Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାକୁ ଠାକୁରଙ୍କୁ ସମର୍ପି ଦେଇଥିଲି: ଅମ୍ବିକା ସ୍ବାଇଁ

କଟକ ଜିଲ୍ଲାର ସାଲେପୁର ନିକଟବର୍ତ୍ତୀ ସେରପୁର ନାମକ ଏକ ଛୋଟିଆ ଗ୍ରାମରେ ମୋର ଜନ୍ମ। ଏପଟେ ଚିତ୍ରୋତ୍ପଳା ଏବଂ ସେପଟେ ଲୁଣା ନଦୀର ମଝିରେ ଆମ ଗାଁ । ପିଲାଦିନୁ ଚିତ୍ରୋତ୍ପଳା ନଦୀ ସହ ଖୁବ ନିବିଡ଼ ସମ୍ପର୍କ। ଆମର ଯୌଥ ପରିବାର। ବଡବାପା, ବାପା, ବଡ଼ଦାଦା, ସାନଦାଦାଙ୍କର ସମସ୍ତ ଭାଇ ଭଉଣୀ ମିଶି ଅଠର ଜଣ । ଏଗାର ଭଉଣୀ, ୭ ଭାଇ । ମୋ ବାପା ମାଆଙ୍କର ମୁଁ ଦ୍ୱିତୀୟ କିନ୍ତୁ ଜ୍ୟେଷ୍ଠ କନ୍ୟା। ସ୍କୁଲରେ ତୃତୀୟ ଶ୍ରେଣୀରେ ପଢ଼ୁଥିଲା ବେଳେ ମୋ ଭିତରେ ଥିବା ଭଲ ଗୁଣ ସବୁ ଦେଖି ଶରତ ସାର୍‌ ମୋ ନାଁ ଅମିତାରୁ ଅମ୍ବିକା କରିଦେଲେ। ପିଲାଦିନୁ ମୋ ଭିତରେ ନୂଆ କିଛି ଶିଖିବାର ଇଛା ଥିଲା। ବାହାହେବା ପରେ ଆମେ ରହୁଥିବା ଘରଠାରୁ କିଛି ଦୂରରେ ଗୋଟିଏ ବୁଟିକ୍‌ଟିଏ ଥାଏ । ମୁଁ ସେଇବାଟେ ଗଲାବେଳେ ଦିନେ ଭିତରକୁ ପଶିଗଲି ଦେଖିଲି ଅନେକ ମହିଳା ଏବଂ ଝିଅ ଷ୍ଟିଚିଂ ଶିଖୁଛନ୍ତି। ମୋର ଭାରି ଇଛା ହେଲା ଏସବୁ ଶିଖିବାକୁ। ତା’ପରଦିନ ଆସି ଟ୍ରେନିଂ ସ୍କୁଲରେ ଆଡ଼ମିସନ ନେଲି। କୋର୍ସ ସରିବା ପରେ ଖୁସିରେ ପ୍ଲେନ ଶାଢୀ, ବେଡ଼ସିଟ୍‌ ଏବଂ ଡ୍ରେସ ଉପରେ ସୁନ୍ଦର ସୁନ୍ଦର ଡିଜାଇନ କାମ କରିବା ଆରମ୍ଭ କଲି। ଯିଏ ବି ଘରକୁ ଆସନ୍ତି ଦେଖି ଖୁସି ହୁଅନ୍ତି । ଆମ ପଡିଶା ଘରେ ଜଣେ ନବବିବାହିତ ବଙ୍ଗାଳି ସ୍ବାମୀ ସ୍ତ୍ରୀ ଆସି ଭଡାରେ ରହିଥାନ୍ତି । ଦିନେ ତାଙ୍କ ସ୍ବାମୀ ଅଫିସ ଗଲାପରେ ସେ ଆମ ଘରକୁ ବୁଲି ଆସିଥିଲେ । ମୋ ନିଜ ପାଇଁ ମୁଁ ଦୁଇଟା ଅଲଗା ଅଲଗା ରଙ୍ଗର ପଶାପଲି ପ୍ୟାଚ ୱାର୍କ ଶାଢୀ ତିଆରି କରି ଟେବୁଲ ଉପରେ ରଖିଥାଏ । ସେ ଭଦ୍ର ମହିଳା ଶାଢୀ ଦୁଇଟିକୁ ଦେଖି ଖୁବ ଖୁସି ହେଲେ ଏବଂ ସେଥିରୁ ଗୋଟିଏ ହାଲକା ପିଙ୍କ କଲର ଶାଢୀ ଧରି କହିଲେ ମୁଁ ଶାଢୀଟି କିଣି ନେବି। କେତେ ଦାମ? ମୁଁ ହସି ଦେଲି ଏବଂ କହିଲି, ନାଇଁ ନାଇଁ ବିକ୍ରି ପାଇଁ ମୁଁ କରିନି। ନିଜ ପାଇଁ କରିଛି । କହିଲେ ନାଇଁ ଦିଦି ମୋତେ ଏ ଶାଢୀ ବହୁତ ଭଲ ଲାଗୁଛି ମୁଁ କିଣି ନେବି । ମୁଁ କହିଲି ଠିକ୍‌ ଅଛି ପଇସା ଦରକାର ନାହିଁ ଯଦି ତୁମକୁ ଭଲ ଲାଗୁଛି ତେବେ ନିଅ ପିନ୍ଧିବ । ସେ କହିଲେ ଆପଣ ଏତେ ପରିଶ୍ରମ କରି ତିଆରି କରିଛନ୍ତି ମୁଁ ସେମିତିରେ ନେବିନି ମୋତେ ଖରାପ ଲାଗିବ ଏହା କହି ଶାଢୀଟିକୁ ନେଇ ଘରକୁ ଗଲେ।

ସଙ୍ଗେ ସଙ୍ଗେ ଗୋଟିଏ ପାଞ୍ଚ ଶହ ଟଙ୍କିଆ ନୋଟ ଜବରଦସ୍ତ କରି ମୋ ହାତକୁ ବଢ଼ାଇ ଦେଲେ । ମୋର ପଇସା ନେବାର ଅନିଚ୍ଛା ସତ୍ତ୍ୱେ ବି ମନରେ କେମିତି ଏକ ପୁଲକ ଖେଳି ଗଲା। ଟଙ୍କାଟିକୁ ମୁଣ୍ଡରେ ମାରି ଠାକୁରଙ୍କୁ ସମର୍ପି ଦେଇଥିଲି । ତା’ପରେ ଅନେକ ଅର୍ଡର ଆସିଛି ବିକ୍ରି ମଧ୍ୟ ହୋଇଛି । ଏହାପରେ ସ୍ବାମୀଙ୍କର କଟକ ଟ୍ରାନ୍ସଫର ହେବାରୁ ମୁଁ ଗୋଟିଏ ଇଂଲିଶ ମିଡ଼ଇମ ସ୍କୁଲରେ କିଛିଦିନ ପାଇଁ ଶିକ୍ଷକତା କଲି । ପରେ ଆହୁରି ଚାକିରି କରିବାର ସୁଯୋଗ ଆସିଥିଲେ ବି ମୁଁ ଅଗ୍ରାହ୍ୟ କରିଛି । ଏବେ ମୋର ଏକ ପ୍ରକାଶନ ସଂସ୍ଥା ରହିଥିବାବେଳେ ଏକ ପତ୍ରିକାର ସମ୍ପାଦନା ଦାୟିତ୍ୱ ବି ତୁଲାଉଛି। ଯାହାକି ମତେ ସ୍ବାବଲମ୍ବୀ କରିଛି। ରୋଜଗାର କରୁଛି। କିନ୍ତୁ ହାତକୁ ସେ ଟଙ୍କା ଆସୁନାହିଁ । ସିଧା ଯାଉଛି ବ୍ୟାଙ୍କ ଆକାଉଣ୍ଟକୁ । ତେଣୁ ସେଦିନର ୫୦୦ଟଙ୍କା ରୋଜଗାରର ଖୁସି ମୁଁ କାହିଁ ଆଉ କେବେ ବି ଅନୁଭବ କରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri