ମୁଁ ଭାଜପାରେ ଥିଲି, ଅଛି ଆଉ ରହିବି: ହିମାଂଶୁ ଶେଖର  

ଧର୍ମଶାଳା,୫।୪: ସାରା ରାଜ୍ୟରେ ପଦ୍ମର ଲହର ଥିବା ବେଳେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଜଣେ ସ୍ବାଧୀନ ପ୍ରାର୍ଥୀ ବାଜିମାତ କରିଥିଲେ। ଉଭୟ ବିଜେଡି ଏବଂ ଭାଜପାର ଛାମୁଆ ନେତାଙ୍କୁ ସେ ପଛରେ ପକାଇ ନିର୍ବାଚନ ଜିତିଥିଲେ। ୨୯ ବର୍ଷ ଧରି ବିଜେଡି ଗଡ଼ ଭାବେ ପରିଚିତ ଥିବା ଏହି ଆସନରେ ବିଧାୟକ ପ୍ରାର୍ଥୀ ହିଂମାଶୁ ଶେଖର ସାହୁ ୪ହଜାରରୁ ଅଧିକ ଭୋଟରେ ବିଜେତା ହୋଇଥିଲେ। ତେବେ ହିମାଂଶୁ ନିର୍ବାଚନ ଆରମ୍ଭରୁ ଭାଜପାରୁ ଟିକେଟ ଆଶାୟୀ ଥିଲେ। ହେଲେ ଦଳ ତାଙ୍କୁ ଟିକେଟ ନ ଦେଇ ସ୍ମୃତିରେଖା ପହିଙ୍କୁ ଦେଇଥିଲା। ଏନେଇ ହିମାଂଶୁଙ୍କ ପ୍ରଶଂସକ ଭାଜପା କାର୍ଯ୍ୟାଳୟରେ ଅହୋରାତ୍ର ଧାରଣା ଦେଇଥିଲେ। ଶେଷରେ ହିମାଂଶୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବା ପରେ ଲୋକଙ୍କ ସମର୍ଥନରେ ବିଜେତା ମୁକୁଟ ପିନ୍ଧିଛନ୍ତି। ଏହାପରେ ପୁଣି ଥରେ ସେ ଭାଜପାକୁ ଫେରିଥିବା ଜଣାପଡ଼ିଛି।
ଏନେଇ ପ୍ରତିକ୍ରିୟା ରଖି ହିମାଂଶୁ କହିଛନ୍ତି, ମୁଁ ଭାଜପାରେ ଥିଲି, ଅଛି, ରହିବି। ନିର୍ବାଚନରେ ଭାଜପା ଦଳ ପାଇଁ ୩ରୁ ୪ ବର୍ଷ ଧରି କାମ କରି ଆସୁଥିବା ସ୍ମୃତିରେଖାଙ୍କୁ ଟିକେଟ ଦେଇଥିଲା। ଯେହେତୁ ଦଳ ପାଇଁ ସେ କାମ କରୁଥିଲେ ତେଣୁ ତାଙ୍କୁ ବାଦ୍‌ ଦେବା ଠିକ୍‌ ହେବ ନାହିଁ ବୋଲି ଦଳ ପକ୍ଷରୁ ମୋତେ କୁହାଯାଇଥିଲା। ହେଲେ ଭାଜପା ମୋତେ ସମର୍ଥନ କରି ଆସୁଥିଲା।
ଏହାଛଡ଼ା ଧର୍ମଶାଳାରେ ସ୍ବାଧୀନ ଭାବେ ଲଢ଼ିବାକୁ ନେଇ ସେ କହିଛନ୍ତି, ସେଠାରେ ମାଫିଆଙ୍କ ସହ ଲଢ଼ୁଥିଲି। ନିର୍ବାଚନ ସମୟରୁ ଏଯାବତ ମୋ ନାମରେ ୪୦ରୁ ୫୦ ମାମଲା ରୁଜୁ ହୋଇଛି। ମୋର ଅନେକ ସମର୍ଥକ ଜେଲରେ ଅଛନ୍ତି। ତେବେ ନିର୍ବାଚନରେ ଧର୍ମଶାଳା ସ୍ବାଧୀନ ପାଇଁ ଆମେ ସମସ୍ତେ ଲଢ଼ିଲୁ, ଧର୍ମର ଲଢ଼େଇ ହୋଇଥିଲା, ଧର୍ମର ଜୟ ହୋଇଛି।
ସେହିଭଳି ଧର୍ମେନ୍ଦ୍ରଙ୍କ ସହ ଭେଟକୁ ନେଇ ସେ କହିଛନ୍ତି, ଦଳରୁ ଇସ୍ତଫା ଦେଇ ଲଢ଼ିବାକୁ ପଡ଼ିଥିଲା। କାରଣ ଦୁଇଜଣ ଏକାସାଙ୍ଗରେ ଛିଡ଼ା ହୋଇ ପାରିବେ ନାହିଁ। ଦଳ କେବେ ମୋତେ ନିଲମ୍ବିତ କରି ନ ଥିଲା। ମୋତେ ବିଜୟ ପରେ ଡାକରା ଆସିଥିଲା। ମୁଁ ଭେଟିବାକୁ ଆସିଥିଲି। ଦଳ ସହ ମିଶି ରାଜ୍ୟର ଉନ୍ନତି ପାଇଁ କାମ କରିବି ବୋଲି ସେ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ନିଷ୍ପତ୍ତି: ପୁରୁଷ ଦଳର କୋଚ୍ ହେଲେ ମହିଳା କ୍ରିକେଟର

ନୂଆଦିଲ୍ଲୀ,୧୩।୫: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ କ୍ରିକେଟ ବୋର୍ଡ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଇଂଲଣ୍ଡର ପୂର୍ବତନ ମହିଳା ଉଇକେଟକିପର ସାରା ଟେଲରଙ୍କୁ ପୁରୁଷ…

୧୦୮୨୮ ରନ୍, ୩୮୦ ଉଇକେଟ… ସିଜିନ ମଝିରେ ହଠାତ୍ ଅବସର ନେଲେ ଅଭିଜ୍ଞ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୩।୫: ଇଂଲଣ୍ଡ କ୍ରିକେଟରୁ ଏକ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି । ଇଂଲଣ୍ଡ ଟିମ୍‌ର ଅଭିଜ୍ଞ ଅଲରାଉଣ୍ଡର ଲିଆମ ଡସନ (Liam Dawson) ହଠାତ ପ୍ରଥମ…

ବଲାଙ୍ଗୀର ତୁଷୁରା ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା…

ବଲାଙ୍ଗୀର,୧୩।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଓପିଡିସିଏଲ ଗ୍ରୀଡ଼ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ରାତିରେ ହଠାତ୍ ଗ୍ରୀଡ଼ ପରିସରରୁ ଭୟଙ୍କର ନିଆଁ ଓ କଳା…

ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌; ରେଳ ମନ୍ତ୍ରଣାଳୟର ମଞ୍ଜୁରୀ, ବଲାଙ୍ଗୀରରେ ଖୁସିର ଲହରୀ

ବଲାଙ୍ଗୀର,୧୩।୫ (ସୁନିଲ କୁମାର ମହାନ୍ତି): ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ଏବଂ କୋରାପୁଟ ମଧ୍ୟରେ ଏକ…

ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବିଜୁ ଛାତ୍ର ଜନତାର ପ୍ରତିବାଦ, ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଚିତ୍ର ଦାହ କଲେ…

ବରଗଡ଼,୧୩।୫(ପ୍ରେମାନନ୍ଦ ଖମାରୀ): ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ବିରୋଧର ସ୍ବର ତେଜି ଉଠିଛି । ବରଗଡ଼ରେ ମଧ୍ୟ ଏହାର…

କପିଳଧାର ଜଳପ୍ରପାତ ନିକଟରୁ ମହିଳାଙ୍କ ମୃତଦେହ ଜବତ

ପାଇକମାଳ,୧୩ା୫(ବଡ଼ ଶତପଥୀ): ପାଇକମାଳ ନୃସିଂହନାଥ ମନ୍ଦିରରୁ ପାଞ୍ଚକିମି ଦୂର କପିଳଧାର ଜଳପ୍ରପାତ ନିକଟରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ବୁଧବାର ସ୍ଥାନୀୟ ପୋଲିସ ଜବତ କରିଛି ।…

କିଏ ହେବେ କେରଳ ମୁଖ୍ୟମନ୍ତ୍ରୀ? ଗୁରୁବାର ଘୋଷଣା କରିବ କଂଗ୍ରେସ

ଥିରୁଭାନନ୍ତପୁର,୧୩ା୫:  ୧୦ ଦିନର ମାନସ ମନ୍ଥନ ପରେ କଂଗ୍ରେସ ଦଳ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିଛି । ଯାହା ଗୁରୁବାର ଘୋଷଣା ହେବାକୁ ଯାଉଛି।…

ଜନ୍ମମାଟି ବରପାଲିରେ ଶହୀଦ ପ୍ରେମରାଜଙ୍କୁ ଅଶ୍ରୁଳ ବିଦାୟ: ତୋପ ସଲାମୀ ସହ ସମ୍ପନ୍ନ ହେଲା…

ବରପାଲି, ୧୩।୫(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ବ୍ଲକର କୁମ୍ଭାରୀ ଗାଁର ବୀର ସନ୍ତାନ ପ୍ରେମରାଜ ମଲ୍ଲିକଙ୍କ ପାର୍ଥିବ ଶରୀର ନିଜ ଜନ୍ମମାଟିରେ ପହଞ୍ଚିବା ପରେ ସାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri