ରୋଜଗାର ଟଙ୍କାରେ ନିଜ ପଢ଼ାଖର୍ଚ୍ଚ ତୁଲାଇଥିଲି

ପ୍ରଥମ ରୋଜଗାରର ପୁଲକ କଥା ଚିନ୍ତା କଲାବେଳେ, ନିଶ୍ଚିତ ଭାବରେ ମଣିଷ ଏକ ଆର୍ଥ-ସାମାଜିକ ପରିବେଶ ଭିତରକୁ ଟାଣି ହୋଇଯାଏ। ପରିବାର, ସମାଜ ଓ ଅର୍ଥର ଓତପ୍ରୋତ ଜଡ଼ିତ ଦୃଶ୍ୟାବଳୀରେ ସେ ଖୋଜେ ନିଜର ଜିଜୀବିଷା। ପ୍ରାୟତଃ ପ୍ରତ୍ୟେକଙ୍କ ଜୀବନରେ ଏହା ହିଁ ଘଟି ଥାଏ। ମୋ ଜୀବନରେ ବି ପ୍ରଥମ ରୋଜଗାର କଥା ମନେ ପକାଇଲାବେଳେ ଆଖିଆଗରେ ଉଜାଗର ହୋଇଉଠେ ଏକାବନ ବର୍ଷ ତଳର ସ୍ମୃତି; ଯେତେବେଳେ ମୁଁ ଥାଏ ମାତ୍ର ଷୋହଳ ବର୍ଷର କିଶୋର। ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ପାଇଁ ନାଁ ଲେଖାଇଥାଏ। କିନ୍ତୁ ଆବଶ୍ୟକ ପଢ଼ା ସାମଗ୍ରୀ କିଣିବାକୁ ଘରର ଦୁର୍ବଳ ଆର୍ଥିକାବସ୍ଥା ବାଧା ଦେଉଥାଏ। ମା’ ଛେଉଣ୍ଡ ଆମ ସାତ ଭାଇଭଉଣୀଙ୍କୁ ମଣିଷ କରିବାକୁ ବାପା କରୁଥିବା କଷ୍ଟକୁ ଆଉ ସହି ହେଉ ନ ଥାଏ। ତେଣୁ ନିଜ ପଢ଼ା ଖର୍ଚ୍ଚ ତୁଳାଇବାକୁ ମୁଁ ୪ଟି ପିଲାଙ୍କୁ ଟ୍ୟୁଶନ କରିବାକୁ ଆରମ୍ଭ କରେ। ଜଣକୁ ପାଞ୍ଚ ଟଙ୍କା କରି ମାସ ଶେଷକୁ କୋଡ଼ିଏ ଟଙ୍କା ପାଏ। ଆଉ ସେହି ଟଙ୍କାରେ କେତେବେଳେ କାଗଜ ଦିସ୍ତାଏ ହେଉ କି କଲମ ଖଣ୍ଡେ, କି କମ୍‌ ଦାମ୍‌ର ପୁସ୍ତକଟିଏ କିଣି ମୋର ପଢ଼ାଖର୍ଚ୍ଚ ଯେନତେନ ତୁଲାଇଥାଏ। ବାପାଙ୍କୁ ମଧ୍ୟ ମୋ ପାଇଁ ବ୍ୟସ୍ତ ନ ହେବାକୁ ବେଳେବେଳେ ବିନମ୍ର ଅନୁନୟ କରେ; ଯାହାକୁ ଶୁଣି ବାପା ଉପରେ ହସିବାର ଅଭିନୟ କରୁଥିଲେ ହେଁ ତାଙ୍କ ଆଖି କୋଣରେ ଜକେଇ ଆସୁଥିବା ଲୁହ କିନ୍ତୁ ସ୍ପଷ୍ଟ ବାରି ହୋଇଯାଉଥାଏ। ସେହି ପୂଜ୍ୟ ବାପାଙ୍କ ଆଶୀର୍ବାଦରୁ ପରବର୍ତ୍ତୀ ସମୟରେ କେମେଷ୍ଟ୍ରି ଅନର୍ସରେ ବି.ଏସ୍‌ସି. ପାସ୍‌ କରିବା ସହ ଇତିହାସରେ ଏମ୍‌.ଏ. ଓ ଏଲ୍‌.ଏଲ୍‌ବି ପଢ଼ିବାରେ ସକ୍ଷମ ହେବା ସହିତ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟ, ରାଉରକେଲାରେ ସହକାରୀ ଶିକ୍ଷକ ଭାବେ କାମ କରିବାର ସୁଯୋଗ ପାଏ। ୩ବର୍ଷ ସେଠାରେ କାମ କରିବା ପରେ ରାଉରକେଲା ମ୍ୟୁନିସିପାଲ୍‌ କଲେଜର କେମେଷ୍ଟ୍ରି ବିଭାଗରେ ସିନିୟର୍‌ ଡେମୋନ୍‌ଷ୍ଟ୍ରେଟର୍‌ ଭାବେ ପ୍ରାୟ ୩୬ ବର୍ଷ କାମ କରି ଶେଷରେ ୨୦୧୫ରେ ଚାକିରିରୁ ଅବସର ନିଏ। ତା’ପରେ ପ୍ରାୟ ୫ ବର୍ଷ ରାଉରକେଲା ଶ୍ରୀ ଅରବିନ୍ଦ ସ୍କୁଲ୍‌ରେ ଅତିଥି ଶିକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରେ। କେବଳ ଶିକ୍ଷକତା ନୁହେଁ କବିତା ଲେଖିବାରେ ବି ମୋର ଥାଏ ଖୁବ୍‌ ରୁଚି। ମୋର ଅନେକ କବିତା ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ପ୍ରଶଂସା ବି ପାଏ। ଧୀରେ ଧୀରେ ମୋର ପରିଚିତି ବଢ଼େ। ରାଉରକେଲା ତଥା ଓଡ଼ିଶାର ଏକ ପୁରାତନ ସାହିତ୍ୟ ଅନୁଷ୍ଠାନ କୁହାଯାଉଥିବା କଲ୍‌ଚରାଲ୍‌ ଏକାଡେମିର ମଧ୍ୟ ମୁଁ ଆଜୀବନ ସଦସ୍ୟ ହୁଏ। ତେବେ ଜୀବନରେ ମିଳିଥିବା ଏହିସବୁ ଖ୍ୟାତି ଆଉ ଯଶ କୀର୍ତ୍ତି ଆଗରେ କିନ୍ତୁ ସେଦିନର ସେହି ସ୍ବଳ୍ପ ରୋଜଗାରର ମୂଲ୍ୟ ଢେର୍‌ ଅଧିକ ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ସୂର୍ଯ୍ୟ-ଶୁକ୍ରଙ୍କ ଯୁତିରେ ଗଠନ ହେବ ଶୁକ୍ରାଦିତ୍ୟ ରାଜଯୋଗ; ଚମକିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ଯୁତିକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଦୁଇଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କଲେ ତାହାକୁ ଗ୍ରହ…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?