ରାଜନୀତିରେ ଯୋଗଦେବିନି

ଓଡ଼ିଆ ସଙ୍ଗୀତ ଦୁନିଆରେ ଜଣେ ଆଗଧାଡ଼ିର ବ୍ୟକ୍ତିତ୍ୱ ହେଉଛନ୍ତି ଅଭିଜିତ୍‌ ମଜୁମ୍‌ଦାର। ୧୯୮୯ରେ ସମ୍ବଲପୁରୀ ଗୀତରୁ କ୍ୟାରିୟର ଆରମ୍ଭ କରିଥିବା ଅଭିଜିତ୍‌ ୧୯୯୬ରେ କଟକ ଆସି ସଙ୍ଗୀତ ଜଗତରେ କାମ କରିଥିଲେ। ପ୍ରଥମେ ତାଙ୍କୁ ଅନେକ ବିଫଳତାର ସମ୍ମୁଖୀନ ହେବାକୁ ପଡ଼ିଥିଲା, ମାତ୍ର ଧୈର୍ଯ୍ୟ ଓ ଆଗକୁ ବଢ଼ିବାର ଇଚ୍ଛାଶକ୍ତି ଯୋଗୁ ଆଜି ଅଭିଜିତ୍‌ ଜଣେ ଆଗଧାଡ଼ିର ସଙ୍ଗୀତ ନିର୍ଦ୍ଦେଶକ। କବିତା, କାହାଣୀ ଲେଖିବା ସହିତ ଅଭିନୟ, ଉପସ୍ଥାପନା କ୍ଷେତ୍ରରେ ମଧ୍ୟ ସେ ନିଜର ପାରଦର୍ଶିତା ପ୍ରମାଣିତ କରି ସାରିଛନ୍ତି। ୧୯୭୧ ସେପ୍ଟେମ୍ବର ୧୧ରେ ସମ୍ବଲପୁରରେ ଜନ୍ମ ଗ୍ରହଣ କରିଥିବା ଅଭିଜିତ୍‌ ଏବେ କଟକର ବାସିନ୍ଦା। ଶ୍ରୋତା ଏବଂ ଅନ୍ୟମାନଙ୍କ ପାଖରେ ଦାଦା ଭାବେ ପରିଚିତ ଏହି ସଙ୍ଗୀତ ନିର୍ଦ୍ଦେଶକଙ୍କ ସହିତ ଧରିତ୍ରୀର ବନ୍ଦନା ସେଠୀଙ୍କ ସ୍ବତନ୍ତ୍ର ଆଳାପ…

ପ୍ରଶ୍ନ- କଳା ପ୍ରତି କେବେଠାରୁ ଆଗ୍ରହ ବଢ଼ିଥିଲା?
ଉତ୍ତର- ପିଲାବେଳେ ସ୍କୁଲରେ ମୁଁ ଡ୍ରାମା କରୁଥିଲି। ସେହିଠାରୁ ମୋ କ୍ୟାରିୟର ଆରମ୍ଭ ହୋଇଛି କହିଲେ ଭୁଲ୍‌ ହେବ ନାହିଁ। ଡ୍ରାମା ପ୍ରତି ମୋର ବିଶେଷ ଦୁର୍ବଳତା ଥିଲା। ହେଲେ ମୋ ଭିତରେ ଜଣେ ଗାୟକ ଜନ୍ମ ନେଉଛି ତାହା ମୁଁ ଜାଣି ପାରି ନ ଥିଲି। କିଶୋର କୁମାରଙ୍କ ମୁଁ ବହୁତ ବଡ଼ ପ୍ରଶଂସକ। ତାଙ୍କ ଗୀତ ଗାଇବା ସମୟରେ ସାଙ୍ଗମାନେ ମତେ ଗୀତ ଗାଇବାକୁ ପରାମର୍ଶ ଦେଲେ। ଏହାପରେ ତାଳି ଓ ପ୍ରଶଂସା ପାଇବା ଆଶାରେ ମୁଁ ଗୀତ ଗାଇବା ଆରମ୍ଭ କରିଥିଲି।
ପ୍ରଶ୍ନ- ଅଭିନୟକୁ କାହିଁକି ଛାଡ଼ିଦେଲେ?
ଉତ୍ତର- ଅଳ୍ପ କିଛି ଚଳଚ୍ଚିତ୍ରରେ ଅତିଥିଭାବେ ଛୋଟ ଛୋଟ ଅଭିନୟ କରିଛି। ସଙ୍ଗୀତକୁ ଆସିବା ପରେ ବ୍ୟସ୍ତତା ଭିତରେ ଆଉ ଅଭିନୟ ପାଇଁ ସମୟ ମିଳୁନାହିଁ। ଧାରାବାହିକ, ଚଳଚ୍ଚିତ୍ର ପାଇଁ ବହୁତ ଅଫର୍‌ ଆସୁଛି ମାତ୍ର କରି ପାରୁନି।
ପ୍ରଶ୍ନ- ଭବିଷ୍ୟତରେ ଚଳଚ୍ଚିତ୍ର କରିବାର କିଛି ଯୋଜନା ରହିଛି କି?
ଉତ୍ତର- ସେ ବିଷୟରେ କିଛି ଭାବିନି। ଏବେ କେବଳ ମୁଁ ଲେଖିବାରେ ବ୍ୟସ୍ତ ଅଛି। ଭବିଷ୍ୟତରେ ଯଦି ସଙ୍ଗୀତ କ୍ଷେତ୍ରରେ କାମ କରିବାରୁ ସମୟ ମିଳିଲା, ତେବେ ସେଥିରେ ଧ୍ୟାନ ଦେବି।
ପ୍ରଶ୍ନ- ଆପଣ ଓମାଓ୍ବାର ସଭାପତି। ଏହା ଜରିଆରେ କରୋନା ସମୟରେ କଳାକାରଙ୍କ ସମସ୍ୟାକୁ କେମିତି ଉପସ୍ଥାପନା କରିଥିଲେ?
ଉତ୍ତର- ଓଡ଼ିଶା ମ୍ୟୁଜିକ୍‌ ଆର୍ଟିଷ୍ଟ ଓ୍ବେଲଫେୟାର୍‌ ଆସୋସିଏଶନ୍‌ (ଓମାଓ୍ବା)ର ସଭାପତି ଅଛି। କରୋନା ସମୟରେ କଳାକାରଙ୍କ ଦୁଃଖ ଜଣାଇବାକୁ ଆମେ ବହୁତ ଚେଷ୍ଟା କରିଛୁ। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛୁ, ଏପରିକି ଗୀତ ମାଧ୍ୟମରେ ଆମର ସମସ୍ୟା ଜଣାଇଛୁ। ସଂସ୍କୃତି ବିଭାଗକୁ ମଧ୍ୟ ଦେଖା କରି ସମସ୍ୟା କହିଛୁ। ତେବେ କେବଳ ଆଶ୍ୱାସନା ଛଡ଼ା କୌଣସି ସାହାଯ୍ୟ ମିଳିନାହିଁ। ଏଠାରେ କଳାକାରଙ୍କୁ ସରକାରଙ୍କ ତରଫରୁ ସାମାନ୍ୟ ପରିଚୟ ପତ୍ରଟିଏ ମଧ୍ୟ ମିଳୁନାହିଁ। କଳାକାରଙ୍କୁ ବିଭିନ୍ନ ଶୋ’ କରିବାକୁ ଅନୁମତି ଦିଆଯାଉ। ୫୦ପ୍ରତିଶତ ଦର୍ଶକଙ୍କୁୁ ନେଇ ଆମେ ରୋଜଗାର କରିବୁ। ନିର୍ବାଚନ ପ୍ରଚାର ବେଳେ, ଭାଷଣ ଦେବା ବେଳେ ତ କରୋନା ହେଉନାହିଁ। ତେବେ କଳାକାରଙ୍କ ପାଇଁ ସରକାର ଏପରି ମନୋଭାବ କାହିଁକି ରଖୁଛନ୍ତି।
ପ୍ରଶ୍ନ- ଆପଣ ରାଜନୀତିକୁ ଆସିବା ନେଇ ଗୋଟେ ସମୟରେ ଚର୍ଚ୍ଚା ଜୋର୍‌ ଧରିଥିଲା। ଏଥିରେ କେତେ ସତ୍ୟତା ରହିଛି?
ଉତ୍ତର- ସବୁ କରିବି ମାତ୍ର ରାଜନୀତି କରିବି ନାହିଁ। ସଙ୍ଗୀତ ପାଇଁ ସାରା ବିଶ୍ୱର ଓଡ଼ିଆ ମତେ ସେମାନଙ୍କ ଭଲପାଇବା ଦେଇଛନ୍ତି। ଏ ଭଲପାଇବାକୁ ମୁଁ କୌଣସି ଦଳର ନାମରେ ବାଣ୍ଟିବାକୁ ଚାହୁଁନାହିଁ। ଯଦି କୌଣସି ଦଳରେ ସାମିଲ୍‌ ହୁଏ ତେବେ ଅନ୍ୟମାନେ ମତେ ଘୃଣା କରିବେ, ଯେଉଁ ଅବସ୍ଥା ଏବେ କିଛି କଳାକାରଙ୍କ ହେଉଛି।
ପ୍ରଶ୍ନ- ବିଧିବଦ୍ଧ ଭାବେ ସଙ୍ଗୀତ ଶିକ୍ଷା କରିଛନ୍ତି କି?
ଉତ୍ତର- କଲେଜରେ ପାଠ ପଢୁଥିବା ସମୟରେ ମୁଁ ଭଲ ଗାଉଛି ବୋଲି ସାଙ୍ଗମାନେ ପ୍ରଶଂସା କରୁଥିଲେ। ଏହା ଶୁଣିବାପରେ ମତେ ଲାଗୁଥିଲା ଯେପରି କିଶୋର କୁମାରଙ୍କ ପରେ ମୁଁ ଦ୍ୱିତୀୟ ଗାୟକ। ମାତ୍ର ଯେତେବେଳେ ବାସ୍ତବତାକୁ ଜାଣିବା ପରେ ସଙ୍ଗୀତ ଶିକ୍ଷା ନିହାତି ଜରୁରୀ ବୋଲି ଅନୁଭବ କରି ଶିକ୍ଷା ଆରମ୍ଭ କଲି। ଏ ପର୍ଯ୍ୟନ୍ତ ମୁଁ ଜାଣିପାରୁନି ଯେ ଏତେ ବଡ଼ ସଙ୍ଗୀତ ଦୁନିଆ ଭିତରେ ମୋର ଅସ୍ତିତ୍ୱ କେଉଁଠି। ସେଥିପାଇଁ ମୁଁ କୌଣସି ଶୋ’ରେ ବିଚାରକ ହୋଇ ବସେ ନାହିଁ। ବିଚାରକ ଚୌକିରେ ବସିବାର ଯୋଗ୍ୟ ନିଜକୁ କେବେ ଭାବେ ନାହିଁ।
ପ୍ରଶ୍ନ- ବହୁ ସମୟରେ ବିଭିନ୍ନ ପ୍ରସଙ୍ଗ ଓ ସାଧାରଣ କଥାକୁ ନେଇ ଗୀତ କରନ୍ତି। ଯାହାକି ବେଶ୍‌ ରୋଚକ ମଧ୍ୟ ହୋଇଥାଏ। ଏହା କିପରି କରନ୍ତି?
ଉତ୍ତର- ଏଥିରେ କିଛି ଶିଖିବାର ନାହିଁ। ଆପଣ ଯଦି ସମସ୍ତଙ୍କ ସହ ମିଶି ପାରୁଛନ୍ତି ତେବେ ଏସବୁ ଜିନିଷ କରିପାରିବେ। ସାଧାରଣତଃ ଲୋକଙ୍କ ଭିତରେ ବହୁତ ଖଟି ହୁଏ। କିଏ କାହାକୁ ଦେଖି କମେଣ୍ଟ ମାରିଦେଲା, କ’ଣ କହିଦେଲା ଏ ସବୁ ଜିନିଷକୁ ମୁଁ ସଙ୍ଗୀତ ଭିତରେ ପୂରେଇ ଦିଏ ଏବଂ ତାହା ହିଟ୍‌ ହୁଏ। ଲୋକଙ୍କୁ ତାଙ୍କର କଥା, ଭାଷା ଓ ଜିନିଷ ହିଁ ଛୁଏଁ। ବାହାର ଜିନିଷ ଆଣି ଦେଲେ ଲୋକଙ୍କୁ ତାହା ଛୁଇଁବ ନାହିଁ। ଅନ୍ୟ ନିର୍ଦ୍ଦେଶକମାନେ ଗୋଟେ ଦିନରେ ପ୍ରାୟ ୫ଟି ଗୀତ କରୁଥିବାବେଳେ ମୁଁ ଗୋଟେ ଗୀତକୁ ୫ଦିନ ଲଗାଇଦିଏ।
ପ୍ରଶ୍ନ- ଚିରାଚରିତ ଧାରାରୁ ଆପଣଙ୍କ ଗୀତ ଟିକେ ଭିନ୍ନ ଭଳି ମନେ ହୁଏ। ଏଭଳି ଚିନ୍ତାଧାରା କିପରି ମନକୁ ଆସେ?
ଉତ୍ତର- ଗୋଟେ ସମୟ ଥିଲା ଯେତେବେଳେ ସବୁ ଗୀତ ପ୍ରାୟ ସମାନ ଲାଗୁଥିଲା। ତେଣୁ କିଛି ହଟ୍‌କେ କରିବା ପାଇଁ ମୁଁ ଚେଷ୍ଟା କରିଥିଲି। ସେହି ସମୟରେ ମୁଁ ‘ତୋର କୃଷ୍ଣଚୂଡା ରଙ୍ଗର ନାଲି ଓଢଣୀ’ ଗୀତ କରିଥିଲି। ଏଥିରେ କିଛି ତେଲୁଗୁ କଥା ପୂରେଇଥିଲି। ଦର୍ଶକମାନେ ଖୁବ୍‌ ପସନ୍ଦ କରିଥିଲେ। ସେବେଠାରୁ ପ୍ରତ୍ୟେକ ଗୀତରେ କିଛି କିଛି ନୂଆ କରିବାକୁ ଚେଷ୍ଟା କରେ। ଭାତଟେ ହେବ, ଡାଲି ଟେ ହେବ, କ’ଣ ଦି’ଟା ଖାଇ ଦଉନ, ବାବା ସଲେଇଲେ, ମାଉସୀ ଘରଭଡା ଦବକି ଭଳି ଅନେକ ଗୀତ କରିଛି ଏବଂ ତାହା ଶ୍ରୋତାମାନଙ୍କ ଦ୍ୱାରା ଆଦୃତ ହୋଇଛି।
ପ୍ରଶ୍ନ- ଅବସର ସମୟରେ କ’ଣ କରନ୍ତି?
ଉତ୍ତର- ଫ୍ରି ଟାଇମ୍‌ ମିଳିଲେ ପୁଅ ଓ ସ୍ତ୍ରୀଙ୍କୁ ନେଇ ପୁରୀ ବୁଲିବାକୁ ଯାଏ। ସେଠାରେ ସାଙ୍ଗମାନଙ୍କ ହୋଟେଲ ଅଛି। ଦିନେ ଦୁଇଦିନ ରହେ। ମହାପ୍ରଭୁଙ୍କ ଦର୍ଶନ କରିବା ସହ ଅବଢା ଖାଏ, ବାଲିରେ ଗଡ଼େ। ବହୁତ ମଜା କରେ।
ପ୍ରଶ୍ନ- ସଙ୍ଗୀତକୁ ନେଇ ଆଗକୁ କ’ଣ ଯୋଜନା ରହିଛି?
ଉତ୍ତର- ବର୍ତ୍ତମାନ ମୁଁ କିଛି ବଙ୍ଗଳା, ଭୋଜପୁରୀ, ମରାଠୀ, ଛତିଶଗଡୀ, ତେଲୁଗୁ ସିନେମାରେ ଗୀତ କରିଛି। ଏସବୁ ରିଲିଜ୍‌ ଅପେକ୍ଷାରେ ରହିଛି। ହିନ୍ଦୀ ସିନେମା କରିବାର ମଧ୍ୟ ଯୋଜନା ଅଛି। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ମୋ ନାଁ ହେବା ସହ ଜଗନ୍ନାଥଙ୍କ ନାଁ ନେଇ ପାରିବି ସେଥିପାଇଁ ଚେଷ୍ଟା କରୁଛି।
ପ୍ରଶ୍ନ- ଜନ୍ମମାଟି ସମ୍ବଲପୁରରେ ସଙ୍ଗୀତର ଉନ୍ନତି ପାଇଁ କିଛି କରିବେ?
ଉତ୍ତର- ସମ୍ବଲପୁରରେ ସଙ୍ଗୀତ ଅଛି, ମାତ୍ର ସେଠାରେ କାମ କରିବାର ସ୍କୋପ୍‌ ନାହିଁ। ସେଠାରେ କିଛି ସମ୍ବଲପୁରୀ ଶୋ’ କରିବାର ଯୋଜନା କରୁଛି। ସେଠାରେ କଳା, ସଂସ୍କୃତି ଉନ୍ନତି ହେବା ସହ ଷ୍ଟୁଡିଓ, ଚ୍ୟାନେଲ କରିବା ପାଇଁ ଚେଷ୍ଟା କରିବି।
ପ୍ରଶ୍ନ- ଜୀବନର କିଛି ସ୍ମରଣୀୟ ମୁହୂର୍ତ୍ତ
ଉତ୍ତର- ମୋର ଲଗାତର କିଛି କ୍ୟାସେଟ୍‌ ଫ୍ଲପ୍‌ ହେବାପରେ ଲୋକ ମତେ ଅଶୁଭ କହିବା ଆରମ୍ଭ କରି ଦେଇଥିଲେ। ଲୋକମତେ ଗେଟ୍‌ ଆଉଟ୍‌ ବୋଲି ମଧ୍ୟ କହିଛନ୍ତି। ସାଇକେଲ ଧରି ବିଭିନ୍ନ ସ୍ଥାନକୁ ଯିବାବେଳେ ସେଠାରେ ମତେ ଖରାରେ ଘଣ୍ଟା ଘଣ୍ଟା ବସେଇଛନ୍ତି। ବହୁ ଘଟଣା ସତ୍ତ୍ୱେ ଦୃଢ଼ ଇଚ୍ଛାଶକ୍ତି ମତେ ଆଜି ସଫଳତା ଦେଇଛି।
ପ୍ରଶ୍ନ- କଳାକାର ନ ହୋଇଥିଲେ କ’ଣ ହୋଇଥାନ୍ତେ?
ଉତ୍ତର- ମୋର ଅଣ୍ଡା ପ୍ରତି ବହୁତ ଦୁର୍ବଳତା। ତେଣୁ କଳାକାର ନ ହୋଇଥିଲେ ଅଣ୍ଡା ବିକିଥାନ୍ତି। ଗୋଟେ ବଡ଼ ଦୋକାନ କରିଥାନ୍ତି। ସେଠାରେ ଆମ୍‌ଲେଟ୍‌ ଓ ସିଝା ଅଣ୍ଡା ବିକିଥାନ୍ତି।
ପ୍ରଶ୍ନ- କ’ଣ ଖାଇବାକୁ ଭଲଲାଗେ?
ଉତ୍ତର- ମତେ ସବୁ ପ୍ରକାର ଦେଶୀ ଜିନିଷ ଖାଇବାକୁ ଭଲଲାଗେ। ପଖାଳ, ବଡ଼ିଚୂରା, ମାଛ ଭଜା, ଆଳୁ ଭର୍ତା, ପଣସ ମଞ୍ଜି, ଟମାଟୋ ପୋଡ଼ା, ଅଣ୍ଡା, ଢାବାର ଚଣାମସଲା ଖାଇବାକୁ ଭଲ ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?