Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାକୁ ଠାକୁରଙ୍କୁ ସମର୍ପି ଦେଇଥିଲି: ଅମ୍ବିକା ସ୍ବାଇଁ

କଟକ ଜିଲ୍ଲାର ସାଲେପୁର ନିକଟବର୍ତ୍ତୀ ସେରପୁର ନାମକ ଏକ ଛୋଟିଆ ଗ୍ରାମରେ ମୋର ଜନ୍ମ। ଏପଟେ ଚିତ୍ରୋତ୍ପଳା ଏବଂ ସେପଟେ ଲୁଣା ନଦୀର ମଝିରେ ଆମ ଗାଁ । ପିଲାଦିନୁ ଚିତ୍ରୋତ୍ପଳା ନଦୀ ସହ ଖୁବ ନିବିଡ଼ ସମ୍ପର୍କ। ଆମର ଯୌଥ ପରିବାର। ବଡବାପା, ବାପା, ବଡ଼ଦାଦା, ସାନଦାଦାଙ୍କର ସମସ୍ତ ଭାଇ ଭଉଣୀ ମିଶି ଅଠର ଜଣ । ଏଗାର ଭଉଣୀ, ୭ ଭାଇ । ମୋ ବାପା ମାଆଙ୍କର ମୁଁ ଦ୍ୱିତୀୟ କିନ୍ତୁ ଜ୍ୟେଷ୍ଠ କନ୍ୟା। ସ୍କୁଲରେ ତୃତୀୟ ଶ୍ରେଣୀରେ ପଢ଼ୁଥିଲା ବେଳେ ମୋ ଭିତରେ ଥିବା ଭଲ ଗୁଣ ସବୁ ଦେଖି ଶରତ ସାର୍‌ ମୋ ନାଁ ଅମିତାରୁ ଅମ୍ବିକା କରିଦେଲେ। ପିଲାଦିନୁ ମୋ ଭିତରେ ନୂଆ କିଛି ଶିଖିବାର ଇଛା ଥିଲା। ବାହାହେବା ପରେ ଆମେ ରହୁଥିବା ଘରଠାରୁ କିଛି ଦୂରରେ ଗୋଟିଏ ବୁଟିକ୍‌ଟିଏ ଥାଏ । ମୁଁ ସେଇବାଟେ ଗଲାବେଳେ ଦିନେ ଭିତରକୁ ପଶିଗଲି ଦେଖିଲି ଅନେକ ମହିଳା ଏବଂ ଝିଅ ଷ୍ଟିଚିଂ ଶିଖୁଛନ୍ତି। ମୋର ଭାରି ଇଛା ହେଲା ଏସବୁ ଶିଖିବାକୁ। ତା’ପରଦିନ ଆସି ଟ୍ରେନିଂ ସ୍କୁଲରେ ଆଡ଼ମିସନ ନେଲି। କୋର୍ସ ସରିବା ପରେ ଖୁସିରେ ପ୍ଲେନ ଶାଢୀ, ବେଡ଼ସିଟ୍‌ ଏବଂ ଡ୍ରେସ ଉପରେ ସୁନ୍ଦର ସୁନ୍ଦର ଡିଜାଇନ କାମ କରିବା ଆରମ୍ଭ କଲି। ଯିଏ ବି ଘରକୁ ଆସନ୍ତି ଦେଖି ଖୁସି ହୁଅନ୍ତି । ଆମ ପଡିଶା ଘରେ ଜଣେ ନବବିବାହିତ ବଙ୍ଗାଳି ସ୍ବାମୀ ସ୍ତ୍ରୀ ଆସି ଭଡାରେ ରହିଥାନ୍ତି । ଦିନେ ତାଙ୍କ ସ୍ବାମୀ ଅଫିସ ଗଲାପରେ ସେ ଆମ ଘରକୁ ବୁଲି ଆସିଥିଲେ । ମୋ ନିଜ ପାଇଁ ମୁଁ ଦୁଇଟା ଅଲଗା ଅଲଗା ରଙ୍ଗର ପଶାପଲି ପ୍ୟାଚ ୱାର୍କ ଶାଢୀ ତିଆରି କରି ଟେବୁଲ ଉପରେ ରଖିଥାଏ । ସେ ଭଦ୍ର ମହିଳା ଶାଢୀ ଦୁଇଟିକୁ ଦେଖି ଖୁବ ଖୁସି ହେଲେ ଏବଂ ସେଥିରୁ ଗୋଟିଏ ହାଲକା ପିଙ୍କ କଲର ଶାଢୀ ଧରି କହିଲେ ମୁଁ ଶାଢୀଟି କିଣି ନେବି। କେତେ ଦାମ? ମୁଁ ହସି ଦେଲି ଏବଂ କହିଲି, ନାଇଁ ନାଇଁ ବିକ୍ରି ପାଇଁ ମୁଁ କରିନି। ନିଜ ପାଇଁ କରିଛି । କହିଲେ ନାଇଁ ଦିଦି ମୋତେ ଏ ଶାଢୀ ବହୁତ ଭଲ ଲାଗୁଛି ମୁଁ କିଣି ନେବି । ମୁଁ କହିଲି ଠିକ୍‌ ଅଛି ପଇସା ଦରକାର ନାହିଁ ଯଦି ତୁମକୁ ଭଲ ଲାଗୁଛି ତେବେ ନିଅ ପିନ୍ଧିବ । ସେ କହିଲେ ଆପଣ ଏତେ ପରିଶ୍ରମ କରି ତିଆରି କରିଛନ୍ତି ମୁଁ ସେମିତିରେ ନେବିନି ମୋତେ ଖରାପ ଲାଗିବ ଏହା କହି ଶାଢୀଟିକୁ ନେଇ ଘରକୁ ଗଲେ।

ସଙ୍ଗେ ସଙ୍ଗେ ଗୋଟିଏ ପାଞ୍ଚ ଶହ ଟଙ୍କିଆ ନୋଟ ଜବରଦସ୍ତ କରି ମୋ ହାତକୁ ବଢ଼ାଇ ଦେଲେ । ମୋର ପଇସା ନେବାର ଅନିଚ୍ଛା ସତ୍ତ୍ୱେ ବି ମନରେ କେମିତି ଏକ ପୁଲକ ଖେଳି ଗଲା। ଟଙ୍କାଟିକୁ ମୁଣ୍ଡରେ ମାରି ଠାକୁରଙ୍କୁ ସମର୍ପି ଦେଇଥିଲି । ତା’ପରେ ଅନେକ ଅର୍ଡର ଆସିଛି ବିକ୍ରି ମଧ୍ୟ ହୋଇଛି । ଏହାପରେ ସ୍ବାମୀଙ୍କର କଟକ ଟ୍ରାନ୍ସଫର ହେବାରୁ ମୁଁ ଗୋଟିଏ ଇଂଲିଶ ମିଡ଼ଇମ ସ୍କୁଲରେ କିଛିଦିନ ପାଇଁ ଶିକ୍ଷକତା କଲି । ପରେ ଆହୁରି ଚାକିରି କରିବାର ସୁଯୋଗ ଆସିଥିଲେ ବି ମୁଁ ଅଗ୍ରାହ୍ୟ କରିଛି । ଏବେ ମୋର ଏକ ପ୍ରକାଶନ ସଂସ୍ଥା ରହିଥିବାବେଳେ ଏକ ପତ୍ରିକାର ସମ୍ପାଦନା ଦାୟିତ୍ୱ ବି ତୁଲାଉଛି। ଯାହାକି ମତେ ସ୍ବାବଲମ୍ବୀ କରିଛି। ରୋଜଗାର କରୁଛି। କିନ୍ତୁ ହାତକୁ ସେ ଟଙ୍କା ଆସୁନାହିଁ । ସିଧା ଯାଉଛି ବ୍ୟାଙ୍କ ଆକାଉଣ୍ଟକୁ । ତେଣୁ ସେଦିନର ୫୦୦ଟଙ୍କା ରୋଜଗାରର ଖୁସି ମୁଁ କାହିଁ ଆଉ କେବେ ବି ଅନୁଭବ କରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଖାଇବା-ପିଇବାରେ କେତେଦିନ ବଞ୍ଚିପାରିବ ମଣିଷ? ଜାଣନ୍ତୁ ହ୍ୟୁମାନ ବଡ଼ିର କାପାସିଟି…

ମଣିଷ ଶରୀର ଆଶ୍ଚର୍ଯ୍ୟଜନକ ଭାବରେ ସ୍ଥିର, କିନ୍ତୁ ଏହାର କିଛି ବାୟୋଲଜିକାଲ ସୀମା ମଧ୍ୟ ଅଛି। ଖାଦ୍ୟ ଏବଂ ପାଣି ବିନା ବଞ୍ଚିବା ଶରୀର ମସ୍ତିଷ୍କ, ହୃଦୟ…

ଝିଅମାନେ ସାବଧାନ: ସ୍ମାର୍ଟ ଚଷମାରେ ଆପଣଙ୍କର ସବୁ ରେକର୍ଡ କରିନେବେ, ଓଡ଼ିଶାରେ ପଡିଛନ୍ତି ଧରା

ନୂଆଦିଲ୍ଲୀ,୩।୨: ବଦଳୁଥିବା ସମୟ ସହିତ ଟେକ୍ନୋଲୋଜି ଯେତିକି ସୁବିଧା ଆଣୁଛି, ସେତିକି ବିପଦ ମଧ୍ୟ ବଢ଼ାଉଛି। ବର୍ତ୍ତମାନ ଆମେରିକା ଏବଂ ବ୍ରିଟେନ ଭଳି ଦେଶରେ ‘ସ୍ମାର୍ଟ ଚଷମା’…

ନରମ ଶେଯ ବଦଳରେ ଦ୍ୱାର ମୁହଁରେ କାହିଁକି ଶୁଏ କୁକୁର? କାରଣ ଜାଣିଲେ ତାଜୁବ ହେବେ

ଯଦି ଆପଣଙ୍କର କୁକୁର ଅଛି, ତେବେ ଆପଣ ହୁଏତ ଏକ ଅଜବ ଅଭ୍ୟାସ ଲକ୍ଷ୍ୟ କରିଥିବେ। ଅନେକ ସମୟରେ, ଆରାମଦାୟକ ବିଛଣା, ସୋଫା କିମ୍ୱା ଘରର ଶାନ୍ତ…

ମୋଗଲ ବଜେଟ କିପରି ପ୍ରସ୍ତୁତ କରୁଥିଲେ, କେଉଁମାନଙ୍କଠୁ ନେଉଥିଲେ ଟ୍ୟାକ୍ସ?

ନୂଆଦିଲ୍ଲୀ,୨।୨: ଗତକାଲି ଯେତେବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିଥିଲେ, ଏହା ଏକ ସମ୍ପୂର୍ଣ୍ଣ ଆଧୁନିକ ପରମ୍ପରା ପରି ମନେ ହେଉଥିଲା। କିନ୍ତୁ ଆପଣ…

ଏହି ଦେଶକୁ କାହିଁକି କୁହାଯାଏ କଳା ସୁନାର ଦେଶ, ଜାଣନ୍ତୁ…

ଯେତେବେଳେ ‘କଳା ସୁନାର ଦେଶ’ ନାଁ ଆସେ ସେତେବେଳେ ପ୍ରାୟତଃ ପ୍ରଥମେ କୁଏତ୍‌ର ନାଁ ମନକୁ ଆସେ। କଳା ସୁନା ଯାହାର ଅର୍ଥ ଅଶୋଧିତ ତୈଳ। ଏହା…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

Video: ଷ୍ଟେଜ ଉପରେ ଏମିତି ରୋମାନ୍ସ କଲେ କପଲ, ଦୌଡି ଆସିଲେ ପଣ୍ଡିତ, ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୩୦।୧: ସୋସିଆଲ ମିଡିଆରେ ପ୍ରାୟତଃ ବିବାହ ଭିଡିଓ ଭାଇରାଲ ହୁଏ, କିନ୍ତୁ ଏଥର ଏକ ବିବାହ ଭିଡିଓ ବିତର୍କ ସୃଷ୍ଟି କରିଛି। ଏକ ଭାଇରାଲ ଭିଡିଓରେ, ବିବାହ…

ଏମିତି ଜୀବ, ଯାହା ନିଃଶ୍ୱାସ ନ ନେଇ ବଞ୍ଚିଥାଏ

ଦୁନିଆରେ ଏପରି ଅନେକ ଜୀବ ଅଛନ୍ତି, ଯାହା ଲୋକଙ୍କ ପାଇଁ ରହସ୍ୟ ହୋଇ ରହିଯାଇଛନ୍ତି। ଆଜି ଏମିତି ଏକ ଜୀବ ବିଷୟରେ କହିବୁ ଯାହା ନିଃଶ୍ୱାସ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri