ଗୋଟିଏ ବୟାନରେ ଦୋହଲିଗଲା ଢାକାରୁ ନୂଆଦିଲ୍ଲୀ! ବାଂଲାଦେଶ ଫେରିବାକୁ କାହିଁକି ଜିଦ୍‌ ଧରିଛନ୍ତି ଶେଖ ହାସିନା?

ନୂଆଦିଲ୍ଲୀ,୨୯।୬: ଶେଖ ହାସିନାଙ୍କ ‘ଏହି ବର୍ଷ ହିଁ ବାଂଲାଦେଶ ଫେରିବି’ ବୋଲି ବୟାନ ନୂଆଦିଲ୍ଲୀରୁ ଢାକା ପର୍ଯ୍ୟନ୍ତ ରାଜନୈତିକ ହଲଚଲ୍ ବଢ଼ାଇ ଦେଇଛି। ୨୨ ମାସ ପରେ ପ୍ରଥମ ଥର ପାଇଁ ବାଂଲାଦେଶ ଫେରିବା ନେଇ ଆୱାମୀ ଲିଗ୍ ମୁଖ୍ୟ ଆଧିକାରିକ ଭାବେ ଘୋଷଣା କରିଛନ୍ତି। ହାସିନାଙ୍କ ବିରୋଧରେ ବାଂଲାଦେଶରେ ୬୬୩ଟି ମାମଲା ରୁଜୁ ହୋଇଛି। ମାନବିକତା ବିରୋଧରେ ଅପରାଧ ମାମଲାରେ ଢାକାର ଏକ ଅଦାଲତ ତାଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ଶୁଣାଇ ସାରିଛନ୍ତି। ଏଭଳି ସ୍ଥିତିରେ ହସିନାଙ୍କ ପ୍ରତ୍ୟାବର୍ତ୍ତନ ଘୋଷଣାକୁ ନେଇ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠୁଛି।

୭୮ ବର୍ଷୀୟା ଶେଖ ହସିନା ବାଂଲାଦେଶ ଆୱାମୀ ଲିଗ୍‌ର ମୁଖ୍ୟ ଅଟନ୍ତି। ହସିନା ଭାରତ ଆସିବା ପରେ ପାର୍ଟିର ଗତିବିଧି ସ୍ଥାଣୁ ହୋଇଯାଇଛି। ବାଂଲାଦେଶରେ ଏହି ଦଳ ଉପରେ ପ୍ରତିବନ୍ଧକ ଲଗାଯାଇଛି। ପାର୍ଟିର ଦାୟିତ୍ୱ ଅନ୍ୟ କୌଣସି ନେତାଙ୍କୁ ହସ୍ତାନ୍ତର କରିବା ପାଇଁ ହସିନାଙ୍କ ଉପରେ ଚାପ ବଢ଼ୁଥିଲା। ଯଦି ହସିନା ଅନ୍ୟ କୌଣସି ନେତାଙ୍କୁ ପାର୍ଟିର ଦାୟିତ୍ୱ ଦେଇଥାନ୍ତେ, ତେବେ ଆଗାମୀ ଦିନରେ ଦଳ ଉପରୁ ତାଙ୍କ ପରିବାରର ଦବଦବା ଶେଷ ହୋଇଯାଇଥାନ୍ତା।

ଏଭଳି ସ୍ଥିତିରେ ହସିନା ନିଜେ ବାଂଲାଦେଶ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ମଧ୍ୟ ବିଏନପି (BNP) ସରକାର ଥିବା ସମୟରେ ହସିନା ବାଂଲାଦେଶରେ ରହି ରାଜନୀତି କରିଛନ୍ତି।

 ନିର୍ବାଚନ କମିଶନ ନିକଟରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଆୱାମୀ ଲିଗ୍‌ର କର୍ମୀମାନଙ୍କୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ଅନୁମତି ଦେଇଛନ୍ତି। ସାଧାରଣ ନିର୍ବାଚନରେ ଆୱାମୀ ଲିଗ୍ ନେତାମାନଙ୍କୁ ଏହି ରିହାତି ମିଳିନଥିଲା। କମିଶନ କହିଛନ୍ତି ଯେ ଯଦି ଆୱାମୀ ଲିଗ୍ କର୍ମୀମାନେ ଏକ ସତ୍ୟପାଠ (Affidavit) ପ୍ରଦାନ କରନ୍ତି, ତେବେ ସେମାନଙ୍କୁ ନିର୍ବାଚନ ଲଢ଼ିବାକୁ ଅନୁମତି ଦିଆଯାଇପାରେ। କୁହାଯାଉଛି ଯେ ବିଏନପିର ନରମ ଆଭିମୁଖ୍ୟକୁ ଦେଖି କମିଶନ ଏହି ନିଷ୍ପତ୍ତି ନେଇଛନ୍ତି। ବାଂଲାଦେଶରେ ଏହି ବର୍ଷ ଶେଷ ଆଡ଼କୁ ପଞ୍ଚାୟତ ନିର୍ବାଚନ ହେବାକୁ ପ୍ରସ୍ତାବ ରହିଛି।

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ମୋଟ ୬୬୩ଟି ମାମଲା ରୁଜୁ ହୋଇଛି। ‘ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ବାଂଲାଦେଶ’ ଅନୁଯାୟୀ, ଏଥିମଧ୍ୟରୁ ୪୫୩ଟି ହତ୍ୟା ମାମଲା ସାମିଲ ରହିଛି। ଏହା ବ୍ୟତୀତ ଶେଖ ହସିନାଙ୍କ ଉପରେ ଦୁର୍ନୀତି ଏବଂ ପଦବୀର ଅପବ୍ୟବହାରର ମାମଲା ମଧ୍ୟ ରୁଜୁ ଅଛି। ଶେଖ ହସିନାଙ୍କ ବ୍ୟତୀତ ତାଙ୍କ ପରିବାରର ଅତିକମରେ ୭ ଜଣ ସଦସ୍ୟଙ୍କ ବିରୋଧରେ କେସ୍ ରୁଜୁ ହୋଇଛି।

ଶେଖ ହସିନାଙ୍କ ବିରୋଧରେ ଏପର୍ଯ୍ୟନ୍ତ ୫ଟି ମାମଲାରେ ଦଣ୍ଡ ମଧ୍ୟ ଶୁଣାଯାଇ ସାରିଛି। ମାନବିକତା ବିରୋଧରେ ଅପରାଧ ମାମଲାରେ ଶେଖ ହସିନାଙ୍କୁ ମୃତ୍ୟୁଦଣ୍ଡ ଶୁଣାଯାଇଛି। ଏହି ମାମଲା ୨୦୨୪ ମସିହାର ଅଟେ। ବିଦ୍ରୋହ ସମୟରେ ହସିନାଙ୍କ ଉପରେ ବିଦ୍ରୋହୀମାନଙ୍କୁ ହତ୍ୟା କରିବା ପାଇଁ ଆଦେଶ ଦେଇଥିବା ଅଭିଯୋଗ ରହିଛି।

୨୦୨୪ ମସିହାର ଜୁଲାଇ ବିଦ୍ରୋହ ପରେ, ୫ ଅଗଷ୍ଟ ୨୦୨୪ରେ ଶେଖ ହସିନାଙ୍କ ସରକାରର ପତନ ହୋଇଥିଲା। ଏହାପରେ ନିଜ ସମ୍ପର୍କୀୟମାନଙ୍କ ସହ ହସିନା ନୂଆଦିଲ୍ଲୀ ଚାଲିଆସିଥିଲେ। ସେବେଠାରୁ ହସିନା ଏଠାରେ ହିଁ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ରାମଙ୍କୁ ଚୋରି କରିଛି’, ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୨୯।୯: ଭଗବାନ ରାମ ଓ ଭଗବାନ ଶିବଙ୍କୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଚର୍ଚ୍ଚା ତେଜ ହୋଇଛି । ଦିଲ୍ଲୀରେ…

ବିନା ମ୍ୟାଚ୍‌ ଖେଳି ସ୍ବର୍ଣ୍ଣ ଜିତିବ ଟିମ୍‌ ଇଣ୍ଡିଆ! ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୯।୯: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟର ନକଆଉଟ ପର୍ଯ୍ୟାୟ ଉପରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି। କ୍ୱାର୍ଟର ଫାଇନାଲ୍‌ରେ ଏକାଧିକ ମ୍ୟାଚ ବର୍ଷା ଯୋଗୁ ରଦ୍ଦ…

ସୃଷ୍ଟି ହେବ ବଡ଼ ଯୋଗ! ୪ଟି ରାଶିଙ୍କ ଉପରେ ବର୍ଷିିବ ଧନ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨ ଅକ୍ଟୋବର ୨୦୨୬, ଶୁକ୍ରବାର ଦିନ ବୁଧ ଓ ମଙ୍ଗଳ ଗ୍ରହ ୯୦ ଡିଗ୍ରୀ କୋଣରେ ରହିବେ। ଏହା ଫଳରେ ‘କେନ୍ଦ୍ର…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ପ୍ରତିଶ୍ରୁତି ପରେ ହଟିଲା ବସ ଅବରୋଧ: ୩ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲିଠାରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ବିକ୍ଷୋଭ ୩ ଘଣ୍ଟା ପରେ ପ୍ରତିଶ୍ରୁତି…

ବଙ୍ଗ ରାଜନୀତିରେ ହଇଚଇ; ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା, ୧୦୦ରୁ ଅଧିକ….

କୋଲକାତା,୨୯।୯: ପଶ୍ଚିମବଙ୍ଗରେ ଆଗାମୀ ଉପନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (TMC)ରେ ଦଳୀୟ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାଲଦା ଜିଲାର ମହିଷ ବାଥାନୀ ଅଞ୍ଚଳର…

ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର…

ମହାନଦୀ ଜଳବିବାଦ ସମାଧାନ କରିବେ ଶାହା: ଅକ୍ଟୋବର ୧ରେ ମିଳିପାରେ ଖୁସିଖବର

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ହେଲା ମହାନଦୀ ଜଳ ବିବାଦ ଲାଗି ରହିଛି। ଏହି ବିଷୟ ବର୍ତ୍ତମାନ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ତେବେ କିଛିଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?