାରିଶ୍ରମିକ ୭ ନିୟୁତ ୟୁରୋ (୮.୪ ନିୟୁତ ଡଲାର) ରହିଛି। ସୂଚନାଯୋଗ୍ୟ, ୭ଥର ୟୁରୋପିଆନ ଚାମ୍ପିୟନ ମିଲାନ ୨୦୧୩-୧୪ ସିଜନରୁ ଚାମ୍ପିୟନ୍ସ ଲିଗ୍‌ ଖେଳିନାହିଁ। ଚଳିତ ସିଜନରେ ମିଲାନ ତରଫରୁ ଖେଳି ଇବ୍ରାହିମୋଭିଚ୍‌ ୧୭ ସିରି ଏ’ ଗେମ୍‌ରେ ୧୫ ଗୋଲ ସ୍କୋର କରିଛନ୍ତି। ହେଲେ ଇଞ୍ଜୁରି, କରୋନା ଭାଇରସ ଓ ସସ୍‌ପେଣ୍ଡ ପାଇଁ ସେ ବହୁତ ମ୍ୟାଚ ଖେଳିପାରି ନାହାନ୍ତି।

Share