Posted inଜାତୀୟ

ମାଗିବା ଅପେକ୍ଷା ମରିବା ପସନ୍ଦ କରିବି: ଶିବରାଜ ସିଂ

ଭୋପାଳ,୧୨।୧୨: ୧୮ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ତୁଲାଇବା ପରେ ବର୍ତ୍ତମାନ ଶିବରାଜ ସିଂ ଚୌହାନଙ୍କ ସ୍ଥାନରେ ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି। ମୋହନ ଯାଦବଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ଏଭଳି ପରିସ୍ଥିତିରେ ଶିବରାଜ ସିଂ ଚୌହାନ ଦିଲ୍ଲୀ ଯାଇ ଦଳର ନେତୃତ୍ୱରୁ ନିଜ ପାଇଁ ଏକ ବଡ ପଦବୀ ଦାବି କରିବେ କି ବୋଲି ପ୍ରଶ୍ନ ଉଠିଛି। ଏହି ପ୍ରଶ୍ନର ଉତ୍ତରରେ ଶିବରାଜ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ମୁଁ ଦିଲ୍ଲୀ ଯାଇ ଭିକ ମାଗିବାକୁ ପସନ୍ଦ କରେ ନାହିଁ। ମୁଁ ନିଜ ପାଇଁ କିଛି ମାଗିବା ଅପେକ୍ଷା ମରିବା ପସନ୍ଦ କରିବି। ମୁଁ ମଧ୍ୟପ୍ରଦେଶରେ ଅଛି ଏବଂ ଏଠାରେ ରହିବି ବୋଲି ନିଷ୍ପତ୍ତି ନେଇଛି। କୌଣସି ସ୍ଥାନକୁ ଯିବି ନାହିଁ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନାଁ ବାଛିବା ପାଇଁ ସୋମବାର ମଧ୍ୟପ୍ରଦେଶରେ ଭାଜପାର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଧାୟକମାନେ ମୋହନ ଯାଦବଙ୍କ ନାମକୁ ଅନୁମୋଦନ କରିଛନ୍ତି। ମୋହନ ଉଜୈନ ସାଉଥରୁ ବିଧାୟକ ଅଛନ୍ତି। ସେ ଶିବରାଜ ସିଂ ଚୌହାନ ସରକାରରେ ଶିକ୍ଷା ମନ୍ତ୍ରୀ ରହିସାରିଛନ୍ତି। ସେ ଲଗାତାର ତୃତୀୟ ଥର ପାଇଁ ବିଧାନସଭା ନିର୍ବାଚନରେ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ବିବାଦ ଉପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଶ୍ଚର୍ଯ୍ୟଜନକ ବୟାନ, ଭାରତ ମଧ୍ୟସ୍ଥତା ଚେଷ୍ଟା….

ନୂଆଦିଲ୍ଲୀ,୨୨ା୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦ ମଧ୍ୟରେ, ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି। ଜର୍ମାନୀରେ ଭାଷଣ ଦେଇ ସେ…

ଅଟୋ ଓଲଟି ୭ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ: ୯ ଦିନ ପରେ ଅଭିଯୁକ୍ତ ଚାଳକଙ୍କୁ…

ଦିଗପହଣ୍ଡି,୨୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ବ୍ଲକ ବୀରମେଖପୁର ଗାଁ ନିକଟରେ ଗତ ୧୪ ତାରିଖ ଅପରାହ୍ନରେ ଅଟୋ (ନଂ. ଓଡି ୦୭ ବିବି -୯୧୨୧)…

ପ୍ରଚଣ୍ଡ ଖରା, ସୁନ୍ଦରଗଡ଼ ଜିଲାରେ ୨୭ ଯାଏ ସ୍କୁଲ ଛୁଟି ଘୋଷଣା

ସୁନ୍ଦରଗଡ,୨୨ା୪(ଜୟ ନାରାୟଣ ମେଣ୍ଡୁଳି): ବର୍ତ୍ତମାନ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସୁନ୍ଦରଗଡ ଜିଲାରେ ଜନ ଜୀବନ ଦୁର୍ବିସହ ହୋଇପଡିଛି । ଦିନର ତାପମାତ୍ରା ଏବେ ୪୧ଡିଗ୍ରୀ ଡେଇଁ ଲାଣି।…

ଦୁର୍ଘଟଣାଗ୍ରସ୍ତଙ୍କୁ ଆଣିବା ପାଇଁ ଯାଉଥିବା ଆମ୍ବୁଲାନ୍ସ ମଝି ରାସ୍ତାରେ ଘଟାଇଲା ଦୁର୍ଘଟଣା…

ମୁନିଗୁଡା,୨୨।୪ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ତେଲେଙ୍ଗାପଦର ପଞ୍ଚାୟତ ଅଧୀନ ଆଙ୍କୁଲପଦର ଗ୍ରାମ ନିକଟରେ ଜଣେ ଦୁର୍ଘଟଣାଗ୍ରସ୍ତଙ୍କୁ ଆଣିବା ପାଇଁ ମୁନିଗୁଡ଼ାରୁ ଆମ୍ବୁଲାନ୍ସ…

ବଢ଼ିଲା ସ୍କୁଲ ଛୁଟି ଅବଧି

ସମ୍ବଲପୁର,୨୨।୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।…

କେନ୍ଦ୍ରୀୟ ବିଦ୍ୟାଳୟର ଅଭିନବ ପ୍ରୟାସ: ଜନ୍ମଦିନରେ ଛାତ୍ର କଲେ ଏମିତି କାମ

ଭଞ୍ଜନଗର,୨୨/୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କମାନୁ ଛାତ୍ରୀଛାତ୍ରମାନଙ୍କୁ ଉତ୍ସାହିତ କରିବା ପାଇଁ ଅନେକ ସମୟରେ କିଛି ନୂଆ ନୂଆ ପଦକ୍ଷେପ ନେଉଛନ୍ତି।…

ଯନ୍ତ୍ରୀଙ୍କ ‘ଠିକାଦାରୀ’ ରାଜ ବିରୋଧରେ ଜନଗର୍ଜନ: ମହାଘୋଟାଲା ଅଭିଯୋଗ

ଥୁଆମୂଳ ରାମପୁର, ୨୨ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ବିକାଶ ନାଁରେ ଚାଲିଥିବା ‘ମହାଘୋଟାଲା’କୁ ନେଇ ଜନଅସନ୍ତୋଷ ଏବେ ଆଗ୍ନେୟଗିରିର ରୂପ ଧାରଣ…

ବଲାଙ୍ଗୀରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳଉଠା ନୀତି ସମ୍ପନ୍ନ, ଦେବଦମ୍ପତିଙ୍କ ମାତାପିତା ସ୍ଥିରୀକୃତ

ବଲାଙ୍ଗୀର,୨୨ା୪(ସୁନିଲ କୁମାର ମହାନ୍ତି): ଆସନ୍ତା ୧୮ ଜୁନ୍‌ରୁ ୨୦ ଜୁନ୍‌ ପର୍ଯ୍ୟନ୍ତ ହେବ ଦେବଦମ୍ପତିଙ୍କ ଶୁଭ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା। ପବିତ୍ର ଅକ୍ଷୟ ତୃତୀୟା ତିଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri